ଭୟଙ୍କର ହେବାରେ ଲାଗିଛି ଇସ୍ରାଏଲ-ଲେବାନନ ସଂଘର୍ଷ, ଇସ୍ରାଏଲ ଉପରେ ୧୩୫ ରକେଟ୍‌ ମାଡ଼…

The Sakala Picture
Published On

ତେଲ୍‌ ଆଭିଭ୍‌: ଇସ୍ରାଏଲ ଏବଂ ଲେବାନନ ମଧ୍ୟରେ ଜାରି ସଂଘର୍ଷ ଦିନକୁ ଦିନ ଭୟଙ୍କର ହେବାରେ ଲାଗିଛି। ହମାସ୍‌ ଆକ୍ରମଣର ବର୍ଷ ପୂର୍ତ୍ତି ଅବସରରେ ଇସ୍ରାଏଲର ଅନେକ ସହରକୁ ନିଶାଣ କରି ହିଜବୁଲ୍ଲା ସୋମବାର ସନ୍ଧ୍ୟାରେ ଦ୍ବିତୀୟ ବଡ଼ ଆକ୍ରମଣ କରିଛି। ଏକାଥରକେ ୧୩୫ରୁ ଅଧିକ ଫାଦି-୧ ରକେଟ୍‌ ମାଡ଼ କରିଛି। କିଛି କ୍ଷେପଣାସ୍ତ୍ର ଇସ୍ରାଏଲର ବାୟୁ ପ୍ରତିରକ୍ଷା ବ୍ୟବସ୍ଥାକୁ ଚକ୍‌ମା ଦେବାରେ ସଫଳ ହୋଇଛି। ଏହା ଆବାସିକ ଅଞ୍ଚଳରେ ପଡ଼ିଛି। ଏଥିରେ ୧୦ ଜଣ ଆହତ […]

ତେଲ୍‌ ଆଭିଭ୍‌: ଇସ୍ରାଏଲ ଏବଂ ଲେବାନନ ମଧ୍ୟରେ ଜାରି ସଂଘର୍ଷ ଦିନକୁ ଦିନ ଭୟଙ୍କର ହେବାରେ ଲାଗିଛି। ହମାସ୍‌ ଆକ୍ରମଣର ବର୍ଷ ପୂର୍ତ୍ତି ଅବସରରେ ଇସ୍ରାଏଲର ଅନେକ ସହରକୁ ନିଶାଣ କରି ହିଜବୁଲ୍ଲା ସୋମବାର ସନ୍ଧ୍ୟାରେ ଦ୍ବିତୀୟ ବଡ଼ ଆକ୍ରମଣ କରିଛି। ଏକାଥରକେ ୧୩୫ରୁ ଅଧିକ ଫାଦି-୧ ରକେଟ୍‌ ମାଡ଼ କରିଛି। କିଛି କ୍ଷେପଣାସ୍ତ୍ର ଇସ୍ରାଏଲର ବାୟୁ ପ୍ରତିରକ୍ଷା ବ୍ୟବସ୍ଥାକୁ ଚକ୍‌ମା ଦେବାରେ ସଫଳ ହୋଇଛି। ଏହା ଆବାସିକ ଅଞ୍ଚଳରେ ପଡ଼ିଛି। ଏଥିରେ ୧୦ ଜଣ ଆହତ ହୋଇଥିବା ସୂଚନା ମିଳିଛି। ଆକ୍ରମଣ ଯୋଗୁଁ ଇସ୍ରାଏଲର ତୃତୀୟ ବଡ଼ ସହର ହାଇଫାରେ ଭୟର ବାତାବରଣ ଖେଳି ଯାଇଥିଲା। ସମସ୍ତେ ଜୀବନ ବିକଳରେ ଆଶ୍ରୟ ସ୍ଥଳକୁ ଧାଇଁ ଥିଲେ।

ଆହୁରି ପଢ଼ନ୍ତୁ: ମଧ୍ୟପ୍ରାଚ୍ୟରେ ଘନୀଭୂତ ହେଉଛି ସଂଘର୍ଷ: ଇରାନର ସାମରିକ ଘାଟି ଉପରେ ଆମେରିକାର ବି-୧ ଲାନ୍ସର ଆକ୍ରମଣ

ଏହା ମଧ୍ୟରେ ଇସ୍ରାଏଲ ସେନା ଦକ୍ଷିଣ ଲେବାନନ୍‌ରେ ଭୟଙ୍କର ଆକ୍ରମଣ କରିଛି। ମାତ୍ର ୬୦ ମିନିଟ ମଧ୍ୟରେ ରାଡ୍‌ୱାନ ଫୋର୍ସ ସହିତ ହିଜବୁଲ୍ଲାର ୧୨୦ରୁ ଅଧିକ ଠିକଣାରେ ବୋମା ମାଡ଼ କରିଛି। ଅନ୍ୟପକ୍ଷରେ ୟେମେନ ଆଜି ଇସ୍ରାଏଲ ଉପରେ କ୍ଷେପଣାସ୍ତ୍ର ମାଡ଼ କରିଛି। ଏହାକୁ ନେଇ ମଧ୍ୟ-ଇସ୍ରାଏଲରେ ସାଇରନ୍‌ ବାଜିଛି। ଲୋକେ ଭୟରେ ସୁରକ୍ଷିତ ଆଶ୍ରୟ ସ୍ଥଳକୁ ଦୌଡୁଥିବା ଦେଖାଯାଉଛି। ଅନ୍ୟପଟେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ ନିଜ କ୍ୟାବିନେଟକୁ ସମ୍ବୋଧିତ କରିବା ସହିତ ଇସ୍ରାଏଲରେ ଅକ୍ଟୋବର ୭ ଘଟଣାର ପୁନରାବୃତ୍ତି କରିବାକୁ ଦିଆଯିବ ନାହିଁ ବୋଲି ଦୃଢୋକ୍ତି କରିଛନ୍ତି। ସେ କହିଛନ୍ତି ଯେ, ପ୍ରତ୍ୟେକ ଇସ୍ରାଏଲବାସୀଙ୍କୁ ସୁରକ୍ଷା ଦେବାକୁ ଆମେ ପ୍ରତିଶ୍ରୁତିବଦ୍ଧ। ଆମ ଅଞ୍ଚଳରେ ଶାନ୍ତି ଓ ସୌହାର୍ଦ୍ଦ୍ୟ ଯେଭଳି ବଜାୟ ରୁହେ ଏବଂ ଲୋକଙ୍କ ଜୀବନ ସ୍ବାଭାବିକ ରୁହେ, ସେଥÒପାଇଁ ଆମେ ଦୃଢତାର ସହ କାର୍ଯ୍ୟ କରୁଛୁ। ଇସ୍ରାଏଲ ପୁଣିଥରେ ଗଣହତ୍ୟା କିମ୍ବା ଆକ୍ରମଣର ଶିକାର ହେବ ନାହିଁ ବୋଲି ନେତନ୍ୟାହୁ କହିଛନ୍ତି। ଏପରି ସମୟରେ ରୁଷ୍‌ ଇରାନକୁ ନିଜର ଇସ୍କନ୍ଦର କ୍ଷେପଣାସ୍ତ୍ର ଦେବ ବୋଲି ସୂଚନା ମିଳିଛି। ଇରାନ ଏହା ହାସଲ କରିବା ପରେ ଇସ୍ରାଏଲ ପାଇଁ ବିପଦ ବଢ଼ିଯିବ। ଏହା ସେକେଣ୍ଡରେ ୨ କିମି ବେଗରେ ଯାଇ ୫୦୦ କିମି ପର୍ଯ୍ୟନ୍ତ ଆକ୍ରମଣ କରିପାରିବ।

ଆହୁରି ପଢ଼ନ୍ତୁ: ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତ୍ତି: ସୋସିଆଲ୍ ମିଡିଆରେ କୋର୍ଟ ପ୍ରୋସିଡିଙ୍ଗସ୍ ଭିଡିଓର ବ୍ୟବହାର ଓ ମୋନେଟାଇଜେସନ୍ ଉପରେ ରୋକ୍

08 Oct 2024 By The Sakala

ଭୟଙ୍କର ହେବାରେ ଲାଗିଛି ଇସ୍ରାଏଲ-ଲେବାନନ ସଂଘର୍ଷ, ଇସ୍ରାଏଲ ଉପରେ ୧୩୫ ରକେଟ୍‌ ମାଡ଼…

ତେଲ୍‌ ଆଭିଭ୍‌: ଇସ୍ରାଏଲ ଏବଂ ଲେବାନନ ମଧ୍ୟରେ ଜାରି ସଂଘର୍ଷ ଦିନକୁ ଦିନ ଭୟଙ୍କର ହେବାରେ ଲାଗିଛି। ହମାସ୍‌ ଆକ୍ରମଣର ବର୍ଷ ପୂର୍ତ୍ତି ଅବସରରେ ଇସ୍ରାଏଲର ଅନେକ ସହରକୁ ନିଶାଣ କରି ହିଜବୁଲ୍ଲା ସୋମବାର ସନ୍ଧ୍ୟାରେ ଦ୍ବିତୀୟ ବଡ଼ ଆକ୍ରମଣ କରିଛି। ଏକାଥରକେ ୧୩୫ରୁ ଅଧିକ ଫାଦି-୧ ରକେଟ୍‌ ମାଡ଼ କରିଛି। କିଛି କ୍ଷେପଣାସ୍ତ୍ର ଇସ୍ରାଏଲର ବାୟୁ ପ୍ରତିରକ୍ଷା ବ୍ୟବସ୍ଥାକୁ ଚକ୍‌ମା ଦେବାରେ ସଫଳ ହୋଇଛି। ଏହା ଆବାସିକ ଅଞ୍ଚଳରେ ପଡ଼ିଛି। ଏଥିରେ ୧୦ ଜଣ ଆହତ ହୋଇଥିବା ସୂଚନା ମିଳିଛି। ଆକ୍ରମଣ ଯୋଗୁଁ ଇସ୍ରାଏଲର ତୃତୀୟ ବଡ଼ ସହର ହାଇଫାରେ ଭୟର ବାତାବରଣ ଖେଳି ଯାଇଥିଲା। ସମସ୍ତେ ଜୀବନ ବିକଳରେ ଆଶ୍ରୟ ସ୍ଥଳକୁ ଧାଇଁ ଥିଲେ।

ଏହା ମଧ୍ୟରେ ଇସ୍ରାଏଲ ସେନା ଦକ୍ଷିଣ ଲେବାନନ୍‌ରେ ଭୟଙ୍କର ଆକ୍ରମଣ କରିଛି। ମାତ୍ର ୬୦ ମିନିଟ ମଧ୍ୟରେ ରାଡ୍‌ୱାନ ଫୋର୍ସ ସହିତ ହିଜବୁଲ୍ଲାର ୧୨୦ରୁ ଅଧିକ ଠିକଣାରେ ବୋମା ମାଡ଼ କରିଛି। ଅନ୍ୟପକ୍ଷରେ ୟେମେନ ଆଜି ଇସ୍ରାଏଲ ଉପରେ କ୍ଷେପଣାସ୍ତ୍ର ମାଡ଼ କରିଛି। ଏହାକୁ ନେଇ ମଧ୍ୟ-ଇସ୍ରାଏଲରେ ସାଇରନ୍‌ ବାଜିଛି। ଲୋକେ ଭୟରେ ସୁରକ୍ଷିତ ଆଶ୍ରୟ ସ୍ଥଳକୁ ଦୌଡୁଥିବା ଦେଖାଯାଉଛି। ଅନ୍ୟପଟେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ ନିଜ କ୍ୟାବିନେଟକୁ ସମ୍ବୋଧିତ କରିବା ସହିତ ଇସ୍ରାଏଲରେ ଅକ୍ଟୋବର ୭ ଘଟଣାର ପୁନରାବୃତ୍ତି କରିବାକୁ ଦିଆଯିବ ନାହିଁ ବୋଲି ଦୃଢୋକ୍ତି କରିଛନ୍ତି। ସେ କହିଛନ୍ତି ଯେ, ପ୍ରତ୍ୟେକ ଇସ୍ରାଏଲବାସୀଙ୍କୁ ସୁରକ୍ଷା ଦେବାକୁ ଆମେ ପ୍ରତିଶ୍ରୁତିବଦ୍ଧ। ଆମ ଅଞ୍ଚଳରେ ଶାନ୍ତି ଓ ସୌହାର୍ଦ୍ଦ୍ୟ ଯେଭଳି ବଜାୟ ରୁହେ ଏବଂ ଲୋକଙ୍କ ଜୀବନ ସ୍ବାଭାବିକ ରୁହେ, ସେଥÒପାଇଁ ଆମେ ଦୃଢତାର ସହ କାର୍ଯ୍ୟ କରୁଛୁ। ଇସ୍ରାଏଲ ପୁଣିଥରେ ଗଣହତ୍ୟା କିମ୍ବା ଆକ୍ରମଣର ଶିକାର ହେବ ନାହିଁ ବୋଲି ନେତନ୍ୟାହୁ କହିଛନ୍ତି। ଏପରି ସମୟରେ ରୁଷ୍‌ ଇରାନକୁ ନିଜର ଇସ୍କନ୍ଦର କ୍ଷେପଣାସ୍ତ୍ର ଦେବ ବୋଲି ସୂଚନା ମିଳିଛି। ଇରାନ ଏହା ହାସଲ କରିବା ପରେ ଇସ୍ରାଏଲ ପାଇଁ ବିପଦ ବଢ଼ିଯିବ। ଏହା ସେକେଣ୍ଡରେ ୨ କିମି ବେଗରେ ଯାଇ ୫୦୦ କିମି ପର୍ଯ୍ୟନ୍ତ ଆକ୍ରମଣ କରିପାରିବ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର