ଆଲୋଚନାକୁ ଆସିଲେନି ଜୁନିୟର ଡାକ୍ତର, ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ମମତା ବାନାର୍ଜୀଙ୍କ ପ୍ରସ୍ତାବ

The Sakala Picture
Published On

କୋଲକାତା: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ମମତା ବାନାର୍ଜୀଙ୍କ ପ୍ରସ୍ତାବ । ଆରଜି କର ହସ୍ପିଟାଲରେ ଘଟିଥିବା ଦୁଷ୍କର୍ମ ଓ ହତ୍ୟା ଘଟଣାରେ ପୀଡ଼ିତାଙ୍କୁ ନ୍ୟାୟ ଦାବିରେ ଆନ୍ଦୋଳନ ଜାରି ରଖିଛନ୍ତି ଡାକ୍ତର । ଆଜି ସେମାନଙ୍କ ସହ ମମତା ବାନାର୍ଜୀ ନବାନ୍ନରେ ଆଲୋଚନା କରିବାର ଥିଲେ। ମମତା ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଆଲୋଚନା ପାଇଁ ୨ ଘଣ୍ଟା କାଳ ଅପେକ୍ଷା କରି ରହିଥିଲେ ହେଁ କେହି ବି ସେଠାକୁ ଆସି ନଥିଲେ। ଏହାକୁ […]

କୋଲକାତା: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ମମତା ବାନାର୍ଜୀଙ୍କ ପ୍ରସ୍ତାବ । ଆରଜି କର ହସ୍ପିଟାଲରେ ଘଟିଥିବା ଦୁଷ୍କର୍ମ ଓ ହତ୍ୟା ଘଟଣାରେ ପୀଡ଼ିତାଙ୍କୁ ନ୍ୟାୟ ଦାବିରେ ଆନ୍ଦୋଳନ ଜାରି ରଖିଛନ୍ତି ଡାକ୍ତର । ଆଜି ସେମାନଙ୍କ ସହ ମମତା ବାନାର୍ଜୀ ନବାନ୍ନରେ ଆଲୋଚନା କରିବାର ଥିଲେ। ମମତା ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଆଲୋଚନା ପାଇଁ ୨ ଘଣ୍ଟା କାଳ ଅପେକ୍ଷା କରି ରହିଥିଲେ ହେଁ କେହି ବି ସେଠାକୁ ଆସି ନଥିଲେ। ଏହାକୁ ନେଇ ମମତା ବାନାର୍ଜୀ ନିଜର ଅସନ୍ତୋଷ ପ୍ରକାଶ କରି କହିଛନ୍ତି କି, ସେ ଲୋକଙ୍କ ସ୍ୱାର୍ଥ ପାଇଁ ଇସ୍ତ‍ଫା ଦେବାକୁ ରାଜି ଅଛନ୍ତି।

ଆହୁରି ପଢ଼ନ୍ତୁ: ଇରାନ ସହ ତିକ୍ତତା ମଧ୍ୟରେ ୨୫୦ ଦିନର ଲମ୍ବା ମିଶନ ପରେ ଥାଇଲାଣ୍ଡରେ ପହଞ୍ଚିଲା ଆମେରିକୀୟ ଯୁଦ୍ଧପୋତ 'ୟୁଏସଏସ ଅବ୍ରାହମ ଲିଙ୍କନ'

ପଶ୍ଚିମବଙ୍ଗ ସରକାର ସୁପ୍ରିମକୋର୍ଟଙ୍କ ଆଦେଶ ପରେ ଆନ୍ଦୋଳନରତ ଡାକ୍ତରଙ୍କୁ ଆଲୋଚନା ପାଇଁ ଡକାଇଥିଲେ। କିନ୍ତୁ ୨ ଘଣ୍ଟାରୁ ଅଧିକ ସମୟ ଧରି ମମତା ବାନାର୍ଜୀ ଅପେକ୍ଷା କରିବା ପରେ ବି ଡାକ୍ତରମାନେ ବୈଠକକୁ ଆସି ନ ଥିଲେ। ପରେ ମମତା ବାନାର୍ଜୀ ଏକ ସାମ୍ବାଦିକ ସମ୍ମିଳନୀ କରି ସାଧାରଣ ଜନତାଙ୍କ ନିକଟରେ କ୍ଷମା ମାଗି ଡାକ୍ତରମାନଙ୍କୁ କାମକୁ ଫେରିବାକୁ ନିବେଦନ କରିଥିଲେ। ସେ କହିଥିଲେ ଯେ, ‘ଲୋକଙ୍କ ସ୍ୱାର୍ଥ ପାଇଁ ମୁଁ ଇସ୍ତଫା ଦେବାକୁ ପ୍ରସ୍ତୁତ ଅଛି। ମୁଁ ମୁଖ୍ୟମନ୍ତ୍ରୀ ପଦ ଚାହୁଁ ନାହିଁ। ମୁଁ ଚାହୁଁଛି ଦୋଷୀମାନଙ୍କୁ ଦୋଷୀ ସାବ୍ୟସ୍ତ କରି କଠୋର ଦଣ୍ଡ ଦିଆଯାଉ। ସାଧାରଣ ଲୋକଙ୍କୁ ନ୍ୟାୟ ଦେବା ଉଚିତ୍।’ ଏହାସହ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପାଇଁ ପ୍ରସ୍ତୁତ କହିଛନ୍ତି ମମତା ବାନାର୍ଜୀ ।

ଆହୁରି ପଢ଼ନ୍ତୁ: ରୁଷ-ୟୁକ୍ରେନ ଯୁଦ୍ଧ ଶେଷ କରିବାରେ ସାହାଯ୍ୟ କରିବାକୁ ଭାରତ ପ୍ରସ୍ତୁତ: କିଭ୍ ଗସ୍ତରେ କହିଲେ ଏସ୍ ଜୟଶଙ୍କର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର