ଦିଲ୍ଲୀ ସରକାରଙ୍କ ବଡ ନିଷ୍ପତ୍ତି: ଚଳିତ ବର୍ଷ ପଦ୍ମ ପୁରସ୍କାର ପାଇଁ କେବଳ ଡାକ୍ତର ଓ ସ୍ବାସ୍ଥ୍ଯକର୍ମୀଙ୍କ ନାଁ ସୁପାରିସ କରାଯିବ

The Sakala Picture
Published On

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏକ ବଡ ନିଷ୍ପତ୍ତି ନେଇଛନ୍ତି। ପ୍ରତିବର୍ଷ ଭଳି ଏଥର ମଧ୍ୟ ପଦ୍ମ ପୁରସ୍କାର ପାଇଁ ଦିଲ୍ଲୀରୁ କେନ୍ଦ୍ର ସରକାରଙ୍କୁ ନାମ ପଠାଯିବ। କିନ୍ତୁ ଦିଲ୍ଲୀ ସରକାର କେବଳ ଡାକ୍ତର ଏବଂ ସ୍ୱାସ୍ଥ୍ୟ କର୍ମୀଙ୍କ ନାମ ପଠାଇବେ। ଏଥିପାଇଁ ଦିଲ୍ଲୀ ସରକାର ଏକ ଇମେଲ ଆଇଡି  ([email protected]) ମଧ୍ୟ ଜାରି କରିଛନ୍ତି। ଯେଉଁଥିରେ  ଡାକ୍ତର ଓ ସ୍ବାସ୍ଥ୍ଯକର୍ମୀ ତାଙ୍କ ନାମ ପଠାଇ ପାରିବେ।  ଆଜି ଏ ନେଇ କେଜ୍ରିୱାଲ ଏକ ଡିଜିଟାଲ […]

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏକ ବଡ ନିଷ୍ପତ୍ତି ନେଇଛନ୍ତି। ପ୍ରତିବର୍ଷ ଭଳି ଏଥର ମଧ୍ୟ ପଦ୍ମ ପୁରସ୍କାର ପାଇଁ ଦିଲ୍ଲୀରୁ କେନ୍ଦ୍ର ସରକାରଙ୍କୁ ନାମ ପଠାଯିବ। କିନ୍ତୁ ଦିଲ୍ଲୀ ସରକାର କେବଳ ଡାକ୍ତର ଏବଂ ସ୍ୱାସ୍ଥ୍ୟ କର୍ମୀଙ୍କ ନାମ ପଠାଇବେ। ଏଥିପାଇଁ ଦିଲ୍ଲୀ ସରକାର ଏକ ଇମେଲ ଆଇଡି  ([email protected]) ମଧ୍ୟ ଜାରି କରିଛନ୍ତି। ଯେଉଁଥିରେ  ଡାକ୍ତର ଓ ସ୍ବାସ୍ଥ୍ଯକର୍ମୀ ତାଙ୍କ ନାମ ପଠାଇ ପାରିବେ।  ଆଜି ଏ ନେଇ କେଜ୍ରିୱାଲ ଏକ ଡିଜିଟାଲ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ଇରାନ ସହ ତିକ୍ତତା ମଧ୍ୟରେ ୨୫୦ ଦିନର ଲମ୍ବା ମିଶନ ପରେ ଥାଇଲାଣ୍ଡରେ ପହଞ୍ଚିଲା ଆମେରିକୀୟ ଯୁଦ୍ଧପୋତ 'ୟୁଏସଏସ ଅବ୍ରାହମ ଲିଙ୍କନ'

ଗତ ଦେଢ ବର୍ଷ ଧରି ମାହାମାରୀରୁ ଜୀବନ ରକ୍ଷା କରିବା ପାଇଁ ସ୍ୱାସ୍ଥ୍ୟ କର୍ମୀମାନେ ନିରନ୍ତର ପରିଶ୍ରମ କରିଥିବାରୁ ଆମେ ସମସ୍ତେ କୃତଜ୍ଞ। କେବଳ ଦେଶ ନୁହେଁ ସମଗ୍ର ବିଶ୍ୱ ସେମାନଙ୍କ ନିକଟରେ କୃତଜ୍ଞ ଜଣାଉଛି ବୋଲି କେଜ୍ରିୱାଲ କହିଥିଲେ।

ଆହୁରି ପଢ଼ନ୍ତୁ: ନେପାଳରେ ବନ୍ୟାର ତାଣ୍ଡବ: ୭୫୦୦ରୁ ଅଧିକ ଘର ଧ୍ୱଂସ, ରାସ୍ତା ଓ ପୋଲ ଭାଙ୍ଗିବା ଯୋଗୁଁ ବିପୁଳ କ୍ଷତି

କେଜ୍ରିୱାଲ ଏହା ମଧ୍ୟ କହିଛନ୍ତି ଯେ, ସାରା ଦେଶରେ କେବଳ ଦଲ୍ଲୀ ସରକାର କରୋନାରୁ ସହିଦ ହୋଇଥିବା ଫ୍ରଣ୍ଟ ଲାଇନ କର୍ମଚାରୀଙ୍କୁ ଏକ କୋଟି ଟଙ୍କାର ସମ୍ମାନ ପ୍ରଦାନ କରିଛି। ବର୍ତ୍ତମାନ ସମସ୍ତ ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମୀମାନଙ୍କୁ ଉପଯୁକ୍ତ ସମ୍ମାନ ଦେବାର ସମୟ ଆସିଛି। ଏଥିପାଇଁ ଦିଲ୍ଲୀ ସରକାର ଏଥର ନିଷ୍ପତ୍ତି ନେଇଛନ୍ତି ଯେ, ପଦ୍ମ ପୁରସ୍କାର ଅଧୀନରେ ପାଇବାକୁ ଥିବା ତିନିଟି ପୁରସ୍କାର ପାଇଁ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କୁ ପଠାଇଥିବା ନାମରେ କେବଳ ଡାକ୍ତର ଏବଂ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ନାମ ରହିବ। ଏହି ନାମ ସାର୍ବଜନୀନ କରାଯିବ।

ଆହୁରି ପଢ଼ନ୍ତୁ: ମହାରାଷ୍ଟ୍ରର ରଘୁବୀର ଘାଟରେ ପୁଣି ଭୂସ୍ଖଳନ: ରତ୍ନଗିରି-ସାତାରା ରାସ୍ତା ବନ୍ଦ, ଫସିଲା ଯାତ୍ରୀବାହୀ ବସ୍

ଏଥିପାଇଁ କେଜ୍ରିୱାଲ ଏକ ଇମେଲ ଆଇଡି ମଧ୍ୟ ଦେଇଛନ୍ତି। ଯେଉଁଥିରେ ପଦ୍ମ ପୁରସ୍କାର ପାଇବାକୁ ଚାହୁଁଥିବା  ଡାକ୍ତର କିମ୍ବା ସ୍ୱାସ୍ଥ୍ୟକର୍ମୀମାନେ ପଠାଇ ପାରିବେ। ଇମେଲ ପ୍ରେରକଙ୍କୁ ଡାକ୍ତର କିମ୍ବା ସ୍ୱାସ୍ଥ୍ୟ କର୍ମଚାରୀଙ୍କ ନାମ ତଥା ପଦ୍ମ ପୁରସ୍କାର ପାଇବାକୁ ଚାହୁଁଥିବା କାରଣ ବିଷୟରେ ବିସ୍ତୃତ ଭାବରେ ଉଲ୍ଲେଖ କରିବାକୁ ପଡିବ।

ଆବେଦନ କରିବା ପ୍ରକ୍ରିୟା :-
-ଇମେଲ୍ ଆଇଡି- [email protected] 

-ଅଗଷ୍ଟ ୧୫ ସୁଦ୍ଧା ଚାହୁଁଥିବା ଡାକ୍ତର କିମ୍ବା ସ୍ୱାସ୍ଥ୍ୟ କର୍ମଚାରୀଙ୍କ ନାମ ପଠାନ୍ତୁ ଏବଂ ତାଙ୍କ କାର୍ଯ୍ୟକୁ ବିସ୍ତୃତ ଭାବରେ ବର୍ଣ୍ଣନା କରନ୍ତୁ।

– ଦିଲ୍ଲୀ ଉପମୁଖ୍ଯମନ୍ତ୍ରୀ ମନୀଷ ସିସୋଦିଆ ଏହି କମିଟିର ଅଧ୍ୟକ୍ଷ ହେବେ। ଏହି କମିଟି ଅଗଷ୍ଟ ୧୫ ସୁଦ୍ଧା ପଠାଯାଇଥିବା ଜନସାଧାରଣଙ୍କ ପରାମର୍ଶକୁ ଯାଞ୍ଚ କରିବ ଏବଂ ଏହା ପରେ ମନୋନୀତ ନାମଗୁଡିକ ସେପ୍ଟେମ୍ବର ୧୫ ସୁଦ୍ଧା କେନ୍ଦ୍ର ସରକାରଙ୍କ ନିକଟକୁ ପଠାଯିବ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର