ନାସିକ ଟିସିଏସ ଧର୍ମାନ୍ତରଣ ମାମଲା: ଫ୍ଲାଟରେ ଲୁଚିଥିବା ମୁଖ୍ୟ ଅଭିଯୁକ୍ତ ନିଦା ଖାନ ଗିରଫ

Suryakanta Picture
Published On

ମହାରାଷ୍ଟ୍ରର ନାସିକରେ ଥିବା ଟାଟା କନସଲଟାନ୍ସି ସର୍ଭିସେସ (TCS) ବ୍ରାଞ୍ଚରେ ଘଟିଥିବା ବହୁଚର୍ଚ୍ଚିତ ଧର୍ମାନ୍ତରଣ ଏବଂ ଯୌନ ଶୋଷଣ ମାମଲାରେ ପୋଲିସକୁ ବଡ଼ ସଫଳତା ମିଳିଛି। ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ତଥା ନିଲମ୍ବିତ ଟିସିଏସ କର୍ମଚାରୀ ନିଦା ଖାନକୁ ଗୁରୁବାର ରାତିରେ ଛତ୍ରପତି ସମ୍ଭାଜୀନଗରରୁ ଗିରଫ କରାଯାଇଛି। ସେ ଏକ ଫ୍ଲାଟରେ ଲୁଚି ରହିଥିଲା ଏବଂ ଗିରଫଦାରୀ ପରେ ଏବେ ଘଟଣାର ଅନେକ ଗୁମର ଫିଟିବ ବୋଲି ଆଶା କରାଯାଉଛି।

ଆହୁରି ପଢ଼ନ୍ତୁ: ଇରାନ ବିରୋଧରେ ଯୁଦ୍ଧ ମଇଦାନକୁ ଓହ୍ଲାଇଲା ଇସ୍ରାଏଲର ନୌସେନା, ଭୂମଧ୍ୟସାଗରରୁ ମାଡ଼ ହେଉଛି ମିସାଇଲ

ଛତ୍ରପତି ସମ୍ଭାଜୀନଗରରୁ ଗିରଫ

ପୋଲିସ ସୂତ୍ରରୁ ପ୍ରକାଶ ଯେ, ନିଦା ଖାନ ନାମରେ ଏଫଆଇଆର (FIR) ରୁଜୁ ହେବା ପରେ ସେ ପ୍ରାୟ ଏକ ମାସରୁ ଊର୍ଦ୍ଧ୍ୱ ସମୟ ଧରି ଫେରାର ଥିଲା। ନାସିକ ପୋଲିସର ସ୍ୱତନ୍ତ୍ର ତଦନ୍ତକାରୀ ଦଳ (SIT) ଏବଂ ଛତ୍ରପତି ସମ୍ଭାଜୀନଗର କ୍ରାଇମବ୍ରାଞ୍ଚର ଏକ ମିଳିତ ଅପରେସନରେ ତାକୁ କେଶର କଲୋନୀର ଏକ ଫ୍ଲାଟରୁ ଗିରଫ କରାଯାଇଛି। ସେଠାରେ ସେ ନିଜ ବାପାମାଆ ଓ ସମ୍ପର୍କୀୟଙ୍କ ସହ ଲୁଚି ରହିଥିଲା। ପୋଲିସ ତା' ପାଖରୁ ଦୁଇଟି ସ୍ମାର୍ଟଫୋନ ଜବତ କରିଛି, ଯାହା ତଦନ୍ତ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ପ୍ରମାଣ ସାବ୍ୟସ୍ତ ହୋଇପାରେ।

ଆହୁରି ପଢ଼ନ୍ତୁ: ଇସ୍ରାଏଲ୍-ଇରାନ୍ ଯୁଦ୍ଧ ମଧ୍ୟରେ ହୋରମୁଜ୍ ପ୍ରଣାଳୀକୁ ନେଇ ଇରାନର ବଡ଼ ଘୋଷଣା: ଜାହାଜଗୁଡ଼ିକ ଉପରେ ଲାଗିବ ଟ୍ରାଞ୍ଜିଟ୍ ଫି’

କ'ଣ ରହିଛି ଅଭିଯୋଗ?

ଟିସିଏସ କାର୍ଯ୍ୟାଳୟରେ ହିନ୍ଦୁ ଯୁବତୀମାନଙ୍କୁ ଟାର୍ଗେଟ୍ କରି ସେମାନଙ୍କୁ ଧର୍ମାନ୍ତରଣ କରିବା ଏବଂ ଅନ୍ୟ ଅଭିଯୁକ୍ତଙ୍କ ଦ୍ୱାରା ହେଉଥିବା ଯୌନ ଶୋଷଣକୁ ଲୁଚାଇବାରେ ନିଦା ଖାନ ସାହାଯ୍ୟ କରୁଥିବା ଅଭିଯୋଗ ହୋଇଛି। ପୀଡ଼ିତାମାନଙ୍କୁ ଇସଲାମିକ ପ୍ରଥା ମାନିବାକୁ ଏବଂ ବୁର୍ଖା ପିନ୍ଧିବାକୁ ସେ ବାଧ୍ୟ କରୁଥିବା ଏଫଆଇଆରରେ ଦର୍ଶାଯାଇଛି। ଏପରିକି ଜଣେ ପୀଡ଼ିତାଙ୍କ ନାମ ବଦଳାଇ 'ହାନିଆ' ରଖିବା ସହ ତାଙ୍କୁ ମାଲେସିଆ ପଠାଇବା ପାଇଁ ଏକ ସୁଚିନ୍ତିତ ଷଡ଼ଯନ୍ତ୍ର କରାଯାଇଥିଲା। ଏହି ସାଂଘାତିକ ଘଟଣା ସାମ୍ନାକୁ ଆସିବା ପରେ କମ୍ପାନୀ ତାକୁ ଏପ୍ରିଲ ୯ ତାରିଖରେ ଚାକିରିରୁ ନିଲମ୍ବିତ କରିଥିଲା।

ଆହୁରି ପଢ଼ନ୍ତୁ: ପଶ୍ଚିମବଙ୍ଗ ସରକାରଙ୍କ ବଡ଼ ନିଷ୍ପତ୍ତି: ସିବିଆଇ ତଦନ୍ତ ପାଇଁ ମିଳିଲା ସମ୍ପୂର୍ଣ୍ଣ ଅନୁମତି

ଖାରଜ ହୋଇଥିଲା ଜାମିନ ଆବେଦନ

ଗିରଫଦାରୀରୁ ବର୍ତ୍ତିବା ପାଇଁ ନିଦା ଖାନ ନିଜର ଗର୍ଭାବସ୍ଥାର ଆଳ ଦେଖାଇ ନାସିକ କୋର୍ଟରେ ଆଗୁଆ ଜାମିନ ପାଇଁ ଆବେଦନ କରିଥିଲା। ତେବେ ମାମଲାର ଗମ୍ଭୀରତା ଏବଂ ମାଲେଗାଓଁ ଠାରୁ ଆରମ୍ଭ କରି ମାଲେସିଆ ପର୍ଯ୍ୟନ୍ତ ଏହାର ଲିଙ୍କ୍ ଥିବା ଦର୍ଶାଇ ପ୍ରସିକ୍ୟୁସନ ଏହାକୁ ତୀବ୍ର ବିରୋଧ କରିଥିଲେ। ଅପରାଧର ଚେର ବହୁତ ଗଭୀରରେ ଥିବାରୁ ଏବଂ ହେପାଜତକୁ ନେଇ ପଚରାଉଚରା କରିବା ଆବଶ୍ୟକ ଥିବାରୁ କୋର୍ଟ ତାର ଜାମିନ ଆବେଦନକୁ ଖାରଜ କରିଦେଇଥିଲେ। ଗିରଫ ପରେ ଏବେ ପୋଲିସ ତାକୁ ନାସିକ କୋର୍ଟରେ ହାଜର କରି ଅଧିକ ରିମାଣ୍ଡ ଦାବି କରିବ।

08 May 2026 By Suryakanta

ନାସିକ ଟିସିଏସ ଧର୍ମାନ୍ତରଣ ମାମଲା: ଫ୍ଲାଟରେ ଲୁଚିଥିବା ମୁଖ୍ୟ ଅଭିଯୁକ୍ତ ନିଦା ଖାନ ଗିରଫ

ମହାରାଷ୍ଟ୍ରର ନାସିକରେ ଥିବା ଟାଟା କନସଲଟାନ୍ସି ସର୍ଭିସେସ (TCS) ବ୍ରାଞ୍ଚରେ ଘଟିଥିବା ବହୁଚର୍ଚ୍ଚିତ ଧର୍ମାନ୍ତରଣ ଏବଂ ଯୌନ ଶୋଷଣ ମାମଲାରେ ପୋଲିସକୁ ବଡ଼ ସଫଳତା ମିଳିଛି। ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ତଥା ନିଲମ୍ବିତ ଟିସିଏସ କର୍ମଚାରୀ ନିଦା ଖାନକୁ ଗୁରୁବାର ରାତିରେ ଛତ୍ରପତି ସମ୍ଭାଜୀନଗରରୁ ଗିରଫ କରାଯାଇଛି। ସେ ଏକ ଫ୍ଲାଟରେ ଲୁଚି ରହିଥିଲା ଏବଂ ଗିରଫଦାରୀ ପରେ ଏବେ ଘଟଣାର ଅନେକ ଗୁମର ଫିଟିବ ବୋଲି ଆଶା କରାଯାଉଛି।

ଛତ୍ରପତି ସମ୍ଭାଜୀନଗରରୁ ଗିରଫ

ପୋଲିସ ସୂତ୍ରରୁ ପ୍ରକାଶ ଯେ, ନିଦା ଖାନ ନାମରେ ଏଫଆଇଆର (FIR) ରୁଜୁ ହେବା ପରେ ସେ ପ୍ରାୟ ଏକ ମାସରୁ ଊର୍ଦ୍ଧ୍ୱ ସମୟ ଧରି ଫେରାର ଥିଲା। ନାସିକ ପୋଲିସର ସ୍ୱତନ୍ତ୍ର ତଦନ୍ତକାରୀ ଦଳ (SIT) ଏବଂ ଛତ୍ରପତି ସମ୍ଭାଜୀନଗର କ୍ରାଇମବ୍ରାଞ୍ଚର ଏକ ମିଳିତ ଅପରେସନରେ ତାକୁ କେଶର କଲୋନୀର ଏକ ଫ୍ଲାଟରୁ ଗିରଫ କରାଯାଇଛି। ସେଠାରେ ସେ ନିଜ ବାପାମାଆ ଓ ସମ୍ପର୍କୀୟଙ୍କ ସହ ଲୁଚି ରହିଥିଲା। ପୋଲିସ ତା' ପାଖରୁ ଦୁଇଟି ସ୍ମାର୍ଟଫୋନ ଜବତ କରିଛି, ଯାହା ତଦନ୍ତ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ପ୍ରମାଣ ସାବ୍ୟସ୍ତ ହୋଇପାରେ।

କ'ଣ ରହିଛି ଅଭିଯୋଗ?

ଟିସିଏସ କାର୍ଯ୍ୟାଳୟରେ ହିନ୍ଦୁ ଯୁବତୀମାନଙ୍କୁ ଟାର୍ଗେଟ୍ କରି ସେମାନଙ୍କୁ ଧର୍ମାନ୍ତରଣ କରିବା ଏବଂ ଅନ୍ୟ ଅଭିଯୁକ୍ତଙ୍କ ଦ୍ୱାରା ହେଉଥିବା ଯୌନ ଶୋଷଣକୁ ଲୁଚାଇବାରେ ନିଦା ଖାନ ସାହାଯ୍ୟ କରୁଥିବା ଅଭିଯୋଗ ହୋଇଛି। ପୀଡ଼ିତାମାନଙ୍କୁ ଇସଲାମିକ ପ୍ରଥା ମାନିବାକୁ ଏବଂ ବୁର୍ଖା ପିନ୍ଧିବାକୁ ସେ ବାଧ୍ୟ କରୁଥିବା ଏଫଆଇଆରରେ ଦର୍ଶାଯାଇଛି। ଏପରିକି ଜଣେ ପୀଡ଼ିତାଙ୍କ ନାମ ବଦଳାଇ 'ହାନିଆ' ରଖିବା ସହ ତାଙ୍କୁ ମାଲେସିଆ ପଠାଇବା ପାଇଁ ଏକ ସୁଚିନ୍ତିତ ଷଡ଼ଯନ୍ତ୍ର କରାଯାଇଥିଲା। ଏହି ସାଂଘାତିକ ଘଟଣା ସାମ୍ନାକୁ ଆସିବା ପରେ କମ୍ପାନୀ ତାକୁ ଏପ୍ରିଲ ୯ ତାରିଖରେ ଚାକିରିରୁ ନିଲମ୍ବିତ କରିଥିଲା।

ଖାରଜ ହୋଇଥିଲା ଜାମିନ ଆବେଦନ

ଗିରଫଦାରୀରୁ ବର୍ତ୍ତିବା ପାଇଁ ନିଦା ଖାନ ନିଜର ଗର୍ଭାବସ୍ଥାର ଆଳ ଦେଖାଇ ନାସିକ କୋର୍ଟରେ ଆଗୁଆ ଜାମିନ ପାଇଁ ଆବେଦନ କରିଥିଲା। ତେବେ ମାମଲାର ଗମ୍ଭୀରତା ଏବଂ ମାଲେଗାଓଁ ଠାରୁ ଆରମ୍ଭ କରି ମାଲେସିଆ ପର୍ଯ୍ୟନ୍ତ ଏହାର ଲିଙ୍କ୍ ଥିବା ଦର୍ଶାଇ ପ୍ରସିକ୍ୟୁସନ ଏହାକୁ ତୀବ୍ର ବିରୋଧ କରିଥିଲେ। ଅପରାଧର ଚେର ବହୁତ ଗଭୀରରେ ଥିବାରୁ ଏବଂ ହେପାଜତକୁ ନେଇ ପଚରାଉଚରା କରିବା ଆବଶ୍ୟକ ଥିବାରୁ କୋର୍ଟ ତାର ଜାମିନ ଆବେଦନକୁ ଖାରଜ କରିଦେଇଥିଲେ। ଗିରଫ ପରେ ଏବେ ପୋଲିସ ତାକୁ ନାସିକ କୋର୍ଟରେ ହାଜର କରି ଅଧିକ ରିମାଣ୍ଡ ଦାବି କରିବ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର