ଇରାନ-ଆମେରିକା ଯୁଦ୍ଧ ଉତ୍ତେଜନା: ହିଂସା ଆଶଙ୍କାକୁ ନେଇ ସବୁ ରାଜ୍ୟକୁ ସତର୍କ କଲା କେନ୍ଦ୍ର ଗୃହ ମନ୍ତ୍ରଣାଳୟ

Madhusudan Das Picture
Published On

ନୂଆଦିଲ୍ଲୀ: ଇରାନ ଏବଂ ଆମେରିକା-ଇସ୍ରାଏଲ ମଧ୍ୟରେ ଚାଲିଥିବା ସଂଘର୍ଷକୁ ଦୃଷ୍ଟିରେ ରଖି କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଦେଶର ସମସ୍ତ ରାଜ୍ୟକୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛି। ଫେବୃଆରୀ ୨୮ରେ ଜାରି କରାଯାଇଥିବା ଏକ ପରାମର୍ଶପତ୍ରରେ ମନ୍ତ୍ରଣାଳୟ କହିଛି ଯେ, ପଶ୍ଚିମ ଏସିଆର ସାମ୍ପ୍ରତିକ ସାମରିକ ଘଟଣାବଳୀର ପ୍ରଭାବ ଭାରତର ଆଭ୍ୟନ୍ତରୀଣ ସୁରକ୍ଷା ଉପରେ ପଡ଼ିପାରେ। ବିଶେଷକରି ସାମ୍ପ୍ରଦାୟିକ ସଦ୍ଭାବନା ବଜାୟ ରଖିବା ଏବଂ ଆଇନଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣରେ ରଖିବା ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ରାଜ୍ୟ ସରକାରମାନଙ୍କୁ କୁହାଯାଇଛି।

ଆହୁରି ପଢ଼ନ୍ତୁ: ଇସ୍ରାଏଲ୍-ଇରାନ୍ ଯୁଦ୍ଧ ମଧ୍ୟରେ ହୋରମୁଜ୍ ପ୍ରଣାଳୀକୁ ନେଇ ଇରାନର ବଡ଼ ଘୋଷଣା: ଜାହାଜଗୁଡ଼ିକ ଉପରେ ଲାଗିବ ଟ୍ରାଞ୍ଜିଟ୍ ଫି’

ଗୃହ ମନ୍ତ୍ରଣାଳୟ ବିଶେଷ ଭାବରେ ସତର୍କ କରାଇଛି ଯେ, କିଛି ଧାର୍ମିକ ସମାବେଶ କିମ୍ବା ସାଧାରଣ ସଭାରେ ବିଦେଶୀ ଘଟଣାକୁ ନେଇ ଇରାନ ସମର୍ଥକ କট্টରପନ୍ଥୀ ଧର୍ମ ପ୍ରଚାରକମାନେ ଉତ୍ତେଜକ ଭାଷଣ ଦେବାର ଆଶଙ୍କା ରହିଛି। ଏହା ଦ୍ୱାରା ସାମ୍ପ୍ରଦାୟିକ ଭାବନା ଉତ୍ତେଜିତ ହୋଇପାରେ। ତେଣୁ ଏଭଳି ବ୍ୟକ୍ତି ଓ ଗୋଷ୍ଠୀ ଉପରେ ଗୁଇନ୍ଦା ନଜର ରଖିବା ସହ ସମୟୋଚିତ ହସ୍ତକ୍ଷେପ କରିବାକୁ ପୋଲିସ ଓ ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି। ସରକାର କେବଳ ଭୌଗୋଳିକ ରାଜନୀତି ନୁହେଁ, ବରଂ ଘରୋଇ ସୁରକ୍ଷା ଉପରେ ଏହାର ପ୍ରଭାବକୁ ମଧ୍ୟ ଗମ୍ଭୀରତାର ସହ ବିଚାର କରୁଛନ୍ତି।

ଆହୁରି ପଢ଼ନ୍ତୁ: ଜାତିସଂଘରେ ପାକିସ୍ତାନକୁ ଭାରତର କଡ଼ା ଜବାବ: 'ଫିତନା ଅଲ-ହିନ୍ଦୁସ୍ତାନ' ନାମକରଣକୁ କହିଲା 'ସଂଗଠିତ ଘୃଣାର କାରଖାନା'

ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣରେ ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମନେଇଙ୍କ ମୃତ୍ୟୁ ପରେ ଜାମ୍ମୁ ଓ କାଶ୍ମୀରର ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏହାକୁ ଦୃଷ୍ଟିରେ ରଖି କାଶ୍ମୀର ଉପତ୍ୟକାରେ ମୋବାଇଲ୍ ଇଣ୍ଟରନେଟ୍ ସ୍ପିଡ୍ ହ୍ରାସ କରାଯାଇଛି। ଶ୍ରୀନଗରର ଲାଲ୍ ଚୌକ ସ୍ଥିତ ଘଣ୍ଟା ଘରକୁ ବ୍ୟାରିକେଡ୍ ଦ୍ୱାରା ସିଲ୍ କରାଯାଇଥିବା ବେଳେ ବ୍ୟାପକ ସଂଖ୍ୟାରେ ପୋଲିସ ଓ CRPF ଯବାନଙ୍କୁ ମୁତୟନ କରାଯାଇଛି। ସରକାରୀ ସୂଚନା ଅନୁଯାୟୀ, ଲାଲ୍ ଚୌକ, ବଡଗାମ, ବାନ୍ଦିପୋରା, ଅନନ୍ତନାଗ ଏବଂ ପୁଲୱାମା ଭଳି ସ୍ଥାନରେ ବିକ୍ଷୋଭ ଦେଖାଦେଇଥିଲା।

ଆହୁରି ପଢ଼ନ୍ତୁ: 'ନୋ ବିଗ୍ ଡିଲ୍' ରୁ 'ସମ୍ପୂର୍ଣ୍ଣ ବିନାଶ': ଇରାନର ଆପାଚେ ହେଲିକପ୍ଟର ଆକ୍ରମଣ ପରେ କାହିଁକି ବଦଳିଲା ଟ୍ରମ୍ପଙ୍କ ମିଜାଜ?

ଖାମନେଇଙ୍କ ମୃତ୍ୟୁ ପରେ ପଶ୍ଚିମ ଏସିଆରେ ସଂଘର୍ଷ ତୀବ୍ର ରୂପ ନେଇଛି। ଆମେରିକା ଓ ଇସ୍ରାଏଲ ପକ୍ଷରୁ ଇରାନର ବାଲିଷ୍ଟିକ୍ ମିସାଇଲ୍ ଘାଟି ଉପରେ ଆକ୍ରମଣ ଜାରି ରହିଥିବା ବେଳେ, ଇରାନ ମଧ୍ୟ ପ୍ରତିଶୋଧମୂଳକ ଭାବେ ଗଲ୍ଫ ଅଞ୍ଚଳରେ ଥିବା ଆମେରିକୀୟ ଘାଟି ଉପରେ ଆକ୍ରମଣ କରୁଛି। ଏହି ଯୁଦ୍ଧ ପରିସ୍ଥିତି ଯୋଗୁଁ ରିୟାଦ ଓ ଦୁବାଇ ଭଳି ସହର ପ୍ରଭାବିତ ହୋଇଛି ଏବଂ ବିଭିନ୍ନ ଏୟାରଲାଇନ୍ସ ସେମାନଙ୍କର ବିମାନ ସେବା ବାତିଲ କିମ୍ବା କାଟଛାଣ୍ଟ କରିଛନ୍ତି।

02 Mar 2026 By Madhusudan Das

ଇରାନ-ଆମେରିକା ଯୁଦ୍ଧ ଉତ୍ତେଜନା: ହିଂସା ଆଶଙ୍କାକୁ ନେଇ ସବୁ ରାଜ୍ୟକୁ ସତର୍କ କଲା କେନ୍ଦ୍ର ଗୃହ ମନ୍ତ୍ରଣାଳୟ

ନୂଆଦିଲ୍ଲୀ: ଇରାନ ଏବଂ ଆମେରିକା-ଇସ୍ରାଏଲ ମଧ୍ୟରେ ଚାଲିଥିବା ସଂଘର୍ଷକୁ ଦୃଷ୍ଟିରେ ରଖି କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଦେଶର ସମସ୍ତ ରାଜ୍ୟକୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛି। ଫେବୃଆରୀ ୨୮ରେ ଜାରି କରାଯାଇଥିବା ଏକ ପରାମର୍ଶପତ୍ରରେ ମନ୍ତ୍ରଣାଳୟ କହିଛି ଯେ, ପଶ୍ଚିମ ଏସିଆର ସାମ୍ପ୍ରତିକ ସାମରିକ ଘଟଣାବଳୀର ପ୍ରଭାବ ଭାରତର ଆଭ୍ୟନ୍ତରୀଣ ସୁରକ୍ଷା ଉପରେ ପଡ଼ିପାରେ। ବିଶେଷକରି ସାମ୍ପ୍ରଦାୟିକ ସଦ୍ଭାବନା ବଜାୟ ରଖିବା ଏବଂ ଆଇନଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣରେ ରଖିବା ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ରାଜ୍ୟ ସରକାରମାନଙ୍କୁ କୁହାଯାଇଛି।

ଗୃହ ମନ୍ତ୍ରଣାଳୟ ବିଶେଷ ଭାବରେ ସତର୍କ କରାଇଛି ଯେ, କିଛି ଧାର୍ମିକ ସମାବେଶ କିମ୍ବା ସାଧାରଣ ସଭାରେ ବିଦେଶୀ ଘଟଣାକୁ ନେଇ ଇରାନ ସମର୍ଥକ କট্টରପନ୍ଥୀ ଧର୍ମ ପ୍ରଚାରକମାନେ ଉତ୍ତେଜକ ଭାଷଣ ଦେବାର ଆଶଙ୍କା ରହିଛି। ଏହା ଦ୍ୱାରା ସାମ୍ପ୍ରଦାୟିକ ଭାବନା ଉତ୍ତେଜିତ ହୋଇପାରେ। ତେଣୁ ଏଭଳି ବ୍ୟକ୍ତି ଓ ଗୋଷ୍ଠୀ ଉପରେ ଗୁଇନ୍ଦା ନଜର ରଖିବା ସହ ସମୟୋଚିତ ହସ୍ତକ୍ଷେପ କରିବାକୁ ପୋଲିସ ଓ ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି। ସରକାର କେବଳ ଭୌଗୋଳିକ ରାଜନୀତି ନୁହେଁ, ବରଂ ଘରୋଇ ସୁରକ୍ଷା ଉପରେ ଏହାର ପ୍ରଭାବକୁ ମଧ୍ୟ ଗମ୍ଭୀରତାର ସହ ବିଚାର କରୁଛନ୍ତି।

ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣରେ ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମନେଇଙ୍କ ମୃତ୍ୟୁ ପରେ ଜାମ୍ମୁ ଓ କାଶ୍ମୀରର ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏହାକୁ ଦୃଷ୍ଟିରେ ରଖି କାଶ୍ମୀର ଉପତ୍ୟକାରେ ମୋବାଇଲ୍ ଇଣ୍ଟରନେଟ୍ ସ୍ପିଡ୍ ହ୍ରାସ କରାଯାଇଛି। ଶ୍ରୀନଗରର ଲାଲ୍ ଚୌକ ସ୍ଥିତ ଘଣ୍ଟା ଘରକୁ ବ୍ୟାରିକେଡ୍ ଦ୍ୱାରା ସିଲ୍ କରାଯାଇଥିବା ବେଳେ ବ୍ୟାପକ ସଂଖ୍ୟାରେ ପୋଲିସ ଓ CRPF ଯବାନଙ୍କୁ ମୁତୟନ କରାଯାଇଛି। ସରକାରୀ ସୂଚନା ଅନୁଯାୟୀ, ଲାଲ୍ ଚୌକ, ବଡଗାମ, ବାନ୍ଦିପୋରା, ଅନନ୍ତନାଗ ଏବଂ ପୁଲୱାମା ଭଳି ସ୍ଥାନରେ ବିକ୍ଷୋଭ ଦେଖାଦେଇଥିଲା।

ଖାମନେଇଙ୍କ ମୃତ୍ୟୁ ପରେ ପଶ୍ଚିମ ଏସିଆରେ ସଂଘର୍ଷ ତୀବ୍ର ରୂପ ନେଇଛି। ଆମେରିକା ଓ ଇସ୍ରାଏଲ ପକ୍ଷରୁ ଇରାନର ବାଲିଷ୍ଟିକ୍ ମିସାଇଲ୍ ଘାଟି ଉପରେ ଆକ୍ରମଣ ଜାରି ରହିଥିବା ବେଳେ, ଇରାନ ମଧ୍ୟ ପ୍ରତିଶୋଧମୂଳକ ଭାବେ ଗଲ୍ଫ ଅଞ୍ଚଳରେ ଥିବା ଆମେରିକୀୟ ଘାଟି ଉପରେ ଆକ୍ରମଣ କରୁଛି। ଏହି ଯୁଦ୍ଧ ପରିସ୍ଥିତି ଯୋଗୁଁ ରିୟାଦ ଓ ଦୁବାଇ ଭଳି ସହର ପ୍ରଭାବିତ ହୋଇଛି ଏବଂ ବିଭିନ୍ନ ଏୟାରଲାଇନ୍ସ ସେମାନଙ୍କର ବିମାନ ସେବା ବାତିଲ କିମ୍ବା କାଟଛାଣ୍ଟ କରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର