ଭାରତ ବିରୋଧରେ ଟ୍ରମ୍ପଙ୍କ ଅପପ୍ରଚାର, ‘ଅପରେସନ ସିନ୍ଦୂର’ରେ ପାକିସ୍ତାନଠୁ ହାରିଛି ଭାରତ: ଆମେରିକା ରିପୋର୍ଟ

Deviprasad Mohanty Picture
Published On

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଶାସନ ପୁଣି ଭାରତ ବିରୋଧୀ ପଦକ୍ଷେପ ଗ୍ରହଣ କରିଛି। ଗୋଟିଏ ପଟେ ବନ୍ଧୁତ୍ବର ହାତ ବଢାଉଥିବାବେଳେ ଅନ୍ୟପଟେ ବିଶ୍ବାସଘାତ କରୁଛି। ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଶାସନ ଅପପ୍ରଚାର ଚଲାଇ ଭାରତକୁ ବଦନାମ କରିବାକୁ ପ୍ରୟାସ କରିଚାଲିଛି। ମେ’ରେ  ଭାରତ ଏବଂ ପାକିସ୍ତାନ ମଧ୍ୟରେ ୪ ଦିନ ପର୍ଯ୍ୟନ୍ତ ହୋଇଥିବା ସଂଘର୍ଷ ତଥା ‘ଅପରେସନ ସିନ୍ଦୂର’ରେ ପାକିସ୍ତାନଠାରୁ ଭାରତ ହାରି ଯାଇଥିଲା ବୋଲି ଆମେରିକା  ପକ୍ଷରୁ ଜାରି ଏକ ରିପୋର୍ଟରେ ଦାବି କରାଯାଇଛି। ଏଥିରେ ପହଲଗାମ ଆକ୍ରମଣକୁ ମଧ୍ୟ ଆତଙ୍କବାଦୀ ଘଟଣା କୁହାଯାଇ ନାହିଁ। ଏହାକୁ ‘ବିଦ୍ରୋହୀଙ୍କ ଆକ୍ରମଣ’ ଧରାଯାଇଛି। ୮୦୦ ପୃଷ୍ଠାର ଏହି ରିପୋର୍ଟକୁ ୟୁଏସ-ଚୀନ୍‌ ଇକୋନମିକ ଆଣ୍ଡ ସିକ୍ୟୁରିଟି ରିଭ୍ୟୁ କମିଶନ ତଥା ୟୁଏସସିସି ପକ୍ଷରୁ ଜାରି କରାଯାଇଛି। କଂଗ୍ରେସ ନେତା ଜୟରାମ ରମେଶ ଏହି ରିପୋର୍ଟକୁ ତୀବ୍ର ବିରୋଧ କରିଛନ୍ତି। ସେ ଏହାକୁ ନେଇ କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ କରିଛନ୍ତି। ପ୍ରଧାନମନ୍ତ୍ରୀ ଏବଂ ବିଦେଶ ମନ୍ତ୍ରୀ ଏହି ରିପୋର୍ଟକୁ ନେଇ ଆପତ୍ତି ଉଠାଇ ବିରୋଧ କରିବେ କି ବୋଲି ପଚାରିଛନ୍ତି। ଏହା ଭାରତର କୂଟନୀତି ପାଇଁ ବଡ଼ ଝଟ୍‌କା ବୋଲି ରମେଶ କହିଛନ୍ତି।  

ଆହୁରି ପଢ଼ନ୍ତୁ: ମହାରାଷ୍ଟ୍ରର ଥାଣେ ଜିଲ୍ଲା ଭିୱାଣ୍ଡି ଖାଡ଼ି ନିକଟରୁ ମିଳିଲା ଅଜଣା ବ୍ୟକ୍ତିଙ୍କ ଗଳିତ ମୃତଦେହ, ପୋଲିସର ତଦନ୍ତ ଜାରି

ରିପୋର୍ଟରେ କୁହାଯାଇଛି ଯେ ‘ଅପରେସନ ସିନ୍ଦୂର’ରେ ଭାରତର ୬ଟି ଲଢୁଆ ବିମାନକୁ ପାକିସ୍ତାନ ଖସାଇ ଥିବା ଦାବି କରିଥିଲା। ଏଥିରେ ରାଫେଲ ସାମିଲ ଥିବା ମଧ୍ୟ କୁହାଯାଇଛି। ତେବେ ପ୍ରକୃତରେ କେବଳ ତିନୋଟି ବିମାନ ଖସା ଯାଇଥିବା ସୂଚନା ମିଳିଥିବା ଉଲ୍ଲେଖ କରାଯାଇଛି। ଏହା ଦ୍ବାରା ରାଫେଲର ଛବି ଖରାପ ହୋଇଛି। ୟୁଏସସିସି ପକ୍ଷରୁ କୁହାଯାଇଛି ଯେ ଭାରତ ଏବଂ ପାକିସ୍ତାନ ଏହି ଯୁଦ୍ଧକୁ ନିଜର ଆଧୁନିକ ଅସ୍ତ୍ରଶସ୍ତ୍ରକୁ ବିଶ୍ବକୁ ଦେଖାଇବା ପାଇଁ ବ୍ୟବହାର କରିଥିଲେ। ସଂଘର୍ଷ ପରେ ଚୀନ୍‌ ଦୂତାବାସ ସାରା ବିଶ୍ବରେ ନିଜ ଅସ୍ତ୍ରଶସ୍ତ୍ରର ପ୍ରଶଂସା କରିଥିଲା। ଭାରତୀୟ ଲଢୁଆ ବିମାନକୁ ଖସାଇବା ପାଇଁ ପାକିସ୍ତାନ ଏହାକୁ ବ୍ୟବହାର କରିଥିବା କୁହାଯାଇଥିଲା। ଭାରତ-ପାକିସ୍ତାନ ସଂଘର୍ଷର ୫ ମାସ ପରେ ଚୀନ୍‌ ଇଣ୍ଡୋନେସିଆକୁ ୪୨ଟି ଜେ-୧୦ସି ଲଢୁଆ ବିମାନ ବିକିବା ପାଇଁ ଚୁକ୍ତି କରିଥିଲା। ରିପୋର୍ଟ ଅନୁଯାୟୀ ପାକିସ୍ତାନ ଏହି ଲଢ଼େଇରେ ଚୀନ୍‌ର ଏଚ୍‌କ୍ୟୁ-୯ ଏୟାର ଡିଫେନ୍ସ ସିଷ୍ଟମ, ପିଏଲ-୧୫ କ୍ଷେପଣାସ୍ତ୍ର ଏବଂ ଜେ-୧୦ ଲଢୁଆ ବିମାନ ବ୍ୟବହାର କରିଥିଲା।

ଆହୁରି ପଢ଼ନ୍ତୁ: କୋର୍ଟ ସମ୍ମୁଖରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ଟାଙ୍ଗିଆରେ ହାଣି ହତ୍ୟା କଲେ ଦୁର୍ବୃତ୍ତ

21 Nov 2025 By Deviprasad Mohanty

ଭାରତ ବିରୋଧରେ ଟ୍ରମ୍ପଙ୍କ ଅପପ୍ରଚାର, ‘ଅପରେସନ ସିନ୍ଦୂର’ରେ ପାକିସ୍ତାନଠୁ ହାରିଛି ଭାରତ: ଆମେରିକା ରିପୋର୍ଟ

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଶାସନ ପୁଣି ଭାରତ ବିରୋଧୀ ପଦକ୍ଷେପ ଗ୍ରହଣ କରିଛି। ଗୋଟିଏ ପଟେ ବନ୍ଧୁତ୍ବର ହାତ ବଢାଉଥିବାବେଳେ ଅନ୍ୟପଟେ ବିଶ୍ବାସଘାତ କରୁଛି। ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଶାସନ ଅପପ୍ରଚାର ଚଲାଇ ଭାରତକୁ ବଦନାମ କରିବାକୁ ପ୍ରୟାସ କରିଚାଲିଛି। ମେ’ରେ  ଭାରତ ଏବଂ ପାକିସ୍ତାନ ମଧ୍ୟରେ ୪ ଦିନ ପର୍ଯ୍ୟନ୍ତ ହୋଇଥିବା ସଂଘର୍ଷ ତଥା ‘ଅପରେସନ ସିନ୍ଦୂର’ରେ ପାକିସ୍ତାନଠାରୁ ଭାରତ ହାରି ଯାଇଥିଲା ବୋଲି ଆମେରିକା  ପକ୍ଷରୁ ଜାରି ଏକ ରିପୋର୍ଟରେ ଦାବି କରାଯାଇଛି। ଏଥିରେ ପହଲଗାମ ଆକ୍ରମଣକୁ ମଧ୍ୟ ଆତଙ୍କବାଦୀ ଘଟଣା କୁହାଯାଇ ନାହିଁ। ଏହାକୁ ‘ବିଦ୍ରୋହୀଙ୍କ ଆକ୍ରମଣ’ ଧରାଯାଇଛି। ୮୦୦ ପୃଷ୍ଠାର ଏହି ରିପୋର୍ଟକୁ ୟୁଏସ-ଚୀନ୍‌ ଇକୋନମିକ ଆଣ୍ଡ ସିକ୍ୟୁରିଟି ରିଭ୍ୟୁ କମିଶନ ତଥା ୟୁଏସସିସି ପକ୍ଷରୁ ଜାରି କରାଯାଇଛି। କଂଗ୍ରେସ ନେତା ଜୟରାମ ରମେଶ ଏହି ରିପୋର୍ଟକୁ ତୀବ୍ର ବିରୋଧ କରିଛନ୍ତି। ସେ ଏହାକୁ ନେଇ କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ କରିଛନ୍ତି। ପ୍ରଧାନମନ୍ତ୍ରୀ ଏବଂ ବିଦେଶ ମନ୍ତ୍ରୀ ଏହି ରିପୋର୍ଟକୁ ନେଇ ଆପତ୍ତି ଉଠାଇ ବିରୋଧ କରିବେ କି ବୋଲି ପଚାରିଛନ୍ତି। ଏହା ଭାରତର କୂଟନୀତି ପାଇଁ ବଡ଼ ଝଟ୍‌କା ବୋଲି ରମେଶ କହିଛନ୍ତି।  

ରିପୋର୍ଟରେ କୁହାଯାଇଛି ଯେ ‘ଅପରେସନ ସିନ୍ଦୂର’ରେ ଭାରତର ୬ଟି ଲଢୁଆ ବିମାନକୁ ପାକିସ୍ତାନ ଖସାଇ ଥିବା ଦାବି କରିଥିଲା। ଏଥିରେ ରାଫେଲ ସାମିଲ ଥିବା ମଧ୍ୟ କୁହାଯାଇଛି। ତେବେ ପ୍ରକୃତରେ କେବଳ ତିନୋଟି ବିମାନ ଖସା ଯାଇଥିବା ସୂଚନା ମିଳିଥିବା ଉଲ୍ଲେଖ କରାଯାଇଛି। ଏହା ଦ୍ବାରା ରାଫେଲର ଛବି ଖରାପ ହୋଇଛି। ୟୁଏସସିସି ପକ୍ଷରୁ କୁହାଯାଇଛି ଯେ ଭାରତ ଏବଂ ପାକିସ୍ତାନ ଏହି ଯୁଦ୍ଧକୁ ନିଜର ଆଧୁନିକ ଅସ୍ତ୍ରଶସ୍ତ୍ରକୁ ବିଶ୍ବକୁ ଦେଖାଇବା ପାଇଁ ବ୍ୟବହାର କରିଥିଲେ। ସଂଘର୍ଷ ପରେ ଚୀନ୍‌ ଦୂତାବାସ ସାରା ବିଶ୍ବରେ ନିଜ ଅସ୍ତ୍ରଶସ୍ତ୍ରର ପ୍ରଶଂସା କରିଥିଲା। ଭାରତୀୟ ଲଢୁଆ ବିମାନକୁ ଖସାଇବା ପାଇଁ ପାକିସ୍ତାନ ଏହାକୁ ବ୍ୟବହାର କରିଥିବା କୁହାଯାଇଥିଲା। ଭାରତ-ପାକିସ୍ତାନ ସଂଘର୍ଷର ୫ ମାସ ପରେ ଚୀନ୍‌ ଇଣ୍ଡୋନେସିଆକୁ ୪୨ଟି ଜେ-୧୦ସି ଲଢୁଆ ବିମାନ ବିକିବା ପାଇଁ ଚୁକ୍ତି କରିଥିଲା। ରିପୋର୍ଟ ଅନୁଯାୟୀ ପାକିସ୍ତାନ ଏହି ଲଢ଼େଇରେ ଚୀନ୍‌ର ଏଚ୍‌କ୍ୟୁ-୯ ଏୟାର ଡିଫେନ୍ସ ସିଷ୍ଟମ, ପିଏଲ-୧୫ କ୍ଷେପଣାସ୍ତ୍ର ଏବଂ ଜେ-୧୦ ଲଢୁଆ ବିମାନ ବ୍ୟବହାର କରିଥିଲା।

https://www.thesakala.in/national-international/trumps-false-propaganda-against-india/article-43216
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର