ନିର୍ବାଚନ ପୂର୍ବରୁ ଦିଦିଙ୍କୁ ଝଟ୍‌କା, ଗୋଟିଏ ଦିନରେ ଟିଏମସି ହାତ ଛାଡି ବିଜେପିରେ ମିଶିଲେ ୫ ବିଧାୟକ

The Sakala Picture
Published On

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ତଥା ଟିଏମସି ମୁଖ୍ୟ ମମତା ବାନାର୍ଜୀଙ୍କୁ ଲାଗିଛି ବଡ ଝଟକା। ଗତକାଲି ମୋଦୀଙ୍କ ବିଶାଳ ଜନସମାବେଶ ପରେ ଆଜି ଗୋଟିଏ ଦିନରେ ଟିଏମସି ହାତ ଛାଡିଛନ୍ତି ୫ କାର୍ଯ୍ୟରତ ବିଧାୟକ। ଯାହା ଦିଦିଙ୍କ ଗଡକୁ ଦୋହଲାଇ ଦେଇଛି।  ଗୋଟିଏ ଦିନରେ ଇସ୍ତଫା ଦେଇଛନ୍ତି ଦଳର ୫ ବିଧାୟକ । ଟିଏମସିର ଶୀତଲ କୁମାର ସରଦାରଙ୍କ ସମେତ ୫ ବିଧାୟକ ସୋମବାର ମମତାଙ୍କ ହାତ ଛାଡି ବିଜେପିରେ ହୋଇଛନ୍ତି ସାମିଲ । […]

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ତଥା ଟିଏମସି ମୁଖ୍ୟ ମମତା ବାନାର୍ଜୀଙ୍କୁ ଲାଗିଛି ବଡ ଝଟକା। ଗତକାଲି ମୋଦୀଙ୍କ ବିଶାଳ ଜନସମାବେଶ ପରେ ଆଜି ଗୋଟିଏ ଦିନରେ ଟିଏମସି ହାତ ଛାଡିଛନ୍ତି ୫ କାର୍ଯ୍ୟରତ ବିଧାୟକ। ଯାହା ଦିଦିଙ୍କ ଗଡକୁ ଦୋହଲାଇ ଦେଇଛି।  ଗୋଟିଏ ଦିନରେ ଇସ୍ତଫା ଦେଇଛନ୍ତି ଦଳର ୫ ବିଧାୟକ । ଟିଏମସିର ଶୀତଲ କୁମାର ସରଦାରଙ୍କ ସମେତ ୫ ବିଧାୟକ ସୋମବାର ମମତାଙ୍କ ହାତ ଛାଡି ବିଜେପିରେ ହୋଇଛନ୍ତି ସାମିଲ ।

ଆହୁରି ପଢ଼ନ୍ତୁ: ପୁଣେ କେତନ ଅଗ୍ରୱାଲ ହତ୍ୟାକାଣ୍ଡ: ପ୍ରଥମେ କେତନଙ୍କୁ ଅପାହିଜ କରିବାକୁ ଯୋଜନା କରିଥିଲେ ସିୟା ଓ ଚେତନ, ପରେ ରଚିଲେ ହତ୍ୟା ଷଡ଼ଯନ୍ତ୍ର

ନିର୍ବାଚନର ଅବ୍ୟବହିତ ପୂର୍ବରୁ ଯେଉଁ ନେତାମାନେ ସୋମବାର ବିଜେପିରେ ସାମିଲ ହୋଇଛନ୍ତି ସେମାନଙ୍କ ମଧ୍ୟରେ ତୃଣମୂଳ ବିଧାୟକ ସୋନାଲୀ ଗୁହା, ଦୀପେନ୍ଦୁ ବିଶ୍ବାସ, ରବିନ୍ଦ୍ରନାଥ ଭଟ୍ଟାଚାର୍ଯ୍ୟ, ଜଟ୍ଟୁ ଲହିରୀ, ଶୀତଲ କୁମାର ସରଦାର ସାମିଲ ଅଛନ୍ତି । ଅନ୍ୟପକ୍ଷେ ହବୀବପୁର ସରାଲା ମୁର୍ମୁରୁ ପ୍ରାର୍ଥୀ ମଧ୍ୟ ବିଜେପିରେ ହୋଇଛନ୍ତି ସାମିଲ । ଏହି ସମସ୍ତ ନେତା ସୋମବାର ପଶ୍ଚିମବଙ୍ଗ ବିଜେପି ରାଜ୍ୟସଭାପତି ଦିଲ୍ଲୀପ ଘୋଷ, ଶୁଭେନ୍ଦୁ ଅଧିକାରୀ ଓ ମୁକୁଲ ରାୟଙ୍କ ଉପସ୍ଥିତିରେ ପଦ୍ମ ଧରିଛନ୍ତି ।ରବିନ୍ଦ୍ରନାଥ ଭଟ୍ଟାଚାର୍ଯ୍ୟ ୨୦୦୧ରୁ ସିଙ୍ଗୁର ବିଧାନସଭା ଆସନରୁ ଟିଏମସିର ବିଧାୟକ ରହିଆସିଥିଲେ । ଏଥର ୮୦ ବର୍ଷରୁ ଊର୍ଦ୍ଧ୍ବ ବୟସ୍କଙ୍କୁ ଟିକେଟ ଦେଇନି ଟିଏମସି । ଏଥିପାଇଁ ରବିନ୍ଦ୍ରନାଥ ଭଟ୍ଟାଚାର୍ଯ୍ୟଙ୍କୁ ମଧ୍ୟ ଟିକେଟ ମିଳିନଥିଲା । ଗତବର୍ଷ ହୋଇଥିବା ସିଙ୍ଗୁର ଆନ୍ଦୋଳନରେ ମୁଖ୍ୟ ଚେହେରା ଥିଲେ ରବିନ୍ଦ୍ରନାଥ ଭଟ୍ଟାଚାର୍ଯ୍ୟ ।

ଆହୁରି ପଢ଼ନ୍ତୁ: ଦିଲ୍ଲୀ ହାଇକୋର୍ଟଙ୍କ ବଡ଼ ନିର୍ଦ୍ଦେଶ: CJP ବିକ୍ଷୋଭ ମାମଲାରେ ସିସିଟିଭି ଫୁଟେଜ୍ ସଂରକ୍ଷିତ ରଖିବାକୁ ଆଦେଶ, କେନ୍ଦ୍ର ଓ ପୋଲିସକୁ ନୋଟିସ୍

ନିର୍ବାଚନକୁ ମାତ୍ର କେଇଟା ଦିନ ବାକିଥିବା ବେଳେ ନେତାଙ୍କ ଦଳ ଡିଆଁ ପ୍ରକ୍ରିୟା ଟିଏମସି ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ପୂର୍ବରୁ ମଧ୍ୟ ଅନେକ ଟିଏମସି ହେଭିଓ୍ବେଟ୍ ଦଳ ଛାଡି ଗେରୁଆ କ୍ୟାମ୍ପରେ ସାମିଲ ହୋଇସାରିଛନ୍ତି । ଏବେ ଟିକେଟ ପାଇନଥିବା ଅସନ୍ତୁଷ୍ଟ ବିଧାୟକମାନେ ମଧ୍ୟ ଦଳଛାଡୁଛନ୍ତି।

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ଘୋଷଣା ହୋଇସାରିଛି ତାରିଖ । ୨୭ ମାର୍ଚ୍ଚରୁ ୮ଟି ପର୍ୟ୍ୟାୟରେ ବିଧାନସଭା ନିର୍ବାଚନ ହେବ । ୨୯୪ ସଦସ୍ୟ ବିଶିଷ୍ଟ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ଗଡ ବଞ୍ଚାଇବାକୁ ଜୋରଦାର ପ୍ରୟାସ ଚଳାଇଛି ତୃଣମୂଳ କଂଗ୍ରେସ । ସେପଟେ ବିଜେପି ମଧ୍ୟ ଦିଦିଙ୍କ ଗଡ ଭାଙ୍ଗି ବିଜୟ ଧ୍ବଜା ଉଡାଇବାକୁ ନିଜର ସମସ୍ତ ଶକ୍ତି ଲଗାଇଦେଇଛି ।

08 Mar 2021 By The Sakala

ନିର୍ବାଚନ ପୂର୍ବରୁ ଦିଦିଙ୍କୁ ଝଟ୍‌କା, ଗୋଟିଏ ଦିନରେ ଟିଏମସି ହାତ ଛାଡି ବିଜେପିରେ ମିଶିଲେ ୫ ବିଧାୟକ

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ତଥା ଟିଏମସି ମୁଖ୍ୟ ମମତା ବାନାର୍ଜୀଙ୍କୁ ଲାଗିଛି ବଡ ଝଟକା। ଗତକାଲି ମୋଦୀଙ୍କ ବିଶାଳ ଜନସମାବେଶ ପରେ ଆଜି ଗୋଟିଏ ଦିନରେ ଟିଏମସି ହାତ ଛାଡିଛନ୍ତି ୫ କାର୍ଯ୍ୟରତ ବିଧାୟକ। ଯାହା ଦିଦିଙ୍କ ଗଡକୁ ଦୋହଲାଇ ଦେଇଛି।  ଗୋଟିଏ ଦିନରେ ଇସ୍ତଫା ଦେଇଛନ୍ତି ଦଳର ୫ ବିଧାୟକ । ଟିଏମସିର ଶୀତଲ କୁମାର ସରଦାରଙ୍କ ସମେତ ୫ ବିଧାୟକ ସୋମବାର ମମତାଙ୍କ ହାତ ଛାଡି ବିଜେପିରେ ହୋଇଛନ୍ତି ସାମିଲ ।

ନିର୍ବାଚନର ଅବ୍ୟବହିତ ପୂର୍ବରୁ ଯେଉଁ ନେତାମାନେ ସୋମବାର ବିଜେପିରେ ସାମିଲ ହୋଇଛନ୍ତି ସେମାନଙ୍କ ମଧ୍ୟରେ ତୃଣମୂଳ ବିଧାୟକ ସୋନାଲୀ ଗୁହା, ଦୀପେନ୍ଦୁ ବିଶ୍ବାସ, ରବିନ୍ଦ୍ରନାଥ ଭଟ୍ଟାଚାର୍ଯ୍ୟ, ଜଟ୍ଟୁ ଲହିରୀ, ଶୀତଲ କୁମାର ସରଦାର ସାମିଲ ଅଛନ୍ତି । ଅନ୍ୟପକ୍ଷେ ହବୀବପୁର ସରାଲା ମୁର୍ମୁରୁ ପ୍ରାର୍ଥୀ ମଧ୍ୟ ବିଜେପିରେ ହୋଇଛନ୍ତି ସାମିଲ । ଏହି ସମସ୍ତ ନେତା ସୋମବାର ପଶ୍ଚିମବଙ୍ଗ ବିଜେପି ରାଜ୍ୟସଭାପତି ଦିଲ୍ଲୀପ ଘୋଷ, ଶୁଭେନ୍ଦୁ ଅଧିକାରୀ ଓ ମୁକୁଲ ରାୟଙ୍କ ଉପସ୍ଥିତିରେ ପଦ୍ମ ଧରିଛନ୍ତି ।ରବିନ୍ଦ୍ରନାଥ ଭଟ୍ଟାଚାର୍ଯ୍ୟ ୨୦୦୧ରୁ ସିଙ୍ଗୁର ବିଧାନସଭା ଆସନରୁ ଟିଏମସିର ବିଧାୟକ ରହିଆସିଥିଲେ । ଏଥର ୮୦ ବର୍ଷରୁ ଊର୍ଦ୍ଧ୍ବ ବୟସ୍କଙ୍କୁ ଟିକେଟ ଦେଇନି ଟିଏମସି । ଏଥିପାଇଁ ରବିନ୍ଦ୍ରନାଥ ଭଟ୍ଟାଚାର୍ଯ୍ୟଙ୍କୁ ମଧ୍ୟ ଟିକେଟ ମିଳିନଥିଲା । ଗତବର୍ଷ ହୋଇଥିବା ସିଙ୍ଗୁର ଆନ୍ଦୋଳନରେ ମୁଖ୍ୟ ଚେହେରା ଥିଲେ ରବିନ୍ଦ୍ରନାଥ ଭଟ୍ଟାଚାର୍ଯ୍ୟ ।

ନିର୍ବାଚନକୁ ମାତ୍ର କେଇଟା ଦିନ ବାକିଥିବା ବେଳେ ନେତାଙ୍କ ଦଳ ଡିଆଁ ପ୍ରକ୍ରିୟା ଟିଏମସି ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ପୂର୍ବରୁ ମଧ୍ୟ ଅନେକ ଟିଏମସି ହେଭିଓ୍ବେଟ୍ ଦଳ ଛାଡି ଗେରୁଆ କ୍ୟାମ୍ପରେ ସାମିଲ ହୋଇସାରିଛନ୍ତି । ଏବେ ଟିକେଟ ପାଇନଥିବା ଅସନ୍ତୁଷ୍ଟ ବିଧାୟକମାନେ ମଧ୍ୟ ଦଳଛାଡୁଛନ୍ତି।

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ଘୋଷଣା ହୋଇସାରିଛି ତାରିଖ । ୨୭ ମାର୍ଚ୍ଚରୁ ୮ଟି ପର୍ୟ୍ୟାୟରେ ବିଧାନସଭା ନିର୍ବାଚନ ହେବ । ୨୯୪ ସଦସ୍ୟ ବିଶିଷ୍ଟ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ଗଡ ବଞ୍ଚାଇବାକୁ ଜୋରଦାର ପ୍ରୟାସ ଚଳାଇଛି ତୃଣମୂଳ କଂଗ୍ରେସ । ସେପଟେ ବିଜେପି ମଧ୍ୟ ଦିଦିଙ୍କ ଗଡ ଭାଙ୍ଗି ବିଜୟ ଧ୍ବଜା ଉଡାଇବାକୁ ନିଜର ସମସ୍ତ ଶକ୍ତି ଲଗାଇଦେଇଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର