ପଶ୍ଚିମବଙ୍ଗରେ ବଢିଲା ଲକଡାଉନ ଅବଧି, ଜୁଲାଇ ୧୫ ଯାଏ ରହିବ କଟକଣା
ନୂଆଦିଲ୍ଲୀ: କରୋନା ସଂକ୍ରମଣ ପରିସ୍ଥିତିକୁ ଦୃଷ୍ଟିରେ ରଖି ସୋମବାର ପଶ୍ଚିମବଙ୍ଗ ସରକାର ଜୁଲାଇ ୧୫ ପର୍ଯ୍ୟନ୍ତ ଲକଡାଉନ ଅବଧିକୁ ବୃଦ୍ଧି କରିଛନ୍ତି। ଜୀବନ ଜୀବିକାକୁ ଦୃଷ୍ଟିରେ ରଖି ଲକଡାଉନରେ ସାମାନ୍ଯ କୋହଳ କରାଯାଇଛି। -ଏହି ଲକଡାଉନ ସମୟରେ ସମସ୍ତ ବିୟୁଟି ପାର୍ଲର ସେଲୁନ୍ ଗୁଡିକ ଦିନ ୧୧ ଟାରୁ ୬ଟା ଯାଏଁ ଖୋଲା ରହିବ। -୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ଆଫିସ କାର୍ଯ୍ଯ ଚାଲିବ। ସମସ୍ତ କର୍ମଚାରୀଙ୍କୁ ଟିକାକରଣ କରିବାକୁ ପଡିବ। ଅଫିସ ଗୁଡିକ ସକାଳ ୧୦ରୁ […]
ନୂଆଦିଲ୍ଲୀ: କରୋନା ସଂକ୍ରମଣ ପରିସ୍ଥିତିକୁ ଦୃଷ୍ଟିରେ ରଖି ସୋମବାର ପଶ୍ଚିମବଙ୍ଗ ସରକାର ଜୁଲାଇ ୧୫ ପର୍ଯ୍ୟନ୍ତ ଲକଡାଉନ ଅବଧିକୁ ବୃଦ୍ଧି କରିଛନ୍ତି। ଜୀବନ ଜୀବିକାକୁ ଦୃଷ୍ଟିରେ ରଖି ଲକଡାଉନରେ ସାମାନ୍ଯ କୋହଳ କରାଯାଇଛି।
ଆହୁରି ପଢ଼ନ୍ତୁ: ଶ୍ରୀନଗର ବିମାନବନ୍ଦରରେ ଅଘଟଣ: ପାର୍କିଂ ବେଳେ ଖୁଣ୍ଟରେ ପିଟି ହେଲା ଇଣ୍ଡିଗୋ ବିମାନ, ସମସ୍ତ ଯାତ୍ରୀ ସୁରକ୍ଷିତ
-ଏହି ଲକଡାଉନ ସମୟରେ ସମସ୍ତ ବିୟୁଟି ପାର୍ଲର ସେଲୁନ୍ ଗୁଡିକ ଦିନ ୧୧ ଟାରୁ ୬ଟା ଯାଏଁ ଖୋଲା ରହିବ।
ଆହୁରି ପଢ଼ନ୍ତୁ: ମହାରାଷ୍ଟ୍ରର ରଘୁବୀର ଘାଟରେ ପୁଣି ଭୂସ୍ଖଳନ: ରତ୍ନଗିରି-ସାତାରା ରାସ୍ତା ବନ୍ଦ, ଫସିଲା ଯାତ୍ରୀବାହୀ ବସ୍
-୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ଆଫିସ କାର୍ଯ୍ଯ ଚାଲିବ। ସମସ୍ତ କର୍ମଚାରୀଙ୍କୁ ଟିକାକରଣ କରିବାକୁ ପଡିବ। ଅଫିସ ଗୁଡିକ ସକାଳ ୧୦ରୁ ୪ଟା ଯାଏ ଖୋଲାରହିବ।
-ସମସ୍ତ ବଜାର ସକାଳ ୬ରୁ ୧୨ଟା ପର୍ଯ୍ୟନ୍ତ ଖୋଲିବ। ଅନ୍ୟ ସମସ୍ତ ଦୋକାନଗୁଡିକ ଦିନ ୧୧ଟାରୁ ରାତି ୮ଟା ଯାଏଁ ଖୋଲା ରହିବ।
-ଜିମ୍ ଗୁଡିକ ୫୦ ପ୍ରତିଶତ କ୍ଷମତା ସହିତ ଖୋଲା ରହିବ। ସକାଳ ୬ରୁ -୧୦ ଏବଂ ଅପରାହ୍ନ ୪ଟାରୁ – ରାତି ୮ଟା ଯାଏଁ ଖୋଲା ରହିବ।
-ଘରୋଇ ଏବଂ ସରକାରୀ ବସ୍ ୫୦ ପ୍ରତିଶତ ଯାତ୍ରୀଙ୍କୁ ନେଇ ଚଳାଚଳ କରିପାରିବ ।






