ଆଉ ଟଙ୍କାଟିଏରେ ମିଳିବନି ଦିଆସିଲି: ୧୪ ବର୍ଷ ପରେ ବୃଦ୍ଧି ପାଇବାକୁ ଯାଉଛି ଦିଆସିଲି ଦାମ୍

The Sakala Picture
Published On

ନୂଆଦିଲ୍ଲୀ: ବାଜରରେ ଦର ଦାମ ବୃଦ୍ଧି ପାଉଥିବା ବେଳେ ଏବେ ଦିଆସିଲିର ଦର ମଧ୍ଯ ବୃଦ୍ଧି ପାଇବାକୁ ଯାଉଛି। ଏଣିକି ଆଉ ଟଙ୍କାଟିଏରେ ମିଳିବନି ଦିଆସିଲି । ପ୍ରାୟ ୧୪ ବର୍ଷ ପରେ ବଢ଼ିବାକୁ ଯାଉଛି ଦିଆସିଲି ପେଡ଼ାର ଦାମ । ଖୁବଶୀଘ୍ର ଡିସେମ୍ବର ପହିଲାରୁ ମହଙ୍ଗା ହୋଇଯିବ ଦିଆସିଲି । ଟଙ୍କାଏ ବଦଳରେ ଗୋଟିଏ ଦିଆସିଲି ପେଡ଼ାକୁ ୨ ଟଙ୍କା ଦେଇ କିଣିବାକୁ ପଡ଼ିବ । ଦେଶରେ ଦିଆସିଲି କାରାଖାନର ଶିଳ୍ପ କହିଲେ ଶିବକାଶୀକୁ ବୁଝାଏ […]

ନୂଆଦିଲ୍ଲୀ: ବାଜରରେ ଦର ଦାମ ବୃଦ୍ଧି ପାଉଥିବା ବେଳେ ଏବେ ଦିଆସିଲିର ଦର ମଧ୍ଯ ବୃଦ୍ଧି ପାଇବାକୁ ଯାଉଛି। ଏଣିକି ଆଉ ଟଙ୍କାଟିଏରେ ମିଳିବନି ଦିଆସିଲି । ପ୍ରାୟ ୧୪ ବର୍ଷ ପରେ ବଢ଼ିବାକୁ ଯାଉଛି ଦିଆସିଲି ପେଡ଼ାର ଦାମ । ଖୁବଶୀଘ୍ର ଡିସେମ୍ବର ପହିଲାରୁ ମହଙ୍ଗା ହୋଇଯିବ ଦିଆସିଲି । ଟଙ୍କାଏ ବଦଳରେ ଗୋଟିଏ ଦିଆସିଲି ପେଡ଼ାକୁ ୨ ଟଙ୍କା ଦେଇ କିଣିବାକୁ ପଡ଼ିବ । ଦେଶରେ ଦିଆସିଲି କାରାଖାନର ଶିଳ୍ପ କହିଲେ ଶିବକାଶୀକୁ ବୁଝାଏ । ଦିଆସିଲି ପ୍ରସ୍ତୁତ କରୁଥିବା ୫ଟି ବଡ଼ କମ୍ପାନୀ ଏବେ ଏହି ଦର ବଢ଼ାଇବାକୁ ନିଷ୍ପତ୍ତି ନେଇଛନ୍ତି ।

ଆହୁରି ପଢ଼ନ୍ତୁ: 'ଅଦା, ରସୁଣ, ଜିରା... କେବେ ପରିବା ହୋଇପାରିବେ ନାହିଁ', ଦଳ ଛାଡ଼ିଥିବା ୭ ଆପ୍ ସାଂସଦଙ୍କୁ ଭଗୱନ୍ତ ମାନଙ୍କ କଟାକ୍ଷ

ଏହା ପୂର୍ବରୁ ଦିଆସିଲିର ଦର ୧୪ ବର୍ଷ ତଳେ ବଢ଼ିଥିଲା । ୨୦୦୭ ମସିହାରେ ଦିଆସିଲିର ଦାମ ୫୦ ପଇସାରୁ ୧ ଟଙ୍କାକୁ ବୃଦ୍ଧି ପାଇଥିଲା । ଦିଆସିଲି ନିର୍ମାତାଙ୍କ କହିବା ଅନୁସାରେ, ମ୍ୟାଚିସ୍ ପ୍ରସ୍ତୁତରେ ବ୍ୟବହୃତ ୧୪ଟି ପଦାର୍ଥର ଦାମ ବଢ଼ିଛି । ଲାଲ୍ ପାରଦର ଦାମ ୪୨୫ ଟଙ୍କାରୁ ବଢ଼ି କେଜି ପିଛା ୮୧୦ ଟଙ୍କା ହୋଇଛି ।

ଆହୁରି ପଢ଼ନ୍ତୁ: ଓ୍ୱାଶିଂଟନ ଡିସି ମେୟର ନିର୍ବାଚନ ଲଢ଼ିବେ ଭାରତୀୟ ବଂଶୋଦ୍ଭବ ରିନି ସମ୍ପତ, ରଚିଲେ ଇତିହାସ

ସେହିଭଳି ମହମ, ଦିଆସିଲି ପେଡ଼ା, ପୋଟେସିୟମ୍ କ୍ଲୋରେଟ୍ ଓ ସଲଫେଟ୍ ଦାମ ମଧ୍ୟ ଅକ୍ଟୋବର ୧୦ ତାରିଖରୁ ଲଗାତାର ବଢ଼ୁଛି । ଏହା ବାଦ୍ ଡିଜେଲ ଦର ଆଉ ଏକ ବୋଝ । ଏଥିସହ ଦିଆସିଲି ପାଇଁ ୧୨ ପ୍ରତିଶତ ଟିକସ ଦେବାକୁ ପଡ଼ିବ।

ଆହୁରି ପଢ଼ନ୍ତୁ: ନାବାଳିକା ଦୁଷ୍କର୍ମ ପୀଡ଼ିତାଙ୍କ ଗର୍ଭପାତକୁ ବିରୋଧ କରିବା ନେଇ କେନ୍ଦ୍ରକୁ କଡ଼ା ଭର୍ତ୍ସନା କଲେ ସୁପ୍ରିମକୋର୍ଟ

23 Oct 2021 By The Sakala

ଆଉ ଟଙ୍କାଟିଏରେ ମିଳିବନି ଦିଆସିଲି: ୧୪ ବର୍ଷ ପରେ ବୃଦ୍ଧି ପାଇବାକୁ ଯାଉଛି ଦିଆସିଲି ଦାମ୍

ନୂଆଦିଲ୍ଲୀ: ବାଜରରେ ଦର ଦାମ ବୃଦ୍ଧି ପାଉଥିବା ବେଳେ ଏବେ ଦିଆସିଲିର ଦର ମଧ୍ଯ ବୃଦ୍ଧି ପାଇବାକୁ ଯାଉଛି। ଏଣିକି ଆଉ ଟଙ୍କାଟିଏରେ ମିଳିବନି ଦିଆସିଲି । ପ୍ରାୟ ୧୪ ବର୍ଷ ପରେ ବଢ଼ିବାକୁ ଯାଉଛି ଦିଆସିଲି ପେଡ଼ାର ଦାମ । ଖୁବଶୀଘ୍ର ଡିସେମ୍ବର ପହିଲାରୁ ମହଙ୍ଗା ହୋଇଯିବ ଦିଆସିଲି । ଟଙ୍କାଏ ବଦଳରେ ଗୋଟିଏ ଦିଆସିଲି ପେଡ଼ାକୁ ୨ ଟଙ୍କା ଦେଇ କିଣିବାକୁ ପଡ଼ିବ । ଦେଶରେ ଦିଆସିଲି କାରାଖାନର ଶିଳ୍ପ କହିଲେ ଶିବକାଶୀକୁ ବୁଝାଏ । ଦିଆସିଲି ପ୍ରସ୍ତୁତ କରୁଥିବା ୫ଟି ବଡ଼ କମ୍ପାନୀ ଏବେ ଏହି ଦର ବଢ଼ାଇବାକୁ ନିଷ୍ପତ୍ତି ନେଇଛନ୍ତି ।

ଏହା ପୂର୍ବରୁ ଦିଆସିଲିର ଦର ୧୪ ବର୍ଷ ତଳେ ବଢ଼ିଥିଲା । ୨୦୦୭ ମସିହାରେ ଦିଆସିଲିର ଦାମ ୫୦ ପଇସାରୁ ୧ ଟଙ୍କାକୁ ବୃଦ୍ଧି ପାଇଥିଲା । ଦିଆସିଲି ନିର୍ମାତାଙ୍କ କହିବା ଅନୁସାରେ, ମ୍ୟାଚିସ୍ ପ୍ରସ୍ତୁତରେ ବ୍ୟବହୃତ ୧୪ଟି ପଦାର୍ଥର ଦାମ ବଢ଼ିଛି । ଲାଲ୍ ପାରଦର ଦାମ ୪୨୫ ଟଙ୍କାରୁ ବଢ଼ି କେଜି ପିଛା ୮୧୦ ଟଙ୍କା ହୋଇଛି ।

ସେହିଭଳି ମହମ, ଦିଆସିଲି ପେଡ଼ା, ପୋଟେସିୟମ୍ କ୍ଲୋରେଟ୍ ଓ ସଲଫେଟ୍ ଦାମ ମଧ୍ୟ ଅକ୍ଟୋବର ୧୦ ତାରିଖରୁ ଲଗାତାର ବଢ଼ୁଛି । ଏହା ବାଦ୍ ଡିଜେଲ ଦର ଆଉ ଏକ ବୋଝ । ଏଥିସହ ଦିଆସିଲି ପାଇଁ ୧୨ ପ୍ରତିଶତ ଟିକସ ଦେବାକୁ ପଡ଼ିବ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର