ଡାଉନ ହେଲା 'ଏକ୍ସ', କ୍ଲାଉଡଫ୍ଲେୟାର ତ୍ରୁଟି ପାଇଁ ହୋଇଛି ସମସ୍ୟା....

Deviprasad Mohanty Picture
Published On

ନୂଆଦିଲ୍ଲୀ: ଡାଉନ ହୋଇଯାଇଛି ସୋସିଆଲ ମିଡିଆ ପ୍ଲାଟଫର୍ମ 'ଏକ୍ସ'। ହଜାର ହଜାର ୟୁଜରମାନେ ବ୍ୟବହାର କରିବାରେ ଅସମର୍ଥ ହୋଇଛନ୍ତି। ଲଗଇନ କରିବାରେ ସମସ୍ୟା ଦେଖା ଦେଇଛି। ଏହା କ୍ଲାଉଡଫ୍ଲେୟାରରେ (Cloudflare) ଏକ ବୈଷୟିକ ତ୍ରୁଟି ଯୋଗୁଁ ୱେବର କିଛି ଅଂଶ କାମ କରିବା ବନ୍ଦ ହୋଇଥିବା ଜଣାପଡ଼ିଛି। କ୍ଲାଉଡଫ୍ଲେୟାର ମଧ୍ଯ ଏହି ସମସ୍ୟାକୁ ସ୍ୱୀକାର କରିଛି।

ଆହୁରି ପଢ଼ନ୍ତୁ: ପଞ୍ଜାବ ଭୋଟର ତାଲିକାରୁ କଟିଲା ରାଘବ ଚଢ଼ାଙ୍କ ନାଁ: ଆଣିଲେ ରାଜନୈତିକ ଷଡ଼ଯନ୍ତ୍ରର ଅଭିଯୋଗ

କ୍ଲାଉଡଫ୍ଲେୟାର ହେଉଛି ଏକ ଇଣ୍ଟରନେଟ୍ ଭିତ୍ତିଭୂମି (Internet infrastructure) ଯାହା ଆଜିର ଅନଲାଇନ୍ ଅନୁଭୂତି ପାଇଁ ଅନେକ ମୁଖ୍ୟ ବୈଷୟିକ ଜ୍ଞାନ (core technologies) ଯୋଗାଇଥାଏ। ଉଦାହରଣସ୍ୱରୂପ, ଏଥିରେ ୱେବସାଇଟଗୁଡ଼ିକୁ ସାଇବର ଆକ୍ରମଣରୁ ରକ୍ଷା କରିବା ଏବଂ ଅଧିକ ଟ୍ରାଫିକ୍ ସମୟରେ ମଧ୍ୟ ସେଗୁଡ଼ିକୁ ଅନଲାଇନରେ ରଖିବା ପାଇଁ ଉପକରଣଗୁଡ଼ିକ ଅନ୍ତର୍ଭୁକ୍ତ।

ଆହୁରି ପଢ଼ନ୍ତୁ: ନେପାଳକୁ ପ୍ରତି ବିପଦର ଆଗୁଆ ସୂଚନା ଦେବ ଚୀନ୍!

କମ୍ପାନୀ ଏକ ନୂତନ ଅପଡେଟରେ କହିଛି ଯେ, କ୍ଲାଉଡଫ୍ଲେୟାର ଏକ ସମସ୍ୟା ବିଷୟରେ ଅବଗତ ଅଛି ଏବଂ ଏହାର ଅନୁସନ୍ଧାନ କରୁଛି, ଯାହା ବହୁ ସଂଖ୍ୟକ ଗ୍ରାହକଙ୍କୁ ପ୍ରଭାବିତ କରିବାର ସମ୍ଭାବନା ଅଛି। ଅଧିକ ତଥ୍ୟ ଉପଲବ୍ଧ ହେଲେ ଅଧିକ ବିବରଣୀ ପ୍ରଦାନ କରାଯିବ ବୋଲି କୁହାଯାଇଛି।

ଆହୁରି ପଢ଼ନ୍ତୁ: ମିଆମି ଏୟାରପୋର୍ଟରେ ଆମାଜନ କାର୍ଗୋ ବିମାନ ଦୁର୍ଘଟଣାଗ୍ରସ୍ତ: ୫ ମୃତ, ୫ ଆହତ

ଉପଭୋକ୍ତାଙ୍କୁ କୁହାଯାଇଛି ଯେ, କ୍ଲାଉଡଫ୍ଲେୟାରର ନେଟୱର୍କରେ ଏକ ଆଭ୍ୟନ୍ତରୀଣ ସର୍ଭର ତ୍ରୁଟି (internal server error) ଅଛି। ଏଥିରେ ଉପଭୋକ୍ତାମାନଙ୍କୁ  କିଛି ମିନିଟ୍ ପରେ ପୁଣି ଚେଷ୍ଟା କରନ୍ତୁ ବୋଲି ଅନୁରୋଧ କରାଯାଇଥିଲା କ୍ଲାଉଡଫ୍ଲେୟାର ସାରା ବିଶ୍ୱର କମ୍ପାନୀଗୁଡ଼ିକୁ ଏହାର ଇଣ୍ଟରନେଟ୍ ଭିତ୍ତିଭୂମି ସେବା ଯୋଗାଇଥାଏ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର