ବେଙ୍ଗାଲୁରୁ ସ୍ଥିତ ଇସ୍ରୋ ମୁଖ୍ୟାଳୟକୁ ବୋମାରେ ଉଡ଼ାଇ ଦେବାକୁ ଧମକ, ତଦନ୍ତ ପରେ ଗୁଜବ ବୋଲି ସ୍ପଷ୍ଟ କଲା ପୋଲିସ

Suryakanta Picture
Published On

ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ର ବେଙ୍ଗାଲୁରୁ ସ୍ଥିତ ମୁଖ୍ୟାଳୟକୁ ଗୁରୁବାର ଦିନ ଇମେଲ୍ ଯୋଗେ ଏକ ବୋମା ଧମକ ମିଳିଛି। ଏହି ଧମକପୂର୍ଣ୍ଣ ଇମେଲ୍ ମିଳିବା ପରେ କ୍ୟାମ୍ପସରେ ଆତଙ୍କ ଖେଳିଯାଇଥିଲା ଏବଂ ତୁରନ୍ତ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲା।

ଆହୁରି ପଢ଼ନ୍ତୁ: ତେଜସ୍ ଫାଇଟର୍ ଜେଟ୍ ଉତ୍ପାଦନକୁ ମିଳିଲା ବୁଷ୍ଟ୍, HAL କୁ ଆମେରିକାରୁ ମିଳିଲା ଆଉ ୩ଟି ନୂଆ ଇଞ୍ଜିନ୍

ବୋମା ଧମକ ପରେ ତନାଘନା

ବୋମା ଧମକ ସମ୍ପର୍କରେ ଖବର ପାଇବା ମାତ୍ରେ ସ୍ଥାନୀୟ ପୋଲିସ, ଡଗ୍ ସ୍କ୍ୱାଡ୍ ଏବଂ ବୋମା ନିଷ୍କ୍ରିୟକାରୀ ଦଳ (BDDS) ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ସତର୍କତାମୂଳକ ପଦକ୍ଷେପ ସ୍ୱରୂପ କାର୍ଯ୍ୟାଳୟରେ ଥିବା ସମସ୍ତ କର୍ମଚାରୀଙ୍କୁ ତୁରନ୍ତ ବାହାରକୁ ବାହାର କରିଦିଆଯାଇଥିଲା। ଏହା ପରେ ସୁରକ୍ଷା କର୍ମୀମାନେ ପୂରା ବିଲ୍ଡିଂ ଏବଂ କ୍ୟାମ୍ପସରେ ବ୍ୟାପକ ତଲାସି ଅଭିଯାନ ଆରମ୍ଭ କରିଥିଲେ।

ଆହୁରି ପଢ଼ନ୍ତୁ: ଜମ୍ମୁ-କାଶ୍ମୀର ବଡ଼ଗାମରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା: ମିଳିତ ଅପରେସନରେ ଜଣେ ଆତଙ୍କବାଦୀ ନିହତ

ମିଳିଲାନି କୌଣସି ବିସ୍ଫୋରକ

ଦୀର୍ଘ ସମୟ ଧରି ତଲାସି ଅଭିଯାନ ଚାଲିବା ପରେ ମଧ୍ୟ କ୍ୟାମ୍ପସରୁ କୌଣସି ସନ୍ଦିଗ୍ଧ ବସ୍ତୁ କିମ୍ବା ବିସ୍ଫୋରକ ସାମଗ୍ରୀ ଠାବ ହୋଇନଥିଲା। ଏହା ପରେ ପୋଲିସ ପକ୍ଷରୁ ଏହି ବୋମା ଧମକକୁ କେବଳ ଏକ ଗୁଜବ (Hoax) ବୋଲି ଘୋଷଣା କରାଯାଇଥିଲା। ବରିଷ୍ଠ ପୋଲିସ ଅଧିକାରୀମାନେ ସ୍ପଷ୍ଟ କରିଛନ୍ତି ଯେ ଇସ୍ରୋ ମୁଖ୍ୟାଳୟ ସମ୍ପୂର୍ଣ୍ଣ ସୁରକ୍ଷିତ ରହିଛି ଏବଂ ଆତଙ୍କିତ ହେବାର କୌଣସି କାରଣ ନାହିଁ।

ଆହୁରି ପଢ଼ନ୍ତୁ: ୩୬,୦୦୦ ଫୁଟ ଉଚ୍ଚରେ ଏୟାର ଇଣ୍ଡିଆ ବିମାନରେ ଯାନ୍ତ୍ରିକ ତ୍ରୁଟି: କିଛି ସେକେଣ୍ଡରେ ଫେଲ୍ ମାରିଲା ସମସ୍ତ ହାଇଡ୍ରୋଲିକ୍ସ, ୨୪ ଆହତ

ପୋଲିସର ତଦନ୍ତ ଜାରି

ଏହି ଘଟଣାକୁ ନେଇ ବେଙ୍ଗାଲୁରୁର ସଞ୍ଜୟନଗର ପୋଲିସ ଷ୍ଟେସନରେ ଏକ ମାମଲା ରୁଜୁ କରାଯାଇଛି। କିଏ ଏବଂ କେଉଁ ଉଦ୍ଦେଶ୍ୟରେ ଏଭଳି ଧମକପୂର୍ଣ୍ଣ ଇମେଲ୍ ପଠାଇଥିଲା, ସେ ନେଇ ପୋଲିସ ତଦନ୍ତ ଆରମ୍ଭ କରିଛି। ସାଇବର ଏକ୍ସପର୍ଟଙ୍କ ସହାୟତାରେ ଇମେଲ୍ ଆଇଡିର ଆଇପି ଆଡ୍ରେସ୍ ଟ୍ରାକ୍ କରି ଅଭିଯୁକ୍ତକୁ ଧରିବା ପାଇଁ ପ୍ରୟାସ ଜାରି ରହିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର