ପୁଣି ଉଗ୍ର ହେଉଛି ମଣିପୁର ହିଂସା; ତୱାଇରେ ଆକ୍ରମଣ, ୩ ମୃତ

The Sakala Picture
Published On

ଇମ୍ଫାଲ: ସଂରକ୍ଷଣକୁ ନେଇ ମଣିପୁରରେ କୁକି ଏବଂ ମେଇତି ସମ୍ପ୍ରଦାୟ ମଧ୍ୟରେ ଆରମ୍ଭ ହୋଇଥିବା ହିଂସା ଥମିବାର ନା ଧରୁନି। ଉଭୟ ସମ୍ପ୍ରଦାୟ ପୁଣି ପରସ୍ପରର ରକ୍ତ ପିପାସୁ ହୋଇ ଉଠିଛନ୍ତି। ଶୁକ୍ରବାର ସକାଳ ପ୍ରାୟ ୫ଟା ୩୦ରେ ଉଖରୁଲ ଜିଲ୍ଲା ଲିଟନ ନିକଟସ୍ଥ ତୱାଇ ଗ୍ରାମରେ ଗୁଳି ମାଡ଼ ହୋଇଛି। ଆକ୍ରମଣରେ କୁକି ଅଧ୍ୟୁଷିତ ଏହି ଗ୍ରାମର ୩ ସ୍ବେଚ୍ଛାସେବୀ ପ୍ରାଣ ହରାଇଛନ୍ତି। କୁକି ସମ୍ପ୍ରଦାୟର ସଂଗଠନ ଇଣ୍ଡିଜିନସ ଟ୍ରାଇବାଲ ଲିଡର୍ସ ଫୋରମ (ଆଇଟିଏଲ୍‌ଏଫ୍‌) ର […]

ଇମ୍ଫାଲ: ସଂରକ୍ଷଣକୁ ନେଇ ମଣିପୁରରେ କୁକି ଏବଂ ମେଇତି ସମ୍ପ୍ରଦାୟ ମଧ୍ୟରେ ଆରମ୍ଭ ହୋଇଥିବା ହିଂସା ଥମିବାର ନା ଧରୁନି। ଉଭୟ ସମ୍ପ୍ରଦାୟ ପୁଣି ପରସ୍ପରର ରକ୍ତ ପିପାସୁ ହୋଇ ଉଠିଛନ୍ତି। ଶୁକ୍ରବାର ସକାଳ ପ୍ରାୟ ୫ଟା ୩୦ରେ ଉଖରୁଲ ଜିଲ୍ଲା ଲିଟନ ନିକଟସ୍ଥ ତୱାଇ ଗ୍ରାମରେ ଗୁଳି ମାଡ଼ ହୋଇଛି। ଆକ୍ରମଣରେ କୁକି ଅଧ୍ୟୁଷିତ ଏହି ଗ୍ରାମର ୩ ସ୍ବେଚ୍ଛାସେବୀ ପ୍ରାଣ ହରାଇଛନ୍ତି। କୁକି ସମ୍ପ୍ରଦାୟର ସଂଗଠନ ଇଣ୍ଡିଜିନସ ଟ୍ରାଇବାଲ ଲିଡର୍ସ ଫୋରମ (ଆଇଟିଏଲ୍‌ଏଫ୍‌) ର ମୁଖପାତ୍ରଙ୍କ ଅନୁଯାୟୀ ମେଇତି ଲୋକଙ୍କ ଆକ୍ରମଣରେ ଜମାଖୋଗିନ (୨୬), ଥାଙ୍ଗଖୋକାଇ (୩୫) ଏବଂ ହାଲସେନ (୨୪) ଙ୍କ ମୃତ୍ୟୁ ହୋଇଛି। ଲିଟନ ପୁଲିସ ଅନୁଯାୟୀ ସକାଳୁ ସକାଳୁ ପ୍ରବଳ ଗୁଳିଗୋଳା ମାଡ଼ ହେଉଥିବାର ଶବ୍ଦ ଶୁଭିଥିଲା। ଏହା ପରେ ପୁଲିସ ଆଖପାଖ ଗ୍ରାମ ଏବଂ ଜଙ୍ଗଲରେ ତଲାସୀ ଅଭିଯାନ ଆରମ୍ଭ କରିଥିଲା। ଏଠାରୁ ୩ ଜଣଙ୍କ କ୍ଷତବିକ୍ଷତ ମୃତଦେହ ମିଳିଥିଲା। କିଛି ଅଙ୍ଗ ମଧ୍ୟ କଟି ଯାଇଥିଲା। ସମସ୍ତଙ୍କ ଶରୀରରେ ଛୁରା ମାଡ଼ ହୋଇଥିବାର ଚିହ୍ନ ଥିଲା। ଅନ୍ୟପକ୍ଷରେ ସିପିଆଇ-ଏମର ଏକ ପ୍ରତିନିଧିମଣ୍ଡଳ ତିନି ଦିନିଆ ମଣିପୁର ଗସ୍ତରେ ଯାଇଛି। ସେଠାକାର ସ୍ଥିତି ବିପଜ୍ଜନକ ରହିଛି ବୋଲି ନେତା ସୀତାରାମ ୟେଚୁରି କହିଛନ୍ତି। ସେହିପରି କୁକି ନେତାମାନେ ଅଲଗା ପ୍ରଶାସନ ଦାବି କରିଛନ୍ତି। ଏହାକୁ ନେଇ ଗଣତନ୍ତ୍ରରେ ସମସ୍ତେ ସ୍ବତନ୍ତ୍ର ଭାବେ ମତ ପ୍ରକାଶ କରିପାରିବେ ବୋଲି ମୁଖ୍ୟମନ୍ତ୍ରୀ ଏନ୍‌ ବୀରେନ ସିଂହ କହିଛନ୍ତି।

ଆହୁରି ପଢ଼ନ୍ତୁ: ଅନିଶ୍ଚିତତାରେ ଆମେରିକା-ଇରାନ ଶାନ୍ତି ଆଲୋଚନା: ଟ୍ରମ୍ପଙ୍କ ବୋମାମାଡ଼ ଚେତାବନୀ ଓ ଇରାନର 'ନୂଆ କାର୍ଡ' ଧମକ

ଭାଇରାଲ ଭିଡିଓ ମାମଲାର ୨ ପୀଡ଼ିତ କୁକି ମହିଳାଙ୍କ ଆବେଦନର ଶୁଣାଣି କରି ସୁପ୍ରିମକୋର୍ଟ ଶୁକ୍ରବାର ରାଜ୍ୟ ସରକାରଙ୍କୁ ନୋଟିସ ଜାରି କରିଛନ୍ତି। ଉପଦ୍ରବୀ ପୋଷାକ ଚିରି ପଦଯାତ୍ରା ବାହାର କରିବା ସମୟରେ ପୁଲିସ ସାହାଯ୍ୟ କରିବାକୁ ଆସି ନ ଥିଲା ବୋଲି ମହିଳା ଦାବି କରିଛନ୍ତି। ସରକାରୀ ହସ୍ପିଟାଲରେ ପୀଡ଼ିତଙ୍କୁ ଚିକିତ୍ସା ଏବଂ ଶୂନ୍ୟ ଏତଲା ରୁଜୁ ନିମନ୍ତେ ପୁଲିସ ପାଇଁ ସ୍ବତନ୍ତ୍ର ମାର୍ଗଦର୍ଶିକା ଜାରି କରିବାକୁ ଅନୁରୋଧ କରାଯାଇଛି। ଅକ୍ଟୋବର ୧୩ରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି ସିଜେଆଇ ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ, ଜଷ୍ଟିସ େଜବି ପାରଦିୱାଲା ଏବଂ ଜଷ୍ଟିସ ମନୋଜ ମିଶ୍ରାଙ୍କ ଖଣ୍ଡପୀଠ କହିଛନ୍ତି। ମଣିପୁରର ଅନ୍ୟ ମାମଲା ସହ ମିଶାଇ ଏହାର ଶୁଣାଣି କରାଯିବ।

ଆହୁରି ପଢ଼ନ୍ତୁ: ମିର୍ଜାପୁରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଦୁଇ ଟ୍ରକ୍ ମଝିରେ ଚାପିହୋଇଗଲା କାର୍, ୧୧ ମୃତ

19 Aug 2023 By The Sakala

ପୁଣି ଉଗ୍ର ହେଉଛି ମଣିପୁର ହିଂସା; ତୱାଇରେ ଆକ୍ରମଣ, ୩ ମୃତ

ଇମ୍ଫାଲ: ସଂରକ୍ଷଣକୁ ନେଇ ମଣିପୁରରେ କୁକି ଏବଂ ମେଇତି ସମ୍ପ୍ରଦାୟ ମଧ୍ୟରେ ଆରମ୍ଭ ହୋଇଥିବା ହିଂସା ଥମିବାର ନା ଧରୁନି। ଉଭୟ ସମ୍ପ୍ରଦାୟ ପୁଣି ପରସ୍ପରର ରକ୍ତ ପିପାସୁ ହୋଇ ଉଠିଛନ୍ତି। ଶୁକ୍ରବାର ସକାଳ ପ୍ରାୟ ୫ଟା ୩୦ରେ ଉଖରୁଲ ଜିଲ୍ଲା ଲିଟନ ନିକଟସ୍ଥ ତୱାଇ ଗ୍ରାମରେ ଗୁଳି ମାଡ଼ ହୋଇଛି। ଆକ୍ରମଣରେ କୁକି ଅଧ୍ୟୁଷିତ ଏହି ଗ୍ରାମର ୩ ସ୍ବେଚ୍ଛାସେବୀ ପ୍ରାଣ ହରାଇଛନ୍ତି। କୁକି ସମ୍ପ୍ରଦାୟର ସଂଗଠନ ଇଣ୍ଡିଜିନସ ଟ୍ରାଇବାଲ ଲିଡର୍ସ ଫୋରମ (ଆଇଟିଏଲ୍‌ଏଫ୍‌) ର ମୁଖପାତ୍ରଙ୍କ ଅନୁଯାୟୀ ମେଇତି ଲୋକଙ୍କ ଆକ୍ରମଣରେ ଜମାଖୋଗିନ (୨୬), ଥାଙ୍ଗଖୋକାଇ (୩୫) ଏବଂ ହାଲସେନ (୨୪) ଙ୍କ ମୃତ୍ୟୁ ହୋଇଛି। ଲିଟନ ପୁଲିସ ଅନୁଯାୟୀ ସକାଳୁ ସକାଳୁ ପ୍ରବଳ ଗୁଳିଗୋଳା ମାଡ଼ ହେଉଥିବାର ଶବ୍ଦ ଶୁଭିଥିଲା। ଏହା ପରେ ପୁଲିସ ଆଖପାଖ ଗ୍ରାମ ଏବଂ ଜଙ୍ଗଲରେ ତଲାସୀ ଅଭିଯାନ ଆରମ୍ଭ କରିଥିଲା। ଏଠାରୁ ୩ ଜଣଙ୍କ କ୍ଷତବିକ୍ଷତ ମୃତଦେହ ମିଳିଥିଲା। କିଛି ଅଙ୍ଗ ମଧ୍ୟ କଟି ଯାଇଥିଲା। ସମସ୍ତଙ୍କ ଶରୀରରେ ଛୁରା ମାଡ଼ ହୋଇଥିବାର ଚିହ୍ନ ଥିଲା। ଅନ୍ୟପକ୍ଷରେ ସିପିଆଇ-ଏମର ଏକ ପ୍ରତିନିଧିମଣ୍ଡଳ ତିନି ଦିନିଆ ମଣିପୁର ଗସ୍ତରେ ଯାଇଛି। ସେଠାକାର ସ୍ଥିତି ବିପଜ୍ଜନକ ରହିଛି ବୋଲି ନେତା ସୀତାରାମ ୟେଚୁରି କହିଛନ୍ତି। ସେହିପରି କୁକି ନେତାମାନେ ଅଲଗା ପ୍ରଶାସନ ଦାବି କରିଛନ୍ତି। ଏହାକୁ ନେଇ ଗଣତନ୍ତ୍ରରେ ସମସ୍ତେ ସ୍ବତନ୍ତ୍ର ଭାବେ ମତ ପ୍ରକାଶ କରିପାରିବେ ବୋଲି ମୁଖ୍ୟମନ୍ତ୍ରୀ ଏନ୍‌ ବୀରେନ ସିଂହ କହିଛନ୍ତି।

ଭାଇରାଲ ଭିଡିଓ ମାମଲାର ୨ ପୀଡ଼ିତ କୁକି ମହିଳାଙ୍କ ଆବେଦନର ଶୁଣାଣି କରି ସୁପ୍ରିମକୋର୍ଟ ଶୁକ୍ରବାର ରାଜ୍ୟ ସରକାରଙ୍କୁ ନୋଟିସ ଜାରି କରିଛନ୍ତି। ଉପଦ୍ରବୀ ପୋଷାକ ଚିରି ପଦଯାତ୍ରା ବାହାର କରିବା ସମୟରେ ପୁଲିସ ସାହାଯ୍ୟ କରିବାକୁ ଆସି ନ ଥିଲା ବୋଲି ମହିଳା ଦାବି କରିଛନ୍ତି। ସରକାରୀ ହସ୍ପିଟାଲରେ ପୀଡ଼ିତଙ୍କୁ ଚିକିତ୍ସା ଏବଂ ଶୂନ୍ୟ ଏତଲା ରୁଜୁ ନିମନ୍ତେ ପୁଲିସ ପାଇଁ ସ୍ବତନ୍ତ୍ର ମାର୍ଗଦର୍ଶିକା ଜାରି କରିବାକୁ ଅନୁରୋଧ କରାଯାଇଛି। ଅକ୍ଟୋବର ୧୩ରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି ସିଜେଆଇ ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ, ଜଷ୍ଟିସ େଜବି ପାରଦିୱାଲା ଏବଂ ଜଷ୍ଟିସ ମନୋଜ ମିଶ୍ରାଙ୍କ ଖଣ୍ଡପୀଠ କହିଛନ୍ତି। ମଣିପୁରର ଅନ୍ୟ ମାମଲା ସହ ମିଶାଇ ଏହାର ଶୁଣାଣି କରାଯିବ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର