ଷଣ୍ଢର ଦାମ ଏକ କୋଟି ଟଙ୍କା !

The Sakala Picture
Published On

ବେଙ୍ଗାଲୁରୁ: ଗୋଟିଏ ଷଣ୍ଢର ଦାମ୍ ଯଦି କୋଟିଏ ଟଙ୍କା ତେବେ ଏହାକୁ କେହି ବିଶ୍ବାସ କରିବେ ନାହିଁ । କିନ୍ତୁ ବିଶ୍ବାସଯୋଗ୍ୟ ନହେଲେ ମଧ୍ୟ ଏଭଳି ଘଟଣା ବେଙ୍ଗାଲୁରୁରେ ଅନୁଷ୍ଠିତ କୃଷି ମେଳାରେ ଦେଖାଯାଇଛି। ପ୍ରତିବର୍ଷ ଭଳି ଚଳିତ ବର୍ଷ ଅନୁଷ୍ଠିତ ଏହି ମେଳାରେ କ୍ରିଷ୍ଣା ନାମକ ସାଢ଼େ ତିନି ବର୍ଷର ଷଣ୍ଢ ଏକ କୋଟି ଟଙ୍କାରେ ବିକ୍ରି ହୋଇଛି। ଏହାର ମାଲିକ ବୋରେଗୌଡା କହିଛନ୍ତି ଯେ ଷଣ୍ଢଟି ବିରଳ ‘ହଲିକର’ ପ୍ରଜାତିର। ଏହାକୁ ସବୁ ପ୍ରଜାତିର […]

ବେଙ୍ଗାଲୁରୁ: ଗୋଟିଏ ଷଣ୍ଢର ଦାମ୍ ଯଦି କୋଟିଏ ଟଙ୍କା ତେବେ ଏହାକୁ କେହି ବିଶ୍ବାସ କରିବେ ନାହିଁ । କିନ୍ତୁ ବିଶ୍ବାସଯୋଗ୍ୟ ନହେଲେ ମଧ୍ୟ ଏଭଳି ଘଟଣା ବେଙ୍ଗାଲୁରୁରେ ଅନୁଷ୍ଠିତ କୃଷି ମେଳାରେ ଦେଖାଯାଇଛି। ପ୍ରତିବର୍ଷ ଭଳି ଚଳିତ ବର୍ଷ ଅନୁଷ୍ଠିତ ଏହି ମେଳାରେ କ୍ରିଷ୍ଣା ନାମକ ସାଢ଼େ ତିନି ବର୍ଷର ଷଣ୍ଢ ଏକ କୋଟି ଟଙ୍କାରେ ବିକ୍ରି ହୋଇଛି। ଏହାର ମାଲିକ ବୋରେଗୌଡା କହିଛନ୍ତି ଯେ ଷଣ୍ଢଟି ବିରଳ ‘ହଲିକର’ ପ୍ରଜାତିର। ଏହାକୁ ସବୁ ପ୍ରଜାତିର ମା’ ବୋଲି କୁହାଯାଇଥାଏ | ଏହି ପ୍ରଜାତି ଦିନକୁ ଦିନ ଲୋପ ହେବାରେ ଲାଗିଛି। ଏହାର ସିମେନର ମଧ୍ୟ ଚାହିଦା ଅଧୂକ ରହିଛି। ଗୋଟିଏ ଡୋଜ୍ ସିମେନ ହଜାରେ ଟଙ୍କାରେ ବିକ୍ରି ହୁଏ। ଏହି ଷଣ୍ଢକୁ ଦେଖିବା ପାଇଁ ମେଳାରେ ଭିଡ଼ ଲାଗିଥିଲା। ଲୋକେ ଏହା ସହ ସେଲ୍‌ଫି ମଧ୍ୟ ନେଇଥିଲେ। ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଚାରି ଦିନିଆ କୃଷି ମେଳାରେ ୧୨ ହଜାର କୃଷକ ସାମିଲ ହୋଇଥିଲେ। ଏଥିରେ ବିଭିନ୍ନ ପ୍ରଜାତିର ଗାଈଗୋରୁ, ଷଣ୍ଢ ସହିତ କୃଷି ଯନ୍ତ୍ରପାତି ମଧ୍ୟ ପ୍ରଦର୍ଶନ କରାଯାଇଥିଲା।

ଆହୁରି ପଢ଼ନ୍ତୁ: ସୁପ୍ରିମକୋର୍ଟଙ୍କ ବଡ଼ ରାୟ: ଇଣ୍ଟରନେଟ୍ ବ୍ୟବହାର କରିବା ପିଲାମାନଙ୍କ ସମେତ ପ୍ରତ୍ୟେକ ବ୍ୟକ୍ତିଙ୍କ ମୌଳିକ ଅଧିକାର

ଲୋକେ ଅନଲାଇନରେ ଏବଂ ପ୍ରତ୍ୟକ୍ଷ ଭାବେ ମେଳାରେ ସାମିଲ ହୋଇଥିଲେ। ତେବେ କ୍ରିଷ୍ଣା ମେଳାରେ ଆକର୍ଷଣର କେନ୍ଦ୍ର ପାଲଟି ଥିଲା । ଏହାକୁ ନେବା ପାଇଁ ଅନେକ ଲୋକ ନିଲାମ ଡାକିଥିଲେ । ପରିଶେଷରେ ଜଣେ ବ୍ୟକ୍ତି କୋଟିଏ ଟଙ୍କା ଦେଇ ଏହି ଷଣ୍ଡକୁ ନେଇଥିଲା। ହଲକର ପ୍ରଜାତିର ଗାଈ ଏକ ପ୍ରୋଟିନ ଯୁକ୍ତ କ୍ଷୀର ଦେଇଥାନ୍ତି। କିନ୍ତୁ ଦୁର୍ଭାଗ୍ୟର ବିଷୟ ଯେ ଏହି ପ୍ରଜାତି ଦିନକୁ ଦିନ ଲୋପ ପାଇବାରେ ଲାଗିଛି।

ଆହୁରି ପଢ଼ନ୍ତୁ: 'ଏହି ସଙ୍କଟ ପାଇଁ ଆପଣମାନେ ଦାୟୀ': କାର୍ବନ ନିର୍ଗମନ ଓ ଜଳବାୟୁ ପାଣ୍ଠିକୁ ନେଇ ପାଶ୍ଚାତ୍ୟ ଦେଶଗୁଡ଼ିକୁ ସମାଲୋଚନା କଲେ ପୀୟୂଷ ଗୋୟଲ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର