ଦିଶା ସାଲିଆନଙ୍କ ମୃତ୍ୟୁ ମାମଲା: ସିବିଆଇକୁ FIR ରୁଜୁ କରିବାକୁ ବମ୍ବେ ହାଇକୋର୍ଟଙ୍କ ନିର୍ଦ୍ଦେଶ

Madhusudan Das Picture
Published On

ମୁମ୍ବାଇ: ଦିଶା ସାଲିଆନଙ୍କ ମୃତ୍ୟୁ ମାମଲାରେ ସିବିଆଇକୁ FIR ରୁଜୁ ନିର୍ଦ୍ଦେଶ । FIR ପଞ୍ଜିକରଣ କରିବାକୁ CBIକୁ ବମ୍ବେ ହାଇକୋର୍ଟଙ୍କ ନିର୍ଦ୍ଦେଶ । ପ୍ରଖ୍ୟାତ ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ପୂର୍ବତନ ମ୍ୟାନେଜର ହେଉଛନ୍ତି ଦିଶା ସାଲିଆନ । ଏହି ମାମଲାର ସିବିଆଇ (CBI) ତଦନ୍ତ ପାଇଁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ଟ୍ରମ୍ପଙ୍କ ନୂଆ ଇମିଗ୍ରେସନ ନୀତି: H-1B ଭିସା ଓ OPT ଫି'ରେ ବୃଦ୍ଧି ପ୍ରସ୍ତାବ, ଆମେରିକାରେ ବଢ଼ିଲା ଭାରତୀୟଙ୍କ ଚିନ୍ତା

ଦିଶାଙ୍କ ପିତା ସତୀଶ ସାଲିଆନ୍ ଏହି ଘଟଣାରେ ମୁମ୍ବାଇ ପୋଲିସର ତଦନ୍ତ ପ୍ରକ୍ରିୟାରେ ତ୍ରୁଟି ଥିବା ଦର୍ଶାଇ ହାଇକୋର୍ଟରେ ଏକ ପିଟିସନ ଦାୟର କରିଥିଲେ। ଏହାର ଶୁଣାଣି କରି ଅଦାଲତ ସିବିଆଇକୁ ନିର୍ଦ୍ଦେଶ ଦେଇଛନ୍ତି ଯେ ସେମାନେ ଆବେଦନକାରୀଙ୍କ ବୟାନ ରେକର୍ଡ କରନ୍ତୁ ଏବଂ ଏକ ଏଫଆଇଆର୍ (FIR) ରୁଜୁ କରନ୍ତୁ। ଏଥିସହ ତଦନ୍ତ ପାଇଁ ଜଣେ ବରିଷ୍ଠ ଅଧିକାରୀଙ୍କୁ ନିଯୁକ୍ତ କରିବା ସହ ମାଲୱାନି ପୋଲିସ ଷ୍ଟେସନରୁ ଘଟଣା ସମ୍ପର୍କିତ ସମସ୍ତ ରେକର୍ଡ ନିଜ ହେପାଜତକୁ ନେବାକୁ କୋର୍ଟ କହିଛନ୍ତି।

ଆହୁରି ପଢ଼ନ୍ତୁ: କିଭ୍‌ରେ ଋଷର ଭୟଙ୍କର ଡ୍ରୋନ୍ ଆକ୍ରମଣ: ଗୋଳାବାରୁଦ ଗୋଦାମରେ ବିସ୍ଫୋରଣ ଯୋଗୁଁ ୨୭ ମୃତ, ୪୨ ଆହତ

ତେବେ କୋର୍ଟ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ତଦନ୍ତକାରୀ ଅଧିକାରୀଙ୍କୁ ପର୍ଯ୍ୟାପ୍ତ ପ୍ରମାଣ ନମିଳିବା ପର୍ଯ୍ୟନ୍ତ କୌଣସି ବ୍ୟକ୍ତିଙ୍କୁ ଅଭିଯୁକ୍ତ ଭାବରେ ବିବେଚନା କରାଯିବା ଉଚିତ ନୁହେଁ। ସତୀଶ ସାଲିଆନଙ୍କ ଓକିଲ ନୀଲେଶ ଓଝା କହିଛନ୍ତି ଯେ, ଯଦି ସିବିଆଇ ଏହି ମାମଲାରେ କ୍ଲୋଜର ରିପୋର୍ଟ ଦାଖଲ କରେ, ତେବେ ସେମାନଙ୍କର ବିରୋଧ କରିବାର ସମ୍ପୂର୍ଣ୍ଣ ଅଧିକାର ରହିବ। ପୂର୍ବରୁ ଓଝା ଅଭିଯୋଗ କରିଥିଲେ ଯେ, କିଛି ପ୍ରଭାବଶାଳୀ ବ୍ୟକ୍ତି ଏବଂ ବରିଷ୍ଠ ପୋଲିସ ଅଧିକାରୀ ଏହି ମାମଲାକୁ ଚପାଇ ଦେବାକୁ ଚେଷ୍ଟା କରୁଥିଲେ।

ଆହୁରି ପଢ଼ନ୍ତୁ: ବିବାହ ଏବଂ ଜନ୍ମହାର ବୃଦ୍ଧି କରିବାକୁ ଉଦ୍ୟମ: ବ୍ୟାଙ୍କ, ନାଇଟ୍‌ କ୍ଲବ୍‌ରେ ବିବାହ ପଞ୍ଜୀକରଣ କାଉଣ୍ଟର

କୋର୍ଟଙ୍କ ନିର୍ଦ୍ଦେଶ ପରେ ପ୍ରତିକ୍ରିୟା ରଖି ଦିଶାଙ୍କ ପିତା ସତୀଶ ସାଲିଆନ୍ ସତ୍ୟ ସାମ୍ନାକୁ ଆସିବା ନେଇ ଆଶା ପ୍ରକଟ କରିଛନ୍ତି। ସେ କହିଛନ୍ତି, "ଏହା ଏକ ୬ ବର୍ଷର ଲଢ଼େଇ ଥିଲା। ସତ୍ୟ ନିଶ୍ଚୟ ପଦାକୁ ଆସିବ ବୋଲି ମୋର ପୂର୍ଣ୍ଣ ବିଶ୍ୱାସ ଥିଲା। ଯିଏ ବି ଦୋଷୀ ସାବ୍ୟସ୍ତ ହେବ, ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଦରକାର।" ସୂଚନାଯୋଗ୍ୟ ଯେ, ଜୁନ୍ ୮, ୨୦୨୦ ତାରିଖରେ ମୁମ୍ବାଇର ମାଲାଡ୍ ଅଞ୍ଚଳରେ ଥିବା ଏକ ଆବାସିକ କୋଠାର ୧୪ ମହଲାରୁ ଖସିପଡ଼ି ଦିଶା ସାଲିଆନଙ୍କର ସନ୍ଦେହଜନକ ମୃତ୍ୟୁ ହୋଇଥିଲା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର