Sanskrit Returns to Pakistan: ଲାହୋରରେ ପଢ଼ାଯିବ ସଂସ୍କୃତ, ପାଠ୍ୟକ୍ରମରେ ସାମିଲ ହେଲା ଗୀତା ଓ ମହାଭାରତ...

Deviprasad Mohanty Picture
Published On

ନୂଆଦିଲ୍ଲୀ: ପାକିସ୍ତାନର ଶିକ୍ଷା କ୍ଷେତ୍ରରେ ଏକ ଐତିହାସିକ ପଦକ୍ଷେପ ଦେଖିବାକୁ ମିଳିଛି। ୧୯୪୭ ମସିହାର ଦେଶ ବିଭାଜନ ପରେ ପ୍ରଥମ ଥର ପାଇଁ ପାକିସ୍ତାନର ଏକ ବିଶ୍ୱବିଦ୍ୟାଳୟରେ ସଂସ୍କୃତ ଭାଷା ଶିକ୍ଷା ଆରମ୍ଭ ହୋଇଛି। ଲାହୋର ସ୍ଥିତ ଲାହୋର ୟୁନିଭର୍ସିଟି ଅଫ୍ ମ୍ୟାନେଜମେଣ୍ଟ ସାଇନ୍ସେସ୍ (LUMS) ଏହି ପାଠ୍ୟକ୍ରମ ଆରମ୍ଭ କରିଛି, ଯାହାକୁ ନେଇ ଶିକ୍ଷାବିତ୍ ଏବଂ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଛି।

ଆହୁରି ପଢ଼ନ୍ତୁ: ଜରୁରୀକାଳୀନ ଅବତରଣ ବେଳେ ରନୱେରେ ବିସ୍ଫୋରଣ: ଆମେରିକୀୟ ବ୍ୟବସାୟିକ ଜେଟ୍ ଦୁର୍ଘଟଣାରେ ୨ ମୃତ

 କେମିତି ଆରମ୍ଭ ହେଲା ଏହି ପାଠ୍ୟକ୍ରମ?

ଆହୁରି ପଢ଼ନ୍ତୁ: ଆମେରିକା କୋର୍ଟଙ୍କ ବଡ଼ ନିଷ୍ପତ୍ତି: ବେଆଇନ ଘୋଷିତ ହେଲା ଟ୍ରମ୍ପଙ୍କ ୧ ଲକ୍ଷ ଡଲାରର H-1B ଭିସା ଫି', ଭାରତୀୟଙ୍କ ପାଇଁ ଆଶ୍ୱସ୍ତି

ପ୍ରଥମେ ଏହା ଏକ ତିନି ମାସିଆୱିକେଣ୍ଡ୍ ୱାର୍କସପ୍’ (ସପ୍ତାହନ୍ତ କର୍ମଶାଳା) ଭାବରେ ଆରମ୍ଭ ହୋଇଥିଲା। କିନ୍ତୁ ଛାତ୍ରଛାତ୍ରୀଙ୍କ ଅଦ୍ଭୁତପୂର୍ବ ଆଗ୍ରହକୁ ଦେଖି ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଏହାକୁ ଏକ ପୂର୍ଣ୍ଣାଙ୍ଗ -କ୍ରେଡିଟ୍ ବିଶିଷ୍ଟ ପାଠ୍ୟକ୍ରମରେ ପରିଣତ କରିଛନ୍ତି। ଏହି ପାଠ୍ୟକ୍ରମର ନେତୃତ୍ୱ ନେଉଛନ୍ତି ଡକ୍ଟର ଶାହିଦ ରସିଦ, ଯିଏକି ଫୋରମ୍ୟାନ୍ ଖ୍ରୀଷ୍ଟିୟାନ୍ କଲେଜର ସୋସିଓଲୋଜି ବିଭାଗର ଆସୋସିଏଟ୍ ପ୍ରଫେସର ଅଟନ୍ତି। ସେ ନିଜେ ଅନଲାଇନ୍ ମାଧ୍ୟମରେ ବିଦେଶୀ ପଣ୍ଡିତଙ୍କଠାରୁ ସଂସ୍କୃତ ଶିକ୍ଷା କରିଥିଲେ।

ଆହୁରି ପଢ଼ନ୍ତୁ: ପାକିସ୍ତାନ ସେନାର ବର୍ବରତା: ପିଓକେ, ବେଲୁଚିସ୍ତାନ ଏବଂ ଆଫଗାନିସ୍ତାନ ସୀମାରେ ମାନବାଧିକାର ଉଲ୍ଲଂଘନ କରୁଛନ୍ତି ଆସିମ ମୁନିର

ଗୀତା ମହାଭାରତ ମଧ୍ୟ ପଢ଼ାଯିବ

କେବଳ ସଂସ୍କୃତ ଭାଷା ନୁହେଁ, ବିଶ୍ୱବିଦ୍ୟାଳୟର ଗୁରମାନି ସେଣ୍ଟରର ନିର୍ଦ୍ଦେଶକ ଡକ୍ଟର ଅଲି ଉସମାନ କାସମି ସୂଚନା ଦେଇଛନ୍ତି ଯେ, ଆଗାମୀ ଦିନରେ ଏହି ପାଠ୍ୟକ୍ରମ ଅଧୀନରେ ମହାଭାରତ ଏବଂ ଶ୍ରୀମଦ୍ ଭଗବଦ୍ ଗୀତା ଭଳି ପ୍ରାଚୀନ ଗ୍ରନ୍ଥଗୁଡ଼ିକ ଉପରେ ମଧ୍ୟ ପାଠପଢ଼ା ହେବ। ସେ ଆଶା ପ୍ରକାଶ କରିଛନ୍ତି ଯେ, ଆଗାମୀ ୧୦-୧୫ ବର୍ଷ ମଧ୍ୟରେ ପାକିସ୍ତାନରେ ମହାଭାରତ ଏବଂ ଗୀତା ଉପରେ ଗବେଷଣା କରୁଥିବା ସ୍ଥାନୀୟ ବିଦ୍ୱାନମାନେ ବାହାରିବେ।

ପୁରାତନ ପାଣ୍ଡୁଲିପିର ସଂରକ୍ଷଣ ଲକ୍ଷ୍ୟ

ଏହି ପଦକ୍ଷେପର ଅନ୍ୟତମ ମୁଖ୍ୟ ଉଦ୍ଦେଶ୍ୟ ହେଉଛି ପାକିସ୍ତାନରେ ଥିବା ପ୍ରାଚୀନ ସଂସ୍କୃତ ପାଣ୍ଡୁଲିପିଗୁଡ଼ିକର ଅଧ୍ୟୟନ। ଡକ୍ଟର କାସମିଙ୍କ ଅନୁଯାୟୀ, ଲାହୋରର ପଞ୍ଜାବ ବିଶ୍ୱବିଦ୍ୟାଳୟ ଲାଇବ୍ରେରୀରେ ସଂସ୍କୃତର ବହୁ ମୂଲ୍ୟବାନ ପାଣ୍ଡୁଲିପି ଗଚ୍ଛିତ ଅଛି, କିନ୍ତୁ ୧୯୪୭ ପରଠାରୁ କୌଣସି ପାକିସ୍ତାନୀ ଗବେଷକ ଏହା ଉପରେ କାର୍ଯ୍ୟ କରିନାହାନ୍ତି। କେବଳ ବିଦେଶୀ ଗବେଷକମାନେ ଏହାର ବ୍ୟବହାର କରୁଥିଲେ। ଏବେ ସ୍ଥାନୀୟ ଛାତ୍ରଛାତ୍ରୀମାନେ ସଂସ୍କୃତ ଶିଖିବା ଦ୍ୱାରା ଏହି ଅମୂଲ୍ୟ ସମ୍ପଦର ଉପଯୁକ୍ତ ବ୍ୟବହାର ଏବଂ ସଂରକ୍ଷଣ ହୋଇପାରିବ।

13 Dec 2025 By Deviprasad Mohanty

Sanskrit Returns to Pakistan: ଲାହୋରରେ ପଢ଼ାଯିବ ସଂସ୍କୃତ, ପାଠ୍ୟକ୍ରମରେ ସାମିଲ ହେଲା ଗୀତା ଓ ମହାଭାରତ...

ନୂଆଦିଲ୍ଲୀ: ପାକିସ୍ତାନର ଶିକ୍ଷା କ୍ଷେତ୍ରରେ ଏକ ଐତିହାସିକ ପଦକ୍ଷେପ ଦେଖିବାକୁ ମିଳିଛି। ୧୯୪୭ ମସିହାର ଦେଶ ବିଭାଜନ ପରେ ପ୍ରଥମ ଥର ପାଇଁ ପାକିସ୍ତାନର ଏକ ବିଶ୍ୱବିଦ୍ୟାଳୟରେ ସଂସ୍କୃତ ଭାଷା ଶିକ୍ଷା ଆରମ୍ଭ ହୋଇଛି। ଲାହୋର ସ୍ଥିତ ଲାହୋର ୟୁନିଭର୍ସିଟି ଅଫ୍ ମ୍ୟାନେଜମେଣ୍ଟ ସାଇନ୍ସେସ୍ (LUMS) ଏହି ପାଠ୍ୟକ୍ରମ ଆରମ୍ଭ କରିଛି, ଯାହାକୁ ନେଇ ଶିକ୍ଷାବିତ୍ ଏବଂ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଛି।

 କେମିତି ଆରମ୍ଭ ହେଲା ଏହି ପାଠ୍ୟକ୍ରମ?

ପ୍ରଥମେ ଏହା ଏକ ତିନି ମାସିଆୱିକେଣ୍ଡ୍ ୱାର୍କସପ୍’ (ସପ୍ତାହନ୍ତ କର୍ମଶାଳା) ଭାବରେ ଆରମ୍ଭ ହୋଇଥିଲା। କିନ୍ତୁ ଛାତ୍ରଛାତ୍ରୀଙ୍କ ଅଦ୍ଭୁତପୂର୍ବ ଆଗ୍ରହକୁ ଦେଖି ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଏହାକୁ ଏକ ପୂର୍ଣ୍ଣାଙ୍ଗ -କ୍ରେଡିଟ୍ ବିଶିଷ୍ଟ ପାଠ୍ୟକ୍ରମରେ ପରିଣତ କରିଛନ୍ତି। ଏହି ପାଠ୍ୟକ୍ରମର ନେତୃତ୍ୱ ନେଉଛନ୍ତି ଡକ୍ଟର ଶାହିଦ ରସିଦ, ଯିଏକି ଫୋରମ୍ୟାନ୍ ଖ୍ରୀଷ୍ଟିୟାନ୍ କଲେଜର ସୋସିଓଲୋଜି ବିଭାଗର ଆସୋସିଏଟ୍ ପ୍ରଫେସର ଅଟନ୍ତି। ସେ ନିଜେ ଅନଲାଇନ୍ ମାଧ୍ୟମରେ ବିଦେଶୀ ପଣ୍ଡିତଙ୍କଠାରୁ ସଂସ୍କୃତ ଶିକ୍ଷା କରିଥିଲେ।

ଗୀତା ମହାଭାରତ ମଧ୍ୟ ପଢ଼ାଯିବ

କେବଳ ସଂସ୍କୃତ ଭାଷା ନୁହେଁ, ବିଶ୍ୱବିଦ୍ୟାଳୟର ଗୁରମାନି ସେଣ୍ଟରର ନିର୍ଦ୍ଦେଶକ ଡକ୍ଟର ଅଲି ଉସମାନ କାସମି ସୂଚନା ଦେଇଛନ୍ତି ଯେ, ଆଗାମୀ ଦିନରେ ଏହି ପାଠ୍ୟକ୍ରମ ଅଧୀନରେ ମହାଭାରତ ଏବଂ ଶ୍ରୀମଦ୍ ଭଗବଦ୍ ଗୀତା ଭଳି ପ୍ରାଚୀନ ଗ୍ରନ୍ଥଗୁଡ଼ିକ ଉପରେ ମଧ୍ୟ ପାଠପଢ଼ା ହେବ। ସେ ଆଶା ପ୍ରକାଶ କରିଛନ୍ତି ଯେ, ଆଗାମୀ ୧୦-୧୫ ବର୍ଷ ମଧ୍ୟରେ ପାକିସ୍ତାନରେ ମହାଭାରତ ଏବଂ ଗୀତା ଉପରେ ଗବେଷଣା କରୁଥିବା ସ୍ଥାନୀୟ ବିଦ୍ୱାନମାନେ ବାହାରିବେ।

ପୁରାତନ ପାଣ୍ଡୁଲିପିର ସଂରକ୍ଷଣ ଲକ୍ଷ୍ୟ

ଏହି ପଦକ୍ଷେପର ଅନ୍ୟତମ ମୁଖ୍ୟ ଉଦ୍ଦେଶ୍ୟ ହେଉଛି ପାକିସ୍ତାନରେ ଥିବା ପ୍ରାଚୀନ ସଂସ୍କୃତ ପାଣ୍ଡୁଲିପିଗୁଡ଼ିକର ଅଧ୍ୟୟନ। ଡକ୍ଟର କାସମିଙ୍କ ଅନୁଯାୟୀ, ଲାହୋରର ପଞ୍ଜାବ ବିଶ୍ୱବିଦ୍ୟାଳୟ ଲାଇବ୍ରେରୀରେ ସଂସ୍କୃତର ବହୁ ମୂଲ୍ୟବାନ ପାଣ୍ଡୁଲିପି ଗଚ୍ଛିତ ଅଛି, କିନ୍ତୁ ୧୯୪୭ ପରଠାରୁ କୌଣସି ପାକିସ୍ତାନୀ ଗବେଷକ ଏହା ଉପରେ କାର୍ଯ୍ୟ କରିନାହାନ୍ତି। କେବଳ ବିଦେଶୀ ଗବେଷକମାନେ ଏହାର ବ୍ୟବହାର କରୁଥିଲେ। ଏବେ ସ୍ଥାନୀୟ ଛାତ୍ରଛାତ୍ରୀମାନେ ସଂସ୍କୃତ ଶିଖିବା ଦ୍ୱାରା ଏହି ଅମୂଲ୍ୟ ସମ୍ପଦର ଉପଯୁକ୍ତ ବ୍ୟବହାର ଏବଂ ସଂରକ୍ଷଣ ହୋଇପାରିବ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର