ISIS ଆତଙ୍କୀ ଷଡ଼ଯନ୍ତ୍ର ମାମଲାରେ ମହାରାଷ୍ଟ୍ର ଓ କର୍ଣ୍ଣାଟକର ୪୪ ସ୍ଥାନରେ NIAର ଚଢ଼ାଉ, ୧୩ ଗିରଫ

The Sakala Picture
Published On

ନୂଆଦିଲ୍ଲୀ: ISIS ଆତଙ୍କୀ ଷଡ଼ଯନ୍ତ୍ର ମାମଲାରେ ଦେଶର ଦୁଇଟି ସ୍ଥାନରେ NIAର ଏକକାଳୀନ ଚଢ଼ାଉ । ମହାରାଷ୍ଟ୍ର ଓ କର୍ଣ୍ଣାଟକର ୪୪ ସ୍ଥାନରେ ଜାତୀୟ ତଦନ୍ତକାରୀ ସଂସ୍ଥା ଏନଆଇଏ ରେଡ୍ କରିଛି । ବର୍ତ୍ତମାନ ସୁଦ୍ଧା ଆଜି ୧୩ ଜଣ ଗିରଫ ହୋଇଥିବା ଜଣାପଡିଛି । ଇସଲାମିକ୍ ଷ୍ଟେଟ୍ ସହ ଲିଙ୍କ୍ ମାମଲାରେ ଏମାନଙ୍କୁ ପୁନେରୁ ଗିରଫ କରାଯାଇଛି । ସ୍ଥାନୀୟ ପୋଲିସ ସହାୟତାରେ ଚାଲିଛି ରେଡ୍ । କର୍ଣ୍ଣାଟକର ଗୋଟିଏ ସ୍ଥାନ, ପୁଣେର ଦୁଇଟି ଓ […]

ନୂଆଦିଲ୍ଲୀ: ISIS ଆତଙ୍କୀ ଷଡ଼ଯନ୍ତ୍ର ମାମଲାରେ ଦେଶର ଦୁଇଟି ସ୍ଥାନରେ NIAର ଏକକାଳୀନ ଚଢ଼ାଉ । ମହାରାଷ୍ଟ୍ର ଓ କର୍ଣ୍ଣାଟକର ୪୪ ସ୍ଥାନରେ ଜାତୀୟ ତଦନ୍ତକାରୀ ସଂସ୍ଥା ଏନଆଇଏ ରେଡ୍ କରିଛି । ବର୍ତ୍ତମାନ ସୁଦ୍ଧା ଆଜି ୧୩ ଜଣ ଗିରଫ ହୋଇଥିବା ଜଣାପଡିଛି । ଇସଲାମିକ୍ ଷ୍ଟେଟ୍ ସହ ଲିଙ୍କ୍ ମାମଲାରେ ଏମାନଙ୍କୁ ପୁନେରୁ ଗିରଫ କରାଯାଇଛି ।

ଆହୁରି ପଢ଼ନ୍ତୁ: ବାୟୁସେନାରୁ ଅବସର ନେଲେ ପାକିସ୍ତାନର F-16 ଖସାଇଥିବା ହିରୋ ଅଭିନନ୍ଦନ ବର୍ଦ୍ଧମାନ, ଘରୋଇ ଏୟାରଲାଇନ୍ସ FLY91 ରେ ସାମିଲ

ସ୍ଥାନୀୟ ପୋଲିସ ସହାୟତାରେ ଚାଲିଛି ରେଡ୍ । କର୍ଣ୍ଣାଟକର ଗୋଟିଏ ସ୍ଥାନ, ପୁଣେର ଦୁଇଟି ଓ ଠାଣେ ଗ୍ରାମାଂଚଳର ୩୧ଟି ସ୍ଥାନରେ ରେଡ୍ ଚାଲିଛି । ଠାଣେ ସହରରେ ୯ଟି ସ୍ଥାନ ସହ ଭୟାନ୍ଦରରେ ଗୋଟିଏ ସ୍ଥାନରେ ଚଢ଼ାଉ । ଆଣ୍ଟି ଟେରର ସଂସ୍ଥାର ଅଧିକାରୀଙ୍କ ସହ ମହାରାଷ୍ଟ୍ର ଓ କର୍ଣ୍ଣାଟକ ପୋଲିସ ଏଥିରେ ହୋଇଛନ୍ତି ସାମିଲ । ଏହି ମାମଲାର ତଦନ୍ତ ବେଳେ ଏକ ବଡ଼ ଜଟିଳ ନେଟୱର୍କ କାମ କରୁଥିବା ଜାଣିବାକୁ ପାଇଥିଲା ଏନ୍‌ଆଇଏ। ଏହି ନେଟ୍‌ୱର୍କ ଦେଶର କିଛି ପ୍ରମୁଖ ସ୍ଥାନରେ ବଡ଼ ଧରଣର ବିସ୍ଫୋରଣ ଯୋଜନା କରିଥିଲା। ସେହିପରି ସେନାର କିଛି ଠିକଣାକୁ ଏହି ନେଟ୍‌ୱର୍କ ଟାର୍ଗେଟ କରିବାକୁ ଯୋଜନା କରୁଥିଲା। ଦେଶର କିଛି ପ୍ରମୁଖ ସେନା ଘାଟିର ଫଟୋ ଏହି ନେଟୱର୍କ ପାକିସ୍ତାନ ଓ ସିରିୟାକୁ ପଠାଇଥିବା ମଧ୍ୟ ଜଣାପଡ଼ିଛି। ଏହା ପରେ ଯୋଜନାବଦ୍ଧ ଭାବେ ଆଜି ଏନ୍‌ଆଇଏ ପକ୍ଷରୁ ଏହି ଚଢ଼ାଉ କରାଯାଇଥିଲା। ପୂର୍ବରୁ ଏଭଳି ଚଢ଼ାଉ ହୋଇଥିବା ବେଳେ ଅନେକ ସନ୍ଦିଗ୍ଧ ଗିରଫ ହୋଇଥିଲେ ।

ଆହୁରି ପଢ଼ନ୍ତୁ: ସ୍ୱତନ୍ତ୍ର ଭରଦ୍ୱାଜଙ୍କ ସମର୍ଥନରେ ହିନ୍ଦୁ ରକ୍ଷା ଦଳ: ଦିଲ୍ଲୀର ପାର୍ଲିଆମେଣ୍ଟ ଷ୍ଟ୍ରିଟ୍ ଥାନା ଘେରାଉ, FIR ପ୍ରତ୍ୟାହାର ଦାବି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର