ବଲିଉଡ ଅଭିନେତା ସଲମାନ ଖାନଙ୍କୁ ପୁଣି ହତ୍ୟା ଧମକ

The Sakala Picture
Published On

ମୁମ୍ବାଇ: ପୁଣି ବଲିଉଡ ଅଭିନେତା ସଲମାନଙ୍କୁ ହତ୍ୟା ଧମକ। ମୁମ୍ବାଇ ଟ୍ରାଫିକ୍ କଣ୍ଟ୍ରୋଲ ରୁମକୁ ଆସିଛି ଏହି ଧମକପୂର୍ଣ୍ଣ ମେସେଜ୍। ତେବେ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ତରଫରୁ ପୁଣିଥରେ ଏହି ଧମକପୂର୍ଣ୍ଣ ମେସେଜ ଭାଇଜାନଙ୍କ ପାଇଁ ମିଳିଛି। ସଲମାନ ଖାନ୍ ଏବଂ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇକୁ ନେଇ ଏକ ଗୀତ ଲେଖାଯାଇଛି। ଯେଉଁ ବ୍ୟକ୍ତି ଏହି ଗୀତ ଲେଖିଛି ତାକୁ ଛଡ଼ାଯିବନି ବୋଲି ଧମକ ଦିଆଯାଇଛି । କେବଳ ସେତିକି ନୁହେଁ ସେହି ବ୍ୟକ୍ତିଙ୍କର ଏପରି ଅବସ୍ଥା […]

ମୁମ୍ବାଇ: ପୁଣି ବଲିଉଡ ଅଭିନେତା ସଲମାନଙ୍କୁ ହତ୍ୟା ଧମକ। ମୁମ୍ବାଇ ଟ୍ରାଫିକ୍ କଣ୍ଟ୍ରୋଲ ରୁମକୁ ଆସିଛି ଏହି ଧମକପୂର୍ଣ୍ଣ ମେସେଜ୍। ତେବେ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ତରଫରୁ ପୁଣିଥରେ ଏହି ଧମକପୂର୍ଣ୍ଣ ମେସେଜ ଭାଇଜାନଙ୍କ ପାଇଁ ମିଳିଛି। ସଲମାନ ଖାନ୍ ଏବଂ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇକୁ ନେଇ ଏକ ଗୀତ ଲେଖାଯାଇଛି। ଯେଉଁ ବ୍ୟକ୍ତି ଏହି ଗୀତ ଲେଖିଛି ତାକୁ ଛଡ଼ାଯିବନି ବୋଲି ଧମକ ଦିଆଯାଇଛି ।

ଆହୁରି ପଢ଼ନ୍ତୁ: ଇସ୍ରାଏଲ ବିରୋଧରେ ସାମରିକ ଅଭିଯାନ ରୋକିଲା ଇରାନ, ଦେଲା କଡ଼ା ଚେତାବନୀ

କେବଳ ସେତିକି ନୁହେଁ ସେହି ବ୍ୟକ୍ତିଙ୍କର ଏପରି ଅବସ୍ଥା କରାଯିବ ଯେମିଟି କି ସେ ଆଉ ଗୀତ ଲେଖିବାକୁ ସାହସ କରିପାରିବନି ବୋଲି ଉକ୍ତ ମେସେଜର ଲେଖାଯାଇଛି । ତେବେ କେଉଁ ଗୀତକୁ ଟାର୍ଗେଟ କରି ଏପରି ଧମକ ଦିଆଯାଇଛି ଓ କିଏ ଏହାକୁ ଲେଖିଛି ସେ ନେଇ କୌଣସି ସ୍ପଷ୍ଟ ସୂଚନା ଦିଆଯାଇନି। ଯଦି ସଲମାନଙ୍କ ସାହସ ଅଛି ତେବେ ତାଙ୍କୁ ବଞ୍ଚାନ୍ତୁ ବୋଲି ଖୋଲାଖୋଲି ଚେତାବନୀ ଦେଇଛି ଗ୍ୟାଙ୍ଗ । ତେବେ ଯେଉଁ ନମ୍ବରରୁ ଏହି ଧମକ ପୂର୍ଣ୍ଣ ମେସେଜ ଆସିଛି ତା’କୁ ଟ୍ରାକ୍‌ କରିବାକୁ ପ୍ରୟାସ ଜାରି ରଖିଛି ପୁଲିସ । ଏହି ମେସେଜ ପରେ ୱର୍ଲି ଥାନା ପୁଲିସ ମାମଲା ରୁଜୁ କରିବା ସହ ଘଟଣାର ଛାନଭିନ୍ ଚଳାଇଛି। ଗତ ମାସରେ ସଲମାନଙ୍କୁ ହତ୍ୟା ନେଇ ଏକାଧିକ ଥର ଧମକ ଆସିଥିଲା। ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗଠାରୁ ସଲମାନ ଖାନଙ୍କୁ କ୍ରମାଗତ ଭାବରେ ହତ୍ୟା ଧମକ ମିଳୁଛି।

ଆହୁରି ପଢ଼ନ୍ତୁ: ପାକିସ୍ତାନ ସେନାର ବର୍ବରତା: ପିଓକେ, ବେଲୁଚିସ୍ତାନ ଏବଂ ଆଫଗାନିସ୍ତାନ ସୀମାରେ ମାନବାଧିକାର ଉଲ୍ଲଂଘନ କରୁଛନ୍ତି ଆସିମ ମୁନିର

08 Nov 2024 By The Sakala

ବଲିଉଡ ଅଭିନେତା ସଲମାନ ଖାନଙ୍କୁ ପୁଣି ହତ୍ୟା ଧମକ

ମୁମ୍ବାଇ: ପୁଣି ବଲିଉଡ ଅଭିନେତା ସଲମାନଙ୍କୁ ହତ୍ୟା ଧମକ। ମୁମ୍ବାଇ ଟ୍ରାଫିକ୍ କଣ୍ଟ୍ରୋଲ ରୁମକୁ ଆସିଛି ଏହି ଧମକପୂର୍ଣ୍ଣ ମେସେଜ୍। ତେବେ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ତରଫରୁ ପୁଣିଥରେ ଏହି ଧମକପୂର୍ଣ୍ଣ ମେସେଜ ଭାଇଜାନଙ୍କ ପାଇଁ ମିଳିଛି। ସଲମାନ ଖାନ୍ ଏବଂ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇକୁ ନେଇ ଏକ ଗୀତ ଲେଖାଯାଇଛି। ଯେଉଁ ବ୍ୟକ୍ତି ଏହି ଗୀତ ଲେଖିଛି ତାକୁ ଛଡ଼ାଯିବନି ବୋଲି ଧମକ ଦିଆଯାଇଛି ।

କେବଳ ସେତିକି ନୁହେଁ ସେହି ବ୍ୟକ୍ତିଙ୍କର ଏପରି ଅବସ୍ଥା କରାଯିବ ଯେମିଟି କି ସେ ଆଉ ଗୀତ ଲେଖିବାକୁ ସାହସ କରିପାରିବନି ବୋଲି ଉକ୍ତ ମେସେଜର ଲେଖାଯାଇଛି । ତେବେ କେଉଁ ଗୀତକୁ ଟାର୍ଗେଟ କରି ଏପରି ଧମକ ଦିଆଯାଇଛି ଓ କିଏ ଏହାକୁ ଲେଖିଛି ସେ ନେଇ କୌଣସି ସ୍ପଷ୍ଟ ସୂଚନା ଦିଆଯାଇନି। ଯଦି ସଲମାନଙ୍କ ସାହସ ଅଛି ତେବେ ତାଙ୍କୁ ବଞ୍ଚାନ୍ତୁ ବୋଲି ଖୋଲାଖୋଲି ଚେତାବନୀ ଦେଇଛି ଗ୍ୟାଙ୍ଗ । ତେବେ ଯେଉଁ ନମ୍ବରରୁ ଏହି ଧମକ ପୂର୍ଣ୍ଣ ମେସେଜ ଆସିଛି ତା’କୁ ଟ୍ରାକ୍‌ କରିବାକୁ ପ୍ରୟାସ ଜାରି ରଖିଛି ପୁଲିସ । ଏହି ମେସେଜ ପରେ ୱର୍ଲି ଥାନା ପୁଲିସ ମାମଲା ରୁଜୁ କରିବା ସହ ଘଟଣାର ଛାନଭିନ୍ ଚଳାଇଛି। ଗତ ମାସରେ ସଲମାନଙ୍କୁ ହତ୍ୟା ନେଇ ଏକାଧିକ ଥର ଧମକ ଆସିଥିଲା। ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗଠାରୁ ସଲମାନ ଖାନଙ୍କୁ କ୍ରମାଗତ ଭାବରେ ହତ୍ୟା ଧମକ ମିଳୁଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର