ସୀମା ବିବାଦ ଉପରେ ଆଲୋଚନା ପାଇଁ ମିଳିଲାନି ଅନୁମତି, ସଂସଦୀୟ ପ୍ରତିରକ୍ଷା କମିଟି ବୈଠକରୁ ଅଧାରୁ ଉଠି ଚାଲିଗଲେ ରାହୁଲ ଗାନ୍ଧୀ

The Sakala Picture
Published On

ନୂଆଦିଲ୍ଲୀ: ସଂସଦୀୟ ପ୍ରତିରକ୍ଷା କମିଟି ବୈଠକରୁ ଅଧାରୁ ଉଠି ଚାଲିଗଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଡୋକଲାମ ସମେତ ସୀମାର ଅନେକ ବିଷୟ ଉପରେ ଚର୍ଚ୍ଚାର ଦାବି କରିଥିଲେ ରାହୁଲ । ହେଲେ ତାଙ୍କ ଦାବିକୁ ଖାରଜ କରିଦିଆଯାଇଥିବାରୁ ସେ ବୈଠକ ମଝିରୁ ଉଠି ପଳାଇଆସିଥିବା କୁହାଯାଉଛି । ଆଜି ୩ଟାରେ ଏହି ବୈଠକ ବସିଥିଲା। ବୈଠକରେ ରାହୁଲ ଗାନ୍ଧି ଓ ତାଙ୍କ ସଂସଦୀୟ ସହଯୋଗୀମାନେ ଚାଇନା ସହ ଲାଗି ରହିଥିବା ସୀମା ବିବାଦ ଉପରେ […]

ନୂଆଦିଲ୍ଲୀ: ସଂସଦୀୟ ପ୍ରତିରକ୍ଷା କମିଟି ବୈଠକରୁ ଅଧାରୁ ଉଠି ଚାଲିଗଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଡୋକଲାମ ସମେତ ସୀମାର ଅନେକ ବିଷୟ ଉପରେ ଚର୍ଚ୍ଚାର ଦାବି କରିଥିଲେ ରାହୁଲ । ହେଲେ ତାଙ୍କ ଦାବିକୁ ଖାରଜ କରିଦିଆଯାଇଥିବାରୁ ସେ ବୈଠକ ମଝିରୁ ଉଠି ପଳାଇଆସିଥିବା କୁହାଯାଉଛି ।

ଆହୁରି ପଢ଼ନ୍ତୁ: ନେପାଳ ବନ୍ୟା ବିଭୀଷିକା: ସୁଡ଼ଙ୍ଗରେ ଫସିଛନ୍ତି ଶତାଧିକ ଶ୍ରମିକ, ଜୀବନ ବଞ୍ଚାଇବାକୁ ଚାଲିଛି ଆପ୍ରାଣ ଚେଷ୍ଟା

ଆଜି ୩ଟାରେ ଏହି ବୈଠକ ବସିଥିଲା। ବୈଠକରେ ରାହୁଲ ଗାନ୍ଧି ଓ ତାଙ୍କ ସଂସଦୀୟ ସହଯୋଗୀମାନେ ଚାଇନା ସହ ଲାଗି ରହିଥିବା ସୀମା ବିବାଦ ଉପରେ ଆଲୋଚନା କରିବାକୁ ଅନୁରୋଧ କରିଥିଲେ। ହେଲେ ସେମାନଙ୍କର ଏହି ଅନୁରୋଧକୁ ପ୍ୟାନେଲର ଅଧ୍ୟକ୍ଷ ଜୁଏଲ ଓରାମ ଗ୍ରହଣ କରି ନଥିଲେ।

ଆହୁରି ପଢ଼ନ୍ତୁ: ରୁଷ-ୟୁକ୍ରେନ ଯୁଦ୍ଧ ଶେଷ କରିବାରେ ସାହାଯ୍ୟ କରିବାକୁ ଭାରତ ପ୍ରସ୍ତୁତ: କିଭ୍ ଗସ୍ତରେ କହିଲେ ଏସ୍ ଜୟଶଙ୍କର

ପୂର୍ବରୁ ବୈଠକର ଏଜେଣ୍ଡାରେ ଏହା ନଥିବାରୁ ଶ୍ରୀ ଓରାମକୁ ଏହାକୁ ଆଲୋଚନା ପରିସର ଭୁକ୍ତ କରି ନଥିଲେ। ବୈଠକ ଏଜେଣ୍ଡା ଅନୁଯାୟୀ, କେବଳ କ୍ୟାଣ୍ଟନମେଣ୍ଟ ବୋର୍ଡର କାର୍ୟ୍ୟ ଉପରେ ଆଲୋଚନା ହେବାର ଥିଲା। କୌଣସି ପ୍ରସଙ୍ଗରେ ଆଲୋଚନା କରିବାକୁ ହେଲେ ସଦସ୍ୟମାନଙ୍କୁ ୧୪ ଦିନ ପୂର୍ବରୁ ନୋଟିସ ଦେବାକୁ ପଡ଼ିଥାଏ। କଂଗ୍ରେସ କିମ୍ବା ରାହୁଲ ଗାନ୍ଧି ନୋଟିସ ଦେଇ ନଥିବାରୁ ଜୁଏଲ ଓରାମ ଆଜି ଏହା ଉପରେ ଆଲୋଚନା ହୋଇପାରିବ ନାହିଁ ବୋଲି କହିଥିଲେ।

ଆହୁରି ପଢ଼ନ୍ତୁ: ନେପାଳରେ ଭୟଙ୍କର ବନ୍ୟାର ୯ ଦିନ ପରେ ଜଳବିଦ୍ୟୁତ୍ ପ୍ରକଳ୍ପ ଟନେଲରୁ ଜୀବନ୍ତ ଉଦ୍ଧାର ହେଲେ ଦୁଇ ଶ୍ରମିକ

ଏହାକୁ ନେଇ ରାହୁଲ ଅସନ୍ତୋଷ ପ୍ରକାଶ କରିବା ସହ ବୈଠକରୁ ଉଠି ପଳାଇଆସିଥିଲେ ।ଏହା ପୂର୍ବରୁ ଗତ ବର୍ଷ ଡିସେମ୍ବରରେ ରାହୁଲ ଗାନ୍ଧୀ ପ୍ରତିରକ୍ଷା କମିଟି ବୈଠକରୁ ୱାକଆଉଟ କରିଥିଲେ । ଏହି ସମୟରେ ଚିଫ ଅଫ ଡିଫେନ୍ସ ଷ୍ଟାଫ ବିପିନ ରାୱତ କମିଟିକୁ ପ୍ରତିରକ୍ଷା ୟୁନିଫର୍ମ ଉପରେ ସୂଚନା ଦେଉଥିଲେ । ଆଉ ବୈଠକ ମଝିରେ ରାହୁଲ ଲଦାଖ ଉପରେ କଣ ପ୍ରସ୍ତୁତି ରହିଥିବା ସିଡିଏସଙ୍କୁ ପ୍ରଶ୍ନ କରିଥିଲେ ।ଚୀନ ସହ ସୀମା ବିବାଦ ଉପରେ ଚର୍ଚ୍ଚା ଚାହୁଁଥିଲେ ରାହୁଲ । ହେଲେ ଗାନ୍ଧୀଙ୍କର ଏହି ଦାବିକୁ ପ୍ରତ୍ୟାଖ୍ୟାନ କରି କମିଟି ଅଧ୍ୟକ୍ଷ ଜୁଏଲ ଓରାମ ତାଙ୍କୁ କହିବା ଅଧାରୁ ଅଟକାଇ ଦେଇଥିଲେ । ଫଳରେ ରାହୁଲ ବିରକ୍ତ ହୋଇ ବୈଠକ ଅଧାରୁ ଉଠି ପଳାଇଆସିଥିଲେ ।

 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର