ମୁମ୍ବାଇ ମଡେଲଙ୍କ ଅଶ୍ଳୀଳ ଫଟୋ ଭାଇରାଲ ଘଟଣା

The Sakala Picture
Published On

ନବରଙ୍ଗପୁର : ସୋସିଆଲ ମିଡିଆରେ ମୁମ୍ବାଇ ମଡେଲଙ୍କ ଫଟୋକୁ ଅଶ୍ଳୀଳ କରି ଭାଇରାଲ କରିବା ଅଭିଯୋଗରେ ମୁମ୍ବାଇ କ୍ରାଇମବ୍ରାଞ୍ଚ ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଳକର ଜଣେ ଯୁବକଙ୍କୁ ଗିରଫ କରିଛି ଆଜି ଉମରକୋଟସ୍ଥିତ ପ୍ରଥମ ବିଚାର ବିଭାଗୀୟ ଅଦାଲତରେ ହାଜର କରିବା ପରେ କ୍ରାଇମ ବ୍ରାଞ୍ଚ ଯୁବକଙ୍କୁ ଟ୍ରାଞ୍ଜିଟ ରିମାଣ୍ଡରେ ମୁମ୍ବାଇ ନେଇଥିବା ଜଣାପଡିଛି। ଅଭିଯୁକ୍ତ ଯୁବକ ଜଣକ ଉମରକୋଟ ବ୍ଲକ ସୁନାବେଡା ପଞ୍ଚାୟତ ସଦର ଗ୍ରାମର ସୌରଭ ମଣ୍ଡଳ ବୋଲି ଜଣାପଡିଛିା ଅଭିଯୁକ୍ତ ଜଣକ ଜୟପୁର […]

ନବରଙ୍ଗପୁର : ସୋସିଆଲ ମିଡିଆରେ ମୁମ୍ବାଇ ମଡେଲଙ୍କ ଫଟୋକୁ ଅଶ୍ଳୀଳ କରି ଭାଇରାଲ କରିବା ଅଭିଯୋଗରେ ମୁମ୍ବାଇ କ୍ରାଇମବ୍ରାଞ୍ଚ ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଳକର ଜଣେ ଯୁବକଙ୍କୁ ଗିରଫ କରିଛି ଆଜି ଉମରକୋଟସ୍ଥିତ ପ୍ରଥମ ବିଚାର ବିଭାଗୀୟ ଅଦାଲତରେ ହାଜର କରିବା ପରେ କ୍ରାଇମ ବ୍ରାଞ୍ଚ ଯୁବକଙ୍କୁ ଟ୍ରାଞ୍ଜିଟ ରିମାଣ୍ଡରେ ମୁମ୍ବାଇ ନେଇଥିବା ଜଣାପଡିଛି। ଅଭିଯୁକ୍ତ ଯୁବକ ଜଣକ ଉମରକୋଟ ବ୍ଲକ ସୁନାବେଡା ପଞ୍ଚାୟତ ସଦର ଗ୍ରାମର ସୌରଭ ମଣ୍ଡଳ ବୋଲି ଜଣାପଡିଛିା ଅଭିଯୁକ୍ତ ଜଣକ ଜୟପୁର ବିକ୍ରମଦେଵ କଲେଜର ଯୁକ୍ତ ତିନି ବିଜ୍ଞାନରେ ଅଧ୍ୟୟନରତ ଥିବା ସୂଚନା ମିଳିଛି। ପ୍ରାପ୍ତ ସୂଚନା ଅନୁଯାୟୀ, ଯୁବକ ଜଣକ ମୁମ୍ବାଇର ଜଣେ ମହିଳା ମଡେଲଙ୍କ ଫଟୋକୁ ଅଶ୍ଳୀଳ କରି ଫେସ୍‌ବୁକ୍ ଓ ଇନ୍‌ଷ୍ଟାଗ୍ରାମ ମାଧ୍ୟମରେ ଭାଇରାଲ କରିଥିଲୋ ପରବର୍ତ୍ତୀ ସମୟରେ ଉକ୍ତ ମହିଳା ମଡେଲଙ୍କୁ ବ୍ଲାକମେଲ କରି ତାଙ୍କଠାରୁ ଟଙ୍କା ଦାବି କରିଥିଲେ ।

ଆହୁରି ପଢ଼ନ୍ତୁ: ସୁରଟ ରେଳ ଷ୍ଟେସନରେ ହାଇଡ୍ରାମା: ଟ୍ରେନରେ ଯାତ୍ରୀଙ୍କ ଉପରକୁ ଅଗ୍ନିନିର୍ବାପକ ଯନ୍ତ୍ର ସ୍ପ୍ରେ କଲେ ବିଦେଶୀ ନାଗରିକ, ପୋଲିସ ହେପାଜତରେ ମୃତ୍ୟୁ

ମହିଳା ମଡେଲ ଜଣକ ଲୋକ ଲଜ୍ଜା ଭୟରେ ଟଙ୍କା ଦେଇଥିଲେ। କିନ୍ତୁ ଯୁବକ ଜଣକ ଅତ୍ୟଧିକ ଲୋଭର ବଶବର୍ତ୍ତୀ ହୋଇ ବାରମ୍ବାର ଟଙ୍କା ଦାବି କରିବା ପରେ ମହିଳା ମଡେଲ ଜଣକ ବ୍ୟତିବ୍ୟସ୍ତ ହୋଇ ସମସ୍ତ ସୋସିଆଲ ମିଡିଆରୁ ନିବୃତ୍ତ ହୋଇଥିଲେ।ଏହାପରେ ମଧ୍ୟ ଯୁବକ ଜଣକ ମହିଳାଙ୍କ ଭାଇଙ୍କ ଠିକଣା ବାହାର କରିବା ସହ ପୁଣି ମହିଳା ମଡେଲଙ୍କୁ ବ୍ଲାକମେଲ କରି ଅର୍ଥ ଦାବି କରିଥିଲେ । ଏନେଇ ମଡେଲଙ୍କ ଭାଇ ମହାରାଷ୍ଟ୍ର ସାଇବର ଥାନାରେ ଅଭିଯୁକ୍ତଙ୍କ ନାମରେ ଅଭିଯୋଗ କରିଥିଲେ । ପୁଲିସ ୨୩/୨୧ ଅନୁଯାୟୀ ମାମଲା ରୁଜୁ କରିବା ସହ ଏହାକୁ ମୁମ୍ବାଇ କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରିଥିଲେ । ଏହାପରେ ଏପିଆଇ ଜୟଦୀପ ୟାଦବଙ୍କ ତତ୍ତ୍ବାବଧାନରେ ତିନିଜଣିଆ ଟିମ୍‌ ଉମରକୋଟ ପୁଲିସର ସହାୟତାରେ ଶନିବାର ବିଳମ୍ବିତ ରାତିରେ ଉମରକୋଟ ବ୍ଳକର ସୁନାବେଡ଼ାସ୍ଥିତ ସୌରଭଙ୍କ ଘରୁ ତାଙ୍କୁ ଗିରଫ କରିବା ସହ ସେ ବ୍ୟବହାର କରୁଥିବା ମୋବାଇଲକୁ ଜବତ କରିଥିଲା । ଏଥିସହ ଉକ୍ତ ମାମଲାରେ ଜଡିତ ଥିବା ସୌରଭଙ୍କ ଅନ୍ୟ ଦୁଇ ସହଯୋଗୀଙ୍କୁ ମୁମ୍ବାଇରୁ ଗିରଫ କରିଥିବା ସୂଚନା ମିଳିଛି ।

ଆହୁରି ପଢ଼ନ୍ତୁ: ମାସିକ ୧୫ ହଜାର ଟଙ୍କା ରୋଜଗାର କରୁଥିବା ଦରଜୀଙ୍କୁ ୯୭୫ କୋଟି ଟଙ୍କାର ଆୟକର ନୋଟିସ୍, ଉଡ଼ିଗଲା ହୋସ୍

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର