ଏଭରେଷ୍ଟର ବେସ୍‌ କ୍ୟାମ୍ପ୍‌ରେ ବ୍ୟବହୃତ ଇନ୍ଧନ ଏବଂ ପର୍ବତାରୋହୀଙ୍କ ପରିସ୍ରା ଯୋଗୁଁ ତରଳୁଛି ହିମାଳୟ ବରଫ !

Madhusudan Das Picture
Published On

ନୂଆଦିଲ୍ଲୀ: ବିଶ୍ୱର ସର୍ବୋଚ୍ଚ ଶୃଙ୍ଗ ଏଭରେଷ୍ଟର ବେସ୍‌ କ୍ୟାମ୍ପ୍‌ରେ ବୃଦ୍ଧି ପାଉଥିବା ଜନଗହଳି ଓ ମାନବୀୟ କାର୍ଯ୍ୟକଳାପ ବର୍ତ୍ତମାନ ସେଠାକାର ପରିବେଶ ପାଇଁ ବିପଦ ସୃଷ୍ଟି କରିଛି। ରିଜିଓନାଲ ଏନଭାଇରନମେଣ୍ଟାଲ ଚେଞ୍ଜ ପତ୍ରିକାରେ ପ୍ରକାଶିତ ଗବେଷଣା ଅନୁଯାୟୀ, ବିଶ୍ୱତାପନ ବ୍ୟତୀତ ବେସ୍‌ କ୍ୟାମ୍ପ୍‌ରେ ବ୍ୟବହୃତ ଇନ୍ଧନ ଏବଂ ପର୍ବତାରୋହୀଙ୍କ ପରିସ୍ରାରୁ ନିର୍ଗତ ଉତ୍ତାପ ଯୋଗୁଁ ଖୁମ୍ବୁ ହିମପର୍ବତ ଦ୍ରୁତ ଗତିରେ ତରଳିବାରେ ଲାଗିଛି। 

ଆହୁରି ପଢ଼ନ୍ତୁ: NCLT-ରେ ସୁଭାଷ ଚନ୍ଦ୍ରଙ୍କ ଦେବାଳିଆ ମାମଲାର ପୁଣି ହେବ ଶୁଣାଣି: ୨୨ ହଜାର କୋଟି ଋଣ ବଦଳରେ ମାତ୍ର ୬.୫ କୋଟି ଦେବା ପ୍ରସ୍ତାବରେ ଫସିଲା ପେଞ୍ଚ

ରିପୋର୍ଟ ଅନୁସାରେ, ପ୍ରତିବର୍ଷ ପ୍ରାୟ ୮୦୦ ରୁ ୧,୨୦୦ ପର୍ବତାରୋହୀ ଏଭରେଷ୍ଟ ନିକଟକୁ ଯାତ୍ରା କରିଥାନ୍ତି। ସେମାନଙ୍କୁ ସାହାଯ୍ୟ କରିବା ପାଇଁ ୫୦୦ ରୁ ୭୦୦ ସ୍ଥାନୀୟ ପର୍ବତାରୋହୀ ମୂଳ ଶିବିରରେ ଏକତ୍ରିତ ହୁଅନ୍ତି। ତଥ୍ୟ ଅନୁଯାୟୀ ୨୦୨୩ ପର୍ବତାରୋହଣ ଋତୁରେ, ବେସ୍‌ କ୍ୟାମ୍ପ୍‌ରେ ପର୍ବତାରୋହୀମାନଙ୍କ ଦ୍ୱାରା ଦୈନିକ ପ୍ରାୟ ୬,୭୬୬ ଲିଟର ପରିସ୍ରା ନିର୍ଗତ ହୋଇଥିଲା। ଶରୀରରୁ ବାହାରୁଥିବା ଏହି ପରିସ୍ରାର ଉତ୍ତାପ ବରଫ ତରଳାଇବାରେ ସହାୟକ ହେଉଛି। ମାନବୀୟ ବିଭିନ୍ନ କାର୍ଯ୍ୟକଳାପ ଯୋଗୁଁ ତରଳୁଥିବା ବରଫ ମଧ୍ୟରୁ ପରିସ୍ରାର ଉତ୍ତାପ ପ୍ରାୟ ୬% ପାଇଁ ଦାୟୀ ରହିଥିବା ଜଣାପଡ଼ିଛି। 

ଆହୁରି ପଢ଼ନ୍ତୁ: ୟୁକ୍ରେନରେ ଋଷିଆର ଭୟଙ୍କର ମିସାଇଲ ମାଡ଼: ଜଣେ ଭାରତୀୟଙ୍କ ସମେତ ୧୨ ଜଣଙ୍କର ମୃତ୍ୟୁ

ଏହା ବ୍ୟତୀତ ରନ୍ଧନ, ଗରମ ଏବଂ ବିଦ୍ୟୁତ ପାଇଁ ବ୍ୟବହୃତ ଏଲ୍‌ପିଜି, କିରୋସିନି ଓ ପେଟ୍ରୋଲ ପରି ଜୀବାଶ୍ମ ଇନ୍ଧନର ବ୍ୟବହାର ୯୪% ଦାୟୀ ରହିଛି। ଗବେଷଣା ଅନୁଯାୟୀ, ୨୦୨୩ ବସନ୍ତ ଋତୁରେ ଏହି ସମସ୍ତ କାର୍ଯ୍ୟକଳାପରୁ ନିର୍ଗତ ଉତ୍ତାପ ପ୍ରାୟ ୨,୪୯୨ ଟନ୍‌ ବରଫ ଓ ତୁଷାରକୁ ତରଳାଇବା ପାଇଁ ଯଥେଷ୍ଟ। ଗତ ୩୨ ବର୍ଷର ଉପଗ୍ରହ ତଥ୍ୟ ଅନୁଯାୟୀ ବେସ୍‌ କ୍ୟାମ୍ପ୍‌ର ଭୂପୃଷ୍ଠ ତାପମାତ୍ରା ପ୍ରତିବର୍ଷ ୦.୨୮ ଡିଗ୍ରୀ ସେଲସିୟସ ହାରରେ ବୃଦ୍ଧି ପାଉଛି। ଏହା ଅନ୍ୟ ପାର୍ଶ୍ୱବର୍ତ୍ତୀ ବରଫ ପର୍ବତର ତାପମାତ୍ରା ବୃଦ୍ଧି ହାର ତୁଳନାରେ ପ୍ରାୟ ୨ ଗୁଣ ଅଧିକ। ଏହି ସଙ୍କଟରୁ ରକ୍ଷା ପାଇବା ପାଇଁ ଗବେଷକମାନେ ବେସ୍‌ କ୍ୟାମ୍ପ୍‌ର କିଛି ଅଂଶକୁ ଅନ୍ୟତ୍ର ସ୍ଥାନାନ୍ତର କରିବା ସହ ବର୍ଜ୍ୟବସ୍ତୁର ସୁପରିଚାଳନା ପାଇଁ ପରାମର୍ଶ ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ୩୬,୦୦୦ ଫୁଟ ଉଚ୍ଚରେ ଏୟାର ଇଣ୍ଡିଆ ବିମାନରେ ଯାନ୍ତ୍ରିକ ତ୍ରୁଟି: କିଛି ସେକେଣ୍ଡରେ ଫେଲ୍ ମାରିଲା ସମସ୍ତ ହାଇଡ୍ରୋଲିକ୍ସ, ୨୪ ଆହତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର