ଭୋପାଳରୁ ଦିଲ୍ଳୀ ଯାଉଥିବା ବନ୍ଦେ ଭାରତ ଟ୍ରେନ୍‌ରେ ନିଆଁ, ବ୍ୟାଟେରୀ ବକ୍ସରେ ନିଆଁ ଲାଗିଥିବା ସୂଚନା

The Sakala Picture
Published On

ଭୋପାଳ: ଭୋପାଳରୁ ଦିଲ୍ଲୀ ଯାଉଥିବା ବନ୍ଦେ ଭାରତ ଟ୍ରେନରେ ଲାଗିଲା ନିଆଁ । ଆଜି ସକାଳେ ଦିଲ୍ଲୀ ଯାଉଥିବା ବନ୍ଦେ ଭାରତ ଟ୍ରେନ୍ ରାଣୀ କମଲାପତୀ ଷ୍ଟେସନ ଛାଡ଼ିବାର କିଛି ମିନିଟ୍ ପରେ ବୀଣା ଷ୍ଟେସନ ନିକଟରେ ସି -୧୪ କୋଚରେ ନିଆଁ ଲାଗିଯାଇଥିଲା। ବ୍ୟାଟେରି ସ୍ପାର୍କ କରିବାରୁ ଟ୍ରେନ୍‌ର ୧୪ ନମ୍ବର କୋଚ୍‌ରୁ ପ୍ରଥମେ ନିଆଁ ଲାଗିଥିବାର ଦେଖିବାକୁ ମିଳିଥିଲା। ନିଆଁ ଲାଗିବା ପରେ ଟ୍ରେନ୍ କୁରୱାଇ କୈଥୋରା ଠାରେ ରହିଥିଲା । ତେବେ ଟ୍ରେନ୍‌ରେ […]

ଭୋପାଳ: ଭୋପାଳରୁ ଦିଲ୍ଲୀ ଯାଉଥିବା ବନ୍ଦେ ଭାରତ ଟ୍ରେନରେ ଲାଗିଲା ନିଆଁ । ଆଜି ସକାଳେ ଦିଲ୍ଲୀ ଯାଉଥିବା ବନ୍ଦେ ଭାରତ ଟ୍ରେନ୍ ରାଣୀ କମଲାପତୀ ଷ୍ଟେସନ ଛାଡ଼ିବାର କିଛି ମିନିଟ୍ ପରେ ବୀଣା ଷ୍ଟେସନ ନିକଟରେ ସି -୧୪ କୋଚରେ ନିଆଁ ଲାଗିଯାଇଥିଲା। ବ୍ୟାଟେରି ସ୍ପାର୍କ କରିବାରୁ ଟ୍ରେନ୍‌ର ୧୪ ନମ୍ବର କୋଚ୍‌ରୁ ପ୍ରଥମେ ନିଆଁ ଲାଗିଥିବାର ଦେଖିବାକୁ ମିଳିଥିଲା। ନିଆଁ ଲାଗିବା ପରେ ଟ୍ରେନ୍ କୁରୱାଇ କୈଥୋରା ଠାରେ ରହିଥିଲା । ତେବେ ଟ୍ରେନ୍‌ରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ସୂଚନା ମିଳିଛି ।

ଆହୁରି ପଢ଼ନ୍ତୁ: ଇରାନ ସହ ଯୁଦ୍ଧ ପ୍ରସ୍ତୁତି: ୨୦୨୭ ଯାଏଁ ମଧ୍ୟପ୍ରାଚ୍ୟରେ ମୁତୟନ ରହିବେ ଆମେରିକୀୟ ସେନା

ଅଗ୍ନିକାଣ୍ଡ ଘଟିବା ପରେ ଅଗ୍ନିଶମ ବିଭାଗର ଏକ ଦଳକୁ ତୁରନ୍ତ ଘଟଣାସ୍ଥଳକୁ ଡକା ଯାଇଥି‌ଲା। ଅଗ୍ନିଶମ କର୍ମଚାରୀ ଆସି ପହଞ୍ଚି କାର୍ଯ୍ୟ ଆରମ୍ଭ କରିବା ପରେ ନିଆଁକୁ ଆୟତ୍ତ କରିଛନ୍ତି। ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ବାହାରକୁ ବାହର କରାଯାଇଛି ବୋଲି ଭାରତୀୟ ରେଳ ପକ୍ଷରୁ ସୂଚନା ଦିଆଯାଇଛି।

ଆହୁରି ପଢ଼ନ୍ତୁ: ବାୟୁସେନାରୁ ଅବସର ନେଲେ ପାକିସ୍ତାନର F-16 ଖସାଇଥିବା ହିରୋ ଅଭିନନ୍ଦନ ବର୍ଦ୍ଧମାନ, ଘରୋଇ ଏୟାରଲାଇନ୍ସ FLY91 ରେ ସାମିଲ

ସୂଚନା ଅନୁଯାୟୀ, ଟ୍ରେନ୍ ନମ୍ବର ୨୦୧୭୧ ବନ୍ଦେ ଭାରତ ଏକ୍ସପ୍ରେସ ସକାଳ ୫.୪୦ ରେ ଭୋପାଳର ରାଣୀ କମଲାପତି ଷ୍ଟେସନରୁ ହଜରତ ନିଜାମୁଦ୍ଦିନ ଅଭିମୁଖେ ଯାତ୍ରା କରିଥିଲା। ବୀଣା ପୂର୍ବରୁ ସକାଳ ପ୍ରାୟ ୭.୧୦ ସମୟରେ ହଠାତ୍ କୁରୱାଇ କୈଥୋରା ଷ୍ଟେସନ ନିକଟରେ ଟ୍ରେନର ସି-୧୪ କୋଚ୍ ତଳେ ଧୂଆଁ ବାହାରି ନିଆଁ ଲାଗିଯାଇଥିଲା। ନିଆଁ ଦେଖିବା ପରେ ଟ୍ରେନ୍ ଅଟକିଥିଲା।

ଆହୁରି ପଢ଼ନ୍ତୁ: ପ୍ରତିରକ୍ଷା ବାହିନୀ ପାଇଁ ୧.୧୦ ଲକ୍ଷ କୋଟି ଟଙ୍କାର ଅସ୍ତ୍ରଶସ୍ତ୍ର ଓ ଉପକରଣ କ୍ରୟ ପ୍ରସ୍ତାବକୁ DACର ମଞ୍ଜୁରୀ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର