କାନାଡାରେ ପୁଣି ଅଘଟଣ: ଟରୋଣ୍ଟୋ ବିଶ୍ୱବିଦ୍ୟାଳୟ ନିକଟରେ ଭାରତୀୟ ଛାତ୍ର ଶିବାଙ୍କ ଅବସ୍ତିଙ୍କୁ ଗୁଳି କରି ହତ୍ୟା

Sakala Desk Picture
Published On

କାନାଡାରେ ଭାରତୀୟ ଛାତ୍ରଙ୍କ ସୁରକ୍ଷାକୁ ନେଇ ପୁଣି ଥରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଟରୋଣ୍ଟୋ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ ନିକଟରେ ଜଣେ ୨୦ ବର୍ଷୀୟ ଭାରତୀୟ ଛାତ୍ରଙ୍କୁ ଗୁଳି କରି ହତ୍ୟା କରାଯାଇଛି। ମୃତ ଛାତ୍ରଙ୍କ ନାମ ଶିବାଙ୍କ ଅବସ୍ତି ବୋଲି ଜଣାପଡିଛି। ପୋଲିସ ସୂଚନା ଅନୁଯାୟୀ, ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଛି ଏବଂ ତାକୁ ଧରିବା ପାଇଁ ସର୍ଚ୍ଚ ଅପରେସନ ଜାରି ରହିଛି।

ଆହୁରି ପଢ଼ନ୍ତୁ: ଫୁକେଟ୍-ଦିଲ୍ଲୀ ଫ୍ଲାଇଟ୍ ଅଘଟଣ ପରେ ଏୟାର ଇଣ୍ଡିଆର ବଡ଼ ନିଷ୍ପତ୍ତି: ସମସ୍ତ ପାଇଲଟଙ୍କ ହେବ ଡୋପ୍‌ ଟେଷ୍ଟ

ରିପୋର୍ଟ ଅନୁଯାୟୀ, ମଙ୍ଗଳବାର ଦିନ ଟରୋଣ୍ଟୋ ବିଶ୍ୱବିଦ୍ୟାଳୟର ସ୍କାରବୋରୋ କ୍ୟାମ୍ପସ ନିକଟସ୍ଥ ହାଇଲ୍ୟାଣ୍ଡ କ୍ରିକ ଟ୍ରେଲ ଅଞ୍ଚଳରେ ଏହି ଗୁଳିକାଣ୍ଡ ଘଟିଥିଲା। ସ୍ଥାନୀୟ ସମୟ ଅପରାହ୍ନ ପ୍ରାୟ ୩:୩୦ ମିନିଟରେ ପୋଲିସକୁ ଖବର ମିଳିଥିଲା। ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ଶିବାଙ୍କ ଗୁରୁତର ଅବସ୍ଥାରେ ପଡିଥିଲେ ଏବଂ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ଏହା ଟରୋଣ୍ଟୋ ସହରରେ ଚଳିତ ବର୍ଷର ୪୧ ତମ ହତ୍ୟାକାଣ୍ଡ ବୋଲି କୁହାଯାଉଛି।

ଆହୁରି ପଢ଼ନ୍ତୁ: ବୀରଭୂମରେ ଟିଏମସି କାର୍ଯ୍ୟାଳୟ ଭିତରୁ ପଶ୍ଚିମବଙ୍ଗ ବିଧାନସଭାର ପୂର୍ବତନ ଉପବାଚସ୍ପତି ଆଶିଷ ବାନାର୍ଜୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଏହି ଘଟଣାରେ ଟରୋଣ୍ଟୋସ୍ଥିତ ଭାରତୀୟ ବାଣିଜ୍ୟ ଦୂତାବାସ ଗଭୀର ଶୋକ ପ୍ରକାଶ କରିଛି। ଦୂତାବାସ ପକ୍ଷରୁ କୁହାଯାଇଛି ଯେ, "ଜଣେ ଯୁବ ଭାରତୀୟ ଛାତ୍ରଙ୍କ ମୃତ୍ୟୁରେ ଆମେ ମର୍ମାହତ। ଆମେ ମୃତକଙ୍କ ପରିବାର ସହ ଯୋଗାଯୋଗରେ ଅଛୁ ଏବଂ ସ୍ଥାନୀୟ ପ୍ରଶାସନ ସହ ମିଶି ପରିବାରକୁ ସମସ୍ତ ସାହାଯ୍ୟ ଯୋଗାଇ ଦିଆଯାଉଛି।"

ଆହୁରି ପଢ଼ନ୍ତୁ: ସୁରଟ ରେଳ ଷ୍ଟେସନରେ ହାଇଡ୍ରାମା: ଟ୍ରେନରେ ଯାତ୍ରୀଙ୍କ ଉପରକୁ ଅଗ୍ନିନିର୍ବାପକ ଯନ୍ତ୍ର ସ୍ପ୍ରେ କଲେ ବିଦେଶୀ ନାଗରିକ, ପୋଲିସ ହେପାଜତରେ ମୃତ୍ୟୁ

ଏହି ଘଟଣାର ମାତ୍ର କିଛି ଦିନ ପୂର୍ବରୁ ଟରୋଣ୍ଟୋରେ ଅନ୍ୟ ଜଣେ ଭାରତୀୟ ମହିଳା ହିମାଂଶୀ ଖୁରାନା (୩୦) ଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ପୋଲିସ ଏହି ଘଟଣାରେ ଅବଦୁଲ ଗଫୁରୀ ନାମକ ଜଣେ ବ୍ୟକ୍ତିଙ୍କୁ ଖୋଜୁଛି। ମାତ୍ର କିଛି ଦିନ ବ୍ୟବଧାନରେ ଦୁଇଜଣ ଭାରତୀୟଙ୍କ ହତ୍ୟା ଘଟଣା ସେଠାରେ ରହୁଥିବା ଭାରତୀୟ ସମ୍ପ୍ରଦାୟ ମଧ୍ୟରେ ଭୟର ବାତାବରଣ ସୃଷ୍ଟି କରିଛି।

26 Dec 2025 By Sakala Desk

କାନାଡାରେ ପୁଣି ଅଘଟଣ: ଟରୋଣ୍ଟୋ ବିଶ୍ୱବିଦ୍ୟାଳୟ ନିକଟରେ ଭାରତୀୟ ଛାତ୍ର ଶିବାଙ୍କ ଅବସ୍ତିଙ୍କୁ ଗୁଳି କରି ହତ୍ୟା

କାନାଡାରେ ଭାରତୀୟ ଛାତ୍ରଙ୍କ ସୁରକ୍ଷାକୁ ନେଇ ପୁଣି ଥରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଟରୋଣ୍ଟୋ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ ନିକଟରେ ଜଣେ ୨୦ ବର୍ଷୀୟ ଭାରତୀୟ ଛାତ୍ରଙ୍କୁ ଗୁଳି କରି ହତ୍ୟା କରାଯାଇଛି। ମୃତ ଛାତ୍ରଙ୍କ ନାମ ଶିବାଙ୍କ ଅବସ୍ତି ବୋଲି ଜଣାପଡିଛି। ପୋଲିସ ସୂଚନା ଅନୁଯାୟୀ, ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଛି ଏବଂ ତାକୁ ଧରିବା ପାଇଁ ସର୍ଚ୍ଚ ଅପରେସନ ଜାରି ରହିଛି।

ରିପୋର୍ଟ ଅନୁଯାୟୀ, ମଙ୍ଗଳବାର ଦିନ ଟରୋଣ୍ଟୋ ବିଶ୍ୱବିଦ୍ୟାଳୟର ସ୍କାରବୋରୋ କ୍ୟାମ୍ପସ ନିକଟସ୍ଥ ହାଇଲ୍ୟାଣ୍ଡ କ୍ରିକ ଟ୍ରେଲ ଅଞ୍ଚଳରେ ଏହି ଗୁଳିକାଣ୍ଡ ଘଟିଥିଲା। ସ୍ଥାନୀୟ ସମୟ ଅପରାହ୍ନ ପ୍ରାୟ ୩:୩୦ ମିନିଟରେ ପୋଲିସକୁ ଖବର ମିଳିଥିଲା। ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ଶିବାଙ୍କ ଗୁରୁତର ଅବସ୍ଥାରେ ପଡିଥିଲେ ଏବଂ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ଏହା ଟରୋଣ୍ଟୋ ସହରରେ ଚଳିତ ବର୍ଷର ୪୧ ତମ ହତ୍ୟାକାଣ୍ଡ ବୋଲି କୁହାଯାଉଛି।

ଏହି ଘଟଣାରେ ଟରୋଣ୍ଟୋସ୍ଥିତ ଭାରତୀୟ ବାଣିଜ୍ୟ ଦୂତାବାସ ଗଭୀର ଶୋକ ପ୍ରକାଶ କରିଛି। ଦୂତାବାସ ପକ୍ଷରୁ କୁହାଯାଇଛି ଯେ, "ଜଣେ ଯୁବ ଭାରତୀୟ ଛାତ୍ରଙ୍କ ମୃତ୍ୟୁରେ ଆମେ ମର୍ମାହତ। ଆମେ ମୃତକଙ୍କ ପରିବାର ସହ ଯୋଗାଯୋଗରେ ଅଛୁ ଏବଂ ସ୍ଥାନୀୟ ପ୍ରଶାସନ ସହ ମିଶି ପରିବାରକୁ ସମସ୍ତ ସାହାଯ୍ୟ ଯୋଗାଇ ଦିଆଯାଉଛି।"

ଏହି ଘଟଣାର ମାତ୍ର କିଛି ଦିନ ପୂର୍ବରୁ ଟରୋଣ୍ଟୋରେ ଅନ୍ୟ ଜଣେ ଭାରତୀୟ ମହିଳା ହିମାଂଶୀ ଖୁରାନା (୩୦) ଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ପୋଲିସ ଏହି ଘଟଣାରେ ଅବଦୁଲ ଗଫୁରୀ ନାମକ ଜଣେ ବ୍ୟକ୍ତିଙ୍କୁ ଖୋଜୁଛି। ମାତ୍ର କିଛି ଦିନ ବ୍ୟବଧାନରେ ଦୁଇଜଣ ଭାରତୀୟଙ୍କ ହତ୍ୟା ଘଟଣା ସେଠାରେ ରହୁଥିବା ଭାରତୀୟ ସମ୍ପ୍ରଦାୟ ମଧ୍ୟରେ ଭୟର ବାତାବରଣ ସୃଷ୍ଟି କରିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର