ନିଟ୍ ପିଜି କାଉନସେଲିଂ ପ୍ରକ୍ରିୟା ଖୁବଶୀଘ୍ର ଆରମ୍ଭ ହେବ, ପୂର୍ବପରି ଚଳିତ ବର୍ଷ ମଧ୍ଯ ଓବିସି ଓ ଇଡବ୍ଲ୍ୟୁଏସ ବର୍ଗଙ୍କ ନିମନ୍ତେ ରହିବ ସଂରକ୍ଷଣ- ସୁପ୍ରିମକୋର୍ଟ

The Sakala Picture
Published On

  ନୂଆଦିଲ୍ଲୀ: ୨୦୨୧ ବର୍ଷର ନିଟ୍  ପିଜି କାଉନସେଲିଂ ପ୍ରକ୍ରିୟା ଖୁବଶୀଘ୍ର ଆରମ୍ଭ ହେବା ନେଇ ସୁପ୍ରିମକୋର୍ଟ ସବୁଜ ସଙ୍କେତ ଦେଇଛନ୍ତି।  ନିଟି ପିଜି କାଉନସେଲିଂ ପ୍ରକ୍ରିୟା ଆରମ୍ଭ କରିବାକୁ ମାନ୍ୟବର ସର୍ବୋଚ୍ଚ ଅଦାଲତ ଅନୁମତି ପ୍ରଦାନ କରିଛନ୍ତି । ଜଷ୍ଟିସ ଡି ୱାଇ ଚନ୍ଦ୍ରଚୂଡ ଏବଂ ଜଷ୍ଟିସ ଏ ଏସ ବୋପାନ୍ନାଙ୍କୁ ନେଇ ଗଠିତ ପୀଠ ଏହି ରାୟ ଦେଇଛନ୍ତି । ଓବିସି  ବର୍ଗଙ୍କ ନିମନ୍ତେ ୨୭% ଏବଂ ଇଡବ୍ଲ୍ୟୁଏସଙ୍କ ନିମନ୍ତେ ୧୦% ସଂରକ୍ଷଣ ବ୍ୟବସ୍ଥା […]

 

ଆହୁରି ପଢ଼ନ୍ତୁ: ଗୁଜରାଟର ଏକ ଫାର୍ମା କମ୍ପାନୀରେ ଭୟାବହ ରିଆକ୍ଟର ବିସ୍ଫୋରଣ: ୫ ମୃତ, ୬ ଆହତ

ନୂଆଦିଲ୍ଲୀ: ୨୦୨୧ ବର୍ଷର ନିଟ୍  ପିଜି କାଉନସେଲିଂ ପ୍ରକ୍ରିୟା ଖୁବଶୀଘ୍ର ଆରମ୍ଭ ହେବା ନେଇ ସୁପ୍ରିମକୋର୍ଟ ସବୁଜ ସଙ୍କେତ ଦେଇଛନ୍ତି।  ନିଟି ପିଜି କାଉନସେଲିଂ ପ୍ରକ୍ରିୟା ଆରମ୍ଭ କରିବାକୁ ମାନ୍ୟବର ସର୍ବୋଚ୍ଚ ଅଦାଲତ ଅନୁମତି ପ୍ରଦାନ କରିଛନ୍ତି । ଜଷ୍ଟିସ ଡି ୱାଇ ଚନ୍ଦ୍ରଚୂଡ ଏବଂ ଜଷ୍ଟିସ ଏ ଏସ ବୋପାନ୍ନାଙ୍କୁ ନେଇ ଗଠିତ ପୀଠ ଏହି ରାୟ ଦେଇଛନ୍ତି । ଓବିସି  ବର୍ଗଙ୍କ ନିମନ୍ତେ ୨୭% ଏବଂ ଇଡବ୍ଲ୍ୟୁଏସଙ୍କ ନିମନ୍ତେ ୧୦% ସଂରକ୍ଷଣ ବ୍ୟବସ୍ଥା ଚଳିତ ଶିକ୍ଷା ବର୍ଷ ନିମନ୍ତେ ଅପରିବର୍ତ୍ତିତ ରହିବ । ତେବେ ଭବିଷ୍ୟତରେ ଏହି କୋଟା ଜାରି ରହିବ କି ନାହିଁ ତାହା ସୁପ୍ରିମକୋର୍ଟ ନିଷ୍ପତ୍ତି ନେବେ। ଏହି ମାମଲାର ପରବର୍ତ୍ତୀ ଶୁଣାଣି ମାର୍ଚ୍ଚ ଦ୍ୱିତୀୟ ସପ୍ତାହରେ ଅନୁଷ୍ଠିତ ହେବ।

ଆହୁରି ପଢ଼ନ୍ତୁ: ସୁପ୍ରିମକୋର୍ଟଙ୍କ ବଡ଼ ରାୟ: ଇଣ୍ଟରନେଟ୍ ବ୍ୟବହାର କରିବା ପିଲାମାନଙ୍କ ସମେତ ପ୍ରତ୍ୟେକ ବ୍ୟକ୍ତିଙ୍କ ମୌଳିକ ଅଧିକାର

ସୂଚନାଯୋଗ୍ୟ ଯେ, ସର୍ବଭାରତୀୟ ସ୍ତରରେ ସ୍ନାତକୋତ୍ତର ଡାକ୍ତରୀ ନାମଲେଖାରେ ଅନ୍ୟ ପଛୁଆ ବର୍ଗ (ଓବିସି) ଏବଂ ଆର୍ଥିକ ପଛୁଆ ବର୍ଗ (ଇଡବ୍ଲ୍ୟୁଏସ)ଙ୍କ ନିମନ୍ତେ କେନ୍ଦ୍ର ସରକାର ଆରକ୍ଷଣ ବ୍ୟବସ୍ଥା କାର୍ଯ୍ଯକାରୀ କରିବାକୁ ନିଷ୍ପତ୍ତି ନେବା ପରେ ତାହାକୁ ବିରୋଧ କରି ସୁପ୍ରିମକୋର୍ଟରେ ଏକ ଆବେଦନ ଦାଏର କରାଯାଇଥିଲା । ସେଥିପାଇଁ ସମୁଦାୟ କାଉନସେଲିଂ ପ୍ରକ୍ରିୟା ବିଳମ୍ବିତ ହୋଇଥିଲା ।

ଆହୁରି ପଢ଼ନ୍ତୁ: ସାଉଦି ଆରବର ଦମ୍ମାମ ବିମାନବନ୍ଦରରେ ହୁଥି ଆକ୍ରମଣ: ଜଣେ ଭାରତୀୟଙ୍କ ମୃତ୍ୟୁ, ୨ ଆହତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର