ଦାନା ପାଇଁ ଟଙ୍କା ନାହିଁ; କାନ୍ଧରେ ଲଙ୍ଗଳ ଟାଣିଲେ ବୃଦ୍ଧ, କଣ୍ଟି ଧରିଲେ ପତ୍ନୀ…

The Sakala Picture
Published On

ମୁମ୍ବାଇ: ପାଖରେ ଟଙ୍କା ନାହିଁ। ଖାଇବାକୁ ଦାନା ନାହିଁ। ହାତ ଥରୁଛି। ଓଜନ ଆଗରେ ପାଦ ନଇଁ ଯାଉଛି। ଖଟି ଖଟି ବେକ ଥକି ଗଲାଣି। ତଥାପି ବଞ୍ଚିବା ପାଇଁ ସଂଘର୍ଷ କରିବାକୁ ପଡୁଛି। ଟଙ୍କା ଅଭାବରୁ ବଳଦ କିଣିପାରୁ ନାହାନ୍ତି। ଭଡ଼ାରେ ଟ୍ରାକ୍ଟର କିମ୍ବା ଶ୍ରମିକ ଆଣିବାକୁ ମଧ୍ୟ ଅର୍ଥ ନାହିଁ। ଦିନକୁ ଦି ଓଳା ଖାଇବା ପାଇଁ ବୃଦ୍ଧ ଦମ୍ପତି ବିଲରେ ଖଟୁଛନ୍ତି। ୭୫ ବର୍ଷୀୟ ସ୍ବାମୀ କାନ୍ଧରେ ଲଙ୍ଗଳ ଭିଡୁଥିବାବେଳେ ସ୍ତ୍ରୀ କଣ୍ଟି […]

ମୁମ୍ବାଇ: ପାଖରେ ଟଙ୍କା ନାହିଁ। ଖାଇବାକୁ ଦାନା ନାହିଁ। ହାତ ଥରୁଛି। ଓଜନ ଆଗରେ ପାଦ ନଇଁ ଯାଉଛି। ଖଟି ଖଟି ବେକ ଥକି ଗଲାଣି। ତଥାପି ବଞ୍ଚିବା ପାଇଁ ସଂଘର୍ଷ କରିବାକୁ ପଡୁଛି। ଟଙ୍କା ଅଭାବରୁ ବଳଦ କିଣିପାରୁ ନାହାନ୍ତି। ଭଡ଼ାରେ ଟ୍ରାକ୍ଟର କିମ୍ବା ଶ୍ରମିକ ଆଣିବାକୁ ମଧ୍ୟ ଅର୍ଥ ନାହିଁ। ଦିନକୁ ଦି ଓଳା ଖାଇବା ପାଇଁ ବୃଦ୍ଧ ଦମ୍ପତି ବିଲରେ ଖଟୁଛନ୍ତି। ୭୫ ବର୍ଷୀୟ ସ୍ବାମୀ କାନ୍ଧରେ ଲଙ୍ଗଳ ଭିଡୁଥିବାବେଳେ ସ୍ତ୍ରୀ କଣ୍ଟି ଧରୁଛନ୍ତି। ଜୀବନର ଅପରାହ୍ଣରେ ଗରିବ ଚାଷୀ ଅମ୍ବାଦାସ ପାୱାର ଏବଂ ତାଙ୍କ ପତ୍ନୀ ମୁକ୍ତାବାଇଙ୍କ ଏହି କଠୋର ପରିଶ୍ରମର କରୁଣ ଦୃଶ୍ୟ ଖୁବ୍‌ ଭାଇରାଲ ହେବାରେ ଲାଗିଛି। ମହାରାଷ୍ଟ୍ର ଲାତୁର ଅନ୍ତର୍ଗତ ହାଦୋଲତି ଗ୍ରାମର ଏହି ଦମ୍ପତିଙ୍କ ଭିଡିଓ ସରକାରୀ ଯୋଜନା ଉପରେ ପ୍ରଶ୍ନ ଉଠାଇଛି।

ଆହୁରି ପଢ଼ନ୍ତୁ: ନେପାଳକୁ ପ୍ରତି ବିପଦର ଆଗୁଆ ସୂଚନା ଦେବ ଚୀନ୍!

ଜୀବନ ଆମ ପାଇଁ କୌଣସି ବିକଳ୍ପ ଦେଇ ନାହିଁ ବୋଲି ଅମ୍ବାଦାସ କ୍ଷୋଭର ସହ କହିଛନ୍ତି। ଏହି ଦମ୍ପତି କହିଛନ୍ତି ଯେ ପୁଅ ଶ୍ରମିକ ଭାବେ କାମ କରୁଛି। ତା ରୋଜଗାର ୬ ଜଣିଆ ପରିବାର ଚଳାଇବା ପାଇଁ ଯଥେଷ୍ଟ ହେଉନାହିଁ। ଗତ କିଛି ବର୍ଷ ହେଲା ବର୍ଷାରେ ମଧ୍ୟ ଫସଲ ନଷ୍ଟ ହୋଇଯାଉଛି। ଏଥିପାଇଁ କ୍ଷତି ହେଉଛି। ତଥାପି ପେଟ ପାଟଣା ଲାଗି ଫସଲ କରିବାକୁ ବାଧ୍ୟ ହେଉଛୁ। କରୋନା ସମୟରେ ସ୍ଥିତି ପୂରା ଦୋହଲି ଯାଇଥିଲା। ଏଥିପାଇଁ ଋଣ କରିବାକୁ ପଡ଼ିଥିଲା। ଫସଲ ଭଲ ନ ହେବାରୁ ଏହାକୁ ସେ ସୁଝି ପାରୁ ନାହାନ୍ତି। ପ୍ରତି ବର୍ଷ ଫସଲ ନଷ୍ଟ ହେବା ସତ୍ତ୍ବେ ଆଶା ରଖି ନିଜର ୨.୫ ଏକର ଜମିରେ ଚାଷ କରୁଛନ୍ତି। ଏହି ଭିଡିଓ ଭାଇରାଲ ହେବା ପରେ ରାଷ୍ଟ୍ରମନ୍ତ୍ରୀ ବାଲାସାହେବ ପାଟିଲ ଶନିବାର ତାଙ୍କ ଋଣ (୪୨, ୫୦୦ ଟଙ୍କା) ଛାଡ଼ କରିଦେଇଛନ୍ତି। ସମବାୟ ସମିତିକୁ ଋଣ ପରିଶୋଧ ପ୍ରମାଣପତ୍ର ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟ ସରକାରୀ ଯୋଜନାରେ ତାଙ୍କୁ ସାମିଲ କରିବାକୁ ମନ୍ତ୍ରୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ଦିଲ୍ଲୀରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ସ୍ମାରକୀ ନିର୍ମାଣ ପାଇଁ ମିଳିଲା ଅନୁମୋଦନ, ରଖାଗଲା ଏହି ସବୁ ସର୍ତ୍ତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର