ମନୋରଞ୍ଜନ

ଟେଲିଭିଜନ୍ ଅଭିନେତ୍ରୀ ସଞ୍ଚିତା ଉଗଲେଙ୍କ ଆତ୍ମହତ୍ୟା: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ତାରିଖ ସହ ରହିଛି ସଂଯୋଗ, ଶେଷ ପୋଷ୍ଟକୁ ନେଇ ଚର୍ଚ୍ଚା
'୩୭୦ ଟଙ୍କାର ବିରିୟାନୀ' ବିବାଦ: କ୍ଷମା ମାଗିଲେ କମେଡିଆନ୍ ପ୍ରଣୀତ ମୋରେ, କହିଲେ- 'ମୁଁ ଏହି ଘୃଣାର ଯୋଗ୍ୟ'
ସଲମାନ ଖାନ ଏବଂ ଲରେନ୍ସ ବିଷ୍ଣୋଇଙ୍କ ବିବାଦ ଉପରେ ଆଧାରିତ ଫିଲ୍ମ 'କାଲା ହିରଣ'ର ଫାଷ୍ଟ ଲୁକ୍ ରିଲିଜ୍
ମନି ଲଣ୍ଡରିଂ ମାମଲା: ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ଆବେଦନ ଶୁଣାଣିରୁ ଓହରିଲେ ସୁପ୍ରିମକୋର୍ଟ ବିଚାରପତି, ଜୁନ ୨୫ରେ ପରବର୍ତ୍ତୀ ଶୁଣାଣି
ଗାୟକ ଗୁରୁ ରନ୍ଧାୱାଙ୍କ ଜିମ୍ ଉପରକୁ ଗୁଳିମାଡ଼: ସଲମାନ ଖାନଙ୍କ ସହ ସମ୍ପର୍କ ପାଇଁ ଆକ୍ରମଣ କରାଇଥିବା ଦାବି କଲା ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ

ଆସିବ ନାହିଁ ବାର୍ଦ୍ଧକ୍ୟ, ସକ୍ରିୟ ହେବ ଦୁର୍ବଳ ଓ ମୃତ ଜୀବକୋଷ; ଔଷଧର ପ୍ରଥମ ମାନବ ପରୀକ୍ଷଣ ଆରମ୍ଭ

Madhusudan Das Picture
Published On

ବୋଷ୍ଟନ: ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ଏକ ଐତିହାସିକ ସଫଳତା ସ୍ୱରୂପ ବାର୍ଦ୍ଧକ୍ୟ ଅବସ୍ଥାକୁ ଓଲଟାଇ ଦେଉଥିବା (ରିଭର୍ସ-ଏଜିଂ) ଏକ ପରୀକ୍ଷାମୂଳକ ଔଷଧର ପ୍ରଥମ ମାନବ ପରୀକ୍ଷଣ ଆରମ୍ଭ ହୋଇଛି। ଆମେରିକାର ବୋଷ୍ଟନ ସ୍ଥିତ ବାୟୋଟେକ୍‌ ଷ୍ଟାର୍ଟଅପ୍‌ ‘ଲାଇଫ୍‌ ବାୟୋସାଇନ୍‌ସେସ୍‌’ ପକ୍ଷରୁ ଗ୍ଲୁକୋମା ରୋଗରେ ପୀଡ଼ିତ ଜଣେ ବ୍ୟକ୍ତିଙ୍କ ଆଖିର କଳାଡୋଳାରେ ଏହି ସେଲୁଲାର୍‌ ରିପ୍ରୋଗ୍ରାମିଂ ଇଞ୍ଜେକ୍ସନ ପ୍ରୟୋଗ କରାଯାଇଛି। ବାର୍ଦ୍ଧକ୍ୟ ଯୋଗୁଁ ଦୁର୍ବଳ ହୋଇପଡ଼ିଥିବା କୋଷଗୁଡ଼ିକୁ ପୁନର୍ଜୀବିତ ଏବଂ ସକ୍ରିୟ କରିବା ଏହି ପରୀକ୍ଷଣର ମୁଖ୍ୟ ଉଦ୍ଦେଶ୍ୟ। 

ଆହୁରି ପଢ଼ନ୍ତୁ: ପାକିସ୍ତାନ ସେନାର ଏମଆଇ-୧୭ ହେଲିକପ୍ଟର କ୍ରାସ୍: ସମସ୍ତ କର୍ମଚାରୀଙ୍କ ମୃତ୍ୟୁ

ବୈଜ୍ଞାନିକମାନେ ଆସନ୍ତା ୬ ମାସ ପର୍ଯ୍ୟନ୍ତ ଏହାର ପ୍ରଭାବ ଏବଂ ପାର୍ଶ୍ୱ ପ୍ରତିକ୍ରିୟା ଉପରେ ନଜର ରଖିବେ। ଏହି ଚିକିତ୍ସା ପଦ୍ଧତିରେ ପ୍ରଥମେ ରୋଗୀଙ୍କ ଆଖିରେ ଏକ ସିଙ୍ଗଲ୍‌ ଜିନ୍‌ ଥେରାପି ଇଞ୍ଜେକ୍ସନ ଦିଆଯାଇଛି। ଏହାପରେ କିଛି ସପ୍ତାହ ପାଇଁ ଏକ ସ୍ୱତନ୍ତ୍ର ଆଣ୍ଟିବାୟୋଟିକ୍‌ ଔଷଧ ଦିଆଯିବ, ଯାହା ଶରୀର ଭିତରେ ଥିବା ତିନୋଟି ଚିକିତ୍ସା ଜିନ୍‌କୁ ସକ୍ରିୟ କରି କୋଷଗୁଡ଼ିକୁ ପୁନର୍ଜୀବିତ କରିବାରେ ସାହାଯ୍ୟ କରିବ। ପୂର୍ବରୁ ମୂଷା ଏବଂ ମାଙ୍କଡ଼ମାନଙ୍କ ଉପରେ କରାଯାଇଥିବା ପରୀକ୍ଷଣ ଅତ୍ୟନ୍ତ ସଫଳ ହୋଇଥିଲା ଏବଂ ସେମାନଙ୍କ ଦୃଷ୍ଟିଶକ୍ତି ଫେରିଆସିଥିଲା। ଶରୀରର ଅନ୍ୟ ଅଂଶ ସହ ସିଧାସଳଖ ଜଡ଼ିତ ନଥିବାରୁ ଏବଂ ପାର୍ଶ୍ୱ ପ୍ରତିକ୍ରିୟା ଯାଞ୍ଚ କରିବା ସହଜ ହେଉଥିବାରୁ ପ୍ରଥମେ ମାନବ ଆଖିକୁ ଏହି ପରୀକ୍ଷଣ ପାଇଁ ବଛାଯାଇଛି। ଏହି ଆଧୁନିକ ପ୍ରଯୁକ୍ତିବିଦ୍ୟାରେ ଆମାଜନର ପ୍ରତିଷ୍ଠାତା ଜେଫ୍‌ ବେଜୋସ୍‌ ଏବଂ ଓପନଏଆଇର ସାମ୍‌ ଅଲ୍ଟମ୍ୟାନଙ୍କ ଭଳି ବିଶ୍ୱର ପ୍ରତିଷ୍ଠିତ କୋଟିପତି ଓ ବଡ଼ ବଡ଼ ଫାର୍ମା କମ୍ପାନୀଗୁଡ଼ିକ ବିପୁଳ ପୁଞ୍ଜି ବିନିଯୋଗ କରିଛନ୍ତି।

ଆହୁରି ପଢ଼ନ୍ତୁ: ସୁପ୍ରିମକୋର୍ଟଙ୍କ ବଡ଼ ରାୟ: ଗୃହିଣୀମାନେ 'ରାଷ୍ଟ୍ର ନିର୍ମାତା', ସେମାନଙ୍କ କାମର ମୂଲ୍ୟ ମାସିକ ସର୍ବନିମ୍ନ ୩୦,୦୦୦ ଟଙ୍କା

13 Jun 2026 By Madhusudan Das

ଆସିବ ନାହିଁ ବାର୍ଦ୍ଧକ୍ୟ, ସକ୍ରିୟ ହେବ ଦୁର୍ବଳ ଓ ମୃତ ଜୀବକୋଷ; ଔଷଧର ପ୍ରଥମ ମାନବ ପରୀକ୍ଷଣ ଆରମ୍ଭ

ବୋଷ୍ଟନ: ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ଏକ ଐତିହାସିକ ସଫଳତା ସ୍ୱରୂପ ବାର୍ଦ୍ଧକ୍ୟ ଅବସ୍ଥାକୁ ଓଲଟାଇ ଦେଉଥିବା (ରିଭର୍ସ-ଏଜିଂ) ଏକ ପରୀକ୍ଷାମୂଳକ ଔଷଧର ପ୍ରଥମ ମାନବ ପରୀକ୍ଷଣ ଆରମ୍ଭ ହୋଇଛି। ଆମେରିକାର ବୋଷ୍ଟନ ସ୍ଥିତ ବାୟୋଟେକ୍‌ ଷ୍ଟାର୍ଟଅପ୍‌ ‘ଲାଇଫ୍‌ ବାୟୋସାଇନ୍‌ସେସ୍‌’ ପକ୍ଷରୁ ଗ୍ଲୁକୋମା ରୋଗରେ ପୀଡ଼ିତ ଜଣେ ବ୍ୟକ୍ତିଙ୍କ ଆଖିର କଳାଡୋଳାରେ ଏହି ସେଲୁଲାର୍‌ ରିପ୍ରୋଗ୍ରାମିଂ ଇଞ୍ଜେକ୍ସନ ପ୍ରୟୋଗ କରାଯାଇଛି। ବାର୍ଦ୍ଧକ୍ୟ ଯୋଗୁଁ ଦୁର୍ବଳ ହୋଇପଡ଼ିଥିବା କୋଷଗୁଡ଼ିକୁ ପୁନର୍ଜୀବିତ ଏବଂ ସକ୍ରିୟ କରିବା ଏହି ପରୀକ୍ଷଣର ମୁଖ୍ୟ ଉଦ୍ଦେଶ୍ୟ। 

ବୈଜ୍ଞାନିକମାନେ ଆସନ୍ତା ୬ ମାସ ପର୍ଯ୍ୟନ୍ତ ଏହାର ପ୍ରଭାବ ଏବଂ ପାର୍ଶ୍ୱ ପ୍ରତିକ୍ରିୟା ଉପରେ ନଜର ରଖିବେ। ଏହି ଚିକିତ୍ସା ପଦ୍ଧତିରେ ପ୍ରଥମେ ରୋଗୀଙ୍କ ଆଖିରେ ଏକ ସିଙ୍ଗଲ୍‌ ଜିନ୍‌ ଥେରାପି ଇଞ୍ଜେକ୍ସନ ଦିଆଯାଇଛି। ଏହାପରେ କିଛି ସପ୍ତାହ ପାଇଁ ଏକ ସ୍ୱତନ୍ତ୍ର ଆଣ୍ଟିବାୟୋଟିକ୍‌ ଔଷଧ ଦିଆଯିବ, ଯାହା ଶରୀର ଭିତରେ ଥିବା ତିନୋଟି ଚିକିତ୍ସା ଜିନ୍‌କୁ ସକ୍ରିୟ କରି କୋଷଗୁଡ଼ିକୁ ପୁନର୍ଜୀବିତ କରିବାରେ ସାହାଯ୍ୟ କରିବ। ପୂର୍ବରୁ ମୂଷା ଏବଂ ମାଙ୍କଡ଼ମାନଙ୍କ ଉପରେ କରାଯାଇଥିବା ପରୀକ୍ଷଣ ଅତ୍ୟନ୍ତ ସଫଳ ହୋଇଥିଲା ଏବଂ ସେମାନଙ୍କ ଦୃଷ୍ଟିଶକ୍ତି ଫେରିଆସିଥିଲା। ଶରୀରର ଅନ୍ୟ ଅଂଶ ସହ ସିଧାସଳଖ ଜଡ଼ିତ ନଥିବାରୁ ଏବଂ ପାର୍ଶ୍ୱ ପ୍ରତିକ୍ରିୟା ଯାଞ୍ଚ କରିବା ସହଜ ହେଉଥିବାରୁ ପ୍ରଥମେ ମାନବ ଆଖିକୁ ଏହି ପରୀକ୍ଷଣ ପାଇଁ ବଛାଯାଇଛି। ଏହି ଆଧୁନିକ ପ୍ରଯୁକ୍ତିବିଦ୍ୟାରେ ଆମାଜନର ପ୍ରତିଷ୍ଠାତା ଜେଫ୍‌ ବେଜୋସ୍‌ ଏବଂ ଓପନଏଆଇର ସାମ୍‌ ଅଲ୍ଟମ୍ୟାନଙ୍କ ଭଳି ବିଶ୍ୱର ପ୍ରତିଷ୍ଠିତ କୋଟିପତି ଓ ବଡ଼ ବଡ଼ ଫାର୍ମା କମ୍ପାନୀଗୁଡ଼ିକ ବିପୁଳ ପୁଞ୍ଜି ବିନିଯୋଗ କରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର