ଥମୁନି ମଣିପୁରରେ ହିଂସାର ଚିତ୍ର: ଇଣ୍ଟରନେଟ୍ ସେବା ଆରମ୍ଭ ହେବା ମାତ୍ରେ ଭାଇରାଲ ହେଲା ନିଖୋଜ ଛାତ୍ରଙ୍କ ମୃତଦେହ

The Sakala Picture
Published On

ଇମ୍ଫାଲ: ମଣିପୁରରୁ ପୁଣି ସାମ୍ନାକୁ ଆସିଛି  ହିଂସାର ଚିତ୍ର । ଇଣ୍ଟରନେଟ୍ ସେବା ଖୋଲିବା ମାତ୍ରେ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି ନିଖୋଜ ଛାତ୍ରଙ୍କ ମୃତଦେହ । ଦୁଇ ନିଖୋଜ ଛାତ୍ରଙ୍କୁ ଆତଙ୍କବାଦୀମାନେ ହତ୍ୟା କରିବା ପରେ ଫିଙ୍ଗିଦେଇଥିବା ଦେଖିବାକୁ ମିଳିଛି । ଜଣେ ଛାତ୍ରଙ୍କ ଶରୀରରୁ ମୁଣ୍ଡ ଅଲଗା ହୋଇଛି । ଫଟୋ ଦୁଇ ଜଣ ଉଗ୍ରବାଦୀ ଜଙ୍ଗଲରେ ଅସ୍ତ୍ରଶସ୍ତ୍ର ଧରି ବସିଥିବା ଦେଖିବାକୁ ମିଳିଛି । ଅନ୍ୟପଟେ ହତ୍ୟା କରାଯାଇଥିବା ୨ଜଣ ଛାତ୍ର ଗତ […]

ଇମ୍ଫାଲ: ମଣିପୁରରୁ ପୁଣି ସାମ୍ନାକୁ ଆସିଛି  ହିଂସାର ଚିତ୍ର । ଇଣ୍ଟରନେଟ୍ ସେବା ଖୋଲିବା ମାତ୍ରେ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି ନିଖୋଜ ଛାତ୍ରଙ୍କ ମୃତଦେହ । ଦୁଇ ନିଖୋଜ ଛାତ୍ରଙ୍କୁ ଆତଙ୍କବାଦୀମାନେ ହତ୍ୟା କରିବା ପରେ ଫିଙ୍ଗିଦେଇଥିବା ଦେଖିବାକୁ ମିଳିଛି । ଜଣେ ଛାତ୍ରଙ୍କ ଶରୀରରୁ ମୁଣ୍ଡ ଅଲଗା ହୋଇଛି । ଫଟୋ ଦୁଇ ଜଣ ଉଗ୍ରବାଦୀ ଜଙ୍ଗଲରେ ଅସ୍ତ୍ରଶସ୍ତ୍ର ଧରି ବସିଥିବା ଦେଖିବାକୁ ମିଳିଛି ।

ଆହୁରି ପଢ଼ନ୍ତୁ: ୩୬,୦୦୦ ଫୁଟ ଉଚ୍ଚରେ ଏୟାର ଇଣ୍ଡିଆ ବିମାନରେ ଯାନ୍ତ୍ରିକ ତ୍ରୁଟି: କିଛି ସେକେଣ୍ଡରେ ଫେଲ୍ ମାରିଲା ସମସ୍ତ ହାଇଡ୍ରୋଲିକ୍ସ, ୨୪ ଆହତ

ଅନ୍ୟପଟେ ହତ୍ୟା କରାଯାଇଥିବା ୨ଜଣ ଛାତ୍ର ଗତ ଜୁଲାଇ ୬ ତାରିଖରୁ ନିଖୋଜ ହୋଇଯାଇଥିଲେ । ହେଲେ ଏପର୍ଯ୍ୟନ୍ତ ଛାତ୍ରଙ୍କ ମୃତଦେହ ମିଳିନାହିଁ । ଏହି ଘଟଣାରେ ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମଣିପୁର ସରକାର କହିଛନ୍ତି । ସେପଟେ ମଣିପୁର ହିଂସା ଘଟଣାରେ ସିବିଆଇ ଯାଞ୍ଚ କରୁଛି ।

ଆହୁରି ପଢ଼ନ୍ତୁ: ଦିଲ୍ଲୀ ସତ୍ୟ ନିକେତନ କୋଠା ଭୁଶୁଡ଼ିବା ଘଟଣା: ୪ ମହଲାରୁ ଅଧିକ ଥିବା ସମସ୍ତ ବେଆଇନ ନିର୍ମାଣ ସିଲ୍ କରିବାକୁ ଏମସିଡିର ନିର୍ଦ୍ଦେଶ, ମୃତ୍ୟୁସଂଖ୍ୟା ୬କୁ ବୃଦ୍ଧି

ହତ୍ୟା ହୋଇଥିବା ଦୁଇ ଛାତ୍ର ଶେଷ ଥର ପାଇଁ ଜୁଲାଇରେ ଏକ ଦୋକାନରେ ଲାଗିଥିବା ସିସିଟିଭି କ୍ୟାମେରାରେ ନଜରକୁ ଆସିଥିଲେ । ଏହା ପରଠୁ ଦୁଇଜଣ ନିଖୋଜ ହୋଇଯାଇଥିଲେ । ଏବେ ସେମାନଙ୍କ ଶବ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି । ଯେଉଁ ଫଟୋ ଭାଇରାଲ୍ ହେଉଛି ତାହା, ଇମ୍ଫାଲର ୨୦ ବର୍ଷୀୟ ଛାତ୍ର ଫିଝାମ ହେମଜିତ୍ ଏବଂ ୧୭ ବର୍ଷିୟ ହିଜାମ ଲିନଥୋଇଙ୍ଗବି । ଦୁଇ ଛାତ୍ର ମୈତେଇ ସମୁଦାୟରୁ ଆସୁଛନ୍ତି । ୬ ଜୁଲାଇରୁ ସେମାନେ ନିଖୋଜ ରହିଛନ୍ତି । ସୁରକ୍ଷା ଏଜେନ୍ସ ସେମାନଙ୍କୁ ଖୋଜାଖୋଜି କରୁଛନ୍ତି । ଛାତ୍ରଙ୍କ ଶବ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବା ପରେ ସ୍ଥାନୀୟ ଲୋକ ବିକ୍ଷୋଭ ପ୍ରଦର୍ଶନ କରିବା ଆରମ୍ଭ କରିଦେଇଛନ୍ତି ।

ଆହୁରି ପଢ଼ନ୍ତୁ: ମଧ୍ୟପ୍ରାଚ୍ୟରେ ଆମେରିକାର ମିତ୍ର ରାଷ୍ଟ୍ର ଉପରେ ଇରାନର ଆକ୍ରମଣ: ବ୍ୟବହାର ହେଉଛି ଏହିସବୁ ବିପଜ୍ଜନକ ମାରଣାସ୍ତ୍ର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର