ନିଟ୍ ପିଜି କାଉନସେଲିଂ ପ୍ରକ୍ରିୟା ଖୁବଶୀଘ୍ର ଆରମ୍ଭ ହେବ, ପୂର୍ବପରି ଚଳିତ ବର୍ଷ ମଧ୍ଯ ଓବିସି ଓ ଇଡବ୍ଲ୍ୟୁଏସ ବର୍ଗଙ୍କ ନିମନ୍ତେ ରହିବ ସଂରକ୍ଷଣ- ସୁପ୍ରିମକୋର୍ଟ

The Sakala Picture
Published On

  ନୂଆଦିଲ୍ଲୀ: ୨୦୨୧ ବର୍ଷର ନିଟ୍  ପିଜି କାଉନସେଲିଂ ପ୍ରକ୍ରିୟା ଖୁବଶୀଘ୍ର ଆରମ୍ଭ ହେବା ନେଇ ସୁପ୍ରିମକୋର୍ଟ ସବୁଜ ସଙ୍କେତ ଦେଇଛନ୍ତି।  ନିଟି ପିଜି କାଉନସେଲିଂ ପ୍ରକ୍ରିୟା ଆରମ୍ଭ କରିବାକୁ ମାନ୍ୟବର ସର୍ବୋଚ୍ଚ ଅଦାଲତ ଅନୁମତି ପ୍ରଦାନ କରିଛନ୍ତି । ଜଷ୍ଟିସ ଡି ୱାଇ ଚନ୍ଦ୍ରଚୂଡ ଏବଂ ଜଷ୍ଟିସ ଏ ଏସ ବୋପାନ୍ନାଙ୍କୁ ନେଇ ଗଠିତ ପୀଠ ଏହି ରାୟ ଦେଇଛନ୍ତି । ଓବିସି  ବର୍ଗଙ୍କ ନିମନ୍ତେ ୨୭% ଏବଂ ଇଡବ୍ଲ୍ୟୁଏସଙ୍କ ନିମନ୍ତେ ୧୦% ସଂରକ୍ଷଣ ବ୍ୟବସ୍ଥା […]

 

ଆହୁରି ପଢ଼ନ୍ତୁ: ଜମ୍ମୁ-କାଶ୍ମୀର ବଡ଼ଗାମରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା: ମିଳିତ ଅପରେସନରେ ଜଣେ ଆତଙ୍କବାଦୀ ନିହତ

ନୂଆଦିଲ୍ଲୀ: ୨୦୨୧ ବର୍ଷର ନିଟ୍  ପିଜି କାଉନସେଲିଂ ପ୍ରକ୍ରିୟା ଖୁବଶୀଘ୍ର ଆରମ୍ଭ ହେବା ନେଇ ସୁପ୍ରିମକୋର୍ଟ ସବୁଜ ସଙ୍କେତ ଦେଇଛନ୍ତି।  ନିଟି ପିଜି କାଉନସେଲିଂ ପ୍ରକ୍ରିୟା ଆରମ୍ଭ କରିବାକୁ ମାନ୍ୟବର ସର୍ବୋଚ୍ଚ ଅଦାଲତ ଅନୁମତି ପ୍ରଦାନ କରିଛନ୍ତି । ଜଷ୍ଟିସ ଡି ୱାଇ ଚନ୍ଦ୍ରଚୂଡ ଏବଂ ଜଷ୍ଟିସ ଏ ଏସ ବୋପାନ୍ନାଙ୍କୁ ନେଇ ଗଠିତ ପୀଠ ଏହି ରାୟ ଦେଇଛନ୍ତି । ଓବିସି  ବର୍ଗଙ୍କ ନିମନ୍ତେ ୨୭% ଏବଂ ଇଡବ୍ଲ୍ୟୁଏସଙ୍କ ନିମନ୍ତେ ୧୦% ସଂରକ୍ଷଣ ବ୍ୟବସ୍ଥା ଚଳିତ ଶିକ୍ଷା ବର୍ଷ ନିମନ୍ତେ ଅପରିବର୍ତ୍ତିତ ରହିବ । ତେବେ ଭବିଷ୍ୟତରେ ଏହି କୋଟା ଜାରି ରହିବ କି ନାହିଁ ତାହା ସୁପ୍ରିମକୋର୍ଟ ନିଷ୍ପତ୍ତି ନେବେ। ଏହି ମାମଲାର ପରବର୍ତ୍ତୀ ଶୁଣାଣି ମାର୍ଚ୍ଚ ଦ୍ୱିତୀୟ ସପ୍ତାହରେ ଅନୁଷ୍ଠିତ ହେବ।

ଆହୁରି ପଢ଼ନ୍ତୁ: ୩୬,୦୦୦ ଫୁଟ ଉଚ୍ଚରେ ଏୟାର ଇଣ୍ଡିଆ ବିମାନରେ ଯାନ୍ତ୍ରିକ ତ୍ରୁଟି: କିଛି ସେକେଣ୍ଡରେ ଫେଲ୍ ମାରିଲା ସମସ୍ତ ହାଇଡ୍ରୋଲିକ୍ସ, ୨୪ ଆହତ

ସୂଚନାଯୋଗ୍ୟ ଯେ, ସର୍ବଭାରତୀୟ ସ୍ତରରେ ସ୍ନାତକୋତ୍ତର ଡାକ୍ତରୀ ନାମଲେଖାରେ ଅନ୍ୟ ପଛୁଆ ବର୍ଗ (ଓବିସି) ଏବଂ ଆର୍ଥିକ ପଛୁଆ ବର୍ଗ (ଇଡବ୍ଲ୍ୟୁଏସ)ଙ୍କ ନିମନ୍ତେ କେନ୍ଦ୍ର ସରକାର ଆରକ୍ଷଣ ବ୍ୟବସ୍ଥା କାର୍ଯ୍ଯକାରୀ କରିବାକୁ ନିଷ୍ପତ୍ତି ନେବା ପରେ ତାହାକୁ ବିରୋଧ କରି ସୁପ୍ରିମକୋର୍ଟରେ ଏକ ଆବେଦନ ଦାଏର କରାଯାଇଥିଲା । ସେଥିପାଇଁ ସମୁଦାୟ କାଉନସେଲିଂ ପ୍ରକ୍ରିୟା ବିଳମ୍ବିତ ହୋଇଥିଲା ।

ଆହୁରି ପଢ଼ନ୍ତୁ: ଏଭରେଷ୍ଟର ବେସ୍‌ କ୍ୟାମ୍ପ୍‌ରେ ବ୍ୟବହୃତ ଇନ୍ଧନ ଏବଂ ପର୍ବତାରୋହୀଙ୍କ ପରିସ୍ରା ଯୋଗୁଁ ତରଳୁଛି ହିମାଳୟ ବରଫ !

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର