ଧାର୍ମିକ ଯାତ୍ରାରେ ଦଳାଚକଟା; ୭ ମୃତ, ୩୦ରୁ ଅଧିକ ଗୁରୁତର…
ଗୋଆ: ଗୋଆର ସିରଗାଓଁରେ ଅଭାବନୀୟ ଘଟଣା । ଧାର୍ମିକ ଯାତ୍ରାରେ ଦଳାଚକଟାରେ ୭ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୩୦ରୁ ଅଧିକ ଲୋକ ଗୁରୁତର ହୋଇଥିବା ସୂଚନା ମିଳିଛି। ଗୋଆର ଶ୍ରୀଗାଓଁରେ ଶ୍ରୀଲୈରାଇ ଯାତ୍ରା ଚାଲିଥିବାବେଳେ ଏଭଳି ଅଘଟଣ ଘଟିଛି। ଗୁରୁତରଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି। ଅନେକ ଲୋକଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ ଥିବା ଜଣାପଡିଛି। ଆଗକୁ ମୃତ୍ୟୁ ସଂଖ୍ୟା ବଢିବା ନେଇ ଆଶଙ୍କା କରାଯାଉଛି। ତେବେ ଏହି ଯାତ୍ରାରେ ହଜାର ହଜାର ଶ୍ରଦ୍ଧାଳୁ ସାମିଲ ହୋଇଥିଲେ। […]
ଗୋଆ: ଗୋଆର ସିରଗାଓଁରେ ଅଭାବନୀୟ ଘଟଣା । ଧାର୍ମିକ ଯାତ୍ରାରେ ଦଳାଚକଟାରେ ୭ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୩୦ରୁ ଅଧିକ ଲୋକ ଗୁରୁତର ହୋଇଥିବା ସୂଚନା ମିଳିଛି। ଗୋଆର ଶ୍ରୀଗାଓଁରେ ଶ୍ରୀଲୈରାଇ ଯାତ୍ରା ଚାଲିଥିବାବେଳେ ଏଭଳି ଅଘଟଣ ଘଟିଛି। ଗୁରୁତରଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି। ଅନେକ ଲୋକଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ ଥିବା ଜଣାପଡିଛି। ଆଗକୁ ମୃତ୍ୟୁ ସଂଖ୍ୟା ବଢିବା ନେଇ ଆଶଙ୍କା କରାଯାଉଛି। ତେବେ ଏହି ଯାତ୍ରାରେ ହଜାର ହଜାର ଶ୍ରଦ୍ଧାଳୁ ସାମିଲ ହୋଇଥିଲେ।
ଆହୁରି ପଢ଼ନ୍ତୁ: ଆମେରିକାରେ ଗ୍ରୀନ୍ କାର୍ଡ ଉପରେ କଟକଣା: ମାଇକ୍ରୋସଫ୍ଟ, ଟିସିଏସ୍ (TCS), ୱିପ୍ରୋ (Wipro) ସମେତ ୮ଟି ବଡ଼ ଆଇଟି କମ୍ପାନୀ ଉପରେ ପ୍ରଭାବ
ସେପଟେ ଘଟଣା ଜଣାପଡିବା ପରେ, ମୁଖ୍ୟମନ୍ତ୍ରୀ ଡାକ୍ତର ପ୍ରମୋଦ ସାୱନ୍ତ ଉତ୍ତର ଗୋଆ ଜିଲ୍ଲା ହସ୍ପିଟାଲ ଓ ବିଚୋଲିମ୍ ହସ୍ପିଟାଲରେ ଆହତଙ୍କୁ ଭେଟି ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଥିଲେ । ଏହାସହ ସମସ୍ତ ଆବଶ୍ୟକୀୟ ଚିକିତ୍ସା ସୁବିଧା ଯୋଗାଇ ଦେବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।






