ମଝି ଆକାଶରେ ବିମାନ ଇଞ୍ଜିନରେ ଦେଖାଦେଲା ଯାନ୍ତ୍ରିକ ତ୍ରୁଟି: ଅଧା ବାଟରୁ ଦିଲ୍ଲୀ ଫେରିଆସିଲା ଏୟାର ଇଣ୍ଡିଆ

Madhusudan Das Picture
Published On

ନୂଆଦିଲ୍ଲୀ: ମଝି ଆକାଶରେ ଅଚଳ ହେଲା ବିମାନର ଗୋଟିଏ  ଇଞ୍ଜିନ୍ । ଏୟାର ଇଣ୍ଡିଆର ଏକ ବୋଇଂ ୭୭୭ (Boeing 777) ବିମାନ ଦିଲ୍ଲୀରୁ ମୁମ୍ବାଇ ଅଭିମୁଖେ ଉଡ଼ାଣ ଭରିବାର କିଛି ସମୟ ମଧ୍ୟରେ ଏହାର ଗୋଟିଏ ଇଞ୍ଜିନରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା। ଫଳରେ ମଝି ଆକାଶରେ ବିମାନର ନିରାପତ୍ତା ବିପନ୍ନ ହେବା ଆଶଙ୍କା କରି ତୁରନ୍ତ ବିମାନଟିକୁ ପୁନର୍ବାର ଦିଲ୍ଲୀ ବିମାନବନ୍ଦରକୁ ଫେରାଇ ଅଣାଯାଇଥିଲା। ବିମାନଟି ସୁରକ୍ଷିତ ଭାବରେ ଅବତରଣ କରିଥିଲା ଏବଂ କୌଣସି ଯାତ୍ରୀ କିମ୍ବା କ୍ରୁ ସଦସ୍ୟଙ୍କ କିଛି କ୍ଷତି ହୋଇନାହିଁ।

ଆହୁରି ପଢ଼ନ୍ତୁ: ବିନା ବାରୁଦ, ବିନା ବିସ୍ଫୋରଣରେ ଶତ୍ରୁ ନିପାତ: ଜାଣନ୍ତୁ ଆମେରିକାର ଭୟଙ୍କର 'ଲେଜି ଡଗ୍' ଅସ୍ତ୍ର ବିଷୟରେ

ସୂଚନା ଅନୁଯାୟୀ, ଏୟାର ଇଣ୍ଡିଆର ବିମାନ ନମ୍ବର AI 887 ସୋମବାର ସକାଳ ସମୟରେ ଦିଲ୍ଲୀରୁ ମୁମ୍ବାଇ ଯିବା ପାଇଁ ଉଡ଼ାଣ ଆରମ୍ଭ କରିଥିଲା। ତେବେ ଉଡ଼ାଣର କିଛି ସମୟ ପରେ ବିମାନର ଡାହାଣ ପାର୍ଶ୍ୱରେ ଥିବା ଇଞ୍ଜିନ୍‌ରେ ଅଏଲ ପ୍ରେସର କମ୍ ଥିବା ଦେଖିଥିଲେ ପାଇଲଟ। ସଂଗେସଂଗେ ଅଏଲ ପ୍ରେସର ଜିରୋକୁ ଖସିଯିବାରୁ ଏମର୍ଜେନ୍ସି ଅବସ୍ଥା ସୃଷ୍ଟି ହୋଇଥିଲା।  ଦୁଇଟି ଇଞ୍ଜିନ୍ ବିଶିଷ୍ଟ ବିମାନ ଗୋଟିଏ ଇଞ୍ଜିନ୍ ସହାୟତାରେ ସୁରକ୍ଷିତ ଭାବେ ଅବତରଣ କରିବାର କ୍ଷମତା ରଖିଥାଏ। ତେଣୁ ପାଇଲଟ୍ ତୁରନ୍ତ ନିଷ୍ପତ୍ତି ନେଇ ବିମାନଟିକୁ ଦିଲ୍ଲୀ ଫେରାଇ ଆଣିଥିଲେ ଏବଂ ଏହା ସୁରକ୍ଷିତ ଭାବେ ଦିଲ୍ଲୀ ବିମାନବନ୍ଦରରେ ଲ୍ୟାଣ୍ଡିଂ କରିଥିଲା।

ଆହୁରି ପଢ଼ନ୍ତୁ: ଜମ୍ମୁ-କାଶ୍ମୀରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା: ଶହେ ଫୁଟ୍ ତଳକୁ ଖସିଲା ବସ୍‌, ୧୫ ମୃତ

ଏହି ଘଟଣା ପରେ ଡିଜିସିଏ (DGCA) ସ୍ଥିତି ଉପରେ ନଜର ରଖିଥିଲା। ଯାତ୍ରୀମାନଙ୍କୁ ଯେପରି କୌଣସି ଅସୁବିଧା ନ ହୁଏ, ସେଥିପାଇଁ ଏୟାର ଇଣ୍ଡିଆ ପକ୍ଷରୁ ତୁରନ୍ତ ପଦକ୍ଷେପ ନିଆଯାଇଥିଲା। ଏକ ବିକଳ୍ପ ବିମାନ ମାଧ୍ୟମରେ ଯାତ୍ରୀମାନଙ୍କୁ ମୁମ୍ବାଇ ପଠାଇବାର ବ୍ୟବସ୍ଥା କରାଯାଇଥିଲା। ଏହି ଘଟଣା ନେଇ ଏୟାର ଇଣ୍ଡିଆର ଜଣେ ମୁଖପାତ୍ର କହିଛନ୍ତି ଯେ, ''ଯାତ୍ରୀମାନଙ୍କର ଅସୁବିଧା ପାଇଁ ଆମେ ଦୁଃଖିତ। ବର୍ତ୍ତମାନ ଉକ୍ତ ବିମାନର ଆବଶ୍ୟକୀୟ ଯାଞ୍ଚ କରାଯାଉଛି। ଏୟାର ଇଣ୍ଡିଆ ପାଇଁ ଯାତ୍ରୀ ଓ କର୍ମଚାରୀଙ୍କ ସୁରକ୍ଷା ସର୍ବଦା ପ୍ରାଥମିକତା ଅଟେ।"

ଆହୁରି ପଢ଼ନ୍ତୁ: ଛତିଶଗଡ଼ରେ ବିମାନ ଦୁର୍ଘଟଣା: ପାହାଡ଼ ସହ ପିଟିହେଲା ଘରୋଇ ବିମାନ, ପାଇଲଟ୍ ଓ କୋ-ପାଇଲଟଙ୍କ ମୃତ୍ୟୁ ଆଶଙ୍କା

22 Dec 2025 By Madhusudan Das

ମଝି ଆକାଶରେ ବିମାନ ଇଞ୍ଜିନରେ ଦେଖାଦେଲା ଯାନ୍ତ୍ରିକ ତ୍ରୁଟି: ଅଧା ବାଟରୁ ଦିଲ୍ଲୀ ଫେରିଆସିଲା ଏୟାର ଇଣ୍ଡିଆ

ନୂଆଦିଲ୍ଲୀ: ମଝି ଆକାଶରେ ଅଚଳ ହେଲା ବିମାନର ଗୋଟିଏ  ଇଞ୍ଜିନ୍ । ଏୟାର ଇଣ୍ଡିଆର ଏକ ବୋଇଂ ୭୭୭ (Boeing 777) ବିମାନ ଦିଲ୍ଲୀରୁ ମୁମ୍ବାଇ ଅଭିମୁଖେ ଉଡ଼ାଣ ଭରିବାର କିଛି ସମୟ ମଧ୍ୟରେ ଏହାର ଗୋଟିଏ ଇଞ୍ଜିନରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା। ଫଳରେ ମଝି ଆକାଶରେ ବିମାନର ନିରାପତ୍ତା ବିପନ୍ନ ହେବା ଆଶଙ୍କା କରି ତୁରନ୍ତ ବିମାନଟିକୁ ପୁନର୍ବାର ଦିଲ୍ଲୀ ବିମାନବନ୍ଦରକୁ ଫେରାଇ ଅଣାଯାଇଥିଲା। ବିମାନଟି ସୁରକ୍ଷିତ ଭାବରେ ଅବତରଣ କରିଥିଲା ଏବଂ କୌଣସି ଯାତ୍ରୀ କିମ୍ବା କ୍ରୁ ସଦସ୍ୟଙ୍କ କିଛି କ୍ଷତି ହୋଇନାହିଁ।

ସୂଚନା ଅନୁଯାୟୀ, ଏୟାର ଇଣ୍ଡିଆର ବିମାନ ନମ୍ବର AI 887 ସୋମବାର ସକାଳ ସମୟରେ ଦିଲ୍ଲୀରୁ ମୁମ୍ବାଇ ଯିବା ପାଇଁ ଉଡ଼ାଣ ଆରମ୍ଭ କରିଥିଲା। ତେବେ ଉଡ଼ାଣର କିଛି ସମୟ ପରେ ବିମାନର ଡାହାଣ ପାର୍ଶ୍ୱରେ ଥିବା ଇଞ୍ଜିନ୍‌ରେ ଅଏଲ ପ୍ରେସର କମ୍ ଥିବା ଦେଖିଥିଲେ ପାଇଲଟ। ସଂଗେସଂଗେ ଅଏଲ ପ୍ରେସର ଜିରୋକୁ ଖସିଯିବାରୁ ଏମର୍ଜେନ୍ସି ଅବସ୍ଥା ସୃଷ୍ଟି ହୋଇଥିଲା।  ଦୁଇଟି ଇଞ୍ଜିନ୍ ବିଶିଷ୍ଟ ବିମାନ ଗୋଟିଏ ଇଞ୍ଜିନ୍ ସହାୟତାରେ ସୁରକ୍ଷିତ ଭାବେ ଅବତରଣ କରିବାର କ୍ଷମତା ରଖିଥାଏ। ତେଣୁ ପାଇଲଟ୍ ତୁରନ୍ତ ନିଷ୍ପତ୍ତି ନେଇ ବିମାନଟିକୁ ଦିଲ୍ଲୀ ଫେରାଇ ଆଣିଥିଲେ ଏବଂ ଏହା ସୁରକ୍ଷିତ ଭାବେ ଦିଲ୍ଲୀ ବିମାନବନ୍ଦରରେ ଲ୍ୟାଣ୍ଡିଂ କରିଥିଲା।

ଏହି ଘଟଣା ପରେ ଡିଜିସିଏ (DGCA) ସ୍ଥିତି ଉପରେ ନଜର ରଖିଥିଲା। ଯାତ୍ରୀମାନଙ୍କୁ ଯେପରି କୌଣସି ଅସୁବିଧା ନ ହୁଏ, ସେଥିପାଇଁ ଏୟାର ଇଣ୍ଡିଆ ପକ୍ଷରୁ ତୁରନ୍ତ ପଦକ୍ଷେପ ନିଆଯାଇଥିଲା। ଏକ ବିକଳ୍ପ ବିମାନ ମାଧ୍ୟମରେ ଯାତ୍ରୀମାନଙ୍କୁ ମୁମ୍ବାଇ ପଠାଇବାର ବ୍ୟବସ୍ଥା କରାଯାଇଥିଲା। ଏହି ଘଟଣା ନେଇ ଏୟାର ଇଣ୍ଡିଆର ଜଣେ ମୁଖପାତ୍ର କହିଛନ୍ତି ଯେ, ''ଯାତ୍ରୀମାନଙ୍କର ଅସୁବିଧା ପାଇଁ ଆମେ ଦୁଃଖିତ। ବର୍ତ୍ତମାନ ଉକ୍ତ ବିମାନର ଆବଶ୍ୟକୀୟ ଯାଞ୍ଚ କରାଯାଉଛି। ଏୟାର ଇଣ୍ଡିଆ ପାଇଁ ଯାତ୍ରୀ ଓ କର୍ମଚାରୀଙ୍କ ସୁରକ୍ଷା ସର୍ବଦା ପ୍ରାଥମିକତା ଅଟେ।"

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର