ତାମିଲନାଡୁ ନିର୍ବାଚନ ଫଳାଫଳ: ଥାଲାପତି ବିଜୟଙ୍କ 'TVK' ମ୍ୟାଜିକ୍‌, ଗାଦିଚ୍ୟୁତ ହେବ DMK

Madhusudan Das Picture
Published On

ତାମିଲନାଡୁ: ତାମିଲନାଡୁ ବିଧାନସଭା ନିର୍ବାଚନ ୨୦୨୬ର ଭୋଟ୍ ଗଣତି ଜାରି ରହିଛି । ପ୍ରାରମ୍ଭିକ ଟ୍ରେଣ୍ଡରୁ ରାଜ୍ୟରେ ଏକ ବଡ଼ ରାଜନୈତିକ ପରିବର୍ତ୍ତନର ସଙ୍କେତ ମିଳିଛି। ଅଭିନେତାରୁ ରାଜନେତା ପାଲଟିଥିବା ବିଜୟଙ୍କ ପାର୍ଟି TVK ବହୁମତ ଆଡ଼କୁ ଅଗ୍ରସର ହେଉଥିବା ଦେଖାଯାଇଛି। ତାଙ୍କ ଦଳ 'ତାମିଲଗା ଭେଟ୍ରି କାଝାଗମ' (TVK) ରାଜ୍ୟର ପାରମ୍ପରିକ ରାଜନୈତିକ ସମୀକରଣକୁ ସମ୍ପୂର୍ଣ୍ଣ ଓଲଟପାଲଟ କରିଦେଇଛି । ବିଜୟ ଏକାକି ଲଢ଼ି ସବୁ ବଡ଼ ମେଣ୍ଟ ପାଇଁ ଟେନସନ୍ ପାଲଟିଛନ୍ତି । ବିଜୟଙ୍କ ଲୋକପ୍ରିୟତା ଏବଂ ତାଙ୍କ ଦଳ ପ୍ରତି ଯୁବପିଢ଼ିଙ୍କ ଆକର୍ଷଣ ଅନେକ ସ୍ଥାନରେ ସ୍ଥାପିତ ଦଳଗୁଡ଼ିକୁ ପଛରେ ପକାଇ ଦେଇଛି । ଯାହା ଆଜିର ଫଳାଫଳରୁ ସ୍ପଷ୍ଟ ଜଣାପଡୁଛି । 

ଆହୁରି ପଢ଼ନ୍ତୁ: ଇରାନରେ ଘନୀଭୂତ ହେଉଛି ତୈଳ ସଙ୍କଟ: ଆମେରିକାର କଟକଣା ଯୋଗୁଁ ତୈଳ କୂଅ ବନ୍ଦ ହେବା ଆଶଙ୍କା

ତାମିଲନାଡୁର ସମୁଦାୟ ୨୩୪ ବିଧାନସଭା ଆସନ ପାଇଁ ଗଣତି ଜାରି ରହିଛି। ସରକାର ଗଠନ ପାଇଁ ମ୍ୟାଜିକ୍ ନମ୍ବର ବା ବହୁମତ ସଂଖ୍ୟା ହେଉଛି ୧୧୮। ନିର୍ବାଚନ କମିଶନ (ECI) ଙ୍କ ତଥ୍ୟ ଅନୁଯାୟୀ, ପ୍ରାରମ୍ଭିକ ଟ୍ରେଣ୍ଡରେ ଟିଭିକେ ସର୍ବବୃହତ ଦଳ ଭାବରେ ଉଭା ହୋଇଛି ଏବଂ ଶତାଧିକ ଆସନରେ ଆଗୁଆ ରହିଛି। ସର୍ବଶେଷ ରିପୋର୍ଟ ଅନୁଯାୟୀ ଟିଭିକେ ୧୦୮ଟି ଆସନରେ ଆଗୁଆ ଥିବା ବେଳେ ଏଆଇଏଡିଏମକେ (AIADMK) ୬୯ଟି ଆସନ ରେ ଆଗୁଆ ରହିଛି। ସେହିପରି ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ତଥା ଡିଏମକେ ମୁଖ୍ୟ ଏମକେ ଷ୍ଟାଲିନଙ୍କ DMK ୫୭ଟି ଆସନରେ ଆଗୁଆ ରହିଛି ।

ଆହୁରି ପଢ଼ନ୍ତୁ: ବିଜେପି ନେତା ହତ୍ୟା ମାମଲା: ୬ ଦୋଷୀଙ୍କୁ ଫାଶୀ ଦଣ୍ଡାଦେଶ, ୨୦୨୫ ଅକ୍ଟୋବରରେ ରୁଜୁ ହୋଇଥିଲା ଏଫଆଇଆର୍

ଚଳିତ ବର୍ଷ ଏପ୍ରିଲ ୨୩ ତାରିଖରେ ତାମିଲନାଡୁରେ ଏକକ ପର୍ଯ୍ୟାୟରେ ମତଦାନ ହୋଇଥିଲା। ଏଥର ରାଜ୍ୟରେ ରେକର୍ଡ ୮୪.୬୯ ପ୍ରତିଶତ ମତଦାନ ହୋଇଥିଲା, ଯାହାକି ପୂର୍ବର ସର୍ବାଧିକ ରେକର୍ଡ ୭୮.୩୯ ପ୍ରତିଶତ କୁ ଅତିକ୍ରମ କରିଥିଲା। ଏଥର ନିର୍ବାଚନରେ ମୁଖ୍ୟତଃ ଏନଡିଏ (NDA) ଏବଂ ଇଣ୍ଡିଆ ମେଣ୍ଟ (INDIA bloc) ମଧ୍ୟରେ କଡ଼ା ଟକ୍କର ହେବ ବୋଲି ଆଶା କରାଯାଉଥିଲା। କିନ୍ତୁ ବିଜୟଙ୍କ ଏଣ୍ଟ୍ରି ଏହାକୁ ଏକ ରୋମାଞ୍ଚକର ତ୍ରିମୁଖୀ ଲଢ଼େଇରେ ପରିଣତ କରିଦେଇଛି। ଏହି ନିର୍ବାଚନରେ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ୍, ଉପମୁଖ୍ୟମନ୍ତ୍ରୀ ଉଦୟନିଧି ଷ୍ଟାଲିନ୍, ବିରୋଧୀ ଦଳ ନେତା ଏଡାପ୍ପାଡି କେ. ପଲାନିସ୍ୱାମୀ ଏବଂ ବିଜୟ ଙ୍କ ଭଳି ହେଭିୱେଟ୍ ନେତାଙ୍କ ଭାଗ୍ୟ ପରୀକ୍ଷା ହେଉଛି।

ଆହୁରି ପଢ଼ନ୍ତୁ: ପେଟ୍ରୋଲ୍ ଓ ଡିଜେଲ୍ ଦର ୫ ରୁ ୧୦ ଟଙ୍କା ବୃଦ୍ଧି ଆଶଙ୍କା !, ଚିନ୍ତାରେ ସାଧାରଣ ଖାଉଟି

04 May 2026 By Madhusudan Das

ତାମିଲନାଡୁ ନିର୍ବାଚନ ଫଳାଫଳ: ଥାଲାପତି ବିଜୟଙ୍କ 'TVK' ମ୍ୟାଜିକ୍‌, ଗାଦିଚ୍ୟୁତ ହେବ DMK

ତାମିଲନାଡୁ: ତାମିଲନାଡୁ ବିଧାନସଭା ନିର୍ବାଚନ ୨୦୨୬ର ଭୋଟ୍ ଗଣତି ଜାରି ରହିଛି । ପ୍ରାରମ୍ଭିକ ଟ୍ରେଣ୍ଡରୁ ରାଜ୍ୟରେ ଏକ ବଡ଼ ରାଜନୈତିକ ପରିବର୍ତ୍ତନର ସଙ୍କେତ ମିଳିଛି। ଅଭିନେତାରୁ ରାଜନେତା ପାଲଟିଥିବା ବିଜୟଙ୍କ ପାର୍ଟି TVK ବହୁମତ ଆଡ଼କୁ ଅଗ୍ରସର ହେଉଥିବା ଦେଖାଯାଇଛି। ତାଙ୍କ ଦଳ 'ତାମିଲଗା ଭେଟ୍ରି କାଝାଗମ' (TVK) ରାଜ୍ୟର ପାରମ୍ପରିକ ରାଜନୈତିକ ସମୀକରଣକୁ ସମ୍ପୂର୍ଣ୍ଣ ଓଲଟପାଲଟ କରିଦେଇଛି । ବିଜୟ ଏକାକି ଲଢ଼ି ସବୁ ବଡ଼ ମେଣ୍ଟ ପାଇଁ ଟେନସନ୍ ପାଲଟିଛନ୍ତି । ବିଜୟଙ୍କ ଲୋକପ୍ରିୟତା ଏବଂ ତାଙ୍କ ଦଳ ପ୍ରତି ଯୁବପିଢ଼ିଙ୍କ ଆକର୍ଷଣ ଅନେକ ସ୍ଥାନରେ ସ୍ଥାପିତ ଦଳଗୁଡ଼ିକୁ ପଛରେ ପକାଇ ଦେଇଛି । ଯାହା ଆଜିର ଫଳାଫଳରୁ ସ୍ପଷ୍ଟ ଜଣାପଡୁଛି । 

ତାମିଲନାଡୁର ସମୁଦାୟ ୨୩୪ ବିଧାନସଭା ଆସନ ପାଇଁ ଗଣତି ଜାରି ରହିଛି। ସରକାର ଗଠନ ପାଇଁ ମ୍ୟାଜିକ୍ ନମ୍ବର ବା ବହୁମତ ସଂଖ୍ୟା ହେଉଛି ୧୧୮। ନିର୍ବାଚନ କମିଶନ (ECI) ଙ୍କ ତଥ୍ୟ ଅନୁଯାୟୀ, ପ୍ରାରମ୍ଭିକ ଟ୍ରେଣ୍ଡରେ ଟିଭିକେ ସର୍ବବୃହତ ଦଳ ଭାବରେ ଉଭା ହୋଇଛି ଏବଂ ଶତାଧିକ ଆସନରେ ଆଗୁଆ ରହିଛି। ସର୍ବଶେଷ ରିପୋର୍ଟ ଅନୁଯାୟୀ ଟିଭିକେ ୧୦୮ଟି ଆସନରେ ଆଗୁଆ ଥିବା ବେଳେ ଏଆଇଏଡିଏମକେ (AIADMK) ୬୯ଟି ଆସନ ରେ ଆଗୁଆ ରହିଛି। ସେହିପରି ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ତଥା ଡିଏମକେ ମୁଖ୍ୟ ଏମକେ ଷ୍ଟାଲିନଙ୍କ DMK ୫୭ଟି ଆସନରେ ଆଗୁଆ ରହିଛି ।

ଚଳିତ ବର୍ଷ ଏପ୍ରିଲ ୨୩ ତାରିଖରେ ତାମିଲନାଡୁରେ ଏକକ ପର୍ଯ୍ୟାୟରେ ମତଦାନ ହୋଇଥିଲା। ଏଥର ରାଜ୍ୟରେ ରେକର୍ଡ ୮୪.୬୯ ପ୍ରତିଶତ ମତଦାନ ହୋଇଥିଲା, ଯାହାକି ପୂର୍ବର ସର୍ବାଧିକ ରେକର୍ଡ ୭୮.୩୯ ପ୍ରତିଶତ କୁ ଅତିକ୍ରମ କରିଥିଲା। ଏଥର ନିର୍ବାଚନରେ ମୁଖ୍ୟତଃ ଏନଡିଏ (NDA) ଏବଂ ଇଣ୍ଡିଆ ମେଣ୍ଟ (INDIA bloc) ମଧ୍ୟରେ କଡ଼ା ଟକ୍କର ହେବ ବୋଲି ଆଶା କରାଯାଉଥିଲା। କିନ୍ତୁ ବିଜୟଙ୍କ ଏଣ୍ଟ୍ରି ଏହାକୁ ଏକ ରୋମାଞ୍ଚକର ତ୍ରିମୁଖୀ ଲଢ଼େଇରେ ପରିଣତ କରିଦେଇଛି। ଏହି ନିର୍ବାଚନରେ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ୍, ଉପମୁଖ୍ୟମନ୍ତ୍ରୀ ଉଦୟନିଧି ଷ୍ଟାଲିନ୍, ବିରୋଧୀ ଦଳ ନେତା ଏଡାପ୍ପାଡି କେ. ପଲାନିସ୍ୱାମୀ ଏବଂ ବିଜୟ ଙ୍କ ଭଳି ହେଭିୱେଟ୍ ନେତାଙ୍କ ଭାଗ୍ୟ ପରୀକ୍ଷା ହେଉଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର