ମହାମାରୀଠାରୁ ବଡ଼ ବିପଦ ଆଣ୍ଟିବାୟୋଟିକ୍ସ, ବର୍ଷକୁ ନେଉଛି ୫୦ ଲକ୍ଷ ଜୀବନ

The Sakala Picture
Published On

ଜେନେଭା: ଔଷଧ ମଧ୍ୟ ଅଭିଶାପ ପାଲଟିପାରେ। ଏହା ଜୀବନ ଦେବା ବଦଳରେ ଜୀବନ ନେଇପାରେ। ରୋଗ ଭଲ କରିବା ପରିବର୍ତ୍ତେ ସବୁଦିନ ପାଇଁ ରୋଗଗ୍ରସ୍ତ କରିଦେଇପାରେ। ସାଧାରଣତଃ ଥଣ୍ଡା,କାଶ, ଜ୍ବର ଏବଂ ଆଲର୍ଜି ଆଦିହେଲେ ଲୋକେ ସଙ୍ଗେ ସଙ୍ଗେ ଆଣ୍ଟିବାୟୋଟିକ୍ସ ଖାଇ ଦିଅନ୍ତି। ଅନେକ ଲୋକ ମଧ୍ୟ ଏହାକୁ ଦୀର୍ଘ ଦିନ ପର୍ଯ୍ୟନ୍ତ ଜାରି ରଖଥାନ୍ତି। ଅନେକ ସମୟରେ ଡାକ୍ତର ମଧ୍ୟ ଔଷଧ ସହିତ ଆଣ୍ଟିବାୟୋଟିକ୍ସ ଖାଇବାକୁ ପରାମର୍ଶ ଦେଇଥାନ୍ତି। ଏହା ରୋଗ ପ୍ରତିରୋଧକ ଶକ୍ତି ବଢାଏ […]

ଜେନେଭା: ଔଷଧ ମଧ୍ୟ ଅଭିଶାପ ପାଲଟିପାରେ। ଏହା ଜୀବନ ଦେବା ବଦଳରେ ଜୀବନ ନେଇପାରେ। ରୋଗ ଭଲ କରିବା ପରିବର୍ତ୍ତେ ସବୁଦିନ ପାଇଁ ରୋଗଗ୍ରସ୍ତ କରିଦେଇପାରେ। ସାଧାରଣତଃ ଥଣ୍ଡା,କାଶ, ଜ୍ବର ଏବଂ ଆଲର୍ଜି ଆଦିହେଲେ ଲୋକେ ସଙ୍ଗେ ସଙ୍ଗେ ଆଣ୍ଟିବାୟୋଟିକ୍ସ ଖାଇ ଦିଅନ୍ତି। ଅନେକ ଲୋକ ମଧ୍ୟ ଏହାକୁ ଦୀର୍ଘ ଦିନ ପର୍ଯ୍ୟନ୍ତ ଜାରି ରଖଥାନ୍ତି। ଅନେକ ସମୟରେ ଡାକ୍ତର ମଧ୍ୟ ଔଷଧ ସହିତ ଆଣ୍ଟିବାୟୋଟିକ୍ସ ଖାଇବାକୁ ପରାମର୍ଶ ଦେଇଥାନ୍ତି। ଏହା ରୋଗ ପ୍ରତିରୋଧକ ଶକ୍ତି ବଢାଏ ବୋଲି ଧାରଣା ରହିଆସିଛି। ତେବେ ଏହି ଆଣ୍ଟିବାୟୋଟିକ ଘାତକ ହୋଇପାରେ। ଆବଶ୍ୟକତାଠାରୁ ଅଧିକ ଆଣ୍ଟିବାୟୋଟିକ୍ସ ଖାଇଲେ ଏହା ଅକାଳ ମୃତ୍ୟୁ ଆଣିପାରେ। ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ପରିବର୍ତ୍ତେ ହ୍ରାସ କରେ। ଶରୀରକୁ ବିପଦରେ ପକାଇ ଦେଇଥାଏ। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ହୁ) ଏହାକୁ ନେଇ ଚେତାବନୀ ଜାରି କରିଛି। ଅଧିକ ଆଣ୍ଟିବାୟୋଟିକ୍ସ ଖାଇଲେ ‘ଆଣ୍ଟିମାଇକ୍ରୋବିୟଲ୍ସ ରେସିଷ୍ଟାନ୍ସ (ଏଏମ୍‌ଆର)’ର ବିପଦ ବୃଦ୍ଧି ପାଇଥାଏ। ଏହା କୌଣସି ମହାମାରୀଠାରୁ ମଧ୍ୟ କମ୍‌ ନୁହେଁ। ପ୍ରାକୃତିକ ରୋଗ ପ୍ରତିରୋଧକ କ୍ଷମତା ହ୍ରାସ କରି ଦେଇଥାଏ। ଏଏମ୍‌ଆର ଯୋଗୁଁ ବିଶ୍ବରେ ପ୍ରତି ବର୍ଷ ୫୦ ଲକ୍ଷ ଲୋକଙ୍କ ମୃତ୍ୟୁ ହେଉଛି। ଯଦି ଏହି ସ୍ଥିତିରେ କୌଣସି ପରିବର୍ତ୍ତନ ନ ଆସେ ତେବେ ୨୦୫୦ ସୁଦ୍ଧା ମୃତ୍ୟୁସଂଖ୍ୟା ୧ କୋଟି ଟପିବ ବୋଲି କୁହାଯାଇଛି।

ଆହୁରି ପଢ଼ନ୍ତୁ: ନେପାଳ ସୀମାରୁ ପୋଲିସ ଜାଲରେ ତୃଣମୂଳ ନେତା ଜାହାଙ୍ଗୀର ଖାନ

ସାଧାରଣତଃ ଜୀବାଣୁ ମାରିବା ପାଇଁ ଆଣ୍ଟିବାୟୋଟିକ ବ୍ୟବହାର କରାଯାଏ। କିନ୍ତୁ ଏହାକୁ ବାରମ୍ବାର ନେଲେ ଜୀବାଣୁ ସେହି ଔଷଧ ବିରୋଧରେ ପ୍ରତିରୋଧୀ ବ୍ୟବସ୍ଥା ବିକଶିତ କରିନିଅନ୍ତି। ଏହା ପରେ ରୋଗ ଭଲ ହେବା କାଠିକର ହୋଇଯାଏ। ଏହାକୁ ଏଏମଆର କୁହାଯାଏ। ଏହି ସ୍ଥିତିରେ ଯକୃତ ଖରାପ ହେବାର ବିପଦ ମଧ୍ୟ ବଢ଼ିଥାଏ। ଫ୍ୟାଟି ଲିଭର ବଢ଼ି ଧିରେ ଧିରେ ସିରୋସିସ, ଫାଇବ୍ରୋସିସକୁ ବଦଳି ଯାଇଥାଏ। ଆଣ୍ଟିବାୟୋଟିକ ଅଧିକ ନେଲେ ଶରୀରରୁ ଭଲ ଜୀବାଣୁ ଶେଷ ହୋଇଯାଆନ୍ତି। ପେଟ ଦରଜ, ଡାଇରିଆ ଆଦି ହୋଇଥାଏ। ମହିଳାଙ୍କ ମଧ୍ୟରେ ଭଜାଇନାଲ ୟିଷ୍ଟ ଇନଫେକ୍ସନର ବିପଦ ବଢ଼ିଥାଏ। କିଡ଼ନୀ ଖରାପ ହେବାର ମଧ୍ୟ ସମ୍ଭାବନା ଥାଏ। ହଜମରେ ସମସ୍ୟା ହୋଇଥାଏ। ଭୟ ବଢ଼ିଥାଏ। ହୃଦ୍‌ଘାତ ସହିତ ହାଡ଼ ଦୁର୍ବଳ ହୋଇଯାଇଥାଏ। ତେଣୁ ଡାକ୍ତରଙ୍କ ପରାମର୍ଶରେ ଆଣ୍ଟିବାୟୋଟିକ ନେବାକୁ ପରାମର୍ଶ ଦିଆଯାଇଛି।

ଆହୁରି ପଢ଼ନ୍ତୁ: ଇସ୍ରାଏଲ ବିରୋଧରେ ସାମରିକ ଅଭିଯାନ ରୋକିଲା ଇରାନ, ଦେଲା କଡ଼ା ଚେତାବନୀ

01 Dec 2023 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର