ମନୋରଞ୍ଜନ
ଓଡ଼ିଶା
ଇଣ୍ଡିଆ ମେଣ୍ଟକୁ ପୁଣି ଝଟକା: ପଞ୍ଜାବ ପରେ ହରିୟାଣାରେ ଏକାକୀ ନିର୍ବାଚନ ଲଢ଼ିବ ଆପ୍
ନୂଆଦିଲ୍ଲୀ: ଇଣ୍ଡିଆ ମେଣ୍ଟକୁ ପୁଣି ଝଟକା ଲାଗିଛି । ଆମ୍ ଆଦମୀ ପାର୍ଟି ପଞ୍ଜାବରେ ଏକାକୀ ନିର୍ବାଚନ ଲଢ଼ିବାକୁ ଘୋଷଣା କରିଥିବାବେଳେ ହରିୟାଣାରେ ମଧ୍ୟ ଏକୁଟିଆ ନିର୍ବାଚନରେ ଲଢ଼ିବାକୁ ଘୋଷଣା କରିଛି। ଆପ ହରିୟାଣାରେ ଏକାକୀ ଲୋକସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଘୋଷଣା କରିଛି। ହରିୟାଣାର ଆପ ନେତା ସୁଶୀଲ ଗୁପ୍ତା କହିଛନ୍ତି ଯେ, ହରିୟାଣାର ୯୦ଟି ବିଧାନସଭା ଆସନରେ ଏକାକୀ ନିର୍ବାଚନ ଲଢ଼ିବୁ। ସେହିପରି ଲୋକସଭା ନିର୍ବାଚନରେ ମଧ୍ୟ ଆମେ ଏକାକୀ ପ୍ରତିଦ୍ୱନ୍ଦ୍ୱିତା କରିବୁ। ଏହାପୂର୍ବରୁ […]
ନୂଆଦିଲ୍ଲୀ: ଇଣ୍ଡିଆ ମେଣ୍ଟକୁ ପୁଣି ଝଟକା ଲାଗିଛି । ଆମ୍ ଆଦମୀ ପାର୍ଟି ପଞ୍ଜାବରେ ଏକାକୀ ନିର୍ବାଚନ ଲଢ଼ିବାକୁ ଘୋଷଣା କରିଥିବାବେଳେ ହରିୟାଣାରେ ମଧ୍ୟ ଏକୁଟିଆ ନିର୍ବାଚନରେ ଲଢ଼ିବାକୁ ଘୋଷଣା କରିଛି। ଆପ ହରିୟାଣାରେ ଏକାକୀ ଲୋକସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଘୋଷଣା କରିଛି।
ହରିୟାଣାର ଆପ ନେତା ସୁଶୀଲ ଗୁପ୍ତା କହିଛନ୍ତି ଯେ, ହରିୟାଣାର ୯୦ଟି ବିଧାନସଭା ଆସନରେ ଏକାକୀ ନିର୍ବାଚନ ଲଢ଼ିବୁ। ସେହିପରି ଲୋକସଭା ନିର୍ବାଚନରେ ମଧ୍ୟ ଆମେ ଏକାକୀ ପ୍ରତିଦ୍ୱନ୍ଦ୍ୱିତା କରିବୁ। ଏହାପୂର୍ବରୁ ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ ଆଗାମୀ ଲୋକସଭା ନିର୍ବାଚନରେ ଏକାକୀ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଘୋଷଣା କରିଥିଲେ।






