ରାହୁଲ ଗାନ୍ଧୀଙ୍କ ଆକାଉଣ୍ଟ ଅନ୍‌ବ୍ଲକ୍ କଲା ଟ୍ୱିଟର୍

The Sakala Picture
Published On

ନୂଆଦିଲ୍ଲୀ: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଟ୍ୱିଟର ଆକାଉଣ୍ଟ୍ ଉପରୁ ହଟିଲା କଟକଣା । ଟ୍ୱିଟର ଏହି କଂଗ୍ରେସ ନେତାଙ୍କ ଆକାଉଣ୍ଟକୁ ଅନ୍‌ବ୍ଲକ୍ କରିଛି । ଆକାଉଣ୍ଟ୍ ବ୍ଲକ ହେବା ନେଇ ରାହୁଲ ଏହି ମାଇକ୍ରୋ ବ୍ଲଗିଂ ସାଇଟ୍‌କୁ ସମାଲୋଚନା କରିବାର ଦିନକ ପରେ ଟ୍ୱିଟର ତାଙ୍କ ଆକାଉଣ୍ଟ୍‌କୁ ଅନ୍‌ବ୍ଲକ୍ କରିଛି । ରାହୁଲଙ୍କ ଆକାଉଣ୍ଟ୍ ସମେତ କଂଗ୍ରେସର ଅନ୍ୟ ନେତା ମାନଙ୍କ ଆକାଉଣ୍ଟ୍‌କୁ ମଧ୍ୟ ଅନ୍‌ବ୍ଲକ୍ କରିଛି ଟ୍ୱିଟର । ବଳାତ୍କାର ଓ ହତ୍ୟାର […]

ନୂଆଦିଲ୍ଲୀ: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଟ୍ୱିଟର ଆକାଉଣ୍ଟ୍ ଉପରୁ ହଟିଲା କଟକଣା । ଟ୍ୱିଟର ଏହି କଂଗ୍ରେସ ନେତାଙ୍କ ଆକାଉଣ୍ଟକୁ ଅନ୍‌ବ୍ଲକ୍ କରିଛି । ଆକାଉଣ୍ଟ୍ ବ୍ଲକ ହେବା ନେଇ ରାହୁଲ ଏହି ମାଇକ୍ରୋ ବ୍ଲଗିଂ ସାଇଟ୍‌କୁ ସମାଲୋଚନା କରିବାର ଦିନକ ପରେ ଟ୍ୱିଟର ତାଙ୍କ ଆକାଉଣ୍ଟ୍‌କୁ ଅନ୍‌ବ୍ଲକ୍ କରିଛି । ରାହୁଲଙ୍କ ଆକାଉଣ୍ଟ୍ ସମେତ କଂଗ୍ରେସର ଅନ୍ୟ ନେତା ମାନଙ୍କ ଆକାଉଣ୍ଟ୍‌କୁ ମଧ୍ୟ ଅନ୍‌ବ୍ଲକ୍ କରିଛି ଟ୍ୱିଟର ।

ଆହୁରି ପଢ଼ନ୍ତୁ: ୟେମେନ୍ ସରକାରୀ ସେନା ଶିବିର ଉପରେ ହୁଥି ବିଦ୍ରୋହୀଙ୍କ ବଡ଼ ଆକ୍ରମଣ, ୧୮ ନିହତ

ବଳାତ୍କାର ଓ ହତ୍ୟାର ଶିକାର ହୋଇଥିବା ଦିଲ୍ଲୀର ଜଣେ ନାବାଳିକାର ବାପା,ମା’ଙ୍କ ଫଟୋ ଟ୍ୱିଟରରେ ସେୟାର କରିବା ପରେ ନିୟମର ଉଲ୍ଳଂଘନ ଦର୍ଶାଇ ଟ୍ୱିଟର ରାହୁଲଙ୍କ ଆକାଉଣ୍ଟକୁ ପ୍ରାୟ ଏକ ସପ୍ତାହ ଧରି ବ୍ଲକ୍ କରିଦେଇଥିଲା । ଏନେଇ ରାହୁଲ ଗତକାଲି ଟ୍ୱିଟର ଉପରେ ବର୍ଷିଥିଲେ । ଟ୍ୱିଟର ଭାରତର ରାଜନୈତିକ ପ୍ରକ୍ରିୟାରେ ହସ୍ତକ୍ଷେପ କରୁଛି । ଏହା ଭାରତୀୟ ଗଣତନ୍ତ୍ର ଉପରେ ଆକ୍ରମଣ ବୋଲି କହିଥିଲେ ରାହୁଲ ।

ଆହୁରି ପଢ଼ନ୍ତୁ: ଭାରତ-ଆମେରିକା ସମ୍ପର୍କ ହେବ ଆହୁରି ସୁଦୃଢ଼: ମାର୍କୋ ରୁବିଓଙ୍କ ଗସ୍ତରେ ବାଣିଜ୍ୟ, ସୁରକ୍ଷା ଓ ପ୍ରଯୁକ୍ତିବିଦ୍ୟା ଉପରେ ଗୁରୁତ୍ୱ

ରାହୁଲ ଓ ଅନ୍ୟ ଦଳୀୟ ନେତାଙ୍କ ଆକାଉଣ୍ଟ୍ ଅନଲକ୍ ହେବା ପରେ କଂଗ୍ରେସ ‘ସତ୍ୟମେବ ଜୟତେ’ ବୋଲି ଟ୍ୱିଟ୍ କରିଛି ।

ଆହୁରି ପଢ଼ନ୍ତୁ: ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର ଡାଟା ଲିକ୍: ଡାର୍କ ୱେବରେ ୩,୮୯୭ ଗ୍ରାହକଙ୍କ ତଥ୍ୟ, ପାଣ୍ଠି ସୁରକ୍ଷିତ ଥିବା ନେଇ ବ୍ୟାଙ୍କର ସ୍ପଷ୍ଟୀକରଣ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର