ମନୋରଞ୍ଜନ
ସୁରକ୍ଷାକର୍ମୀ ଓ ନକ୍ସଲ ମୁହାଁମୁହିଁ : ଏନକାଉଣ୍ଟରରେ ୬ ନକ୍ସଲ ନିହତ, ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ
ବିଶାଖାପାଟନମ: ଆନ୍ଧ୍ରପ୍ରଦେଶର ମାମ୍ପା ପୋଲିସ ଥାନା ଥେଗଲମେଟା ଜଙ୍ଗଲରେ ଗୁଳି ବିନିମୟ ହୋଇଛି । ସୁରକ୍ଷାକର୍ମୀ ଓ ନକ୍ସଲ ମୁହାଁମୁହିଁ ହୋଇଥିବା ବେଳେ ୬ ଜଣ ମାଓବାଦୀ ନିହତ ହୋଇଥିବା ଜଣାପଡ଼ିଛି । ବୁଧବାର ଭୋର୍ ସମୟରେ ଏହି ଗୁଳି ବିନିମୟ ହୋଇଛି । ଏବେବି ଉକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନ୍ ଜାରି ରହିଛି । ୬ ଜଣ ସିପିଆଇ ମାଓବାଦୀଙ୍କ ମୃତଦେହ ଜବତ ହୋଇଥିବା ବେଳେ ସେଥିରେ ଜଣେ ମହିଳା ମାଓ କ୍ୟାର୍ଡର ରହିଛନ୍ତି । […]
ବିଶାଖାପାଟନମ: ଆନ୍ଧ୍ରପ୍ରଦେଶର ମାମ୍ପା ପୋଲିସ ଥାନା ଥେଗଲମେଟା ଜଙ୍ଗଲରେ ଗୁଳି ବିନିମୟ ହୋଇଛି । ସୁରକ୍ଷାକର୍ମୀ ଓ ନକ୍ସଲ ମୁହାଁମୁହିଁ ହୋଇଥିବା ବେଳେ ୬ ଜଣ ମାଓବାଦୀ ନିହତ ହୋଇଥିବା ଜଣାପଡ଼ିଛି । ବୁଧବାର ଭୋର୍ ସମୟରେ ଏହି ଗୁଳି ବିନିମୟ ହୋଇଛି ।
ଆହୁରି ପଢ଼ନ୍ତୁ: କୋଟିଆ ବିବାଦ ନେଇ ରାଜ୍ୟ ସରକାରଙ୍କୁ ସମାଲୋଚନା କଲେ ଭକ୍ତ ଦାସ, ଆଲୋଚନା ମାଧ୍ୟମରେ ସମାଧାନ ପାଇଁ ଦାବି
ଏବେବି ଉକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନ୍ ଜାରି ରହିଛି । ୬ ଜଣ ସିପିଆଇ ମାଓବାଦୀଙ୍କ ମୃତଦେହ ଜବତ ହୋଇଥିବା ବେଳେ ସେଥିରେ ଜଣେ ମହିଳା ମାଓ କ୍ୟାର୍ଡର ରହିଛନ୍ତି । ଏଥିସହ ଗୋଟିଏ ଏକେ ରାଇଫଲ୍, ଗୋଟିଏ ଏସଏଲଆର୍, ଗୋଟିଏ କାର୍ବାଇନ୍ ଓ ୩ଟି ରାଇଫଲ୍ ସହ ଗୁଳିଗୋଳା ମିଳିଛି ।
ଆହୁରି ପଢ଼ନ୍ତୁ: ଆଇଟିବିପି ମୁଖ୍ୟଙ୍କ ଅରୁଣାଚଳ ସୀମା ବୟାନ ପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଟାର୍ଗେଟ କଲେ ଅଭିଜିତ ଡିପକେ
ଗୁଳିବିନିମୟରେ ସିପିଆଇ ମାଓବାଦୀର ଡିସିଏମ୍ ସ୍ତରର ୨ କ୍ୟାଡର ସାନ୍ଦେ ଗଙ୍ଗୈୟା ଓ ଉର୍ଫ ଡକ୍ଟର ଅଶୋକ ଓ ରଣଧିରଙ୍କ ମୃତ୍ୟୁ ହୋଇଛି । ଅନ୍ୟ ୩ ମୃତ ମାଓବାଦୀଙ୍କ ପରିଚୟ ମିଳିନାହିଁ ।






