'ଜେଲ୍‌ ହିଁ ଏବେ ମୋ ଜୀବନ', ଜାମିନ ନାମଞ୍ଜୁର ପରେ ଉମର ଖାଲିଦଙ୍କ ଭାବବିହ୍ୱଳ ପ୍ରତିକ୍ରିୟା

Madhusudan Das Picture
Published On

ନୂଆଦିଲ୍ଲୀ: ଦିଲ୍ଲୀ ଦଙ୍ଗା ମାମଲାରେ ସୁପ୍ରିମକୋର୍ଟ ସୋମବାର ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟ ଜେଏନୟୁର ପୂର୍ବତନ ଛାତ୍ରନେତା ଉମର ଖାଲିଦ ଏବଂ ଶାର୍ଜିଲ ଇମାମଙ୍କ ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି। ତେବେ ଏହି ମାମଲାରେ ଅନ୍ୟ ୫ ଜଣ ଅଭିଯୁକ୍ତଙ୍କୁ କୋର୍ଟ ଜାମିନ ପ୍ରଦାନ କରିଛନ୍ତି। ଜାମିନ ନାମଞ୍ଜୁର ହେବା ପରେ ଉମର ଖାଲିଦ ନିଜର ପ୍ରତିକ୍ରିୟାରେ କହିଛନ୍ତି ଯେ, "ଜେଲ୍‌ ହିଁ ଏବେ ମୋର ଜୀବନ।"

ଆହୁରି ପଢ଼ନ୍ତୁ: କୁକୁର ପରିସ୍ରା କରିବାକୁ ନେଇ ତୁମୁଳକାଣ୍ଡ; ମାଲିକଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଲେ ବରିଷ୍ଠ ନାଗରିକ

ଉମର ଖାଲିଦଙ୍କ ସହଯୋଗୀ ବନଜ୍ୟୋତ୍ସ୍ନା ଲାହିରି ସୋସିଆଲ ମିଡିଆ ପ୍ଲାଟଫର୍ମ 'ଏକ୍ସ'ରେ ଉମରଙ୍କ ସହ ହୋଇଥିବା କଥାବାର୍ତ୍ତା ବିଷୟରେ ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି ଯେ କୋର୍ଟଙ୍କ ରାୟ ଶୁଣିବା ପରେ ଉମର ବିଚଳିତ ନହୋଇ ବରଂ ଅନ୍ୟ ସାଥୀମାନେ ଜାମିନ ପାଇଥିବାରୁ ଖୁସି ବ୍ୟକ୍ତ କରିଥିଲେ। ଉମର କହିଥିଲେ, "ମୁଁ ଅନ୍ୟମାନଙ୍କ ପାଇଁ ବହୁତ ଖୁସି ଯେ ସେମାନେ ଜାମିନ ପାଇଲେ। ଏହା ବହୁତ ବଡ଼ ଆଶ୍ୱସ୍ତିର ବିଷୟ।"

ଆହୁରି ପଢ଼ନ୍ତୁ: ମହଙ୍ଗା ହେଲା ରୋଷେଇ ଗ୍ୟାସ୍: ଘରୋଇ ସିଲିଣ୍ଡର ପିଛା ବଢିଲା ୬୦ ଟଙ୍କା, କମର୍ସିଆଲ୍ ୧୧୫ଟଙ୍କା ବୃଦ୍ଧି

ଯେତେବେଳେ ଲାହିରି ମଙ୍ଗଳବାର ଜେଲରେ ତାଙ୍କୁ ଭେଟିବାକୁ କହିଥିଲେ, ଉମର ଉତ୍ତର ଦେଇଥିଲେ, "ଭଲ କଥା, ଆସିଯାଅ। ଏବେ ତ ଏହି ଜେଲ୍‌ ହିଁ ମୋର ଜୀବନ ।"

ଆହୁରି ପଢ଼ନ୍ତୁ: ଓଡ଼ିଶାରେ ହୋଲି ବେଳେ ବଡ଼ ଅଘଟଣ: ଗାଧୋଇବା ବେଳେ ପାଣିରେ ବୁଡ଼ି ୯ ମୃତ, ଜଣେ ନିଖୋଜ

ସୁପ୍ରିମକୋର୍ଟ ଗୁଲଫିଶା ଫାତିମା, ମୀରାନ ହାଇଦର, ଶିଫା ଉର ରହମାନ, ମହମ୍ମଦ ସଲିମ ଖାନ ଏବଂ ଶାଦବ ଅହମ୍ମଦଙ୍କୁ ଜାମିନ ପ୍ରଦାନ କରିଛନ୍ତି। କିନ୍ତୁ କୋର୍ଟ ପର୍ଯ୍ୟବେକ୍ଷଣ କରିଛନ୍ତି ଯେ ଉମର ଖାଲିଦ ଏବଂ ଶାର୍ଜିଲ ଇମାମଙ୍କ ବିରୋଧରେ ବେଆଇନ କାର୍ଯ୍ୟକଳାପ ନିବାରଣ ଆଇନ (UAPA) ଅଧୀନରେ ପ୍ରାଥମିକ ପ୍ରମାଣ ରହିଛି, ତେଣୁ ସେମାନଙ୍କୁ ଜାମିନ ଦିଆଯାଇପାରିବ ନାହିଁ। କୋର୍ଟ ଆହୁରି ମଧ୍ୟ କହିଛନ୍ତି ଯେ ବିଚାର ପ୍ରକ୍ରିୟାରେ ବିଳମ୍ବକୁ ଜାମିନ ପାଇଁ ଏକ ମୁଖ୍ୟ ଆଧାର ଭାବେ ଗ୍ରହଣ କରାଯାଇପାରିବ ନାହିଁ।

୨୦୨୦ ଫେବୃଆରୀ ମାସରେ ଉତ୍ତର-ପୂର୍ବ ଦିଲ୍ଲୀରେ ହୋଇଥିବା ଦଙ୍ଗାରେ ୫୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୭୦୦ରୁ ଊର୍ଦ୍ଧ୍ୱ ଆହତ ହୋଇଥିଲେ। ପୋଲିସର ଅଭିଯୋଗ ଅନୁଯାୟୀ, ଏହି ଦଙ୍ଗା ପଛରେ ଏକ ବଡ଼ ଷଡ଼ଯନ୍ତ୍ର ଥିଲା ଏବଂ ଉମର ଖାଲିଦ ଏହାର ଅନ୍ୟତମ ମୁଖ୍ୟ ଷଡ଼ଯନ୍ତ୍ରକାରୀ ଥିଲେ। ଗତ ପ୍ରାୟ ୫ ବର୍ଷ ଧରି ଉମର ଜେଲରେ ବିଚାରାଧୀନ କଏଦୀ ଭାବେ ରହିଛନ୍ତି। ଏହି ରାୟ ଉପରେ ପ୍ରତିକ୍ରିୟା ଦେଇ ଉମରଙ୍କ ବାପା ସୟଦ କାସିମ ରସୁଲ ଇଲିୟାସ ଅତ୍ୟନ୍ତ ନିରାଶା ପ୍ରକାଶ କରିଛନ୍ତି।

05 Jan 2026 By Madhusudan Das

'ଜେଲ୍‌ ହିଁ ଏବେ ମୋ ଜୀବନ', ଜାମିନ ନାମଞ୍ଜୁର ପରେ ଉମର ଖାଲିଦଙ୍କ ଭାବବିହ୍ୱଳ ପ୍ରତିକ୍ରିୟା

ନୂଆଦିଲ୍ଲୀ: ଦିଲ୍ଲୀ ଦଙ୍ଗା ମାମଲାରେ ସୁପ୍ରିମକୋର୍ଟ ସୋମବାର ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟ ଜେଏନୟୁର ପୂର୍ବତନ ଛାତ୍ରନେତା ଉମର ଖାଲିଦ ଏବଂ ଶାର୍ଜିଲ ଇମାମଙ୍କ ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି। ତେବେ ଏହି ମାମଲାରେ ଅନ୍ୟ ୫ ଜଣ ଅଭିଯୁକ୍ତଙ୍କୁ କୋର୍ଟ ଜାମିନ ପ୍ରଦାନ କରିଛନ୍ତି। ଜାମିନ ନାମଞ୍ଜୁର ହେବା ପରେ ଉମର ଖାଲିଦ ନିଜର ପ୍ରତିକ୍ରିୟାରେ କହିଛନ୍ତି ଯେ, "ଜେଲ୍‌ ହିଁ ଏବେ ମୋର ଜୀବନ।"

ଉମର ଖାଲିଦଙ୍କ ସହଯୋଗୀ ବନଜ୍ୟୋତ୍ସ୍ନା ଲାହିରି ସୋସିଆଲ ମିଡିଆ ପ୍ଲାଟଫର୍ମ 'ଏକ୍ସ'ରେ ଉମରଙ୍କ ସହ ହୋଇଥିବା କଥାବାର୍ତ୍ତା ବିଷୟରେ ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି ଯେ କୋର୍ଟଙ୍କ ରାୟ ଶୁଣିବା ପରେ ଉମର ବିଚଳିତ ନହୋଇ ବରଂ ଅନ୍ୟ ସାଥୀମାନେ ଜାମିନ ପାଇଥିବାରୁ ଖୁସି ବ୍ୟକ୍ତ କରିଥିଲେ। ଉମର କହିଥିଲେ, "ମୁଁ ଅନ୍ୟମାନଙ୍କ ପାଇଁ ବହୁତ ଖୁସି ଯେ ସେମାନେ ଜାମିନ ପାଇଲେ। ଏହା ବହୁତ ବଡ଼ ଆଶ୍ୱସ୍ତିର ବିଷୟ।"

ଯେତେବେଳେ ଲାହିରି ମଙ୍ଗଳବାର ଜେଲରେ ତାଙ୍କୁ ଭେଟିବାକୁ କହିଥିଲେ, ଉମର ଉତ୍ତର ଦେଇଥିଲେ, "ଭଲ କଥା, ଆସିଯାଅ। ଏବେ ତ ଏହି ଜେଲ୍‌ ହିଁ ମୋର ଜୀବନ ।"

ସୁପ୍ରିମକୋର୍ଟ ଗୁଲଫିଶା ଫାତିମା, ମୀରାନ ହାଇଦର, ଶିଫା ଉର ରହମାନ, ମହମ୍ମଦ ସଲିମ ଖାନ ଏବଂ ଶାଦବ ଅହମ୍ମଦଙ୍କୁ ଜାମିନ ପ୍ରଦାନ କରିଛନ୍ତି। କିନ୍ତୁ କୋର୍ଟ ପର୍ଯ୍ୟବେକ୍ଷଣ କରିଛନ୍ତି ଯେ ଉମର ଖାଲିଦ ଏବଂ ଶାର୍ଜିଲ ଇମାମଙ୍କ ବିରୋଧରେ ବେଆଇନ କାର୍ଯ୍ୟକଳାପ ନିବାରଣ ଆଇନ (UAPA) ଅଧୀନରେ ପ୍ରାଥମିକ ପ୍ରମାଣ ରହିଛି, ତେଣୁ ସେମାନଙ୍କୁ ଜାମିନ ଦିଆଯାଇପାରିବ ନାହିଁ। କୋର୍ଟ ଆହୁରି ମଧ୍ୟ କହିଛନ୍ତି ଯେ ବିଚାର ପ୍ରକ୍ରିୟାରେ ବିଳମ୍ବକୁ ଜାମିନ ପାଇଁ ଏକ ମୁଖ୍ୟ ଆଧାର ଭାବେ ଗ୍ରହଣ କରାଯାଇପାରିବ ନାହିଁ।

୨୦୨୦ ଫେବୃଆରୀ ମାସରେ ଉତ୍ତର-ପୂର୍ବ ଦିଲ୍ଲୀରେ ହୋଇଥିବା ଦଙ୍ଗାରେ ୫୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୭୦୦ରୁ ଊର୍ଦ୍ଧ୍ୱ ଆହତ ହୋଇଥିଲେ। ପୋଲିସର ଅଭିଯୋଗ ଅନୁଯାୟୀ, ଏହି ଦଙ୍ଗା ପଛରେ ଏକ ବଡ଼ ଷଡ଼ଯନ୍ତ୍ର ଥିଲା ଏବଂ ଉମର ଖାଲିଦ ଏହାର ଅନ୍ୟତମ ମୁଖ୍ୟ ଷଡ଼ଯନ୍ତ୍ରକାରୀ ଥିଲେ। ଗତ ପ୍ରାୟ ୫ ବର୍ଷ ଧରି ଉମର ଜେଲରେ ବିଚାରାଧୀନ କଏଦୀ ଭାବେ ରହିଛନ୍ତି। ଏହି ରାୟ ଉପରେ ପ୍ରତିକ୍ରିୟା ଦେଇ ଉମରଙ୍କ ବାପା ସୟଦ କାସିମ ରସୁଲ ଇଲିୟାସ ଅତ୍ୟନ୍ତ ନିରାଶା ପ୍ରକାଶ କରିଛନ୍ତି।

https://www.thesakala.in/national-international/umar-khalid-reacts-after-supreme-court-denies-bail/article-43938
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର