ରୁଷ୍‌‌ ବିମାନକୁ ଗୁଳିକରି ଖସାଅ: ଟ୍ରମ୍ପ

The Sakala Picture
Published On

ୱାଶିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଙ୍ଗଳବାର ରାତିରେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେଁସ୍କିଙ୍କୁ ଭେଟି ବିଭିନ୍ନ ବିଷୟରେ ଆଲୋଚନା କରିଛନ୍ତି। ଯଦି ରୁଷିଆର କୌଣସି ବିମାନ ନାଟୋ ସଂଗଠନରେ ସାମିଲ ହୋଇଥିବା ଦେଶଗୁଡିକର ବାୟୁସୀମା ଦେଇ ଗତି କରେ କିମ୍ବା ଏହାର ଉଲ୍ଲଂଘନ କରେ, ତେବେ ତାହାକୁ ମାରି ଖସାଇବାକୁ ସେ ଏହି ଅବସରରେ କହିଛନ୍ତି। କେବଳ ସେତିକି ନୁହଁ, ରୁଷିଆ କବ୍‌‌ଜା କରିଥିବା ସବୁ ଅଞ୍ଚଳକୁ ୟୁକ୍ରେନ ଫେରି ପାଇପାରିବ ବୋଲି ସେ ଜେଲଁସ୍କିଙ୍କୁ […]

ୱାଶିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଙ୍ଗଳବାର ରାତିରେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେଁସ୍କିଙ୍କୁ ଭେଟି ବିଭିନ୍ନ ବିଷୟରେ ଆଲୋଚନା କରିଛନ୍ତି। ଯଦି ରୁଷିଆର କୌଣସି ବିମାନ ନାଟୋ ସଂଗଠନରେ ସାମିଲ ହୋଇଥିବା ଦେଶଗୁଡିକର ବାୟୁସୀମା ଦେଇ ଗତି କରେ କିମ୍ବା ଏହାର ଉଲ୍ଲଂଘନ କରେ, ତେବେ ତାହାକୁ ମାରି ଖସାଇବାକୁ ସେ ଏହି ଅବସରରେ କହିଛନ୍ତି। କେବଳ ସେତିକି ନୁହଁ, ରୁଷିଆ କବ୍‌‌ଜା କରିଥିବା ସବୁ ଅଞ୍ଚଳକୁ ୟୁକ୍ରେନ ଫେରି ପାଇପାରିବ ବୋଲି ସେ ଜେଲଁସ୍କିଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ଆମେରିକାରେ ପିଲାଙ୍କ ପାସପୋର୍ଟ ନିୟମରେ ହୋଇପାରେ ପରିବର୍ତ୍ତନ: ବାପା-ମା'ଙ୍କୁ ଦେବାକୁ ପଡ଼ିବ ନାଗରିକତ୍ୱର ପ୍ରମାଣ

ଜାତିସଂଘ ମହାସଭାର ବୈଠକ ଅବସରରେ ଟ୍ରମ୍ପ ଜେଲେଁସ୍କିଙ୍କୁ ଭେଟିଥିଲେ। ଟ୍ରମ୍ପ ନିଜ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ରୁଥ୍‌‌ ସୋସିଆଲ ପୋଷ୍ଟରେ ଉଲ୍ଲେଖ କରି କହିଛନ୍ତି ଯେ, ୟୁରୋପ ଓ ନାଟୋ ସହଯୋଗରେ ୟୁକ୍ରେନ ଯୁଦ୍ଧ ପୂର୍ବରୁ ହାରାଇଥିବା ନିଜ ଅଞ୍ଚଳକୁ ଫେରିପାଇ ପାରିବ। ରୁଷ୍‌‌ର ଅର୍ଥ ବ୍ୟବସ୍ଥା ଚାପରେ ରହିଥିବାରୁ ଏପରି ହେବାର ଯଥେଷ୍ଟ ସମ୍ଭାବନା ରହିଛି। ସେ ରୁଷିଆକୁ ଏକ କାଗଜ ବାଘ ସହ ତୁଳନା କରିଛନ୍ତି। ରୁଷ ଗତ ସାଢ଼େ ୩ ବର୍ଷ ହେବ ଯୁଦ୍ଧରେ ଫସି ରହିଛି। କିନ୍ତୁ ଏପର୍ଯ୍ୟନ୍ତ ବିଜୟ ହାସଲ କରିପାରିନାହିଁ। ଯଦି ରୁଷ୍‌‌ ପାଖରେ ପ୍ରକୃତ ଶକ୍ତି ଓ ସାମର୍ଥ୍ୟ ଥାନ୍ତା, ତେବେ ଗୋଟିଏ ସପ୍ତାହ ମଧ୍ୟରେ ଯୁଦ୍ଧ ଶେଷ ହୋଇଥାନ୍ତା। ଟ୍ରମ୍ପ ଜାତିସଂଘ ମହାସଭାରେ ନିଜ ଭାଷଣରେ ରୁଷ୍‌‌ଠାରୁ ତୈଳ ଓ ପ୍ରାକୃତିକ ଗ୍ୟାସ କ୍ରୟ ନ କରିବାକୁ ଓ ଏହାକୁ ପୂରାପୂରି ବନ୍ଦ କରିବାକୁ ଆହ୍ବାନ ଜଣାଇଛନ୍ତି। ନାଟୋ ଦେଶଗୁଡିକ ପରୋକ୍ଷରେ ରୁଷକୁ ଯୁଦ୍ଧ କରିବା ପାଇଁ ପାଣ୍ଠି ପ୍ରଦାନ କରୁଛନ୍ତି ବୋଲି ସେ କହିଛନ୍ତି। ଅନ୍ୟପଟେ ଟ୍ରମ୍ପଙ୍କ ଏହି ମନ୍ତବ୍ୟ ଗେମ୍‌‌ ଚେଞ୍ଜର ବୋଲି କହିଛନ୍ତି ଜେଲେଁସ୍କି। କାରଣ ପୂର୍ବରୁ ଟ୍ରମ୍ପ ୟୁକ୍ରେନକୁ କିଛି ଅଞ୍ଚଳ ଛାଡ଼ିବାକୁ ହେବ ବୋଲି କହିଥିଲେ। ଅଚାନକ ଟ୍ରମ୍ପଙ୍କ ଏହି ଆଭିମୁଖ୍ୟ ପରିବର୍ତ୍ତନ ଦେଖି ଜେଲେଁସ୍କି ନିଜେ ଚକିତ। ଟ୍ରମ୍ପଙ୍କ ଏହି ଆଭିମୁଖ୍ୟ ଯୁଦ୍ଧ ରୋକିବାର ସହାୟକ ହେବ। ସେହିପରି ଭାରତ ଆମ ସାଥିରେ ଅଛି ଓ ଭାରତ ୟୁରୋପୀୟ ଦେଶଗୁଡିକ ସହ ସମ୍ପର୍କ ଦୃଢ଼ କରିବା ଆବଶ୍ୟକ ବୋଲି ଜେଲେଁସ୍କି କହିଛନ୍ତି।

ଆହୁରି ପଢ଼ନ୍ତୁ: ସ୍ୱତନ୍ତ୍ର ଭରଦ୍ୱାଜଙ୍କ ସମର୍ଥନରେ ହିନ୍ଦୁ ରକ୍ଷା ଦଳ: ଦିଲ୍ଲୀର ପାର୍ଲିଆମେଣ୍ଟ ଷ୍ଟ୍ରିଟ୍ ଥାନା ଘେରାଉ, FIR ପ୍ରତ୍ୟାହାର ଦାବି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର