ଦିଲ୍ଲୀର ସୀମାପୁରୀରେ ଭୁଶୁଡ଼ିଲା ୩ ମହଲା କୋଠା, ଏକାଧିକ ବ୍ୟକ୍ତି ଭଗ୍ନାବଶେଷ ତଳେ ଚାପି ହୋଇ ରହିଥିବା ଆଶଙ୍କା

Madhusudan Das Picture
Published On

ନୂଆଦିଲ୍ଲୀ: ଦିଲ୍ଲୀର ସତ୍ୟ ନିକେତନରେ ଘଟିଥିବା ଅଘଟଣର ଠିକ୍ ମାସକ ପରେ ପୁଣି ଏକ ବଡ଼ ଦୁର୍ଘଟଣା ସାମ୍ନାକୁ ଆସିଛି। ବୁଧବାର ଅପରାହ୍ନରେ ଉତ୍ତର-ପୂର୍ବ ଦିଲ୍ଲୀର ନୂଆ ସୀମାପୁରୀ ଅଞ୍ଚଳରେ ଏକ ୩ ମହଲା କୋଠା ଭୁଶୁଡ଼ି ପଡ଼ିଛି। ଏହି କୋଠାର ଭଗ୍ନାବଶେଷ ତଳେ ଅନେକ ଲୋକ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି।

ଆହୁରି ପଢ଼ନ୍ତୁ: ଦିଲ୍ଲୀ ହାଇକୋର୍ଟଙ୍କ ବଡ଼ ନିର୍ଦ୍ଦେଶ: ଅଦାଲତରେ ମିଥ୍ୟା ବୟାନ ଦେଇଥିବା ୬ ସିବିଆଇ ଅଧିକାରୀଙ୍କ ବିରୋଧରେ ଫୌଜଦାରୀ ମାମଲା

ରିପୋର୍ଟ ଅନୁଯାୟୀ, ଅପରାହ୍ନ ପ୍ରାୟ ୩.୩୦ ମିନିଟ୍ ସମୟରେ ନୂଆ ସୀମାପୁରୀର ଇଦଗାହ ମାଛ ମାର୍କେଟ ନିକଟରେ ଏହି ଅଘଟଣ ଘଟିଛି। ତିନି ମହଲା ବିଶିଷ୍ଟ ଏହି କୋଠାର ସମ୍ମୁଖ ଭାଗଟି ହଠାତ୍ ଖସି ପଡ଼ିବାରୁ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା। ଘଟଣାସ୍ଥଳରେ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଛି।

ଆହୁରି ପଢ଼ନ୍ତୁ: ପାଟନାରୁ ଲକ୍ଷ୍ନୌ ଯାଉଥିବା ଇଣ୍ଡିଗୋ ବିମାନରେ ବଜ୍ରପାତ: ମଝି ଆକାଶରେ ନୋଜ୍ କ୍ଷତିଗ୍ରସ୍ତ, ସୁରକ୍ଷିତ ଅଛନ୍ତି ୧୦୪ ଯାତ୍ରୀ

ସୂଚନା ପାଇବା କ୍ଷଣି ଦିଲ୍ଲୀ ଅଗ୍ନିଶମ ସେବା (DFS) ପକ୍ଷରୁ ଉଦ୍ଧାରକାରୀ ଦଳଙ୍କୁ ଘଟଣାସ୍ଥଳକୁ ପଠାଯାଇଥିଲା। ଭଗ୍ନାବଶେଷ ତଳେ କେହି ଚାପି ହୋଇ ରହିଛନ୍ତି କି ନାହିଁ, ତାହା ନିଶ୍ଚିତ କରିବା ପାଇଁ ଅଗ୍ନିଶମ ବାହିନୀ ଏବଂ ଉଦ୍ଧାରକାରୀ ଦଳ ପକ୍ଷରୁ ସର୍ଚ୍ଚ ଏବଂ ଉଦ୍ଧାର କାର୍ଯ୍ୟ ଜୋରସୋରରେ ଜାରି ରହିଛି। ବର୍ତ୍ତମାନ ସୁଦ୍ଧା ମୃତାହତଙ୍କ ସମ୍ପର୍କରେ କୌଣସି ସ୍ପଷ୍ଟ ସୂଚନା ମିଳିପାରି ନାହିଁ।

ଆହୁରି ପଢ଼ନ୍ତୁ: ଆମେରିକାରେ ଗ୍ରୀନ୍ କାର୍ଡ ଉପରେ କଟକଣା: ମାଇକ୍ରୋସଫ୍ଟ, ଟିସିଏସ୍ (TCS), ୱିପ୍ରୋ (Wipro) ସମେତ ୮ଟି ବଡ଼ ଆଇଟି କମ୍ପାନୀ ଉପରେ ପ୍ରଭାବ

ସୂଚନାଯୋଗ୍ୟ ଯେ, ଗତ ମାସରେ ଦକ୍ଷିଣ ଦିଲ୍ଲୀର ସତ୍ୟ ନିକେତନ ଅଞ୍ଚଳରେ ପିଜି (PG) ଚାଲୁଥିବା ଏକ ୫ ମହଲା କୋଠା ଭୁଶୁଡ଼ି ପଡ଼ିଥିଲା। ଏହି ହୃଦୟବିଦାରକ ଦୁର୍ଘଟଣାରେ ୭ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣାର ସ୍ମୃତି ଲିଭି ନଥିବା ବେଳେ ଏବେ ପୁଣି ସୀମାପୁରୀ ଅଞ୍ଚଳରେ ଘଟିଥିବା ଏହି ଅଘଟଣ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି କରିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର