ମାଓ ବିରୋଧୀ ଅଭିଯାନରେ ଛତିଶଗଡ଼ ପୋଲିସକୁ ବଡ଼ ସଫଳତା: ଆତ୍ମସମର୍ପଣ କଲେ ୬୩ଜଣ ମାଓବାଦୀ

Madhusudan Das Picture
Published On

ଛତିଶଗଡ଼: ଛତିଶଗଡ଼ର ଦନ୍ତେୱାଡ଼ା ଜିଲ୍ଲାରେ ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଶୁକ୍ରବାର ଦିନ ୬୩ ଜଣ ମାଓବାଦୀ ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। ଏମାନଙ୍କ ମଧ୍ୟରେ ୩୬ ଜଣ ଦୁର୍ଦ୍ଦାନ୍ତ ମାଓବାଦୀ ରହିଛନ୍ତି, ଯେଉଁମାନଙ୍କ ମୁଣ୍ଡ ଉପରେ ସରକାର ସମୁଦାୟ ୧.୧୯ କୋଟି ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲେ। ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ମଧ୍ୟରେ ୧୮ ଜଣ ମହିଳା କ୍ୟାଡର ମଧ୍ୟ ସାମିଲ ଅଛନ୍ତି।

ଆହୁରି ପଢ଼ନ୍ତୁ: ନେପାଳରେ ଭୟାବହ ବନ୍ୟା: ଜଳବାୟୁ କ୍ଷତିପୂରଣ ପାଇଁ ଭାରତ, ଚୀନ୍ ଏବଂ ଆମେରିକାକୁ ଦାୟୀ କଲା ନେପାଳ

ଦନ୍ତେୱାଡ଼ା ଏସପି ଗୌରବ ରାୟଙ୍କ ସୂଚନା ଅନୁଯାୟୀ, ଜିଲ୍ଲା ପୋଲିସ ଦ୍ୱାରା ଚାଲିଥିବା 'ପୁଣା ମାର୍ଗମ' (ନୂତନ ପଥ) ଅଭିଯାନ ଏବଂ ସରକାରଙ୍କ ଆତ୍ମସମର୍ପଣ ଓ ଥଇଥାନ ନୀତିରେ ପ୍ରଭାବିତ ହୋଇ ଏହି ମାଓବାଦୀମାନେ ମୁଖ୍ୟସ୍ରୋତକୁ ଫେରିଛନ୍ତି। ଏହି ମାଓବାଦୀମାନେ ଦକ୍ଷିଣ ବସ୍ତର, ପଶ୍ଚିମ ବସ୍ତର, ମାଡ଼ ଡିଭିଜନ ଏବଂ ଓଡ଼ିଶା ସୀମାନ୍ତ ଅଞ୍ଚଳରେ ସକ୍ରିୟ ଥିଲେ।

ଆହୁରି ପଢ଼ନ୍ତୁ: ତେଜସ୍ ଫାଇଟର୍ ଜେଟ୍ ଉତ୍ପାଦନକୁ ମିଳିଲା ବୁଷ୍ଟ୍, HAL କୁ ଆମେରିକାରୁ ମିଳିଲା ଆଉ ୩ଟି ନୂଆ ଇଞ୍ଜିନ୍

ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ମଧ୍ୟରେ ୭ ଜଣଙ୍କ ଉପରେ ୮ ଲକ୍ଷ ଲେଖାଏଁ ପୁରସ୍କାର ରାଶି ଥିଲା। ଏମାନଙ୍କ ମଧ୍ୟରେ କଳାହାଣ୍ଡି ଏରିଆ କମିଟି ସେକ୍ରେଟାରୀ ପକଲୁ ଓରଫ ପ୍ରଦୀପ ଓୟାମ (୪୫) ଅନ୍ୟତମ। 

ଆହୁରି ପଢ଼ନ୍ତୁ: ଦିଲ୍ଲୀ ସତ୍ୟ ନିକେତନ କୋଠା ଭୁଶୁଡ଼ିବା ଘଟଣା: ୪ ମହଲାରୁ ଅଧିକ ଥିବା ସମସ୍ତ ବେଆଇନ ନିର୍ମାଣ ସିଲ୍ କରିବାକୁ ଏମସିଡିର ନିର୍ଦ୍ଦେଶ, ମୃତ୍ୟୁସଂଖ୍ୟା ୬କୁ ବୃଦ୍ଧି

ପୋଲିସର ସୂଚନା ମୁତାବକ, ୩୬ ଜଣ ପୁରସ୍କୃତ ମାଓବାଦୀଙ୍କ ମଧ୍ୟରୁ ୭ ଜଣଙ୍କ ଉପରେ ୫ ଲକ୍ଷ ଲେଖାଏଁ, ୮ ଜଣଙ୍କ ଉପରେ ୨ ଲକ୍ଷ ଲେଖାଏଁ, ୧୧ ଜଣଙ୍କ ଉପରେ ୧ ଲକ୍ଷ ଲେଖାଏଁ ଏବଂ ୩ ଜଣଙ୍କ ଉପରେ ୫୦,୦୦୦ ଟଙ୍କା ଲେଖାଏଁ ପୁରସ୍କାର ଥିଲା। ସମୁଦାୟ ପୁରସ୍କାର ରାଶି ୧,୧୯,୫୦,୦୦୦ ଟଙ୍କା ହେବ ବୋଲି ଜଣାପଡ଼ିଛି। ସମସ୍ତ ୬୩ ଆତ୍ମସମର୍ପଣକାରୀଙ୍କୁ ତୁରନ୍ତ ୫୦,୦୦୦ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଛି ଏବଂ ସରକାରଙ୍କ ନୀତି ଅନୁଯାୟୀ ସେମାନଙ୍କୁ ଥଇଥାନ କରାଯିବ।

ଉଲ୍ଲେଖଯୋଗ୍ୟ ଯେ, କେନ୍ଦ୍ର ସରକାର ୨୦୨୬ ମାର୍ଚ୍ଚ ୩୧ ସୁଦ୍ଧା ଦେଶରୁ ମାଓବାଦ ଦମନ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଗତ ଜାନୁଆରୀ ୭ ତାରିଖରେ ପଡୋଶୀ ସୁକମା ଜିଲ୍ଲାରେ ମଧ୍ୟ ୨୬ ଜଣ ମାଓବାଦୀ ଆତ୍ମସମର୍ପଣ କରିଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର