'ଆମେ ଉଦ୍ଧାର କରିପାରିବୁ ନାହିଁ, ନିଜ ବାଟ ନିଜେ ଦେଖନ୍ତୁ': ଇସ୍ରାଏଲରେ ଫସିଥିବା ନାଗରିକଙ୍କୁ ଆମେରିକାର ଚେତାବନୀ

Suryakanta Picture
Published On

ଇରାନ ସହ ଚାଲିଥିବା ଭୟଙ୍କର ଯୁଦ୍ଧ ମଧ୍ୟରେ ଇସ୍ରାଏଲରେ ଫସି ରହିଥିବା ନିଜ ନାଗରିକଙ୍କୁ ଆମେରିକା ଏକ ବଡ଼ ଝଟକା ଦେଇଛି। ଆମେରିକା ସରକାର ସ୍ପଷ୍ଟ ଭାବରେ କହିଛନ୍ତି ଯେ ବର୍ତ୍ତମାନର ପରିସ୍ଥିତିରେ ସେମାନଙ୍କୁ ଉଦ୍ଧାର କରିବା ସମ୍ଭବ ନୁହେଁ, ତେଣୁ ନାଗରିକମାନେ ନିଜେ ଦେଶରୁ ବାହାରିବା ପାଇଁ ଯୋଜନା ପ୍ରସ୍ତୁତ କରନ୍ତୁ।

ଆହୁରି ପଢ଼ନ୍ତୁ: ଜରୁରୀକାଳୀନ ଅବତରଣ ବେଳେ ରନୱେରେ ବିସ୍ଫୋରଣ: ଆମେରିକୀୟ ବ୍ୟବସାୟିକ ଜେଟ୍ ଦୁର୍ଘଟଣାରେ ୨ ମୃତ

ସୀମିତ ରହିଛି ବାହାରିବାର ବିକଳ୍ପ

ଇସ୍ରାଏଲରେ ଥିବା ଆମେରିକୀୟ ରାଷ୍ଟ୍ରଦୂତ ମାଇକ୍ ହକାବି (Mike Huckabee) ସୁରକ୍ଷା ପରିସ୍ଥିତିକୁ ଦୃଷ୍ଟିରେ ରଖି ଏକ ଆଡଭାଇଜରୀ ଜାରି କହିଛନ୍ତି। ସେ ଚେତାବନୀ ଦେଇ କହିଛନ୍ତି ଯେ ବର୍ତ୍ତମାନ ଇସ୍ରାଏଲରୁ ବାହାରିବାର ବିକଳ୍ପ ଅତି ସୀମିତ। ସରକାର ସେମାନଙ୍କ ନିରାପଦ ପ୍ରତ୍ୟାବର୍ତ୍ତନ ପାଇଁ କୌଣସି ସ୍ୱତନ୍ତ୍ର ବ୍ୟବସ୍ଥା କରିପାରିବେ ନାହିଁ ବୋଲି ସଫା ସଫା ଜଣାଇ ଦିଆଯାଇଛି।

ଆହୁରି ପଢ଼ନ୍ତୁ: ସୋସିଆଲ ମିଡିଆରୁ କାହିଁକି ହଟୁଛି ପୋଷ୍ଟ? ସେନ୍ସରସିପ୍ ଗୁଜବ ଉପରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ଖୁଲାସା

ମିଶର ସୀମା ଦେଇ ଯିବାକୁ ପରାମର୍ଶ

ରାଷ୍ଟ୍ରଦୂତ ହକାବି ପରାମର୍ଶ ଦେଇଛନ୍ତି ଯେ ବର୍ତ୍ତମାନ ସମୟରେ ଇସ୍ରାଏଲର ପର୍ଯ୍ୟଟନ ମନ୍ତ୍ରଣାଳୟ ଦ୍ୱାରା ପରିଚାଳିତ ସଟଲ୍ ବସ୍ ଯୋଗେ ତାବା ସୀମା (Taba Border) ଦେଇ ମିଶରକୁ ଯିବା ସବୁଠାରୁ ସୁରକ୍ଷିତ ବିକଳ୍ପ। ତାବା ପହଞ୍ଚିବା ପରେ ଯାତ୍ରୀମାନେ ସେଠାରୁ କିମ୍ବା କାହିରାରୁ ଅନ୍ତର୍ଜାତୀୟ ବିମାନ ଧରି ଆମେରିକା କିମ୍ବା ଅନ୍ୟ ଦେଶକୁ ଯାଇପାରିବେ।

ଆହୁରି ପଢ଼ନ୍ତୁ: ରାଜସ୍ଥାନର ପ୍ରତାପଗଡ଼ରେ ଡବଲ ମର୍ଡର ଘଟଣାର ପର୍ଦ୍ଦାଫାଶ: ଟ୍ରାକ୍ଟର ଇଏମ୍ଆଇ ପାଇଁ ଦିଅର-ଯାଆ ସାଜିଲେ ହତ୍ୟାକାରୀ

ବିମାନ ବନ୍ଦରରେ ଅନିଶ୍ଚିତତା

ତେଲ ଅଭିଭ୍‌ର ବେନ୍ ଗୁରିଅନ୍ ବିମାନବନ୍ଦର କେବେ ସ୍ୱାଭାବିକ ହେବ, ସେ ନେଇ ଅନିଶ୍ଚିତତା ଲାଗି ରହିଛି। ଯଦିଓ ବିମାନବନ୍ଦର ଖୋଲେ, ତେବେ ଉଡାଣ ସଂଖ୍ୟା ବହୁତ କମ୍ ରହିବ ଏବଂ ପ୍ରାଥମିକତା କେବଳ ପୂର୍ବରୁ ଟିକେଟ୍ ବୁକ୍ କରିଥିବା ଯାତ୍ରୀମାନଙ୍କୁ, ବିଶେଷକରି ‘ଏଲ୍ ଅଲ୍’ (El Al) ବିମାନର ଯାତ୍ରୀଙ୍କୁ ଦିଆଯିବ। ଅନ୍ୟ ଅନ୍ତର୍ଜାତୀୟ ବିମାନ କମ୍ପାନୀଗୁଡ଼ିକ ତୁରନ୍ତ ସେବା ଆରମ୍ଭ କରିବାର ସମ୍ଭାବନା କମ୍ ରହିଛି। ଅନ୍ୟପକ୍ଷରେ, ଜେରୁଜେଲମ ସ୍ଥିତ ଆମେରିକୀୟ ଦୂତାବାସର କର୍ମଚାରୀ ଏବଂ ସେମାନଙ୍କ ପରିବାରକୁ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ନିଜ ନିଜ ସ୍ଥାନରେ ସୁରକ୍ଷିତ ରହିବାକୁ (Shelter in place) ନିର୍ଦ୍ଦେଶ ଦିଆଯାଇଛି।

03 Mar 2026 By Suryakanta

'ଆମେ ଉଦ୍ଧାର କରିପାରିବୁ ନାହିଁ, ନିଜ ବାଟ ନିଜେ ଦେଖନ୍ତୁ': ଇସ୍ରାଏଲରେ ଫସିଥିବା ନାଗରିକଙ୍କୁ ଆମେରିକାର ଚେତାବନୀ

ଇରାନ ସହ ଚାଲିଥିବା ଭୟଙ୍କର ଯୁଦ୍ଧ ମଧ୍ୟରେ ଇସ୍ରାଏଲରେ ଫସି ରହିଥିବା ନିଜ ନାଗରିକଙ୍କୁ ଆମେରିକା ଏକ ବଡ଼ ଝଟକା ଦେଇଛି। ଆମେରିକା ସରକାର ସ୍ପଷ୍ଟ ଭାବରେ କହିଛନ୍ତି ଯେ ବର୍ତ୍ତମାନର ପରିସ୍ଥିତିରେ ସେମାନଙ୍କୁ ଉଦ୍ଧାର କରିବା ସମ୍ଭବ ନୁହେଁ, ତେଣୁ ନାଗରିକମାନେ ନିଜେ ଦେଶରୁ ବାହାରିବା ପାଇଁ ଯୋଜନା ପ୍ରସ୍ତୁତ କରନ୍ତୁ।

ସୀମିତ ରହିଛି ବାହାରିବାର ବିକଳ୍ପ

ଇସ୍ରାଏଲରେ ଥିବା ଆମେରିକୀୟ ରାଷ୍ଟ୍ରଦୂତ ମାଇକ୍ ହକାବି (Mike Huckabee) ସୁରକ୍ଷା ପରିସ୍ଥିତିକୁ ଦୃଷ୍ଟିରେ ରଖି ଏକ ଆଡଭାଇଜରୀ ଜାରି କହିଛନ୍ତି। ସେ ଚେତାବନୀ ଦେଇ କହିଛନ୍ତି ଯେ ବର୍ତ୍ତମାନ ଇସ୍ରାଏଲରୁ ବାହାରିବାର ବିକଳ୍ପ ଅତି ସୀମିତ। ସରକାର ସେମାନଙ୍କ ନିରାପଦ ପ୍ରତ୍ୟାବର୍ତ୍ତନ ପାଇଁ କୌଣସି ସ୍ୱତନ୍ତ୍ର ବ୍ୟବସ୍ଥା କରିପାରିବେ ନାହିଁ ବୋଲି ସଫା ସଫା ଜଣାଇ ଦିଆଯାଇଛି।

ମିଶର ସୀମା ଦେଇ ଯିବାକୁ ପରାମର୍ଶ

ରାଷ୍ଟ୍ରଦୂତ ହକାବି ପରାମର୍ଶ ଦେଇଛନ୍ତି ଯେ ବର୍ତ୍ତମାନ ସମୟରେ ଇସ୍ରାଏଲର ପର୍ଯ୍ୟଟନ ମନ୍ତ୍ରଣାଳୟ ଦ୍ୱାରା ପରିଚାଳିତ ସଟଲ୍ ବସ୍ ଯୋଗେ ତାବା ସୀମା (Taba Border) ଦେଇ ମିଶରକୁ ଯିବା ସବୁଠାରୁ ସୁରକ୍ଷିତ ବିକଳ୍ପ। ତାବା ପହଞ୍ଚିବା ପରେ ଯାତ୍ରୀମାନେ ସେଠାରୁ କିମ୍ବା କାହିରାରୁ ଅନ୍ତର୍ଜାତୀୟ ବିମାନ ଧରି ଆମେରିକା କିମ୍ବା ଅନ୍ୟ ଦେଶକୁ ଯାଇପାରିବେ।

ବିମାନ ବନ୍ଦରରେ ଅନିଶ୍ଚିତତା

ତେଲ ଅଭିଭ୍‌ର ବେନ୍ ଗୁରିଅନ୍ ବିମାନବନ୍ଦର କେବେ ସ୍ୱାଭାବିକ ହେବ, ସେ ନେଇ ଅନିଶ୍ଚିତତା ଲାଗି ରହିଛି। ଯଦିଓ ବିମାନବନ୍ଦର ଖୋଲେ, ତେବେ ଉଡାଣ ସଂଖ୍ୟା ବହୁତ କମ୍ ରହିବ ଏବଂ ପ୍ରାଥମିକତା କେବଳ ପୂର୍ବରୁ ଟିକେଟ୍ ବୁକ୍ କରିଥିବା ଯାତ୍ରୀମାନଙ୍କୁ, ବିଶେଷକରି ‘ଏଲ୍ ଅଲ୍’ (El Al) ବିମାନର ଯାତ୍ରୀଙ୍କୁ ଦିଆଯିବ। ଅନ୍ୟ ଅନ୍ତର୍ଜାତୀୟ ବିମାନ କମ୍ପାନୀଗୁଡ଼ିକ ତୁରନ୍ତ ସେବା ଆରମ୍ଭ କରିବାର ସମ୍ଭାବନା କମ୍ ରହିଛି। ଅନ୍ୟପକ୍ଷରେ, ଜେରୁଜେଲମ ସ୍ଥିତ ଆମେରିକୀୟ ଦୂତାବାସର କର୍ମଚାରୀ ଏବଂ ସେମାନଙ୍କ ପରିବାରକୁ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ନିଜ ନିଜ ସ୍ଥାନରେ ସୁରକ୍ଷିତ ରହିବାକୁ (Shelter in place) ନିର୍ଦ୍ଦେଶ ଦିଆଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର