ହର୍ମୁଜ୍ ପ୍ରଣାଳୀ ବନ୍ଦ ହୋଇନାହିଁ, ଇରାନର କଡ଼ା ନିରୀକ୍ଷଣରେ ଚାଲିଛି ଜାହାଜ ଯାତାୟାତ: ପ୍ରେସ୍ ଟିଭି ଭିଡିଓରୁ ସ୍ପଷ୍ଟ

Suryakanta Picture
Published On

ଇରାନ ଏବଂ ଆମେରିକା-ଇସ୍ରାଏଲ୍ ମଧ୍ୟରେ ଚାଲିଥିବା ଯୁଦ୍ଧ ଓ ଉତ୍ତେଜନା ମଧ୍ୟରେ ଏକ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି। ବିଶ୍ୱର ଅନ୍ୟତମ ପ୍ରମୁଖ ସାମୁଦ୍ରିକ ବାଣିଜ୍ୟିକ ପଥ ହର୍ମୁଜ୍ ପ୍ରଣାଳୀ (Strait of Hormuz) ସମ୍ପୂର୍ଣ୍ଣ ଭାବେ ବନ୍ଦ ହୋଇନଥିବା ଇରାନର ସରକାରୀ ଗଣମାଧ୍ୟମ ଦାବି କରିଛି। ଇରାନର ଇଂରାଜୀ ନ୍ୟୁଜ୍ ଚ୍ୟାନେଲ ପ୍ରେସ୍ ଟିଭି (Press TV) ପକ୍ଷରୁ ଜାରି କରାଯାଇଥିବା ଏକ ଭିଡିଓରେ ଦେଖିବାକୁ ମିଳିଛି ଯେ, ଇରାନୀ ନୌସେନାର କଡ଼ା ସୁରକ୍ଷା ଓ ନିରୀକ୍ଷଣ ମଧ୍ୟରେ ବାଣିଜ୍ୟିକ ଜାହାଜଗୁଡ଼ିକ ଏହି ପ୍ରଣାଳୀ ଦେଇ ଯାତାୟାତ କରୁଛନ୍ତି।

ଆହୁରି ପଢ଼ନ୍ତୁ: ଆମେରିକାରେ ପିଲାଙ୍କ ପାସପୋର୍ଟ ନିୟମରେ ହୋଇପାରେ ପରିବର୍ତ୍ତନ: ବାପା-ମା'ଙ୍କୁ ଦେବାକୁ ପଡ଼ିବ ନାଗରିକତ୍ୱର ପ୍ରମାଣ

କେବଳ 'ଶତ୍ରୁ' ଦେଶର ଜାହାଜ ଉପରେ କଟକଣା

ଇରାନର ବୈଦେଶିକ ବ୍ୟାପାର ମନ୍ତ୍ରୀ ଅବ୍ବାସ ଆରାଘଚି (Abbas Araghchi) ସ୍ପଷ୍ଟ କରିଛନ୍ତି ଯେ, ହର୍ମୁଜ୍ ପ୍ରଣାଳୀକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରାଯାଇ ନାହିଁ। କେବଳ ଆକ୍ରମଣକାରୀ ଦେଶ (ଆମେରିକା ଓ ଇସ୍ରାଏଲ୍) ଏବଂ ସେମାନଙ୍କୁ ସମର୍ଥନ କରୁଥିବା ରାଷ୍ଟ୍ରଗୁଡ଼ିକର ଜାହାଜ ପ୍ରବେଶ ଉପରେ ରୋକ୍ ଲଗାଯାଇଛି। ଇରାନ କର୍ତ୍ତୃପକ୍ଷଙ୍କ ସହ ସମନ୍ୱୟ ରକ୍ଷା କରି ଅନ୍ୟ ସମସ୍ତ ଦେଶର ଜାହାଜ ବିନା ବାଧାରେ ଏହି ରାସ୍ତା ଦେଇ ଯାତାୟାତ କରିପାରିବେ ବୋଲି ସେ କହିଛନ୍ତି। ଏହା ସହିତ ଇରାନ ରାଷ୍ଟ୍ରପତି ମାସୁଦ୍ ପେଜେସକିଆନ୍ (Masoud Pezeshkian) ମଧ୍ୟ ନିଜର ପ୍ରତିକ୍ରିୟା ରଖିଛନ୍ତି। ଆମେରିକା ଏବଂ ଇସ୍ରାଏଲର ଆକ୍ରମଣାତ୍ମକ ନୀତି ଯୋଗୁଁ ହିଁ ଏହି ସାମୁଦ୍ରିକ ପଥରେ ଅସ୍ଥିରତା ସୃଷ୍ଟି ହୋଇଛି ବୋଲି ସେ ଦାବି କରିଛନ୍ତି।

ଆହୁରି ପଢ଼ନ୍ତୁ: ତେଜସ୍ ଫାଇଟର୍ ଜେଟ୍ ଉତ୍ପାଦନକୁ ମିଳିଲା ବୁଷ୍ଟ୍, HAL କୁ ଆମେରିକାରୁ ମିଳିଲା ଆଉ ୩ଟି ନୂଆ ଇଞ୍ଜିନ୍

ଆମେରିକାର ଚେତାବନୀ ଏବଂ ଉତ୍ତେଜନା

ଉଲ୍ଲେଖଯୋଗ୍ୟ ଯେ, ବିଶ୍ୱର ପ୍ରାୟ ୨୦ ପ୍ରତିଶତ ଅଶୋଧିତ ତୈଳ (Crude Oil) ଏହି ହର୍ମୁଜ୍ ପ୍ରଣାଳୀ ଦେଇ ରପ୍ତାନି ହୋଇଥାଏ। ଇରାନ ଏହି ପ୍ରଣାଳୀକୁ ନିଜ ନିୟନ୍ତ୍ରଣକୁ ନେବା ସହ କିଛି ନିର୍ଦ୍ଦିଷ୍ଟ ଜାହାଜ ପାଇଁ ଟୋଲ୍ ଫି' ଆଦାୟ କରୁଥିବା ଆମେରିକା ଓ ଗଲ୍ଫ ରାଷ୍ଟ୍ରଗୁଡ଼ିକ ଅଭିଯୋଗ କରିଛନ୍ତି। ଏହାକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ (Donald Trump) କଡ଼ା ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଯଦି ଇରାନ ତୁରନ୍ତ ଏହି ପ୍ରଣାଳୀକୁ ସମ୍ପୂର୍ଣ୍ଣ ଭାବେ ନଖୋଲେ, ତେବେ ଇରାନର ବୃହତ୍ ବିଦ୍ୟୁତ୍ କେନ୍ଦ୍ରଗୁଡ଼ିକ ଉପରେ ଆକ୍ରମଣ କରାଯିବ ବୋଲି ଟ୍ରମ୍ପ ଚେତାବନୀ ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ନେପାଳକୁ ପ୍ରତି ବିପଦର ଆଗୁଆ ସୂଚନା ଦେବ ଚୀନ୍!

ବର୍ତ୍ତମାନ ଇରାନର ଇସଲାମିକ୍ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ (IRGC) ନୌସେନା ଏହି ଅଞ୍ଚଳରେ ନିଜର ପାଟ୍ରୋଲିଂ କଡ଼ାକଡ଼ି କରିଛି। ଉଭୟ ପକ୍ଷ ମଧ୍ୟରେ ଯୁଦ୍ଧବିରାମ ଏବଂ ଆଲୋଚନା ପାଇଁ ଉଦ୍ୟମ ଜାରି ରହିଥିଲେ ମଧ୍ୟ ସ୍ଥିତି ଏବେ ବି ସମ୍ବେଦନଶୀଳ ରହିଛି। ଏହି ବିବାଦ କାରଣରୁ ବିଶ୍ୱ ବଜାରରେ ଅନ୍ତର୍ଜାତୀୟ ତୈଳ ଦର ବୃଦ୍ଧି ପାଇବା ସହ ବାଣିଜ୍ୟିକ କ୍ଷେତ୍ରରେ ବଡ଼ ଧରଣର ପ୍ରଭାବ ପଡ଼ିବାର ଆଶଙ୍କା ସୃଷ୍ଟି ହୋଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର