ଶକ୍ତିଶାଳୀ ଭୂକମ୍ପ ଝଟକାରେ ଥରିଲା ରୁଷ; ରିକ୍ଟର ସ୍କେଲରେ ତୀବ୍ରତା ୭.୦ ରେକର୍ଡ, ଥରି ଉଠିଲା କୋଠା, ଫାଟିଲା ଜ୍ୱାଳାମୁଖୀ

The Sakala Picture
Published On

ମସ୍କୋ: ଶକ୍ତିଶାଳୀ ଭୂକମ୍ପ ଝଟକାରେ ଥରିଲା ରୁଷ । ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୭.୦ ରେକର୍ଡ କରାଯାଇଛି । ଶକ୍ତିଶାଳୀ ଭୂକମ୍ପ ଯୋଗୁଁ ବଡ ବଡ ଅଟ୍ଟାଳିକାଗୁଡିକ ଥରିଉଠିବା ସହ ଆଗ୍ନେୟଗିରି ଉଦଗୀରଣ ହୋଇଥିବା ଜଣାପଡିଛି । ରୁଷରେ ଥିବା ଶିବେଲୁଚ ଆଗ୍ନେୟଗିରି ବିସ୍ଫୋରଣ ହୋଇଛି । ଆଗ୍ନେୟଗିରି ଏତେ ଜୋର ରହିଛି ଯେ ବହୁ ଉଚ୍ଚକୁ ଧୂଆଁ ବାହାରୁଥିବା ଦେଖିବାକୁ ମିଳିଛି । ସମୁଦ୍ର ପତନଠାରୁ ଏହାର ଉଚ୍ଚତା ୮ କିଲୋମିଟର ରହିଥିଲା । […]

ମସ୍କୋ: ଶକ୍ତିଶାଳୀ ଭୂକମ୍ପ ଝଟକାରେ ଥରିଲା ରୁଷ । ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୭.୦ ରେକର୍ଡ କରାଯାଇଛି । ଶକ୍ତିଶାଳୀ ଭୂକମ୍ପ ଯୋଗୁଁ ବଡ ବଡ ଅଟ୍ଟାଳିକାଗୁଡିକ ଥରିଉଠିବା ସହ ଆଗ୍ନେୟଗିରି ଉଦଗୀରଣ ହୋଇଥିବା ଜଣାପଡିଛି । ରୁଷରେ ଥିବା ଶିବେଲୁଚ ଆଗ୍ନେୟଗିରି ବିସ୍ଫୋରଣ ହୋଇଛି । ଆଗ୍ନେୟଗିରି ଏତେ ଜୋର ରହିଛି ଯେ ବହୁ ଉଚ୍ଚକୁ ଧୂଆଁ ବାହାରୁଥିବା ଦେଖିବାକୁ ମିଳିଛି । ସମୁଦ୍ର ପତନଠାରୁ ଏହାର ଉଚ୍ଚତା ୮ କିଲୋମିଟର ରହିଥିଲା । ଭୂକମ୍ପ ଯୋଗୁଁ କୌଣସି କ୍ଷୟକ୍ଷତିର ଖବର ମିଳିନଥିଲେ ମଧ୍ୟ କୋଠାଗୁଡ଼ିକର ଯାଞ୍ଚ କରାଯାଉଛି ।

ଆହୁରି ପଢ଼ନ୍ତୁ: ଭାରତ-ବାଂଲାଦେଶ ସୀମାରେ ଉତ୍ତେଜନା: ଅନୁପ୍ରବେଶକାରୀଙ୍କୁ ଗ୍ରହଣ କରିବାକୁ ବିଜିବିର ମନା, ବିଏସଏଫ୍ ସହ ମୁହାଁମୁହିଁ

ମିଳିଥିବା ସୂଚନା ମୁତାବକ, ଆଗ୍ନେୟଗିରିରୁ ଲାଭା ବାହାରିବା ସହ ମାଇଲ ମାଇଲ ଉପରକୁ ଉଠୁଛି ପାଉଁଶ । ୫ ମାଇଲ୍ ବା ୮ କିଲୋମିଟର ଉଚ୍ଚକୁ ଉଠୁଛି ପାଉଁଶ । ପୂର୍ବ ରୁଷିଆର ଉପକୂଳବର୍ତ୍ତୀ ସହର ପେଟ୍ରୋପାଭାଲୋସ୍କ ସହର ଠାରୁ ୨୮୦ ମାଇଲ ଦୂରରେ ଏହି ଅଗ୍ନି ଉଦଗୀରଣ ହୋଇଛି । ତେବେ ଏଥିରେ କେହି ମୃତାହତ ହୋଇନଥିବା ସୂଚନା ମିଳିଛି । ଭୂମିକମ୍ପର ପ୍ରଭାବରେ ସ୍ଥାନୀୟ ଲୋକେ ଘର ଛାଡ଼ି ଚାଲିଯାଇଛନ୍ତି । ପେଟ୍ରୋପାଭାଲୋସ୍କ ଠାରୁ ପ୍ରାୟ ୫୫ ମାଇଲ ଦୂରରେ ଭୂଗର୍ଭର ୩୦ ମାଇଲ ତଳେ ଭୂକମ୍ପର କେନ୍ଦ୍ର ସ୍ଥଳ ଚିହ୍ନଟ ହୋଇଛି ।

ଆହୁରି ପଢ଼ନ୍ତୁ: ଶାଶୁଙ୍କୁ ପ୍ରେମ କରିବସିଲେ ଜ୍ୱାଇଁ: ସବୁ ସମ୍ପର୍କ ଭୁଲି ଘରୁ ଫେରାର୍ ହୋଇଗଲେ, କଲେ କୋର୍ଟ ମ୍ୟାରେଜ

18 Aug 2024 By The Sakala

ଶକ୍ତିଶାଳୀ ଭୂକମ୍ପ ଝଟକାରେ ଥରିଲା ରୁଷ; ରିକ୍ଟର ସ୍କେଲରେ ତୀବ୍ରତା ୭.୦ ରେକର୍ଡ, ଥରି ଉଠିଲା କୋଠା, ଫାଟିଲା ଜ୍ୱାଳାମୁଖୀ

ମସ୍କୋ: ଶକ୍ତିଶାଳୀ ଭୂକମ୍ପ ଝଟକାରେ ଥରିଲା ରୁଷ । ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୭.୦ ରେକର୍ଡ କରାଯାଇଛି । ଶକ୍ତିଶାଳୀ ଭୂକମ୍ପ ଯୋଗୁଁ ବଡ ବଡ ଅଟ୍ଟାଳିକାଗୁଡିକ ଥରିଉଠିବା ସହ ଆଗ୍ନେୟଗିରି ଉଦଗୀରଣ ହୋଇଥିବା ଜଣାପଡିଛି । ରୁଷରେ ଥିବା ଶିବେଲୁଚ ଆଗ୍ନେୟଗିରି ବିସ୍ଫୋରଣ ହୋଇଛି । ଆଗ୍ନେୟଗିରି ଏତେ ଜୋର ରହିଛି ଯେ ବହୁ ଉଚ୍ଚକୁ ଧୂଆଁ ବାହାରୁଥିବା ଦେଖିବାକୁ ମିଳିଛି । ସମୁଦ୍ର ପତନଠାରୁ ଏହାର ଉଚ୍ଚତା ୮ କିଲୋମିଟର ରହିଥିଲା । ଭୂକମ୍ପ ଯୋଗୁଁ କୌଣସି କ୍ଷୟକ୍ଷତିର ଖବର ମିଳିନଥିଲେ ମଧ୍ୟ କୋଠାଗୁଡ଼ିକର ଯାଞ୍ଚ କରାଯାଉଛି ।

ମିଳିଥିବା ସୂଚନା ମୁତାବକ, ଆଗ୍ନେୟଗିରିରୁ ଲାଭା ବାହାରିବା ସହ ମାଇଲ ମାଇଲ ଉପରକୁ ଉଠୁଛି ପାଉଁଶ । ୫ ମାଇଲ୍ ବା ୮ କିଲୋମିଟର ଉଚ୍ଚକୁ ଉଠୁଛି ପାଉଁଶ । ପୂର୍ବ ରୁଷିଆର ଉପକୂଳବର୍ତ୍ତୀ ସହର ପେଟ୍ରୋପାଭାଲୋସ୍କ ସହର ଠାରୁ ୨୮୦ ମାଇଲ ଦୂରରେ ଏହି ଅଗ୍ନି ଉଦଗୀରଣ ହୋଇଛି । ତେବେ ଏଥିରେ କେହି ମୃତାହତ ହୋଇନଥିବା ସୂଚନା ମିଳିଛି । ଭୂମିକମ୍ପର ପ୍ରଭାବରେ ସ୍ଥାନୀୟ ଲୋକେ ଘର ଛାଡ଼ି ଚାଲିଯାଇଛନ୍ତି । ପେଟ୍ରୋପାଭାଲୋସ୍କ ଠାରୁ ପ୍ରାୟ ୫୫ ମାଇଲ ଦୂରରେ ଭୂଗର୍ଭର ୩୦ ମାଇଲ ତଳେ ଭୂକମ୍ପର କେନ୍ଦ୍ର ସ୍ଥଳ ଚିହ୍ନଟ ହୋଇଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର