କାଶ୍ମୀର ପ୍ରସଙ୍ଗର ସମାଧାନ ଏଡ଼ାଇବ ପରମାଣୁବୋମା

The Sakala Picture
Published On

ଇସଲାମାବାଦ : ଭାରତକୁ ବାରମ୍ବାର ପରମାଣୁ ବୋମାର ଧମକ ଦେଉଥିବା ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ନୂଆ ଦାବି କରିଛନ୍ତି । କାଶ୍ମୀର ପ୍ରସଙ୍ଗ ସମାଧାନ ହୋଇଗଲେ ପାକିସ୍ତାନକୁ ପରମାଣୁ ବୋମାର ଆବଶ୍ୟକତା ପଡିବନି ବୋଲି ସେ କହିଛନ୍ତି। ଇସଲାମାବାଦ କ୍ରମାଗତ ଭାବେ ପରମାଣୁ ଅସ୍ତ୍ରଶସ୍ତ୍ର ବୃଦ୍ଧି କରିଚାଲିଛି । ଏ ନେଇ ଇମ୍ରାନ କହିଛନ୍ତି ଯେ ଏହା କେବଳ ଦେଶର ସୁରକ୍ଷା ପାଇଁ ଉଦ୍ଦିଷ୍ଟ। ପରମାଣୁ ଅସ୍ତ୍ରଶସ୍ତ୍ର ବୃଦ୍ଧି ନେଇ ତାଙ୍କ ପାଖରେ କୌଣସି ସଠିକ […]

ଇସଲାମାବାଦ : ଭାରତକୁ ବାରମ୍ବାର ପରମାଣୁ ବୋମାର ଧମକ ଦେଉଥିବା ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ନୂଆ ଦାବି କରିଛନ୍ତି । କାଶ୍ମୀର ପ୍ରସଙ୍ଗ ସମାଧାନ ହୋଇଗଲେ ପାକିସ୍ତାନକୁ ପରମାଣୁ ବୋମାର ଆବଶ୍ୟକତା ପଡିବନି ବୋଲି ସେ କହିଛନ୍ତି। ଇସଲାମାବାଦ କ୍ରମାଗତ ଭାବେ ପରମାଣୁ ଅସ୍ତ୍ରଶସ୍ତ୍ର ବୃଦ୍ଧି କରିଚାଲିଛି । ଏ ନେଇ ଇମ୍ରାନ କହିଛନ୍ତି ଯେ ଏହା କେବଳ ଦେଶର ସୁରକ୍ଷା ପାଇଁ ଉଦ୍ଦିଷ୍ଟ। ପରମାଣୁ ଅସ୍ତ୍ରଶସ୍ତ୍ର ବୃଦ୍ଧି ନେଇ ତାଙ୍କ ପାଖରେ କୌଣସି ସଠିକ ସୂଚନା ନଥିବା ଇମ୍ରାନ ଦାବି କରିଛନ୍ତି।

ଆହୁରି ପଢ଼ନ୍ତୁ: ସୁପ୍ରିମକୋର୍ଟଙ୍କ ବଡ଼ ରାୟ: ଇଣ୍ଟରନେଟ୍ ବ୍ୟବହାର କରିବା ପିଲାମାନଙ୍କ ସମେତ ପ୍ରତ୍ୟେକ ବ୍ୟକ୍ତିଙ୍କ ମୌଳିକ ଅଧିକାର

ସେ ଏକ ସାକ୍ଷାତକାରରେ କହିଛନ୍ତି ଯେ ତାଙ୍କ ମତରେ ଅସ୍ତ୍ରଶସ୍ତ୍ର ବୃଦ୍ଧି ଆପତ୍ତିଜନକ ପ୍ରସଙ୍ଗ ନୁହେଁ। ଯାହାର ପଡୋଶୀ ୭ ଗୁଣ ବଡ ସେ ନିଶ୍ଚିତ ଚିନ୍ତିତ ରହିବ । ସେ ପରମାଣୁ ଅସ୍ତ୍ରଶସ୍ତ୍ରର ବିରୋଧୀ । ଭାରତ ସହ ଆମର ୩ ଥର ଯୁଦ୍ଧ ହୋଇ ସାରିଲାଣି। ଦେଶ ପରମାଣୁ ଅସ୍ତ୍ରଶସ୍ତ୍ର ବନାଇବା ଦିନ ଠାରୁ ଏ ପର୍ଯ୍ୟନ୍ତ ଭାରତ ସହ କୌଣସି ଯୁଦ୍ଧ ହୋଇନାହିଁ। କିନ୍ତୁ ସୀମାରେ ସଂଘର୍ଷ ହୋଇଛି। କାଶ୍ମୀର ସମସ୍ୟା ସମାଧାନ ହୋଇଯିବା ପରେ ୨ ପଡୋଶୀ ରାଷ୍ଟ୍ର ଏକ ସଭ୍ୟ ନାଗରିକ ଭଳି ରହିବେ। ଆମକୁ ପରମାଣୁ ଅସ୍ତ୍ରଶସ୍ତ୍ରର ଆବଶ୍ୟକତା ପଡିବନି ।

ଆହୁରି ପଢ଼ନ୍ତୁ: ସାଉଦି ଆରବର କିଙ୍ଗ ଫାହଦ ବିମାନବନ୍ଦର ଉପରେ ଅତର୍କିତ ଡ୍ରୋନ୍ ଆକ୍ରମଣ: ଏକାଧିକ ବିମାନର ଗତିପଥ ପରିବର୍ତ୍ତନ

ତେବେ ଇସଲାମଫୋବିଆକୁ ନେଇ ବାରମ୍ବାର ଅନ୍ୟକୁ ଜ୍ଞାନ ଦେଉଥିବା ଇମ୍ରାନ ଉଇଘର ମୁସଲମାନଙ୍କ ପ୍ରସଙ୍ଗରେ ଚୁପ ରହିଥିଲେ । ଏଥିଯୋଗୁଁ ତାଙ୍କୁ ତୀବ୍ର ସମାଲୋଚନା କରାଯାଇଛି। ଏହି ପ୍ରସଙ୍ଗରେ ସେ କହିଥିଲେ ଯେ ପେଇଟିଂ ସହ ନିବୁଜ କଠୋରୀରେ ଆଲୋଚନା ଜାରି ରହିଛି । ଏହା ସହିତ ଭୂଗୋଳ ଜ୍ଞାନକୁ ନେଇ ଅନ୍ତର୍ଜାତୀୟ ସ୍ତରରେ ଇମ୍ରାନଙ୍କୁ ବେଜିତ ହେବାକୁ ପଡିଛି । ଏଥିରେ ତାଙ୍କୁ ପଚରା ଯାଇଥିଲା, ଚୀନ ଆପଣଙ୍କୁ କଣ ପଇସା ଦେଉଛି କି? ଏଥିପାଇଁ ଆପଣ ଚୁପ ରହିଛନ୍ତି କି?

ଆହୁରି ପଢ଼ନ୍ତୁ: ସାଉଦି ଆରବର ଦମ୍ମାମ ବିମାନବନ୍ଦରରେ ହୁଥି ଆକ୍ରମଣ: ଜଣେ ଭାରତୀୟଙ୍କ ମୃତ୍ୟୁ, ୨ ଆହତ

ଏହା ଉପରେ ଇମ୍ରାନ ଆଖପାଖକୁ ଚାହିଁବାକୁ ଲାଗିଥିଲେ ଏବଂ କହିଥିଲେ ଯେ ଦେଶର ସୀମାରେ ଯିଏ ଅଛନ୍ତି ତାଙ୍କ ପାଇଁ ଅଧିକ ଚିନ୍ତିତ ରହିଛି। ଚୀନର ଶିଳଜିୟାଙ୍ଗ ପ୍ରଦେଶ ପାକିସ୍ତାନ ସୀମାରେ ଥିବାରୁ ଇମ୍ରାନ ବେଇଜ୍ଜତି ହୋଇଥିଲେ । ପରେ ସୃଷ୍ଟୀକରଣ ଦେଇ କାଶ୍ମୀର ପ୍ରସଙ୍ଗ । କହୁଛନ୍ତି ବୋଲି ରମାନ ଉଲ୍ଲେଖ କରିଥିଲେ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର