ଧାରା ୩୭୦ ଉଚ୍ଛେଦ ଉପରେ ଆଜି ଆସିବ ‘ସୁପ୍ରିମ୍’ ରାୟ, ଜମ୍ମୁ କଶ୍ମୀରରେ ସୁରକ୍ଷା ବ୍ୟବସ୍ଥା କଡାକଡି

The Sakala Picture
Published On

ନୂଆଦିଲ୍ଲୀ : ଜମ୍ମୁ-କାଶ୍ମୀର ସହ ଜଡ଼ିତ ଧାରା ୩୭୦ ରଦ୍ଦ ନିଷ୍ପତ୍ତିର ବୈଧତା ସମ୍ପର୍କରେ ସୁପ୍ରିମକୋର୍ଟ ଆଜି ରାୟ ଶୁଣାଇବେ । ଧାରା ୩୭୦ ରଦ୍ଦକୁ ଚ୍ୟାଲେଞ୍ଜ କରି ୨୦୧୯ରେ ମୋଟ ୧୮ ଆବେଦନ ସୁପ୍ରିମକୋର୍ଟରେ ଦାଖଲ ହୋଇଥିଲା। ଏହି ପ୍ରସଙ୍ଗରେ ୧୬ ଦିନ ଧରି ଶୁଣାଣି ପରେ ସେପ୍ଟେମ୍ବର ୫ରେ ସୁପ୍ରିମକୋର୍ଟ ରାୟ ସଂରକ୍ଷିତ ରଖିଥିଲେ। ପ୍ରଧାନ ବିଚାରପତି ଜଷ୍ଟିସ ଡିଓ୍ବାଇ ଚନ୍ଦ୍ରଚୂଡ଼, ଜଷ୍ଟିସ ସଞ୍ଜୟ କିଶନ କୌଲ୍, ସଞ୍ଜୀବ ଖାନ୍ନା, ବିଆର୍ ଗଭାଇ ଏବଂ ସୂର୍ଯ୍ୟ […]

ନୂଆଦିଲ୍ଲୀ : ଜମ୍ମୁ-କାଶ୍ମୀର ସହ ଜଡ଼ିତ ଧାରା ୩୭୦ ରଦ୍ଦ ନିଷ୍ପତ୍ତିର ବୈଧତା ସମ୍ପର୍କରେ ସୁପ୍ରିମକୋର୍ଟ ଆଜି ରାୟ ଶୁଣାଇବେ । ଧାରା ୩୭୦ ରଦ୍ଦକୁ ଚ୍ୟାଲେଞ୍ଜ କରି ୨୦୧୯ରେ ମୋଟ ୧୮ ଆବେଦନ ସୁପ୍ରିମକୋର୍ଟରେ ଦାଖଲ ହୋଇଥିଲା। ଏହି ପ୍ରସଙ୍ଗରେ ୧୬ ଦିନ ଧରି ଶୁଣାଣି ପରେ ସେପ୍ଟେମ୍ବର ୫ରେ ସୁପ୍ରିମକୋର୍ଟ ରାୟ ସଂରକ୍ଷିତ ରଖିଥିଲେ। ପ୍ରଧାନ ବିଚାରପତି ଜଷ୍ଟିସ ଡିଓ୍ବାଇ ଚନ୍ଦ୍ରଚୂଡ଼, ଜଷ୍ଟିସ ସଞ୍ଜୟ କିଶନ କୌଲ୍, ସଞ୍ଜୀବ ଖାନ୍ନା, ବିଆର୍ ଗଭାଇ ଏବଂ ସୂର୍ଯ୍ୟ କାନ୍ତଙ୍କ ପାଞ୍ଚ ଜଣିଆ ସମ୍ବିଧାନ ପୀଠ ଏହି ମାମଲାର ଶୁଣାଣି କରିଥିଲେ ।

ଏହି ମାମଲାରେ କେନ୍ଦ୍ର ସରକାର ଯୁକ୍ତି ରଖିଥିଲେ ଯେ ରାଷ୍ଟ୍ରପତିଙ୍କ ଘୋଷଣାପତ୍ର ଯେଭଳି ଭାବେ ଜାରି କରାଯାଇଛି ତାହା ସମ୍ବିଧାନ ପ୍ରତି ପ୍ରତାରଣା ବୋଲି କରାଯାଉଥିବା ଯୁକ୍ତି ସମ୍ପୂର୍ଣ୍ଣ ଭୁଲ୍। ଧାର୍ଯ୍ୟ ପ୍ରକ୍ରିୟାରୁ କୌଣସି ବିଚ୍ୟୁତି ହୋଇ ନ ଥିଲା। ତତ୍କାଳୀନ ଜମ୍ମୁ-କାଶ୍ମୀର ରାଜ୍ୟ ଭାରତ ସହ ମିଶିବା ପରେ ଏହାର ସାର୍ବଭୌମତ୍ବ ମଧ୍ୟ ଭାରତ ସହ ମିଶିଯାଇଥିଲା। ଆବେଦନକାରୀମାନେ ସ୍ବୟଂଶାସନକୁ ଆଭ୍ୟନ୍ତରୀଣ ସାର୍ବଭୌମତ୍ୱକୁ କହି ବିଭ୍ରାନ୍ତ କରୁଛନ୍ତି ବୋଲି କେନ୍ଦ୍ର ସରକାର ଯୁକ୍ତି ରଖିଥିଲେ। ଅନ୍ୟପକ୍ଷରେ ଦେଶରେ ଦୁଇଟି ସମ୍ବିଧାନ ହୋଇପାରିବ ନାହିଁ ବୋଲି କେନ୍ଦ୍ର ସରକାର ସ୍ପଷ୍ଟ କରିଥିଲେ। ଭାରତୀୟ ସମ୍ବିଧାନ ପ୍ରସ୍ତୁତି ପାଇଁ ଗଠିତ ସମ୍ବିଧାନ ସଭା ପରି ଜମ୍ମୁ-କାଶ୍ମୀର ସମ୍ବିଧାନ ସଭା ଏକ ପୂର୍ଣ୍ଣାଙ୍ଗ ସମ୍ବିଧାନ ସଭା ନ ଥିଲା।

କେନ୍ଦ୍ର ସରକାର ଅଗଷ୍ଟ ୫, ୨୦୧୯ରେ ସମ୍ବିଧାନର ଧାରା ୩୭୦କୁ ରଦ୍ଦ କରିଦେଇଥିଲେ । ଏହି ଧାରା ଅଧୀନରେ ଜମ୍ମୁ କାଶ୍ମୀରକୁ ସ୍ଵତନ୍ତ୍ର ମାନ୍ୟତା ମିଳିଥିଲା । ଧାରା ୩୭୦ ରଦ୍ଦ ପରେ ରାଜ୍ୟକୁ ଜମ୍ମୁ-କାଶ୍ମୀର ଓ ଲଦାଖ ରୂପେ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳରେ ବିଭକ୍ତ କରାଯାଇଥିଲା।

About The Author

Google News
Join Us @ WhatsApp
Google News
Join Us @ WhatsApp

ରାଶିଫଳ