ଭାରତର ଭୁଲ୍ ମାନଚିତ୍ର ଦେଖାଇ ପୁଣି ବିବାଦ ଘେରରେ ଟ୍ଵିଟର

The Sakala Picture
Published On

ନୂଆଦିଲ୍ଲୀ : ଭାରତର ଭୁଲ୍ ମାନଚିତ୍ର ପ୍ରଦର୍ଶନ କଲା ଟ୍ୱିଟର । ସାତ ମାସରେ ଦ୍ୱିତୀୟ ଥର । ଏହା ପରେ ଟ୍ୱିଟରକୁ ଭାରତରେ ବ୍ୟାନ ପାଇଁ ଚାରି ଆଡ଼ୁ ଦାବି ହୋଇଛି । ପ୍ରବଳ ବିରୋଧ ପରେ ୱେବସାଇଟ୍ ବିବାଦୀୟ ନକ୍ସାକୁ ହଟାଇ ଦେଇଛି ଟ୍ୱିଟର । ଏହାରି ଭିତରେ ଉତ୍ତରପ୍ରଦେଶର ବୁଲନ୍ଦସହରରେ ଟ୍ୱିଟରର ଏମଡି ମନୀଷ ମାହେଶ୍ୱରୀଙ୍କ ବିରୋଧରେ ମାମଲା ରୁଜୁ ହୋଇଛି ମିଳିଥିବା ସୂଚନା ଅନୁସାରେ, ବୁଲନ୍ଦସହରରେ ବଜରଙ୍ଗ ଦଳ ପକ୍ଷରୁ ଏହି […]

ନୂଆଦିଲ୍ଲୀ : ଭାରତର ଭୁଲ୍ ମାନଚିତ୍ର ପ୍ରଦର୍ଶନ କଲା ଟ୍ୱିଟର । ସାତ ମାସରେ ଦ୍ୱିତୀୟ ଥର । ଏହା ପରେ ଟ୍ୱିଟରକୁ ଭାରତରେ ବ୍ୟାନ ପାଇଁ ଚାରି ଆଡ଼ୁ ଦାବି ହୋଇଛି । ପ୍ରବଳ ବିରୋଧ ପରେ ୱେବସାଇଟ୍ ବିବାଦୀୟ ନକ୍ସାକୁ ହଟାଇ ଦେଇଛି ଟ୍ୱିଟର । ଏହାରି ଭିତରେ ଉତ୍ତରପ୍ରଦେଶର ବୁଲନ୍ଦସହରରେ ଟ୍ୱିଟରର ଏମଡି ମନୀଷ ମାହେଶ୍ୱରୀଙ୍କ ବିରୋଧରେ ମାମଲା ରୁଜୁ ହୋଇଛି ମିଳିଥିବା ସୂଚନା ଅନୁସାରେ, ବୁଲନ୍ଦସହରରେ ବଜରଙ୍ଗ ଦଳ ପକ୍ଷରୁ ଏହି ମାମଲା ହୋଇଛି । ଟ୍ୱିଟରର ଏମଡି ମାହେଶ୍ୱରୀଙ୍କ ବିରୋଧରେ ଆଇପିସି ଧାରା ୫୦୫ (୨) ଓ ଆଇଟି (ସଂଶୋଧିତ) ଆଇନ୍ ୨୦୦୮ର ଧାରା ୭୪ ଅନୁସାରେ ମାମଲା ରୁଜୁ କରାଯାଇଛି । ନୂଆ ଆଇଟି ନିୟମ ଅନୁପାଳନ ନେଇ ଟ୍ୱିଟର ସହ ଭାରତ ସରକାରଙ୍କ ସହ ତିକ୍ତତା ଲାଗି ରହିଛି । ଏହାରି ଭିତରେ ଟ୍ୱିଟର ଭାରତର ଭୁଲ୍ ମାନଚିତ୍ର ଦେଖାଇ ପୁଣି ବିବାଦ ଘେରକୁ ଆସିଛି । ଯେଉଁଥିରେ ଟ୍ୱିଟର ଜମ୍ମୁ-କାଶ୍ମୀରକୁ ଅଲଗା ଦେଶ ଦର୍ଶାଇଥିବା ବେଳେ ଲଦାଖକୁ ଅଲଗା ଦେଶ ଭାବେ ଚିତ୍ରଣ କରିଛି । ଟ୍ୱିଟର ୱେବସାଇଟର କ୍ୟାରିଅର ସେକ୍ସନରେ ଟ୍ୱିପ୍ ଲାଇଫରେ ବିକୃତ ମାନଚିତ୍ର ଦିଆଯାଇଥିଲା । ଏହା ପୂର୍ବରୁ ଲେହକୁ ଚୀନର ଅଂଶ ବୋଲି ଦର୍ଶାଇଥିଲା ଟ୍ୱିଟର ।

ଆହୁରି ପଢ଼ନ୍ତୁ: ୨୦ ଲକ୍ଷ ଯୌତୁକ ପାଇଁ ଜୀବନ ହାରିଲେ ମହିଳା: ଉତ୍ତରପ୍ରଦେଶ ବଲିଆରେ ସ୍ୱାମୀ ଓ ଶାଶୁଘର ଲୋକଙ୍କ ନାମରେ ମାମଲା ରୁଜୁ

29 Jun 2021 By The Sakala

ଭାରତର ଭୁଲ୍ ମାନଚିତ୍ର ଦେଖାଇ ପୁଣି ବିବାଦ ଘେରରେ ଟ୍ଵିଟର

ନୂଆଦିଲ୍ଲୀ : ଭାରତର ଭୁଲ୍ ମାନଚିତ୍ର ପ୍ରଦର୍ଶନ କଲା ଟ୍ୱିଟର । ସାତ ମାସରେ ଦ୍ୱିତୀୟ ଥର । ଏହା ପରେ ଟ୍ୱିଟରକୁ ଭାରତରେ ବ୍ୟାନ ପାଇଁ ଚାରି ଆଡ଼ୁ ଦାବି ହୋଇଛି । ପ୍ରବଳ ବିରୋଧ ପରେ ୱେବସାଇଟ୍ ବିବାଦୀୟ ନକ୍ସାକୁ ହଟାଇ ଦେଇଛି ଟ୍ୱିଟର । ଏହାରି ଭିତରେ ଉତ୍ତରପ୍ରଦେଶର ବୁଲନ୍ଦସହରରେ ଟ୍ୱିଟରର ଏମଡି ମନୀଷ ମାହେଶ୍ୱରୀଙ୍କ ବିରୋଧରେ ମାମଲା ରୁଜୁ ହୋଇଛି ମିଳିଥିବା ସୂଚନା ଅନୁସାରେ, ବୁଲନ୍ଦସହରରେ ବଜରଙ୍ଗ ଦଳ ପକ୍ଷରୁ ଏହି ମାମଲା ହୋଇଛି । ଟ୍ୱିଟରର ଏମଡି ମାହେଶ୍ୱରୀଙ୍କ ବିରୋଧରେ ଆଇପିସି ଧାରା ୫୦୫ (୨) ଓ ଆଇଟି (ସଂଶୋଧିତ) ଆଇନ୍ ୨୦୦୮ର ଧାରା ୭୪ ଅନୁସାରେ ମାମଲା ରୁଜୁ କରାଯାଇଛି । ନୂଆ ଆଇଟି ନିୟମ ଅନୁପାଳନ ନେଇ ଟ୍ୱିଟର ସହ ଭାରତ ସରକାରଙ୍କ ସହ ତିକ୍ତତା ଲାଗି ରହିଛି । ଏହାରି ଭିତରେ ଟ୍ୱିଟର ଭାରତର ଭୁଲ୍ ମାନଚିତ୍ର ଦେଖାଇ ପୁଣି ବିବାଦ ଘେରକୁ ଆସିଛି । ଯେଉଁଥିରେ ଟ୍ୱିଟର ଜମ୍ମୁ-କାଶ୍ମୀରକୁ ଅଲଗା ଦେଶ ଦର୍ଶାଇଥିବା ବେଳେ ଲଦାଖକୁ ଅଲଗା ଦେଶ ଭାବେ ଚିତ୍ରଣ କରିଛି । ଟ୍ୱିଟର ୱେବସାଇଟର କ୍ୟାରିଅର ସେକ୍ସନରେ ଟ୍ୱିପ୍ ଲାଇଫରେ ବିକୃତ ମାନଚିତ୍ର ଦିଆଯାଇଥିଲା । ଏହା ପୂର୍ବରୁ ଲେହକୁ ଚୀନର ଅଂଶ ବୋଲି ଦର୍ଶାଇଥିଲା ଟ୍ୱିଟର ।

https://www.thesakala.in/national-international/twitter-is-once-again-embroiled-in-controversy-over-its-misrepresentation-of-india/article-3320
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର