ଷଣ୍ଢର ଦାମ ଏକ କୋଟି ଟଙ୍କା !

The Sakala Picture
Published On

ବେଙ୍ଗାଲୁରୁ: ଗୋଟିଏ ଷଣ୍ଢର ଦାମ୍ ଯଦି କୋଟିଏ ଟଙ୍କା ତେବେ ଏହାକୁ କେହି ବିଶ୍ବାସ କରିବେ ନାହିଁ । କିନ୍ତୁ ବିଶ୍ବାସଯୋଗ୍ୟ ନହେଲେ ମଧ୍ୟ ଏଭଳି ଘଟଣା ବେଙ୍ଗାଲୁରୁରେ ଅନୁଷ୍ଠିତ କୃଷି ମେଳାରେ ଦେଖାଯାଇଛି। ପ୍ରତିବର୍ଷ ଭଳି ଚଳିତ ବର୍ଷ ଅନୁଷ୍ଠିତ ଏହି ମେଳାରେ କ୍ରିଷ୍ଣା ନାମକ ସାଢ଼େ ତିନି ବର୍ଷର ଷଣ୍ଢ ଏକ କୋଟି ଟଙ୍କାରେ ବିକ୍ରି ହୋଇଛି। ଏହାର ମାଲିକ ବୋରେଗୌଡା କହିଛନ୍ତି ଯେ ଷଣ୍ଢଟି ବିରଳ ‘ହଲିକର’ ପ୍ରଜାତିର। ଏହାକୁ ସବୁ ପ୍ରଜାତିର […]

ବେଙ୍ଗାଲୁରୁ: ଗୋଟିଏ ଷଣ୍ଢର ଦାମ୍ ଯଦି କୋଟିଏ ଟଙ୍କା ତେବେ ଏହାକୁ କେହି ବିଶ୍ବାସ କରିବେ ନାହିଁ । କିନ୍ତୁ ବିଶ୍ବାସଯୋଗ୍ୟ ନହେଲେ ମଧ୍ୟ ଏଭଳି ଘଟଣା ବେଙ୍ଗାଲୁରୁରେ ଅନୁଷ୍ଠିତ କୃଷି ମେଳାରେ ଦେଖାଯାଇଛି। ପ୍ରତିବର୍ଷ ଭଳି ଚଳିତ ବର୍ଷ ଅନୁଷ୍ଠିତ ଏହି ମେଳାରେ କ୍ରିଷ୍ଣା ନାମକ ସାଢ଼େ ତିନି ବର୍ଷର ଷଣ୍ଢ ଏକ କୋଟି ଟଙ୍କାରେ ବିକ୍ରି ହୋଇଛି। ଏହାର ମାଲିକ ବୋରେଗୌଡା କହିଛନ୍ତି ଯେ ଷଣ୍ଢଟି ବିରଳ ‘ହଲିକର’ ପ୍ରଜାତିର। ଏହାକୁ ସବୁ ପ୍ରଜାତିର ମା’ ବୋଲି କୁହାଯାଇଥାଏ | ଏହି ପ୍ରଜାତି ଦିନକୁ ଦିନ ଲୋପ ହେବାରେ ଲାଗିଛି। ଏହାର ସିମେନର ମଧ୍ୟ ଚାହିଦା ଅଧୂକ ରହିଛି। ଗୋଟିଏ ଡୋଜ୍ ସିମେନ ହଜାରେ ଟଙ୍କାରେ ବିକ୍ରି ହୁଏ। ଏହି ଷଣ୍ଢକୁ ଦେଖିବା ପାଇଁ ମେଳାରେ ଭିଡ଼ ଲାଗିଥିଲା। ଲୋକେ ଏହା ସହ ସେଲ୍‌ଫି ମଧ୍ୟ ନେଇଥିଲେ। ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଚାରି ଦିନିଆ କୃଷି ମେଳାରେ ୧୨ ହଜାର କୃଷକ ସାମିଲ ହୋଇଥିଲେ। ଏଥିରେ ବିଭିନ୍ନ ପ୍ରଜାତିର ଗାଈଗୋରୁ, ଷଣ୍ଢ ସହିତ କୃଷି ଯନ୍ତ୍ରପାତି ମଧ୍ୟ ପ୍ରଦର୍ଶନ କରାଯାଇଥିଲା।

ଆହୁରି ପଢ଼ନ୍ତୁ: ୩ କୋଟିର ରାସ୍ତା ବର୍ଷାରେ ବେହାଲ୍: ଧସିଲା ୯୦ ଫୁଟ୍‌ର ପିଚ୍ ରାସ୍ତା, ବିଚ୍ଛିନ୍ନ ହେଲା ଯୋଗାଯୋଗ

ଲୋକେ ଅନଲାଇନରେ ଏବଂ ପ୍ରତ୍ୟକ୍ଷ ଭାବେ ମେଳାରେ ସାମିଲ ହୋଇଥିଲେ। ତେବେ କ୍ରିଷ୍ଣା ମେଳାରେ ଆକର୍ଷଣର କେନ୍ଦ୍ର ପାଲଟି ଥିଲା । ଏହାକୁ ନେବା ପାଇଁ ଅନେକ ଲୋକ ନିଲାମ ଡାକିଥିଲେ । ପରିଶେଷରେ ଜଣେ ବ୍ୟକ୍ତି କୋଟିଏ ଟଙ୍କା ଦେଇ ଏହି ଷଣ୍ଡକୁ ନେଇଥିଲା। ହଲକର ପ୍ରଜାତିର ଗାଈ ଏକ ପ୍ରୋଟିନ ଯୁକ୍ତ କ୍ଷୀର ଦେଇଥାନ୍ତି। କିନ୍ତୁ ଦୁର୍ଭାଗ୍ୟର ବିଷୟ ଯେ ଏହି ପ୍ରଜାତି ଦିନକୁ ଦିନ ଲୋପ ପାଇବାରେ ଲାଗିଛି।

ଆହୁରି ପଢ଼ନ୍ତୁ: ଦିଲ୍ଲୀ ସତ୍ୟ ନିକେତନ କୋଠା ଭୁଶୁଡ଼ିବା ଘଟଣା: ୪ ମହଲାରୁ ଅଧିକ ଥିବା ସମସ୍ତ ବେଆଇନ ନିର୍ମାଣ ସିଲ୍ କରିବାକୁ ଏମସିଡିର ନିର୍ଦ୍ଦେଶ, ମୃତ୍ୟୁସଂଖ୍ୟା ୬କୁ ବୃଦ୍ଧି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର