ଆଜି ଶପଥ ନେବେ ଉତ୍ତରାଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି

The Sakala Picture
Published On

ଡେରାଡୁନ/ଉତ୍ତରାଖଣ୍ଡ : ଉତ୍ତରାଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ନେବେ ପୁଷ୍କର ସିଂ ଧାମି । ସେ ରାଜ୍ୟର ୧୧ତମ ଏବଂ ଗତ ୪ ମାସରେ ୪ର୍ଥ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ନେବାକୁ ଯାଉଛନ୍ତି। ତୀରଥ ସିଂହ ରାୱତ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଶନିବାର ବିଜେପି ବିଧାୟକ ଦଳ ବୈଠକର ନିଷ୍ପତ୍ତି କ୍ରମେ ପୁଷ୍କରଙ୍କୁ ନେତା ଭାବେ ନିର୍ବାଚିତ କରାଯାଇଛି। ପ୍ରାୟ ୧ ଘଣ୍ଟା ଧରି ଚାଲିଥିବା ବିଧାୟକ ଦଳ ବୈଠକରେ ମୁଖ୍ୟମନ୍ତ୍ରୀ […]

ଡେରାଡୁନ/ଉତ୍ତରାଖଣ୍ଡ : ଉତ୍ତରାଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ନେବେ ପୁଷ୍କର ସିଂ ଧାମି । ସେ ରାଜ୍ୟର ୧୧ତମ ଏବଂ ଗତ ୪ ମାସରେ ୪ର୍ଥ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ନେବାକୁ ଯାଉଛନ୍ତି। ତୀରଥ ସିଂହ ରାୱତ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଶନିବାର ବିଜେପି ବିଧାୟକ ଦଳ ବୈଠକର ନିଷ୍ପତ୍ତି କ୍ରମେ ପୁଷ୍କରଙ୍କୁ ନେତା ଭାବେ ନିର୍ବାଚିତ କରାଯାଇଛି। ପ୍ରାୟ ୧ ଘଣ୍ଟା ଧରି ଚାଲିଥିବା ବିଧାୟକ ଦଳ ବୈଠକରେ ମୁଖ୍ୟମନ୍ତ୍ରୀ ପଦବୀ ପାଇଁ ବିଭିନ୍ନ ନେତାଙ୍କ ନାମ ଆଲୋଚନାକୁ ଆସିଥିଲେ ହେଁ ଶେଷରେ ପୁଷ୍କରଙ୍କ ନାମରେ ହିଁ ମୋହର ବାଜିଥିଲା।

ଆହୁରି ପଢ଼ନ୍ତୁ: ଡୋନାଲ୍ଡ ଟ୍ରମ୍ପଙ୍କୁ ଝଟକା: ନାଭି ପିଲ୍ଲେଙ୍କୁ ୨୦୨୬ ନୋବେଲ ଶାନ୍ତି ପୁରସ୍କାର ମିଳିବା ପରେ ଖପ୍ପା ହେଲେ ଟ୍ରମ୍ପ, ପାଲଟା ଜବାବ ଦେଇ ଥଟ୍ଟା କଲେ ନାଭି

ହେଲେ ୪୫ ବର୍ଷରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଥିବା ଧାମି ଏକ ନୂଆ ଇତିହାସ ସୃଷ୍ଟି କରିଛନ୍ତି। କାରଣ ଧାମି ଦୁଇଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ହେଁ କେବେ ମନ୍ତ୍ରୀ ପଦ ମଧ୍ୟ ପାଇ ନଥିଲେ। କିନ୍ତୁ ଏବେ ସେ ଉତ୍ତରାଖଣ୍ଡର ସର୍ବକନିଷ୍ଠ ମୁଖ୍ୟମନ୍ତ୍ରୀ ଭାବେ ଶାସନକ୍ଷମତାର ସର୍ବୋଚ୍ଚ ସ୍ଥାନରେ ଅଥିଷ୍ଠିତ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ତାଙ୍କର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ସହ ସମ୍ପର୍କ ବେଶ ନିବିଡ଼ ବୋଲି କୁହାଯାଉଛି। ସେ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ଭଗତ ସିଂହ କୋଶିୟାରୀଙ୍କ ଓଏସ୍‌ଡି ଭାବେ ମଧ୍ୟ କାର୍ଯ୍ୟ କରିଥିଲେ। ଶନବିାର ଦଳୀୟ ମୁଖ୍ୟାଳୟରେ ଅନୁଷ୍ଠିତ ବୈଠକରେ ୫୭ ଜଣ ବିଧାୟକ ଧାମିଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ବାଛିଛନ୍ତି। ଆସନ୍ତାବର୍ଷ ଉତ୍ତରାଖଣ୍ଡରେ ବିଧାନସଭା ନିର୍ବାଚନ ହେବ। ତେଣୁ ପ୍ରାୟ ୮ ମାସ ଧରି ଧାମି ଏହି ପଦରେ କାମ କାର୍ଯ୍ୟ କରିବାର ଅବସର ପାଇବେ।

ଆହୁରି ପଢ଼ନ୍ତୁ: ପାକିସ୍ତାନ ରାଜନୀତିରେ ହଇଚଇ: ଇମ୍ରାନଙ୍କ ଶେଷ ଗଡ଼ ଖାଇବର ପାଖତୁନଖ୍ୱାରେ ରାଜ୍ୟପାଳ ଶାସନ ଲାଗୁ

ତେବେ ମୁଖ୍ୟମନ୍ତ୍ରୀ ଭାବେ ପୁଷ୍କରଙ୍କ ପାଇଁ ବିଭିନ୍ନ ଚ୍ୟାଲେଞ୍ଜ ରହିବ। ଦେବଭୂମି ଉତ୍ତରାଖଣ୍ଡରେ ବିଜେପିର ପ୍ରତିଛବି ସଜାଡିବା ରହିବ ମୁଖ୍ୟ କାମ । ଏମିତିରେ ତୀରଥଙ୍କ ପାଇଁ ରାଜ୍ୟ ସରକାର ସାମ୍ନା କରିଥିବା ନିନ୍ଦାକୁ ପ୍ରଶଂସାରେ ପରିଣତ କରିବା ପାଇଁ ହାଇକମାଣ୍ଡ ପୁଷ୍କରଙ୍କୁ ଦାୟିତ୍ବ ଦେଇଛନ୍ତି । ରାଜ୍ୟ ରାଜନୀତିରେ ଅସ୍ଥିରତା ପାଇଁ ବିରୋଧୀ କଂଗ୍ରେସ ବାରମ୍ବାର ଟାର୍ଗେଟ କରୁଥିବା ବେଳେ ବିଜେପି ପାଇଁ ଚିନ୍ତା ପାଲଟିଛି । ଏହି ବର୍ଷେ ଭିତରେ ଯେମିତି ହେଉ ରାଜ୍ୟବାସୀଙ୍କୁ ନିଜ ଆଡକୁ ଢଳେଇବା ପାଇଁ ପୁଷ୍କର ପ୍ଲାନ କରିବେ।

ଆହୁରି ପଢ଼ନ୍ତୁ: ଆମେରିକାରେ ଭାରତୀୟଙ୍କୁ ଝଟକା: ଟ୍ରମ୍ପ ପ୍ରଶାସନର ନୂଆ ନିୟମ, H-1B ଭିସା ଏବଂ ୱର୍କ ପରମିଟ୍ ନେଇ ବଢିଲା ଚିନ୍ତା

ଉଲ୍ଲେଖଯୋଗ୍ୟ ଯେ, ଗତ ମାର୍ଚ୍ଚ ମାସରେ ତୀରଥ ସିଂହ ରାୱତ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। ଏହି ସମୟରେ ସେ ସାଂସଦ ଥିବାରୁ ତାଙ୍କୁ ମୁଖ୍ୟମନ୍ତ୍ରୀ ପଦ ସୁରକ୍ଷିତ ରଖିବାକୁ ହେଲେ ସେପ୍ଟେମ୍ବର ୧୦ ସୁଦ୍ଧା ବିଧାନସଭାକୁ ନିର୍ବାଚିତ ହେବାର ଥିଲା। କିନ୍ତୁ ମହାମାରୀ କରୋନା ଯୋଗୁ କୌଣସି ଉପ ନିର୍ବାଚନ ଅନୁଷ୍ଠିତ ହୋଇ ପାରିବ ନାହିଁ ବୋଲି ତୀରଥ ଜାଣିବା ପରେ ଗତକାଲି ବିଳମ୍ବିତ ରାତିରେ ନିଜ ପଦରୁ ଇସ୍ତଫା ଦେଇଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର