ଦେଶଦ୍ରୋହ ଅଭିଯୋଗ: ଚଳଚ୍ଚିତ୍ର ପ୍ରଯୋଜିକା ଆୟଶା ସୁଲତାନାଙ୍କୁ ଆଗୁଆ ଜାମିନ

The Sakala Picture
Published On

ନୂଆଦିଲ୍ଲୀ: ଲାକ୍ଷାଦୀପର ଚଳଚ୍ଚିତ୍ର ପ୍ରଯୋଜିକା ତଥା ଅଭିନେତ୍ରୀ ଆୟଶା ସୁଲତାନାଙ୍କୁ କେରଳ ହାଇକୋର୍ଟ ଅଗ୍ରୀମ ଜାମିନ ପ୍ରଦାନ କରିଛନ୍ତି । ଲାକ୍ଷାଦୀପର ବିଜେପି ରାଜ୍ୟ ସଭାପତି ଅବଦୁଲ ଖାଦରଙ୍କ ଅଭିଯୋଗରେ ସୁଲତାନାଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ ହୋଇଥିଲା। ସୂଚନା ଅନୁଯାୟୀ, ଆୟେଶା ସୁଲତାନା କରୋନା ପରିଚାଳନାକୁ ନେଇ ଲାକ୍ଷାଦୀପର ପ୍ରଶାସକ ପ୍ରଫୁଲ୍ଲ ପଟେଲଙ୍କୁ ସମାଲୋଚନା କରିଥିଲେ। ଅଭିଯୋଗରେ ଦର୍ଶାଯାଇଛି ଯେ, ମାଲାୟାଲମ୍ ଚ୍ୟାନେଲରେ ଏକ ଟିଭି ଡିବେଟ ସମୟରେ ସୁଲତାନା କହିଥିଲେ ଯେ ଲକ୍ଷଦୀପରେ କୋଭିଡ […]

ନୂଆଦିଲ୍ଲୀ: ଲାକ୍ଷାଦୀପର ଚଳଚ୍ଚିତ୍ର ପ୍ରଯୋଜିକା ତଥା ଅଭିନେତ୍ରୀ ଆୟଶା ସୁଲତାନାଙ୍କୁ କେରଳ ହାଇକୋର୍ଟ ଅଗ୍ରୀମ ଜାମିନ ପ୍ରଦାନ କରିଛନ୍ତି । ଲାକ୍ଷାଦୀପର ବିଜେପି ରାଜ୍ୟ ସଭାପତି ଅବଦୁଲ ଖାଦରଙ୍କ ଅଭିଯୋଗରେ ସୁଲତାନାଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ ହୋଇଥିଲା। ସୂଚନା ଅନୁଯାୟୀ, ଆୟେଶା ସୁଲତାନା କରୋନା ପରିଚାଳନାକୁ ନେଇ ଲାକ୍ଷାଦୀପର ପ୍ରଶାସକ ପ୍ରଫୁଲ୍ଲ ପଟେଲଙ୍କୁ ସମାଲୋଚନା କରିଥିଲେ। ଅଭିଯୋଗରେ ଦର୍ଶାଯାଇଛି ଯେ, ମାଲାୟାଲମ୍ ଚ୍ୟାନେଲରେ ଏକ ଟିଭି ଡିବେଟ ସମୟରେ ସୁଲତାନା କହିଥିଲେ ଯେ ଲକ୍ଷଦୀପରେ କୋଭିଡ ବ୍ୟାପିବାରେ ଜୈବିକ ଅସ୍ତ୍ରର ବ୍ୟବହାର କରାଯାଇଥିଲା ।

ଆହୁରି ପଢ଼ନ୍ତୁ: ଭାରତ-ଆମେରିକା ସମ୍ପର୍କ ହେବ ଆହୁରି ସୁଦୃଢ଼: ମାର୍କୋ ରୁବିଓଙ୍କ ଗସ୍ତରେ ବାଣିଜ୍ୟ, ସୁରକ୍ଷା ଓ ପ୍ରଯୁକ୍ତିବିଦ୍ୟା ଉପରେ ଗୁରୁତ୍ୱ

ଗତ ସପ୍ତାହରେ ପ୍ରଶାସନ ନିଜ ବୟାନରେ କହିଥିଲା ଯେ ସୁଲତାନାଙ୍କ ଜାମିନ ଆବେଦନ ବିଚାର କରିବା ଯୋଗ୍ୟ ନୁହେଁ କାରଣ ଆବେଦନକାରୀ କୌଣସି ପ୍ରକୃତ ତଥା ବିଶ୍ୱାସନୀୟ କାରଣ ଦେଇନାହାଁନ୍ତି ଯେଉଁଥିପାଇଁ ତାଙ୍କୁ ଗିରଫ କରାଯିବ । ଏଥିରେ କୁହାଯାଇଛି ଯେ କବରତୀରେ ରହୁଥିବା ଜଣେ ରାଜନୈତିକ ନେତାଙ୍କ ଦ୍ୱାରା ରୁଜୁ କରାଯାଇଥିବା ଅଭିଯୋଗ ଆଧାରରେ ଆଇପିସିର ଧାରା ୧୨୪-କ (ଦେଶଦ୍ରୋହ) ଏବଂ ୧୫୩ (ଖ) ଅନୁଯାୟୀ ୯ଜୁନରେ ମାମଲା ରୁଜୁ କରାଯାଇଥିଲା ।

ଆହୁରି ପଢ଼ନ୍ତୁ: ଫ୍ରାନ୍ସରେ ପ୍ରଥମ ଥର ପାଇଁ ମଣିଷ ଶରୀରରେ ଚିହ୍ନଟ ହେଲା ଶାମୋଣ୍ଡା ଭାଇରସ୍, ସଂକ୍ରମିତଙ୍କ ମୃତ୍ୟୁ

ଆଗୁଆ ଜାମିନକୁ ବିରୋଧ

ଆହୁରି ପଢ଼ନ୍ତୁ: ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର ଡାଟା ଲିକ୍: ଡାର୍କ ୱେବରେ ୩,୮୯୭ ଗ୍ରାହକଙ୍କ ତଥ୍ୟ, ପାଣ୍ଠି ସୁରକ୍ଷିତ ଥିବା ନେଇ ବ୍ୟାଙ୍କର ସ୍ପଷ୍ଟୀକରଣ

ପ୍ରଶାସନ ଏହି ବିବୃତ୍ତିରେ କହିଛି ଯେ, ସୁଲତାନା କେନ୍ଦ୍ର ସରକାରଙ୍କ ବିରୋଧରେ ଏକ ଭିତ୍ତିହୀନ ବିବୃତ୍ତି ଦେଇଛନ୍ତି । ଏଥିରେ କୁହାଯାଇଛି, ଆଙ୍କରଙ୍କ ତରଫରୁ ଚେତାବନୀ ଦିଆଯିବା ସତ୍ତ୍ୱେ ସୁଲତାନ କହିଥିଲେ ସେ ଯାହା କହିଛନ୍ତି ତାହା ଠିକ୍ ତେଣୁ ସେ ତାଙ୍କ କଥା ପରିବର୍ତ୍ତନ କରିବାର ପ୍ରଶ୍ନ ଉଠୁନାହିଁ । ଏହାସହ ସେ କହିଛନ୍ତି ଯେ ଏଭଳି ବିବୃତ୍ତି ପାଇଁ ସେ କୌଣସି କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହେବାକୁ ମଧ୍ୟ ପ୍ରସ୍ତୁତ।

କଣ କହିଲେ ଆୟେଶା

ଆୟେଶା ସୁଲତାନାଙ୍କ ଉପରେ ଅଭିଯୋଗ ଥିଲା ଯେ, ସେ ଟିଭିରେ ଏକ ଡିବେଟ ସମୟରେ ଲକ୍ଷଦୀପରେ କୋଭିଦ୍ -୧୯ ବ୍ୟାପିବାକୁ ନେଇ ମିଥ୍ୟା ଖବର ଦର୍ଶକଙ୍କୁ ଦେଇଛନ୍ତି। ଏଥି ସହିତ ସେ ଲାକ୍ଷାଦୀପ ପ୍ରଶାସନକୁ ମଧ୍ୟ ସମାଲୋଚନା କରିଥିଲେ। ତେବେ ଫେସବୁକ ପୋଷ୍ଟରେ ସୁଲତାନା ତାଙ୍କ ବିବୃତ୍ତିକୁ ଯଥାର୍ଥ ବୋଲି କହିଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର