କୋଭିଡ୍‌ ମୃତକଙ୍କ ପରିବାରକୁ ୪ ଲକ୍ଷ ଅନୁକମ୍ପା ରାଶି ପ୍ରଦାନ ମାମଲାରେ କେନ୍ଦ୍ରକୁ ଜବାବ ମାଗିଲେ ସୁପ୍ରିମକୋର୍ଟ

The Sakala Picture
Published On

ନୂଆଦିଲ୍ଲୀ: କୋଭିଡରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ କରାଯିବା ମାମଲାରେ ଆଜି ସୁପ୍ରିମକୋର୍ଟରେ ହୋଇଛି ଶୁଣାଣି । ତେବେ ଏହି କ୍ଷତିପୂରଣ ଏବଂ କୋଭିଡ ଡେଥ ସାର୍ଟିଫିକେଟକୁ ନେଇ ଏବେ ରାୟ ସଂରକ୍ଷିତ ରଖିଛନ୍ତି କୋର୍ଟ । କିନ୍ତୁ ଏହି ଡେଥ ସାର୍ଥିଫିକେଟକୁ ନେଇ ଥିବା ଗାଇଡଲାଇନ୍ ସରଳ କରିବାକୁ କେନ୍ଦ୍ରକୁ ପରାମର୍ଶ ଦେଇଛନ୍ତି କୋର୍ଟ । ଅନ୍ୟପଟେ ପୂର୍ବରୁ ଦିଆଯାଇଥିବା ସାର୍ଟିଫିକେଟରେ ପରିବର୍ତ୍ତନ କରାଯାଇ […]

ନୂଆଦିଲ୍ଲୀ: କୋଭିଡରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ କରାଯିବା ମାମଲାରେ ଆଜି ସୁପ୍ରିମକୋର୍ଟରେ ହୋଇଛି ଶୁଣାଣି । ତେବେ ଏହି କ୍ଷତିପୂରଣ ଏବଂ କୋଭିଡ ଡେଥ ସାର୍ଟିଫିକେଟକୁ ନେଇ ଏବେ ରାୟ ସଂରକ୍ଷିତ ରଖିଛନ୍ତି କୋର୍ଟ । କିନ୍ତୁ ଏହି ଡେଥ ସାର୍ଥିଫିକେଟକୁ ନେଇ ଥିବା ଗାଇଡଲାଇନ୍ ସରଳ କରିବାକୁ କେନ୍ଦ୍ରକୁ ପରାମର୍ଶ ଦେଇଛନ୍ତି କୋର୍ଟ । ଅନ୍ୟପଟେ ପୂର୍ବରୁ ଦିଆଯାଇଥିବା ସାର୍ଟିଫିକେଟରେ ପରିବର୍ତ୍ତନ କରାଯାଇ ପାରିବକି ନାହିଁ ବୋଲି ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ କରିଛନ୍ତି । ଏହାର ଜବାବ ତିନି ଦିନ ମଧ୍ୟରେ ରଖିବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ସେପଟେ ଗତକାଲି ୪ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ରାଶି ଦେବାକୁ କେନ୍ଦ୍ର ସରକାର ମନା କରିଛନ୍ତି । ଏନେଇ କୋର୍ଟରେ ନିଜର ସତ୍ୟପାଠ ଦାଖଲ କରିଛି କେନ୍ଦ୍ର । ଏହାକୁ ନେଇ ଆଜି ପ୍ରଶ୍ନ ଉଠାଇଛି ପିଟିସନ ଦାଖଲକାରୀଙ୍କ ଆଇନଜୀବୀ । ସେ କହିଛନ୍ତି ଯେ ପ୍ରାକୃତିକ ବିପର୍ଯ୍ୟୟ କେବେ କେବେ ଆସିଥାଏ । କିନ୍ତୁ କରୋନା ମହାମାରୀର ତାଣ୍ଡବ ଏବେ ଜାରି ରହିଛି ।

ଆହୁରି ପଢ଼ନ୍ତୁ: ଦୁବାଇରେ କାହିଁକି ରାସ୍ତାରେ କୁକୁର ଛାଡି ପଳାଉଛନ୍ତି ଲୋକେ? ସାମ୍ନାକୁ ଆସିଲା ଚିନ୍ତାଜନକ ସତ୍ୟ

କେନ୍ଦ୍ରର ଆର୍ଥିକ ଅବସ୍ଥା ଦୁର୍ବଳଥିବା ବାହାନା କରି କାହାକୁ ସହୟତା ଦେବାକୁ ମନା କରିପାରିବ ନାହିଁ ବୋଲି କହିଛନ୍ତି ଆବେଦନକାରୀଙ୍କ ଆଇନଜୀବୀ । ଗତକାଲି କେନ୍ଦ୍ର ସରକାର କୋର୍ଟରେ ନିଜର ସତ୍ୟପାଠରେ ଦର୍ଶଇଥିଲେ ଯେ ଭୟଙ୍କର ମହାମାରୀରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ସଂଖ୍ୟା ୩ ଲକ୍ଷ ୮୫ ହଜାରରୁ ଅଧିକ ହେଲାଣି । ଆଗାମୀ ଦିନରେ ଏହି ସଂଖ୍ୟା ବଢିବାର ଆଶଙ୍କା ରହିଛି । ଏଣୁ ସରକାର କ୍ଷତିପୂରଣ ଦେଇପାରିବେ ନାହିଁ । ବିପର୍ଯ୍ୟୟ ପରିଚାଳନା ଆଇନ ଅନୁସାରେ ଭୂମିକମ୍ପ, ବନ୍ୟା କ୍ଷେତ୍ରରେ ହିଁ କ୍ଷତିପୂରଣ ଦେବାର ବ୍ୟବସ୍ଥା ଅଛି । ମହାମାରୀ କାଳରେ ଗଣମୃତ୍ୟୁ କ୍ଷେତ୍ରରେ ଏହି ସହାୟତା ଦେବାର ଆଇନରେ ବ୍ୟବସ୍ଥା ନାହିଁ । କୋଭିଡ ଯୋଗୁ ପ୍ରାୟ ସମସ୍ତ ରାଜ୍ୟ ଗଭୀର ଆର୍ଥିକ ସଂକଟରେ ରହିଛନ୍ତି । ହଜାର ହଜାର କୋଭିଡ୍ ରୋଗୀଙ୍କ ମୃତ୍ୟୁ କ୍ଷେତ୍ରରେ ଏହି ସହାୟତା ସମ୍ଭବ ନୁହେଁ ।

ଆହୁରି ପଢ଼ନ୍ତୁ: ଯୌତୁକ ପାଇଁ ଜୀବନ ହାରିଲେ ନବବଧୂ, ଶାଶୁ ଓ ଶ୍ୱଶୁର ଗିରଫ, ସ୍ୱାମୀ ଫେରାର୍

21 Jun 2021 By The Sakala

କୋଭିଡ୍‌ ମୃତକଙ୍କ ପରିବାରକୁ ୪ ଲକ୍ଷ ଅନୁକମ୍ପା ରାଶି ପ୍ରଦାନ ମାମଲାରେ କେନ୍ଦ୍ରକୁ ଜବାବ ମାଗିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: କୋଭିଡରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ କରାଯିବା ମାମଲାରେ ଆଜି ସୁପ୍ରିମକୋର୍ଟରେ ହୋଇଛି ଶୁଣାଣି । ତେବେ ଏହି କ୍ଷତିପୂରଣ ଏବଂ କୋଭିଡ ଡେଥ ସାର୍ଟିଫିକେଟକୁ ନେଇ ଏବେ ରାୟ ସଂରକ୍ଷିତ ରଖିଛନ୍ତି କୋର୍ଟ । କିନ୍ତୁ ଏହି ଡେଥ ସାର୍ଥିଫିକେଟକୁ ନେଇ ଥିବା ଗାଇଡଲାଇନ୍ ସରଳ କରିବାକୁ କେନ୍ଦ୍ରକୁ ପରାମର୍ଶ ଦେଇଛନ୍ତି କୋର୍ଟ । ଅନ୍ୟପଟେ ପୂର୍ବରୁ ଦିଆଯାଇଥିବା ସାର୍ଟିଫିକେଟରେ ପରିବର୍ତ୍ତନ କରାଯାଇ ପାରିବକି ନାହିଁ ବୋଲି ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ କରିଛନ୍ତି । ଏହାର ଜବାବ ତିନି ଦିନ ମଧ୍ୟରେ ରଖିବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ସେପଟେ ଗତକାଲି ୪ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ରାଶି ଦେବାକୁ କେନ୍ଦ୍ର ସରକାର ମନା କରିଛନ୍ତି । ଏନେଇ କୋର୍ଟରେ ନିଜର ସତ୍ୟପାଠ ଦାଖଲ କରିଛି କେନ୍ଦ୍ର । ଏହାକୁ ନେଇ ଆଜି ପ୍ରଶ୍ନ ଉଠାଇଛି ପିଟିସନ ଦାଖଲକାରୀଙ୍କ ଆଇନଜୀବୀ । ସେ କହିଛନ୍ତି ଯେ ପ୍ରାକୃତିକ ବିପର୍ଯ୍ୟୟ କେବେ କେବେ ଆସିଥାଏ । କିନ୍ତୁ କରୋନା ମହାମାରୀର ତାଣ୍ଡବ ଏବେ ଜାରି ରହିଛି ।

କେନ୍ଦ୍ରର ଆର୍ଥିକ ଅବସ୍ଥା ଦୁର୍ବଳଥିବା ବାହାନା କରି କାହାକୁ ସହୟତା ଦେବାକୁ ମନା କରିପାରିବ ନାହିଁ ବୋଲି କହିଛନ୍ତି ଆବେଦନକାରୀଙ୍କ ଆଇନଜୀବୀ । ଗତକାଲି କେନ୍ଦ୍ର ସରକାର କୋର୍ଟରେ ନିଜର ସତ୍ୟପାଠରେ ଦର୍ଶଇଥିଲେ ଯେ ଭୟଙ୍କର ମହାମାରୀରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ସଂଖ୍ୟା ୩ ଲକ୍ଷ ୮୫ ହଜାରରୁ ଅଧିକ ହେଲାଣି । ଆଗାମୀ ଦିନରେ ଏହି ସଂଖ୍ୟା ବଢିବାର ଆଶଙ୍କା ରହିଛି । ଏଣୁ ସରକାର କ୍ଷତିପୂରଣ ଦେଇପାରିବେ ନାହିଁ । ବିପର୍ଯ୍ୟୟ ପରିଚାଳନା ଆଇନ ଅନୁସାରେ ଭୂମିକମ୍ପ, ବନ୍ୟା କ୍ଷେତ୍ରରେ ହିଁ କ୍ଷତିପୂରଣ ଦେବାର ବ୍ୟବସ୍ଥା ଅଛି । ମହାମାରୀ କାଳରେ ଗଣମୃତ୍ୟୁ କ୍ଷେତ୍ରରେ ଏହି ସହାୟତା ଦେବାର ଆଇନରେ ବ୍ୟବସ୍ଥା ନାହିଁ । କୋଭିଡ ଯୋଗୁ ପ୍ରାୟ ସମସ୍ତ ରାଜ୍ୟ ଗଭୀର ଆର୍ଥିକ ସଂକଟରେ ରହିଛନ୍ତି । ହଜାର ହଜାର କୋଭିଡ୍ ରୋଗୀଙ୍କ ମୃତ୍ୟୁ କ୍ଷେତ୍ରରେ ଏହି ସହାୟତା ସମ୍ଭବ ନୁହେଁ ।

https://www.thesakala.in/national-international/supreme-court-asked-the-center-for-an-answer-over-rs-4-lakh-compensation-plea-for-covid-victims/article-3126
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର