ଦେଶରେ ଲାଗୁ ହେଲା ନାଗରିକତା ସଂଶୋଧନ ଆଇନ, ଜାରି ହେଲା ବିଜ୍ଞପ୍ତି

The Sakala Picture
Published On

ନୂଆଦିଲ୍ଲୀ: ଦେଶରେ ଲାଗୁ ହେଲା ସିଏଏ । ନାଗରିକତା ସଂଶୋଧନ ଆଇନ (ସିଏଏ)କୁ ନେଇ ବଡ଼ ଘୋଷଣା କରିଛନ୍ତି କେନ୍ଦ୍ର ସରକାର।  ସିଏଏ ନେଇ ଆଜି କେନ୍ଦ୍ର ସରକାର ବିଜ୍ଞପ୍ତି ଜାରି କରିଛନ୍ତି। ଏହି ଆଇନ ଅନୁଯାୟୀ ବାଂଲାଦେଶ, ପାକିସ୍ତାନ ଓ ଆଫଗାନିସ୍ତାନରୁ ୩୧ ଡିସେମ୍ବର ୨୦୧୪ ପୂର୍ବରୁ ଭାରତ ଆସିଥିବା ହିନ୍ଦୁ, ଶିଖ, ଜୈନ, ବୌଦ୍ଧ, ପାର୍ସୀ ଏବଂ ଖ୍ରୀଷ୍ଟିଆନ ଭଳି ଅଣ ମୁସଲମାନଙ୍କୁ ଭାରତୀୟ ନାଗରିକତା ପ୍ରଦାନ କରାଯିବ । ୨୦୨୪ ଲୋକସଭା ନିର୍ବାଚନ […]

ନୂଆଦିଲ୍ଲୀ: ଦେଶରେ ଲାଗୁ ହେଲା ସିଏଏ । ନାଗରିକତା ସଂଶୋଧନ ଆଇନ (ସିଏଏ)କୁ ନେଇ ବଡ଼ ଘୋଷଣା କରିଛନ୍ତି କେନ୍ଦ୍ର ସରକାର।  ସିଏଏ ନେଇ ଆଜି କେନ୍ଦ୍ର ସରକାର ବିଜ୍ଞପ୍ତି ଜାରି କରିଛନ୍ତି। ଏହି ଆଇନ ଅନୁଯାୟୀ ବାଂଲାଦେଶ, ପାକିସ୍ତାନ ଓ ଆଫଗାନିସ୍ତାନରୁ ୩୧ ଡିସେମ୍ବର ୨୦୧୪ ପୂର୍ବରୁ ଭାରତ ଆସିଥିବା ହିନ୍ଦୁ, ଶିଖ, ଜୈନ, ବୌଦ୍ଧ, ପାର୍ସୀ ଏବଂ ଖ୍ରୀଷ୍ଟିଆନ ଭଳି ଅଣ ମୁସଲମାନଙ୍କୁ ଭାରତୀୟ ନାଗରିକତା ପ୍ରଦାନ କରାଯିବ ।

ଆହୁରି ପଢ଼ନ୍ତୁ: ବିନା ବାରୁଦ, ବିନା ବିସ୍ଫୋରଣରେ ଶତ୍ରୁ ନିପାତ: ଜାଣନ୍ତୁ ଆମେରିକାର ଭୟଙ୍କର 'ଲେଜି ଡଗ୍' ଅସ୍ତ୍ର ବିଷୟରେ

୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ଦେଶରେ ସିଏଏ ଲାଗୁ ହେବ ବୋଲି ଶାହ ପୂର୍ବରୁ କହିଥିଲେ । ୨୦୧୯ରେ ସିଏଏ ଆଣିଥିଲେ ମୋଦୀ ସରକାର । ତେବେ ଏହି ଆଇନ ବିରୋଧରେ ରାଜଧାନୀ ଦିଲ୍ଲୀ ସହ ଦେଶର ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ ହେବା ଯୋଗୁଁ ଏହାକୁ ସରକାର ଲାଗୁ କରି ନ ଥିଲେ ।

ଆହୁରି ପଢ଼ନ୍ତୁ: ଇରାନରେ ଏହି ୮ ମହିଳାଙ୍କ ଫାଶୀ ଦଣ୍ଡାଦେଶକୁ ରୋକିବାକୁ ଟ୍ରମ୍ପଙ୍କ ଅପିଲ: ଜାଣନ୍ତୁ କିଏ ଏହି ମହିଳା...

ସିଏଏ ମାଧ୍ୟମରେ ସରକାର ସେହି ଲୋକମାନଙ୍କୁ ନାଗରିକତା ଦେବାକୁ ଚାହୁଁଛନ୍ତି ଯେଉଁମାନେ ପାକିସ୍ତାନ, ଆଫଗାନିସ୍ତାନ ଓ ବାଂଲାଦେଶରୁ ଉତ୍ପୀଡନ ସହିବା ପରେ ଭାରତର ଶରଣ ନେଇଛନ୍ତି । ଏହା କୌଣସି ଭାରତୀୟଙ୍କ ନାଗରିକତା ଛଡାଇ ନେବନାହିଁ ବୋଲି ପୂର୍ବରୁ ଗୃହମନ୍ତ୍ରୀ କହିଥିଲେ। ଶାହା ଆହୁରି କହିଥିଲେ ଯେ, ନାଗରିକତା ପ୍ରଦାନ ପାଇଁ ସିଏଏ ଅଣାଯାଇଛି, କାହାର ନାଗରିକତା ନେବା ପାଇଁ ନୁହେଁ । ଆମ ଦେଶରେ ସଂଖ୍ୟାଲଘୁ ସମ୍ପ୍ରଦାୟ ବିଶେଷକରି ଆମର ମୁସଲମାନ ସମ୍ପ୍ରଦାୟକୁ ସିଏଏ ଆଇନ ନେଇ ବିଭ୍ରାନ୍ତ କରାଯାଉଛି। ସିଏଏ କାହାର ନାଗରିକତା ଛଡ଼ାଇ ନେବ ନାହିଁ । କାରଣ ଆଇନରେ ଏମିତି କୌଣସି ବ୍ୟବସ୍ଥା ନାହିଁ । ବାଂଲାଦେଶ ଏବଂ ପାକିସ୍ଥାନରେ ନିର୍ଯାତିତ ଶରଣାର୍ଥୀଙ୍କୁ ନାଗରିକତ୍ୱ ପ୍ରଦାନ କରିବା ‘ସିଏଏ’ର ଉଦ୍ଦେଶ୍ୟ।

ଆହୁରି ପଢ଼ନ୍ତୁ: ଟ୍ରମ୍ପଙ୍କ 'ନର୍କକୁଣ୍ଡ' ମନ୍ତବ୍ୟ ଉପରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ପ୍ରତିକ୍ରିୟା: କହିଲେ, 'ଆମେ ରିପୋର୍ଟ ଦେଖିଛୁ'

11 Mar 2024 By The Sakala

ଦେଶରେ ଲାଗୁ ହେଲା ନାଗରିକତା ସଂଶୋଧନ ଆଇନ, ଜାରି ହେଲା ବିଜ୍ଞପ୍ତି

ନୂଆଦିଲ୍ଲୀ: ଦେଶରେ ଲାଗୁ ହେଲା ସିଏଏ । ନାଗରିକତା ସଂଶୋଧନ ଆଇନ (ସିଏଏ)କୁ ନେଇ ବଡ଼ ଘୋଷଣା କରିଛନ୍ତି କେନ୍ଦ୍ର ସରକାର।  ସିଏଏ ନେଇ ଆଜି କେନ୍ଦ୍ର ସରକାର ବିଜ୍ଞପ୍ତି ଜାରି କରିଛନ୍ତି। ଏହି ଆଇନ ଅନୁଯାୟୀ ବାଂଲାଦେଶ, ପାକିସ୍ତାନ ଓ ଆଫଗାନିସ୍ତାନରୁ ୩୧ ଡିସେମ୍ବର ୨୦୧୪ ପୂର୍ବରୁ ଭାରତ ଆସିଥିବା ହିନ୍ଦୁ, ଶିଖ, ଜୈନ, ବୌଦ୍ଧ, ପାର୍ସୀ ଏବଂ ଖ୍ରୀଷ୍ଟିଆନ ଭଳି ଅଣ ମୁସଲମାନଙ୍କୁ ଭାରତୀୟ ନାଗରିକତା ପ୍ରଦାନ କରାଯିବ ।

୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ଦେଶରେ ସିଏଏ ଲାଗୁ ହେବ ବୋଲି ଶାହ ପୂର୍ବରୁ କହିଥିଲେ । ୨୦୧୯ରେ ସିଏଏ ଆଣିଥିଲେ ମୋଦୀ ସରକାର । ତେବେ ଏହି ଆଇନ ବିରୋଧରେ ରାଜଧାନୀ ଦିଲ୍ଲୀ ସହ ଦେଶର ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ ହେବା ଯୋଗୁଁ ଏହାକୁ ସରକାର ଲାଗୁ କରି ନ ଥିଲେ ।

ସିଏଏ ମାଧ୍ୟମରେ ସରକାର ସେହି ଲୋକମାନଙ୍କୁ ନାଗରିକତା ଦେବାକୁ ଚାହୁଁଛନ୍ତି ଯେଉଁମାନେ ପାକିସ୍ତାନ, ଆଫଗାନିସ୍ତାନ ଓ ବାଂଲାଦେଶରୁ ଉତ୍ପୀଡନ ସହିବା ପରେ ଭାରତର ଶରଣ ନେଇଛନ୍ତି । ଏହା କୌଣସି ଭାରତୀୟଙ୍କ ନାଗରିକତା ଛଡାଇ ନେବନାହିଁ ବୋଲି ପୂର୍ବରୁ ଗୃହମନ୍ତ୍ରୀ କହିଥିଲେ। ଶାହା ଆହୁରି କହିଥିଲେ ଯେ, ନାଗରିକତା ପ୍ରଦାନ ପାଇଁ ସିଏଏ ଅଣାଯାଇଛି, କାହାର ନାଗରିକତା ନେବା ପାଇଁ ନୁହେଁ । ଆମ ଦେଶରେ ସଂଖ୍ୟାଲଘୁ ସମ୍ପ୍ରଦାୟ ବିଶେଷକରି ଆମର ମୁସଲମାନ ସମ୍ପ୍ରଦାୟକୁ ସିଏଏ ଆଇନ ନେଇ ବିଭ୍ରାନ୍ତ କରାଯାଉଛି। ସିଏଏ କାହାର ନାଗରିକତା ଛଡ଼ାଇ ନେବ ନାହିଁ । କାରଣ ଆଇନରେ ଏମିତି କୌଣସି ବ୍ୟବସ୍ଥା ନାହିଁ । ବାଂଲାଦେଶ ଏବଂ ପାକିସ୍ଥାନରେ ନିର୍ଯାତିତ ଶରଣାର୍ଥୀଙ୍କୁ ନାଗରିକତ୍ୱ ପ୍ରଦାନ କରିବା ‘ସିଏଏ’ର ଉଦ୍ଦେଶ୍ୟ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର