Viral Video: ରାହୁଲ ଗାନ୍ଧୀ ଓ ୨୫ କଂଗ୍ରେସ ସାଂସଦଙ୍କୁ ଗୁଳି କରି ହତ୍ୟା କରିବାକୁ ଧମକ, କରଣୀ ସେନା ସଦସ୍ୟଙ୍କ ଭିଡିଓ ଭାଇରାଲ୍

Tapas Ranjan Nanda Picture
Published On

ନୂଆଦିଲ୍ଲୀ: ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ ପୁଣି ଥରେ ଜୀବନରୁ ମାରିଦେବାକୁ ଧମକ ମିଳିଛି। ରାଜସ୍ଥାନର କୋଟା ନିବାସୀ ତଥା ନିଜକୁ ଗୋ-ରକ୍ଷକ ବୋଲାଉଥିବା ରାଜ ଆମେରା ନାମକ ଜଣେ ଯୁବକ ଏକ ଭିଡିଓ ଜାରି କରି ଏହି ଧମକ ଦେଇଛନ୍ତି। ସେ କେବଳ ରାହୁଲ ଗାନ୍ଧୀ ନୁହେଁ, ବରଂ କଂଗ୍ରେସର ଅନ୍ୟ ସାଂସଦମାନଙ୍କୁ ମଧ୍ୟ ଗୁଳି କରି ହତ୍ୟା କରିବାକୁ ଖୋଲାଖୋଲି ଚେତାବନୀ ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ଦିଲ୍ଲୀରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ସ୍ମାରକୀ ନିର୍ମାଣ ପାଇଁ ମିଳିଲା ଅନୁମୋଦନ, ରଖାଗଲା ଏହି ସବୁ ସର୍ତ୍ତ

୫୬ ସେକେଣ୍ଡର ଭିଡିଓରେ ସାଂଘାତିକ ଧମକ

ଗୁରୁବାର ସକାଳେ ଜାରି ହୋଇଥିବା ଏହି ୫୬ ସେକେଣ୍ଡର ଭିଡିଓରେ ଅଭିଯୁକ୍ତ ନିଜକୁ କରଣୀ ସେନାର ସଦସ୍ୟ ବୋଲି ଦାବି କରିଛନ୍ତି। ସେ କହିଛନ୍ତି ଯେ, ସେ ସଂସଦ ଭିତରେ କିମ୍ବା ଘରେ ପଶି ରାହୁଲ ଗାନ୍ଧୀ ଏବଂ ୨୫ ଜଣ କଂଗ୍ରେସ ସାଂସଦଙ୍କୁ ଗୁଳି ମାରିବେ। ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ବିରୋଧୀ ଦଳ ନେତାଙ୍କ ସୁରକ୍ଷା ବ୍ୟବସ୍ଥାକୁ ନେଇ ଗମ୍ଭୀର ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଆହୁରି ପଢ଼ନ୍ତୁ: ସାଉଦି ଆରବ ଉପରେ ହୁଥି ବିଦ୍ରୋହୀଙ୍କ ଆକ୍ରମଣ: କଡ଼ା ନିନ୍ଦା କଲା ଭାରତ

ବାଚସ୍ପତିଙ୍କ ସହ ବିବାଦର ପ୍ରସଙ୍ଗ

ଫେବୃଆରୀ ୪ ତାରିଖରେ ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କ ଚ୍ୟାମ୍ବରରେ ହୋଇଥିବା ଘଟଣାକୁ କେନ୍ଦ୍ର କରି ଏହି ଧମକ ଦିଆଯାଇଥିବା କୁହାଯାଉଛି। କେନ୍ଦ୍ରମନ୍ତ୍ରୀ କିରଣ ରିଜିଜୁ ଅଭିଯୋଗ କରିଥିଲେ ଯେ କଂଗ୍ରେସ ସାଂସଦମାନେ ବାଚସ୍ପତିଙ୍କ ଚ୍ୟାମ୍ବରରେ ପଶି ଦୁର୍ବ୍ୟବହାର କରିଥିଲେ। ଯଦିଓ କଂଗ୍ରେସ ଏହାକୁ ଖଣ୍ଡନ କରିଥିଲା, ତଥାପି ଏହି ଘଟଣାକୁ ନେଇ ରାଜ ଆମେରା ଉତ୍ତ୍ୟକ୍ତ ହୋଇ ଏଭଳି ଧମକ ଦେଇଥିବା ଜଣାପଡିଛି।

ଅନ୍ୟପଟେ, କଂଗ୍ରେସ ଓ ଅନ୍ୟ ବିରୋଧୀ ଦଳ ନେତାମାନେ ଅଭିଯୁକ୍ତର ତୁରନ୍ତ ଗିରଫ ଦାବି କରିଛନ୍ତି। ବିଜେପି ନେତାମାନଙ୍କ ଉତ୍ତେଜନାମୂଳକ ଭାଷଣ ଯୋଗୁଁ ରାହୁଲ ଗାନ୍ଧୀଙ୍କ ଜୀବନ ପ୍ରତି ବିପଦ ବଢୁଥିବା କଂଗ୍ରେସ ଅଭିଯୋଗ କରିଛି। ତେବେ ଶେଷ ଖବର ସୁଦ୍ଧା ପୋଲିସ ପକ୍ଷରୁ କୌଣସି ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଇ ନଥିବା ସୂଚନା ମିଳିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର