ଘନଉଛି ମହାଯୁଦ୍ଧ ଆଶଙ୍କା: ମଧ୍ୟପ୍ରାଚ୍ୟ ଅସ୍ଥିର, ଜରୁରୀ ସ୍ଥିତି ଘୋଷଣା କଲା ଇସ୍ରାଏଲ…

The Sakala Picture
Published On

ତେଲ୍‌ ଆଭିଭ: ମଧ୍ୟ ପ୍ରାଚ୍ୟରେ ପୁଣି ଉତ୍ତେଜନା ସୃଷ୍ଟି ହୋଇଛି। ଇସ୍ରାଏଲ-ହମାସ ମଧ୍ୟରେ ଜାରି ଯୁଦ୍ଧ ବନ୍ଦ ପାଇଁ ଇଜିପ୍ଟରେ ଅସ୍ତ୍ରବିରତି ଆଲୋଚନା ଚାଲିଥିବାବେଳେ ଲେବାନନର ଆତଙ୍କବାଦୀ ସଂଗଠନ ହିଜବୁଲ୍ଲା ଏହି ଇହୁଦୀ ରାଷ୍ଟ୍ର ଉପରେ ବଡ଼ଧରଣର ଆକ୍ରମଣ କରିଛି। ରବିବାର ସକାଳେ ୩୨୦ରୁ ଅଧିକ ରକେଟ୍‌ ଏବଂ କ୍ଷେପଣାସ୍ତ୍ର ମାଡ଼ କରିଛି ହିଜବୁଲ୍ଲା। ଏଥିରେ ଇସ୍ରାଏଲ୍‌ର ଜଣେ ସୈନିକ ପ୍ରାଣ ହରାଇଛନ୍ତି। ପ୍ରମୁଖ କମାଣ୍ଡର ଫୁଆଦ ଶୁକରଙ୍କ ମୃତ୍ୟୁର ପ୍ରତିଶୋଧ ନେବା ଲାଗି ଇସ୍ରାଏଲର ୧୧ […]

ତେଲ୍‌ ଆଭିଭ: ମଧ୍ୟ ପ୍ରାଚ୍ୟରେ ପୁଣି ଉତ୍ତେଜନା ସୃଷ୍ଟି ହୋଇଛି। ଇସ୍ରାଏଲ-ହମାସ ମଧ୍ୟରେ ଜାରି ଯୁଦ୍ଧ ବନ୍ଦ ପାଇଁ ଇଜିପ୍ଟରେ ଅସ୍ତ୍ରବିରତି ଆଲୋଚନା ଚାଲିଥିବାବେଳେ ଲେବାନନର ଆତଙ୍କବାଦୀ ସଂଗଠନ ହିଜବୁଲ୍ଲା ଏହି ଇହୁଦୀ ରାଷ୍ଟ୍ର ଉପରେ ବଡ଼ଧରଣର ଆକ୍ରମଣ କରିଛି। ରବିବାର ସକାଳେ ୩୨୦ରୁ ଅଧିକ ରକେଟ୍‌ ଏବଂ କ୍ଷେପଣାସ୍ତ୍ର ମାଡ଼ କରିଛି ହିଜବୁଲ୍ଲା। ଏଥିରେ ଇସ୍ରାଏଲ୍‌ର ଜଣେ ସୈନିକ ପ୍ରାଣ ହରାଇଛନ୍ତି। ପ୍ରମୁଖ କମାଣ୍ଡର ଫୁଆଦ ଶୁକରଙ୍କ ମୃତ୍ୟୁର ପ୍ରତିଶୋଧ ନେବା ଲାଗି ଇସ୍ରାଏଲର ୧୧ ସାମରିକ ଠିକଣାକୁ ନିଶାଣ କରି ଏହି ଆକ୍ରମଣ କରାଯାଇଛି ବୋଲି ହିଜବୁଲ୍ଲା ପକ୍ଷରୁ କୁହାଯାଇଛି। ଇସ୍ରାଏଲ ମଧ୍ୟ ହିଜବୁଲ୍ଲା ଉପରେ ପ୍ରତି ଆକ୍ରମଣ କରି ଏହାର ଜବାବ ଦେଇଛି। ଇସ୍ରାଏଲ ସେନା (ଆଇଡିଏଫ) ଶହେରୁ ଅଧିକ ଲଢୁଆ ବିମାନ ଲେବାନନ ଆକାଶରୁ ବୋମାବର୍ଷା କରିଛନ୍ତି। ଜୋରଦାର ଆକ୍ରମଣ କରି ଶହ ଶହ କ୍ଷେପଣାସ୍ତ୍ର ଏବଂ ବୋମା ମାଡ଼ କରାଯାଇଛି। ଏଥିରେ ହିଜବୁଲ୍ଲାର ରକେଟ୍‌ ଲଞ୍ଚିଂ ସାଇଟ୍‌କୁ ଧ୍ବଂସ କରିଦେଇଛି। ଅନେକ ଆତଙ୍କବାଦୀ ପ୍ରାଣ ହରାଇଥିବା କୁହାଯାଉଛି। ମାତ୍ର ତିନି ଜଣ ନାଗରିକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏହି ଆକ୍ରମଣରେ ଲେବାନନ ଆକାଶରେ ଯୁଦ୍ଧ ବାଦଲ ଘୋଟି ଯାଇଥିବା ଦେଖିବାକୁ ମିଳିଛି। ଯୁଦ୍ଧ ଘନଘଟା ମଧ୍ୟରେ ଆମେରିକା ଇସ୍ରାଏଲକୁ ସମର୍ଥନ ଦେଇଛି। ଓମାନ ଉପକୂଳରେ ଥିବା ନିଜର ଦୁଇ ବିମାନବାହୀ ଯୁଦ୍ଧ ଜାହାଜ ଏବଂ ଲଢୁଆ ଜାହାଜକୁ ଇସ୍ରାଏଲ ସୀମାରେ ମୁତୟନ କରିଛି। ସେହିପରି ଆମେରିକା ପ୍ରତିରକ୍ଷାମନ୍ତ୍ରୀ ଲୟଡ ଅଷ୍ଟିନ ଯୁଦ୍ଧ ଜାହାଜ ‘ଜର୍ଜିଆ’କୁ ଇସ୍ରାଏଲରେ ମୁତୟନ କରିବାକୁ ପଠାଇ ଦେଇଛନ୍ତି। ଏପରି ସମୟରେ ଇରାନ ମଧ୍ୟ ଇସ୍ରାଏଲ ଉପରେ ଆକ୍ରମଣ କରିପାରେ ବୋଲି କୁହାଯାଉଛି। କାରଣ ଇସ୍ରାଏଲ ହମାସର ରାଜନୈତିକ ଶାଖା ମୁଖ୍ୟ ଇସ୍‌ମାଇଲ ହାନିୟେକୁ ଇରାନରେ ହତ୍ୟା କରିଥିଲା। ଏହାକୁ ନେଇ ଇରାନ କ୍ରମାଗତ ଭାବେ ତେଲ ଆଭିଭକୁ ଧମକ ଦେଇ ଚାଲିଛି। ଏହ ପରଠାରୁ ଇରାନ ଏବଂ ଏହାର ସମର୍ଥନପ୍ରାପ୍ତ ସଂଗଠନଗୁଡିକ ଇସ୍ରାଏଲ ଉପରେ ଆକ୍ରମଣ କରିବାକୁ ଚାହିଁ ବସିଛନ୍ତି। ଏହା ମଧ୍ୟରେ ଫ୍ରାନ୍ସ ସହିତ କିଛି ଦେଶ ତେଲ ଆଭିଭକୁ ଉଡ଼ାଣ ବନ୍ଦ କରିଛନ୍ତି। ମିଳିତ ଜାତିସଂଘ ଏବଂ ଲେବନାନ ପ୍ରଧାନମନ୍ତ୍ରୀ ଅସ୍ତ୍ରବିରତି ଲାଗି ଇସ୍ରାଏଲ ଏବଂ ହିଜବୁଲ୍ଲାକୁ ଅନୁରୋଧ କରିଛନ୍ତି।

ଆହୁରି ପଢ଼ନ୍ତୁ: ଇରାନ ସହ ତିକ୍ତତା ମଧ୍ୟରେ ୨୫୦ ଦିନର ଲମ୍ବା ମିଶନ ପରେ ଥାଇଲାଣ୍ଡରେ ପହଞ୍ଚିଲା ଆମେରିକୀୟ ଯୁଦ୍ଧପୋତ 'ୟୁଏସଏସ ଅବ୍ରାହମ ଲିଙ୍କନ'

ହିଜବୁଲ୍ଲା ଆକ୍ରମଣ ପରେ ଇସ୍ରାଏଲ ପ୍ରତିରକ୍ଷାମନ୍ତ୍ରୀ ୟୋଭ ଗ୍ୟାଲେଣ୍ଟ ୪୮ ଘଣ୍ଟା ପାଇଁ ଦେଶରେ ଜରୁରୀକାଳୀନ ସ୍ଥିତି ଘୋଷଣା କରିଛନ୍ତି। ରାଜଧାନୀ ତେଲ ଆଭିଭରେ ଥିବା ବେନ ଗୁରିୟନ ବିମାନବନ୍ଦରକୁ ବନ୍ଦ କରିଦିଆଯାଇଛି। ୯୦ ମିନିଟ ପାଇଁ ସବୁ ବିମାନ ଉଡ଼ାଣକୁ ବନ୍ଦ ରଖାଯାଇଛି। ତେବେ ପରେ ସେବା ପୁଣି ଆରମ୍ଭ କରିଦିଆଯାଇଛି। ହିଜବୁଲ୍ଲା ଆକ୍ରମଣକୁ ନେଇ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ କ୍ୟାବିନେଟର ଜରୁରୀ ବୈଠକ କରିଛନ୍ତି। ଏଥିରେ ରକେଟ୍‌ ଆକ୍ରମଣକୁ ବିଫଳ କରିଦିଆଯାଇଛି ବୋଲି ସୂଚନା ଦେଇଥିଲେ। ଦେଶ ସୁରକ୍ଷା ପାଇଁ ସବୁ କିଛି ପଦକ୍ଷେପ ନିଆଯିବ। ଯିଏ ଦେଶର କ୍ଷତି କରିବ ତାକୁ ଆଦୌ ଛଡ଼ାଯିବ ନାହିଁ ବୋଲି କହିଥିଲେ। ପରେ ଆତ୍ମରକ୍ଷା ପାଇଁ ହିଜବୁଲ୍ଲା ଉପରେ ଆକ୍ରମଣ କରାଯାଇଥିଲା ବୋଲି କହିଥିଲେ। ଆମେରିକା ଗଣମାଧ୍ୟମର ସୂଚନା ଅନୁଯାୟୀ ହିଜବୁଲ୍ଲା ବଡ଼ି ଭୋରରେ ଆକ୍ରମଣ କରିଥିଲା। ଏହି ସମୟରେ ଆମେରିକାରେ ରାତି ଥିଲା। ରାଷ୍ଟ୍ରପତି ଜୋ ବାଇଡେନ ଏହି ସ୍ଥିତି ଉପରେ ନଜର ରଖିଛନ୍ତି। ସେ ଜାତୀୟ ସୁରକ୍ଷା ଟିମ୍‌ ସହ ବୈଠକ କରିଛନ୍ତି। ଏହାକୁ ନେଇ ହ୍ବାଇଟ ହାଉସ ପକ୍ଷରୁ ବିବୃତ୍ତି ମଧ୍ୟ ଜାରି କରାଯାଇଛି। ଇସ୍ରାଏଲକୁ ସୁରକ୍ଷିତ ରଖିବା ପାଇଁ ଆମେରିକା ସହାୟତା ଯୋଗାଇବା ଜାରି ରଖିବ ବୋଲି କୁହାଯାଇଛି।

ଆହୁରି ପଢ଼ନ୍ତୁ: ଆମେରିକାରେ ପିଲାଙ୍କ ପାସପୋର୍ଟ ନିୟମରେ ହୋଇପାରେ ପରିବର୍ତ୍ତନ: ବାପା-ମା'ଙ୍କୁ ଦେବାକୁ ପଡ଼ିବ ନାଗରିକତ୍ୱର ପ୍ରମାଣ

ଏହା ପୂର୍ବରୁ ହାନିୟେର ମୃତ୍ୟୁର ୧୨ ଦିନ ପରେ ଏପ୍ରିଲ ୧୩ରେ ଇରାନ ଇସ୍ରାଏଲ ଉପରେ ୩୦୦ କ୍ଷେପଣାସ୍ତ୍ର ଏବଂ ଡ୍ରୋନ ଆକ୍ରମଣ କରିଥିଲା। ଏହାର ୬ ଦିନ ପରେ ଇସ୍ରାଏଲ ଇରାନରେ ଏୟାରଷ୍ଟ୍ରାଇକ କରିଥିଲା।

ଆହୁରି ପଢ଼ନ୍ତୁ: ମିଆମି ଏୟାରପୋର୍ଟରେ ଆମାଜନ କାର୍ଗୋ ବିମାନ ଦୁର୍ଘଟଣାଗ୍ରସ୍ତ: ୫ ମୃତ, ୫ ଆହତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର