ଇସ୍ରୋର ମିଶନ PSLV-C62ରେ ଯାନ୍ତ୍ରିକ ତ୍ରୁଟି, ଦିଗହରା ହେଲା DRDO ଦ୍ବାରା ବିକଶିତ ଉପଗ୍ରହ 'ଅନ୍ବେଷା'

Madhusudan Das Picture
Published On

ନୂଆଦିଲ୍ଲୀ: ଇସ୍ରୋର ମିଶନ PSLV-C62ରେ ଯାନ୍ତ୍ରିକ ତ୍ରୁଟି । ଗତିପଥ ବଦଳାଇଦେଲା ‘ଅନ୍ୱେଷା’ । ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ISRO) ପକ୍ଷରୁ ୨୦୨୬ ବର୍ଷର ପ୍ରଥମ ମିଶନ ଭାବରେ ସୋମବାର ଶ୍ରୀହରିକୋଟା ସ୍ଥିତ ସତୀଶ ଧୱନ ମହାକାଶ କେନ୍ଦ୍ର (SDSC-SHAR)ରୁ PSLV-C62 ର ସଫଳ ଉତକ୍ଷେପଣ କରାଯାଇଥିଲା। ତେବେ ଏହି ଉତକ୍ଷେପଣ ପ୍ରକ୍ରିୟାର ଶେଷ ପର୍ଯ୍ୟାୟରେ ଏକ ଯାନ୍ତ୍ରିକ ତ୍ରୁଟି ପରିଲକ୍ଷିତ ହୋଇଛି, ଯାହା ଇସ୍ରୋ ପାଇଁ ଏକ ଚିନ୍ତାର ବିଷୟ ପାଲଟିଛି।

ଆହୁରି ପଢ଼ନ୍ତୁ: ରିୟାଦ୍ ବିମାନବନ୍ଦରରେ ହୁଥି ଆକ୍ରମଣ: ଜଣେ ଭାରତୀୟଙ୍କ ସମେତ ୧୩ ମୃତ, କାହିଁକି ସାଉଦିକୁ ଟାର୍ଗେଟ୍ କରୁଛନ୍ତି ୟେମେନ୍ ବିଦ୍ରୋହୀ?

ଇସ୍ରୋ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ରକେଟର PS3 ଷ୍ଟେଜ୍ ବା ତୃତୀୟ ପର୍ଯ୍ୟାୟ ଶେଷ ହେବା ସମୟରେ ଏହି ଅନିୟମିତତା (Anomaly) ଦେଖାଦେଇଥିଲା। ଏହି ଘଟଣା ପରେ ଇସ୍ରୋ ପକ୍ଷରୁ ତୁରନ୍ତ ଏକ ବିସ୍ତୃତ ବିଶ୍ଳେଷଣ ଏବଂ ଅନୁଧ୍ୟାନ ପ୍ରକ୍ରିୟା ଆରମ୍ଭ କରାଯାଇଛି। ବୈଜ୍ଞାନିକମାନେ ତ୍ରୁଟିର କାରଣ ଖୋଜିବା ପାଇଁ ତଥ୍ୟ ଯାଞ୍ଚ କରୁଛନ୍ତି।

ଆହୁରି ପଢ଼ନ୍ତୁ: ପାକିସ୍ତାନର ପେଶାୱାରରେ ଅଭାବନୀୟ ଘଟଣା: ସ୍କୁଲ ଛାତ ଖସି ୨୮ ଛାତ୍ରଛାତ୍ରୀଙ୍କ ସମେତ ୨୯ ମୃତ

ଏହି ମିଶନ ଜରିଆରେ ମୁଖ୍ୟ ଉପଗ୍ରହ ଭାବରେ ‘ଅନ୍ୱେଷା’ (EOS-N1) ଏବଂ ଅନ୍ୟ ୧୫ଟି ଉପଗ୍ରହକୁ ସୂର୍ଯ୍ୟ-ସମକାଳୀନ ପୋଲାର ଅର୍ବିଟ (SSO)କୁ ପଠାଯାଇଥିଲା। ‘ଅନ୍ୱେଷା’ ଉପଗ୍ରହଟି ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂଗଠନ (DRDO) ଦ୍ୱାରା ବିକଶିତ ହୋଇଛି। ଏହା ଭାରତର ସୀମା ସୁରକ୍ଷା ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି।

ଆହୁରି ପଢ଼ନ୍ତୁ: ଦେଶରୁ ସମ୍ପୂର୍ଣ୍ଣ ବିଦାୟ ନେଲା ଦକ୍ଷିଣ-ପଶ୍ଚିମ ମୌସୁମୀ, ଓଡ଼ିଶାରେ ବଢ଼ିବ ଶୀତ

DRDO ଦ୍ୱାରା ନିର୍ମିତ ଏହି ଆର୍ଥ ଅବଜରଭେସନ ସାଟେଲାଇଟ୍ ବା ପୃଥିବୀ ପର୍ଯ୍ୟବେକ୍ଷଣ ଉପଗ୍ରହରେ ଅତ୍ୟାଧୁନିକ ଇମେଜିଙ୍ଗ୍ କ୍ଷମତା ରହିଛି। ଏହା ଶତ୍ରୁପକ୍ଷର ସ୍ଥିତି ଏବଂ ଗତିବିଧି ଉପରେ ସଠିକ୍ ଏବଂ ସୂକ୍ଷ୍ମ ନଜର ରଖିବାରେ ଭାରତୀୟ ସେନାକୁ ସାହାଯ୍ୟ କରିବ। ତେବେ ମିଶନରେ ଦେଖାଦେଇଥିବା ତ୍ରୁଟି ଯୋଗୁଁ ଏହାର କାର୍ଯ୍ୟକାରିତା ଉପରେ କି ପ୍ରଭାବ ପଡ଼ିବ, ସେ ନେଇ ଇସ୍ରୋର ପରବର୍ତ୍ତୀ ରିପୋର୍ଟକୁ ଅପେକ୍ଷା କରାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର